Dharitri News
ଖେଳ |

ଶାରାପୋଭା, ଫେଡେରର, ଜୋକୋଭିଚ୍‌ ବିଜୟୀ

ଶାରାପୋଭା, ଫେଡେରର, ଜୋକୋଭିଚ୍‌ ବିଜୟୀ ମେଲବୋର୍ନ, ୧୬ା୧ (ଏଏଫ୍‌ପି) ପୂର୍ବତନ ଚାମ୍ପିୟନ ମାରିଆ ଶାରାପୋଭା ଓ ଆଞ୍ଜେଲିକ୍‌ କର୍ବର ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୁରୁଷ ବିଭାଗରେ ୬ଥର ଚାମ୍ପିୟନ ନୋଭାକ ଜୋକୋଭିଚ୍‌ ତାଙ୍କ ପ୍ରଥମ ରାଉଣ୍ଡ ମ୍ୟାଚରେ ସହଜ ବିଜୟ ହାସଲ କରିଛନ୍ତି। ଡୋପ୍‌ ଟେଷ୍ଟରେ ଧରାପଡ଼ି ୧୫ ମାସ ବାସନ୍ଦ ପରେ ଟେନିସ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବା ରୁଷିଆର ଶାରାପୋଭା ତାଙ୍କ ପ୍ରଥମ ରାଉଣ୍ଡ ମ୍ୟାଚରେ ଜର୍ମାନୀର ତାତ୍‌ଜାନା ମାରିଆଙ୍କୁ ୬-୧, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ୨୦୦୮ ମେଲବୋର୍ନ ପାର୍କ ଚାମ୍ପିୟନ ଦ୍ୱିତୀୟ ରାଉଣ୍ଡରେ ୧୪ତମ ସିଡ୍‌ ତଥା ଲାଟିଭିଆର ଆନାସ୍ତାସିଜା ସେବାସ୍ତୋଭା କିମ୍ବା ଆମେରିକାର ଭାରଭାରା ଲେପ୍‌ଚେଙ୍କୋଙ୍କୁ ଭେଟିବେ। ଏଠାରେ ୨୦୧୬ ଚାମ୍ପିୟନ ତଥା ବିଶ୍ୱର ପୂର୍ବତନ ନମ୍ବର ଓ୍ବାନ ଖେଳାଳି କର୍ବର ପ୍ରଭାବୀ ପ୍ରଦର୍ଶନ ସହ ଆନା-ଲେନା ଫ୍ରିଦ୍‌ସାମ୍‌ଙ୍କୁ ୬-୦, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ଅନ୍ୟପକ୍ଷରେ ଗତଥରର ଚାମ୍ପିୟନ ରୋଜର ଫେଡେରର ମଧ୍ୟ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ରଡ୍‌ ଲାଭର ଆରେନାଠାରେ ଅନ୍ୟ ଏକ ପୁରୁଷ ସିଙ୍ଗଲ୍ସ ମ୍ୟାଚରେ ସେ ସ୍ଲୋଭେନିଆର ଅଲ୍‌ଜାଜ୍‌ ବେଡିନେଙ୍କୁ ୬-୩, ୬-୪, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ମାର୍ଗାରେଟ୍‌ ଆରେନାଠାରେ ଅନୁଷ୍ଠିତ ଏକ ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚରେ ସର୍ବୀୟ ଖେଳାଳି ଜୋକୋଭିଚ୍‌ ୬-୧, ୬-୨, ୬-୪ ସେଟ୍‌ରେ ଆମେରିକାର ଡେନାଲ୍‌ଡ ୟଙ୍ଗ୍‌ଙ୍କୁ ହରାଇ ଦେଇଛନ୍ତି। ଏହି ମ୍ୟାଚ ୧ ଘଣ୍ଟା ଓ ୫୧ ମିନିଟ୍‌ ଧରି ଚାଲିଥିଲା। ବିଶ୍ୱର ଏହି ପୂର୍ବତନ ନମ୍ବର ଓ୍ବାନ ଖେଳାଳି ୬ମାସ ହେଲା ପ୍ରତିଯୋଗିତାରୁ ନିଜକୁ ଦୂରେଇ ରଖିଥିଲେ। ଦ୍ୱିତୀୟ ରାଉଣ୍ଡରେ ସେ ଫ୍ରାନ୍ସର ଗେଲ୍‌ ମନଫିଲ୍ସ କିମ୍ବା ସ୍ପାନିଶ କ୍ୱାଲିଫାୟର ଜେମି ମୁନାରଙ୍କ ସହ ମୁକାବିଲା କରିବେ। ମଙ୍ଗଳବାର ପୁରୁଷ ସିଙ୍ଗଲ୍ସର ଅନ୍ୟ ଏକ ମ୍ୟାଚରେ ସୁଇସ୍‌ ପ୍ରଫେଶନାଲ ଖେଳାଳି ଷ୍ଟାନ ଓ୍ବାରିଙ୍କା ତାଙ୍କ ମ୍ୟାଚରେ କଷ୍ଟସାଧ୍ୟ ବିଜୟ ହାସଲ କରିଛନ୍ତି। ୩ଥର ଗ୍ରାଣ୍ଡସ୍ଲାମ ବିଜେତାଙ୍କର ଗତ ବର୍ଷ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଥିଲା। ସେ ଏବେ ମଧ୍ୟ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତେବେ ସେ ତାଙ୍କ ପ୍ରଥମ ରାଉଣ୍ଡ ମ୍ୟାଚରେ ଲିଥୁଆନିଆର ରିକାର୍ଡାସ ବେରାଙ୍କିସଙ୍କୁ ୬-୩, ୬-୪, ୨-୬, ୭-୬ (୭/୨) ସେଟ୍‌ରେ ପରାସ୍ତ କରିଛନ୍ତି।

ଖେଳ |

ଆଇଟିଏଫ ଫ୍ୟୁଚର ଟେନିସ ଆଜିଠାରୁ

ଆଇଟିଏଫ ଫ୍ୟୁଚର ଟେନିସ ଆଜିଠାରୁ

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମ ପୁଣି ଚଳଚଞ୍ଚଳ। ଏଥର ହକି କିମ୍ବା ଆଥଲେଟିକ୍ସ ପାଇଁ ନୁହେଁ ଅନ୍ତର୍ଜାତୀୟ ମାନର ଟେନିସ ଓ ଫୁଟବଲର ରୋମାଞ୍ଚ ଏଥର ଦେଖିବାକୁ ମିଳିବ ଏହି ଷ୍ଟାଡିୟମରେ। ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ଏକ ମ୍ୟାଚ ପାଇଁ ଜାମସେଦପୁର ଏଫସି ଦଳ ଗତ ୧୯ ତାରିଖରୁ ଭୁବନେଶ୍ୱରରେ ପହଞ୍ଚତ୍ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଚଳାଇଛି। ବେଙ୍ଗାଲୁରୁ ଏଫସି ଶୁକ୍ରବାର ପହଞ୍ଚତ୍ବା କାର୍ଯ୍ୟକ୍ରମ ରହିଛି। ଦୁଇ ଦଳ ମଧ୍ୟରେ ଆଇଏସଏଲ ମ୍ୟାଚ ଆଗାମୀ ୨୫ ତାରିଖରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଓଡ଼ିଶାରେ ପ୍ରଥମଥରପାଇଁ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଟେନିସ ଟୁର୍ନାମେଣ୍ଟ।

୨୦ ବର୍ଷ ପରେ ମହିଳା ଆଇସ୍‌ ହକିରେ ଆମେରିକାକୁ ସ୍ବର୍ଣ୍ଣ

୨୦ ବର୍ଷ ପରେ ମହିଳା ଆଇସ୍‌ ହକିରେ ଆମେରିକାକୁ ସ୍ବର୍ଣ୍ଣ

ପ୍ୟୋଙ୍ଗ୍‌ଚାଙ୍ଗ,୨୨।୨(ଏ.ଏଫ.ପି.)-ଦୀର୍ଘ ୨୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଶୀତକାଳୀନ ଅଲିମ୍ପିକ୍ସର ମହିଳା ହକି ଇଭେଣ୍ଟରେ ଶେଷରେ ଆମେରିକା ସ୍ବର୍ଣ୍ଣ ପଦକ ହାସଲ କରିବାକୁ ସକ୍ଷମ ହୋଇଛି। ଗୁରୁବାର ଅନୁଷ୍ଠିତ ଟାଇଟଲ ମୁକାବିଲାରେ ଆମେରିକା ପେନାଲ୍ଟି ସୁଟ୍‌ ଆଉଟ୍‌ ମାଧ୍ୟମରେ ପଡୋଶୀ କାନାଡାକୁ ୩-୨ ଗୋଲରେ ପରାସ୍ତ କରି ଏହି ଐତିହାସିକ ସଫଳତା ଅର୍ଜନ କରିଛି।

ପଞ୍ଜାବ ପୋଲିସରେ ଯୋଗଦେବେ ହରମନ୍‌ପ୍ରୀତ୍‌

ପଞ୍ଜାବ ପୋଲିସରେ ଯୋଗଦେବେ ହରମନ୍‌ପ୍ରୀତ୍‌

ଚଣ୍ଡିଗଡ଼, ୨୨।୨(ପି.ଟି.)- ଭାରତୀୟ ମହିଳା ଟି୨୦ କ୍ରିକେଟ ଦଳର ଅଧିନାୟିକା ହର୍‌ମନପ୍ରୀତ୍‌ କୌର ମାର୍ଚ୍ଚ ୧ରୁ ପଞ୍ଜାବ ପୋଲିସରେ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସ୍‌ (ଡିଏସ୍‌ପି) ଭାବେ ଯୋଗ ଦେବେ।

ଓ୍ବିଣ୍ଟର ଅଲିମ୍ପିକ୍‌:  ସ୍ଲାଲୋମ ଇଭେଣ୍ଟରେ ମାଇହରେରଙ୍କୁ ସ୍ବର୍ଣ୍ଣ

ଓ୍ବିଣ୍ଟର ଅଲିମ୍ପିକ୍‌: ସ୍ଲାଲୋମ ଇଭେଣ୍ଟରେ ମାଇହରେରଙ୍କୁ ସ୍ବର୍ଣ୍ଣ

ପ୍ୟୋଙ୍ଗଚାଙ୍ଗ,୨୨।୨(ଏଏଫ୍‌ପି)- ସୁଇରଲାଣ୍ଡର ଭେଟେରାନ ଆଣ୍ଡ୍ରେ ମାଇହରେର ପୁରୁଷ ବିଭାଗର ସ୍ଲାଲୋମ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୩୫ ବର୍ଷୀୟ ଖେଳାଳି ରେସର ଫିନିଶିଂ ଲାଇନ୍‌କୁ ୧:୩୮.୯୯ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି।

ବିଜୟ ହଜାରେ ଟ୍ରଫି: ଦିଲ୍ଲୀକୁ ହରାଇ ସେମିରେ ଆନ୍ଧ୍ର

ବିଜୟ ହଜାରେ ଟ୍ରଫି: ଦିଲ୍ଲୀକୁ ହରାଇ ସେମିରେ ଆନ୍ଧ୍ର

ନୂଆଦିଲ୍ଲୀ,୨୨।୨- ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅଫ୍‌ ଥିବା ଦିଲ୍ଲୀକୁ ପରାସ୍ତ କରି ଆନ୍ଧ୍ରପ୍ରଦେଶ ଚଳିତ ବିଜୟ ହଜାରେ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଦିଲ୍ଲୀକୁ ୬ ଉଇକେଟ୍‌ରେ ପରାସ୍ତ କରିଛି ଆନ୍ଧ୍ରପ୍ରଦେଶ। ପେସର ଶିବ କୁମାର ଓ ଭାର୍ଗବ ଭଟ୍ଟଙ୍କ ଘାତକ ବୋଲିଂ ଆଗରେ ଦିଲ୍ଲୀ ମାତ୍ର ୧୧୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜବାବରେ ଆନ୍ଧ୍ରପ୍ରଦେଶ ୨୯ତମ ଓଭର୍‌ରେ ୪ ଉଇକେଟ୍‌ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା।

ଲା ଲିଗା ଲିଗ୍‌: ମାଡ୍ରିଡ୍‌ ବିଜୟୀ

ଲା ଲିଗା ଲିଗ୍‌: ମାଡ୍ରିଡ୍‌ ବିଜୟୀ

ମାଡ୍ରିଡ୍‌,୨୨।୨- ପର୍ତ୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସମେତ କେତେ ଜଣ ନିୟମିତ ଖେଳାଳିଙ୍କ ଅନୁପସ୍ଥିତିରେ ରିୟଲ ମାଡ୍ରିଡ୍‌ ଦଳ ଚଳିତ ଲା ଲିଗା ଲିଗ୍‌ର ଏକ ମାଚ୍‌ରେ ୩-୧ ଗୋଲ୍‌ରେ ଲେଗାନେ୍‌ସକୁ ପରାସ୍ତ କରିଛି। ଏହି ବିଜୟ ଯୋଗୁ ଡିଫେଣ୍ଡିଂ ଚାମ୍ପିୟନ୍‌ ପଏଣ୍ଟ ଟେବୁଲରେ ଭାଲେନସିଆକୁ ହଟାଇ ୩ୟ ସ୍ଥାନ ଅଧିକାର କରିଛି। କିନ୍ତୁ କୋଚ୍‌ ଜିନେଡାନ ଜିଡାନଙ୍କ ଦଳ ଟାଇଟଲ ଦୌଡ଼ରେ ସର୍ବାଗ୍ରେ ଥିବା ବାର୍ସିଲୋନାଠାରୁ ବହୁ ପଛରେ ରହିଛି।

ଆଂଶିକାଙ୍କୁ ବ୍ରୋଞ୍ଜ ପଦକ

ଆଂଶିକାଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି)- ନୂଆଦିଲ୍ଲୀର ଡିଡି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଗୁରୁବାର ଅନୁଷ୍ଠିତ ‘ଟାଟା ଟି(ଜାଗୋ ରେ) ଚାମ୍ପିୟନ୍ସ ଟୁମରୋ’ କାର୍ଯ୍ୟକ୍ରମର ସର୍ବଭାରତୀୟ ଫାଇନାଲ୍ସରେ ଓଡ଼ିଶାର ଆଂଶିକା ରାଉତରାୟ ବ୍ରୋଞ୍ଜ ପଦକ ପାଇଛନ୍ତି।

ମାରିଟ ସଫଳତମ ଓ୍ବିଣ୍ଟର ଅଲିମ୍ପିଆନ୍‌

ମାରିଟ ସଫଳତମ ଓ୍ବିଣ୍ଟର ଅଲିମ୍ପିଆନ୍‌

ପ୍ୟୋଙ୍ଗଚାଙ୍ଗ, ୨୧।୨(ଏ.ଏଫ୍‌.ପି)- ନରଓ୍ବେର ମାରିଟ ବିୟରଗେନ୍‌ ଶୀତକାଳୀନ ଅଲିମ୍ପିକ୍ସ ଇତିହାସର ସଫଳତମ ଆଥଲେଟ ବିବେଚିତ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ମହିଳା କ୍ରସ୍‌ କଣ୍ଟ୍ରି ସ୍କିଂ ଟିମ୍‌ ସ୍ପ୍ରିଣ୍ଟ ଫ୍ରି ଇଭେଣ୍ଟରେ ସେ ନିଜ ଦେଶର ମାଇକେନ କାସ୍ପେରସେନଙ୍କ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

କ୍ରିକେଟ ଅଜବ: ବୋଲରଙ୍କ ମୁଣ୍ଡରେ ବଲ୍‌ ବାଜି ଛକା

କ୍ରିକେଟ ଅଜବ: ବୋଲରଙ୍କ ମୁଣ୍ଡରେ ବଲ୍‌ ବାଜି ଛକା

ଅକ୍‌ଲାଣ୍ଡ (ନ୍ୟୁଜିଲାଣ୍ଡ), ୨୧।୨- ନ୍ୟୁଜିଲାଣ୍ଡ ଘରୋଇ ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ଫୋର୍ଡ ଟ୍ରଫିରେ ବୁଧବାର ଏକ ଅଜବ ଘଟଣା ଦେଖବାକୁ ମିଳିଛି। ସ୍ଥାନୀୟ କୋଲିନେ ମେଡେନ ପାର୍କରେ ଅକ୍‌ଲାଣ୍ଡ ଓ କାଣ୍ଟବେରୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନଙ୍କ ଏକ ଶର୍ଟ ସିଧା ବୋଲରଙ୍କ ମୁଣ୍ଡରେ ବଲ ବାଜି ବାଉଣ୍ଡରୀ ବାହାରକୁ ଯିବାସହ ୬ ରନରେ ପରିଣତ ହୋଇଥିଲା।

ଦକ୍ଷିଣ ଆଫ୍ରିକାକୁ ଜିତାଇଲେ କ୍ଲାସେନ, ଡୁମିନି

ଦକ୍ଷିଣ ଆଫ୍ରିକାକୁ ଜିତାଇଲେ କ୍ଲାସେନ, ଡୁମିନି

ସେଞ୍ଚୁରିଅନ, ୨୧।୨- ହେନରିକ୍‌ କ୍ଲାସେନ ଓ ଅଧିନାୟକ ଜେପି ଡୁମିନି ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ଖେଳି ବୁଧବାର ଏଠାରେ ଅନୁଷ୍ଠିତ ଭାରତ ବିପକ୍ଷ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ବିଜୟୀ କରାଇଛନ୍ତି। ଭାରତ ପକ୍ଷରୁ ଧାର୍ଯ୍ୟ ୧୮୯ ରନ ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୮.୪ ଓଭରରେ ୪ ଉଇକେଟ ହରାଇ ହାସଲ କରି ନେଇଥିଲା।

ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ ଜିତିଲା ଅଷ୍ଟ୍ରେଲିଆ

ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ ଜିତିଲା ଅଷ୍ଟ୍ରେଲିଆ

ଅକ୍‌ଲାଣ୍ଡ,୨୧।୨(ଏଏଫ୍‌ପି)- ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ରେ ଅଷ୍ଟ୍ରେଲିଆ ଦଳ ଚାମ୍ପିୟନ୍‌ ଆଖ୍ୟା ଗ୍ରହଣ କରିଛି। ସ୍ଥାନୀୟ ଇଡେନ ପାର୍କଠାରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଫାଇନାଲକୁ ଅଷ୍ଟ୍ରେଲିଆ ଦଳ ଡି.ଏଲ. ନିୟମରେ ୧୯ ରନ୍‌ ବ୍ୟବଧାନରେ ଜିତି ନେଇଛି। ଏଥିସହ ଟି୨୦ ଦଳଗତ ର଼୍ୟାଙ୍କିଙ୍ଗରେ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନ ମଧ୍ୟ ଅଧିକାର କରିଛି ଟିମ୍‌ ଅଷ୍ଟ୍ରେଲିଆ।

କ୍ରିସ୍‌ ଲିନ୍ନ ଆହତ

କ୍ରିସ୍‌ ଲିନ୍ନ ଆହତ

ନୂଆଦିଲ୍ଲୀ,୨୧।୨- ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ତଥା ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଆଶାୟୀ କ୍ୟାପଟେନ କ୍ରିସ୍‌ ଲିନ୍ନ ବୁଧବାର ଆହତ ହୋଇଛନ୍ତି। ଅକ୍‌ଲାଣ୍ଡର ଇଡେନ ପାର୍କଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ର ଫାଇନାଲରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ବାମ ହାତ ଏବଂ କାନ୍ଧରେ ଆଘାତ ଲାଗିଛି।