Dharitri News
ଜାତୀୟ |

ଆତଙ୍କବାଦୀଙ୍କୁ ବିଦେଶୀ ରାଷ୍ଟ୍ର ଯୋଗାଉଛନ୍ତି ଆଣବିକ ଅସ୍ତ୍ରଶସ୍ତ୍ର

ଆତଙ୍କବାଦୀଙ୍କୁ ବିଦେଶୀ ରାଷ୍ଟ୍ର ଯୋଗାଉଛନ୍ତି ଆଣବିକ ଅସ୍ତ୍ରଶସ୍ତ୍ର ନୂଆଦିଲ୍ଲୀ, ୧୭।୧: ଆତଙ୍କବାଦୀଙ୍କୁ ବିଦେଶୀ ରାଷ୍ଟ୍ର ଅତ୍ୟାଧୁନିକ ଆଣବିକ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି। ସେମାନଙ୍କୁ ଭାରତରେ ଅନୁପ୍ରବେଶ ପାଇଁ ବିଦେଶୀ ରାଷ୍ଟ୍ରମାନଙ୍କର ପ୍ରୋତ୍ସାହନ ମିଳୁଛି ବୋଲି ସେନାମୁଖ୍ୟ ବିପିନ ରାଓ୍ବତ ବୁଧବାର ସୂଚିତ କରିଛନ୍ତି। ଆତଙ୍କବାଦୀଙ୍କ ପାଖରେ ଆଣବିକ ଅସ୍ତ୍ରଶସ୍ତ୍ର ରହିବା ଯୋଗୁ ସେମାନଙ୍କର ଶକ୍ତି ବୃଦ୍ଧି ପାଉଛି। ତେବେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ରାଷ୍ଟ୍ରଙ୍କୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି ବୋଲି ରାଓ୍ବତ କହିଛନ୍ତି। ଆତଙ୍କବାଦୀଙ୍କ ପାଖରେ ଆଣବିକ ଅସ୍ତ୍ରଶସ୍ତ୍ର ମାନବ ସମାଜ ପାଇଁ ବିପଦ ସୃଷ୍ଟି କରିଛି। ସୀମାରେ ଆତଙ୍କବାଦୀ ଶକ୍ତି ବୃଦ୍ଧି ପାଇବା ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତିକୁ ବାରମ୍ବାର କ୍ଷୂର୍ଣ୍ଣ କରୁଥିବା ସେ କହିଛନ୍ତି।

ଜାତୀୟ |

 ହାଇପରଲୁପ୍‌ ପ୍ରଣାଳୀ: ବମ୍ବେରୁ ପୁନେ ଦୂରତା ୨୦ ମିନିଟ୍‌ରେ ଅତିକ୍ରମ ହେବ

ହାଇପରଲୁପ୍‌ ପ୍ରଣାଳୀ: ବମ୍ବେରୁ ପୁନେ ଦୂରତା ୨୦ ମିନିଟ୍‌ରେ ଅତିକ୍ରମ ହେବ

ବମ୍ବେ, ୧୯।୨: ଆମେରିକାର ଭର୍ଜିନ୍‌ ହାଇପର୍‌ ଲୁପ୍‌ କମ୍ପାନୀ ନୂତନ ସୁପରସୋନିକ୍‌ ଅନ୍‌ ଗ୍ରାଉଣ୍ଡ୍‌ ପାସେଞ୍ଜର ଟ୍ରାଭେଲ୍‌ ପ୍ରଣାଳୀର ବିକଶିତ କରିଛି। ଏହାଦ୍ୱାରା ବମ୍ବେରୁ ପୁନେ ମଧ୍ୟରେ ଦୂରତା ୨୦ ମିନିଟ୍‌ରେ ଅତିକ୍ରମ କରିବେ। ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ଯାତ୍ରା କରୁଥିବା ଏହି ହାଇପରଲୁପ୍‌ ପ୍ରଣାଳୀ ଦ୍ୱାରା ଦୁର୍ଘଟଣା ସମ୍ଭାବନା ମଧ୍ୟ ହ୍ରାସ ପାଇବ। ଏଥିପାଇଁ ନିର୍ମିତ ହେବାକୁଥିବା ଟ୍ରାକ୍‌ ପାଇଁ ୨୦ହଜାର କୋଟି ଖର୍ଚ୍ଚ ହେବ।

 ଅକ୍ଷୟଧାମ ମନ୍ଦିର ପରିଦର୍ଶନ କଲେ କାନାଡ଼ା ପ୍ରଧାନମନ୍ତ୍ରୀ

ଅକ୍ଷୟଧାମ ମନ୍ଦିର ପରିଦର୍ଶନ କଲେ କାନାଡ଼ା ପ୍ରଧାନମନ୍ତ୍ରୀ

ସାବରମତି, ୧୯।୨: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡେୟୁ ସୋମବାର ପରିବାରବର୍ଗଙ୍କ ସହିତ ଗାନ୍ଧୀନଗରଠାରେ ଥିବା ଅକ୍ଷୟଧାମ ମନ୍ଦିର ପରିଦର୍ଶନ କରିଛନ୍ତି। ଜଷ୍ଟିନ୍‌ ତାଙ୍କ ସ୍ତ୍ରୀ ସୋଫେଇ ଓ ସନ୍ତାନମାନେ ଭାରତୀୟ ପାରମ୍ପରିକ ପୋଷାକ ପିନ୍ଧି ମନ୍ଦିରକୁ ଯାଇଥିଲେ।

 ସୁକୁମା ଏନକାଉଣ୍ଟର୍‌: ୨୦ରୁ ଅଧିକ ମାଓବାଦୀ ମୃତ

ସୁକୁମା ଏନକାଉଣ୍ଟର୍‌: ୨୦ରୁ ଅଧିକ ମାଓବାଦୀ ମୃତ

ରାୟପୁର, ୧୯।୨: ଛତିଶଗଡ଼ ସୁକୁମା ଜିଲା ଏର୍ଲମ୍‌ଡଗୁ ଗାଁ ନିକଟସ୍ଥ ଜଙ୍ଗଲରେ ହୋଇଥିବା ଏନ୍‌କାଉଣ୍ଟରରେ ୨୦ରୁ ଅଧିକ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସ୍ବତନ୍ତ୍ର ଡିଜି ଡି.ଏମ୍‌. ଅଓ୍ବସ୍ଥି ସୋମବାର ସୂଚିତ କରିଛନ୍ତି। ୫ ଘଣ୍ଟା ଧରି ଜାରି ରହିଥିବା ସର୍ଚ୍ଚ ଅପରେଶନରେ ସୁରକ୍ଷାବଳଙ୍କୁ ଏହି ସଫଳତା ମିଳିଥିବା ସେ ସୂଚିତ କରିଛନ୍ତି। ୨୦୨ ବାଟାଲିଅନ୍‌ କମାଣ୍ଡୋ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିଗୋଳଳ ବିନିମୟ ଜାରି ରହିଥିଲା।

 ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ଶିକ୍ଷାର୍ଥୀ ମୃତ, ୨୯ ଆହତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ଶିକ୍ଷାର୍ଥୀ ମୃତ, ୨୯ ଆହତ

ବମ୍ବେ, ୧୯।୨: ପଶ୍ଚିମ ମହାରାଷ୍ଟ୍ର କୋହ୍ଲାପୁର ଜିଲା ବମ୍ବେ-ବାଙ୍ଗାଲୋର୍‌ ଜାତୀୟ ରାଜପଥର ନାଗାଓଁ ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଶିକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୯ରୁ ଅଧିକ ଜଣ ଆହତ ହୋଇଛନ୍ତି। ଛତ୍ରପତି ଶିବାଜୀ ମହାରାଜାଙ୍କ ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ ୪୪ ଶିକ୍ଷାର୍ଥୀ ଟ୍ରକ୍‌ରେ କୋହ୍ଲାପୁରର ପାନହାଲରୁ ସାଙ୍ଗାଲିକୁ ଯାଉଥିଲେ।

ବାୟୁସେନା ଷ୍ଟେଶନରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ବାୟୁସେନା ଷ୍ଟେଶନରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ଶ୍ରୀନଗର, ୧୯।୨: କେନ୍ଦ୍ରୀୟ କଶ୍ମୀର ବୁଧଗାମ୍‌ସ୍ଥିତ ବାୟୁସେନା ଷ୍ଟେଶନରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ରବିବାର ବିଳମ୍ବିତ ରାତିରେ ଷ୍ଟେଶନ ଭିତରକୁ ଜଣେ ଅଜଣା ବ୍ୟକ୍ତି ପ୍ରବେଶ ଉଦ୍ୟମ କରୁଥିବାବେଳେ ସୁରକ୍ଷାବଳ ତାଙ୍କୁ ସତର୍କ ସୂଚନା ଦେଇଥିଲେ। ମାତ୍ର ଅଜଣା ବ୍ୟକ୍ତି ଜଣକ ଏହାକୁ ଭୃକ୍ଷେପ ନ କରିବାରୁ ସୁରକ୍ଷାବଳ ଗୁଳି ଚାଳନା କରିଥିଲେ।

ମୋଦିଙ୍କୁ ନେଇ ପ୍ରଧାନମନ୍ତ୍ରୀ ନୀରବ

ମୋଦିଙ୍କୁ ନେଇ ପ୍ରଧାନମନ୍ତ୍ରୀ ନୀରବ

ନୂଆଦିଲ୍ଲୀ/ଲକ୍ଷ୍ନୌ/କଲିକତା,୧୮।୨: ହୀରା ବ୍ୟବସାୟୀ ନୀରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)କୁ ବହୁକୋଟି ଟଙ୍କା ଚୂନ ଲଗାଇ ବିଦେଶକୁ ଫେରାର ହୋଇଯାଇଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସମ୍ପର୍କରେ ମୁହଁଖୋଲୁ ନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶର ସର୍ବବୃହତ୍‌ ବ୍ୟାଙ୍କ ଠକେଇ ଏନ୍‌ଡିଏକୁ କାଠଗଡ଼ାରେ ଛିଡ଼ା କରାଇଥିବାବେଳେ ସରକାର ଏନେଇ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି।

ତ୍ରିପୁରାରେ ୭୬% ମତଦାନ

ତ୍ରିପୁରାରେ ୭୬% ମତଦାନ

ଅଗରତାଲା/ନୂଆଦିଲ୍ଲୀ,୧୮।୨ (ପି.ଟି.) : ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରାରେ ରବିବାର କଡ଼ା ସୁରକ୍ଷା ମଧ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ୬୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାର ୫୯ ନିର୍ବାଚନମଣ୍ଡଳୀରେ ଶାନ୍ତିଶୃଙ୍ଖଳାର ସହ ୭୬% ମତଦାନ ହୋଇଛି।ପୂର୍ବ ନିର୍ବାଚନରେ ୯୧.୮୨% ଭୋଟଗ୍ରହଣ ହୋଇଥିବା ବେଳେ ଏଥର ମତଦାନ ହାର ୧୫% ହ୍ରାସ ପାଇଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ପ୍ରକାଶ।ବାମପନ୍ଥୀଙ୍କ ଗଡ଼ ଭାବେ ପରିଚିତ ତ୍ରିପୁରାରେ ଭୋଟର ୫ ବର୍ଷ ପରେ ପୁଣିଥରେ ସେମାନଙ୍କ ପ୍ରତିନିଧି ବାଛିଛନ୍ତି।

ଏନ୍‌କାଉଣ୍ଟରରେ ୬ ଯବାନ ଆହତ

ଏନ୍‌କାଉଣ୍ଟରରେ ୬ ଯବାନ ଆହତ

ସୁକମା,୧୮।୨: ଛତିଶଗଡର ସୁକମା ଜିଲାରେ ମାଓବାଦୀଙ୍କ ସହ ଚାଲିଥିବା ଏନ୍‌କାଉଣ୍ଟରରେ ୬ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି।

ଚା-ପକୁଡି ସହ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି ଭାଜପା: ଅଖିଳେଶ

ଚା-ପକୁଡି ସହ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି ଭାଜପା: ଅଖିଳେଶ

ଲକ୍ଷ୍ନୌ,୧୮।୨: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଟାର୍ଗେଟରେ ଭାଜପା। ଶାସକ ଭାଜପା ଲୋକଙ୍କୁ ଚା-ପକୁଡି ସହ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ରବିବାର ଅଖିଳେଶ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

ରାହୁଲଙ୍କ ଟୁଇଟର୍‌ ଆଟାକ୍‌

ରାହୁଲଙ୍କ ଟୁଇଟର୍‌ ଆଟାକ୍‌

ନୂଆଦିଲ୍ଲୀ,୧୮।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଘୋଟାଲାକୁ ନେଇ ରାଜନୀତି ଥମୁନାହିଁ। ରବିବାର ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ପକୁଡି ରାଜନୀତି: ୫ କୋଟି ଚାକିରି ସୁଯୋଗ ସୃଷ୍ଟିର ପ୍ରତିଶ୍ରୁତି ଦେଲା ଭାଜପା

ପକୁଡି ରାଜନୀତି: ୫ କୋଟି ଚାକିରି ସୁଯୋଗ ସୃଷ୍ଟିର ପ୍ରତିଶ୍ରୁତି ଦେଲା ଭାଜପା

ନୂଆଦିଲ୍ଲୀ,୧୮।୨: ପକୁଡି ବିକ୍ରି ରାଜନୀତିର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଆସନ୍ତା ବର୍ଷକ ମଧ୍ୟରେ ଭାଜପା ୫ କୋଟି ଚାକିରି ସୁବିଧା ସୃଷ୍ଟି କରିବ ବୋଲି ସେ ଶନିବାର ପ୍ରକାଶ କରିଛନ୍ତି।

ତାଜମହଲ ବୁଲିଲେ କାନାଡା ପ୍ରଧାନମନ୍ତ୍ରୀ

ତାଜମହଲ ବୁଲିଲେ କାନାଡା ପ୍ରଧାନମନ୍ତ୍ରୀ

ଆଗ୍ରା,୧୮।୨: ପତ୍ନୀ ସୋଫି ଜର୍ଜୋରି ଓ ୩ ସନ୍ତାନଙ୍କୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ତ୍ରୁଦେଉ ରବିବାର ବିଶ୍ୱପ୍ରସିଦ୍ଧ ତାଜମହଲ ବୁଲି ଦେଖିଛନ୍ତି।