ମନୋରଞ୍ଜନ |

ଫିଲ୍ମ ଫ୍ରାଇଡେ:‘ବାଦ୍‌ଶାହୋ’ ଭର୍ସେସ୍‌ ‘ଶୁଭ୍‌ ମଙ୍ଗଲ୍‌ ସାବଧାନ୍‌’

ଫିଲ୍ମ ଫ୍ରାଇଡେ:‘ବାଦ୍‌ଶାହୋ’ ଭର୍ସେସ୍‌ ‘ଶୁଭ୍‌ ମଙ୍ଗଲ୍‌ ସାବଧାନ୍‌’
ଭୁବନେଶ୍ୱର,୧।୯(ବ୍ୟୁରୋ)-୧୯୭୫ ମସିହ। ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗିଥାଏ। ରାଜନୈତିକ ସ୍ଥିତି ବେଶ୍‌ ଗମ୍ଭୀର ଥାଏ। ସେତେବେଳେ ହଠାତ୍‌ ଜୟପୁରରେ ଥିବା ରାଣୀ ଗୀତାଞ୍ଜଳୀଙ୍କ ରାଜପ୍ରାସାଦ ଉପରେ ଚଢାଉ ହୁଏ। ପ୍ରଚୁର ପରିମାଣରେ ଅଘୋଷିତ ସୁନା ରଖିଥିବାରୁ ତାଙ୍କୁ ଜେଲ୍‌ଦଣ୍ଡ ହୁଏ। ପରେ ଉକ୍ତ ସୁନାକୁ ଜୟପୁରରୁ ରାଜଧାନୀ ଦିଲ୍ଲୀ ନେବାକୁ ସ୍ଥିର କରାଯାଏ। ସଡ଼କପଥରେ ଏକ ଟ୍ରକ୍‌ ଯୋଗେ ଆରମ୍ଭ ହୁଏ ସୁନା ପରିବହନ। ରହସ୍ୟ, ସ୍ବୀକାର ଓ ବାରମ୍ବାର ପ୍ରତିବନ୍ଧକ ସତ୍ତ୍ୱେ ଏହି ଯାତ୍ରା ଭାରତ ଇତିହାସରେ ତିଆରି କରେ ଏକ ନୂଆ କାହାଣୀ। ଯେଉଁ କାହାଣୀକୁ ନେଇ ପରିକଳ୍ପିତ ହିନ୍ଦୀ ଫିଲ୍ମ ‘ବାଦ୍‌ଶାହୋ’। ଫିଲ୍ମ ଫ୍ରାଇଡେରେ ଚଳିତ ଶୁକ୍ରବାର ରିଲିଜ ହେବାକୁ ଥିବା ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ଦର୍ଶକଙ୍କୁ ଜରୁରିକାଳୀନ ସମୟକୁ ଫେରାଇନେବ। ମିଲନ ଲୁଥ୍ରୀୟାଙ୍କ ନିର୍ଦ୍ଦେଶିତ ଏହି ପିରିୟଡିଷ୍ଟ ଆକ୍ସନ ଥ୍ରୀଲର ଫିଲ୍ମକୁ ରଜତ ଆରୋରା ଲେଖିଥିବା ବେଳେ ପ୍ରଯୋଜନା କରିଛନ୍ତି ଭୂଷଣ କୁମାର, କ୍ରିଷନ୍‌ କୁମାର ଏବଂ ମିଲନ୍‌ ଲୁଥ୍ରୀୟା। ଫିଲ୍ମ ‘ବାଦ୍‌ଶାହୋ’ର ମୁଖ୍ୟ ଭୂମିକାରେ ଅଜୟ ଦେବଗନ, ଇଲିଆନା ଡିକ୍ରୁଜ୍‌, ଇମ୍ରାନ୍‌ ହାସ୍‌ମୀ, ଇଶା ଗୁପ୍ତା ରହିଥିବା ବେଳେ ଅନ୍ୟାନ୍ୟ ଭୂମିକାରେ ବିଦ୍ୟୁତ୍‌ ଜାମଓ୍ବାଲ, ଶରଦ କେଲକର ଏବଂ ସଞ୍ଜୟ ମିଶ୍ରା ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ‘କଚେ ଧାଗେ’, ‘ଚୋରି ଚୋରି’, ‘ଓ୍ବାନ୍ସ ଅପନ ଏ ଟାଇମ୍‌ ଇନ୍‌ ମୁମ୍ବାଇ’ ଭଳି ଏହି ଫିଲ୍ମରେ ମିଲନ୍‌ଙ୍କ ସହ ଅଜୟ ଦେବଗନ ଚତୁର୍ଥ ଥର ପାଇଁ ଏକାଠି କାମ କରିଛନ୍ତି। ସେହିଭଳି କିଛିଦିନର ବ୍ୟବଧାନ ପରେ ପୁଣିଥରେ ଇମ୍ରାନ୍‌ଙ୍କୁ ସୁନେଲି ପରଦାରେ ଦେଖିବାକୁ ମିଳୁଥିବା ବେଳେ ସନି ଲିଓନିଙ୍କ ଆଇଟମ୍‌ ନମ୍ବର ଏହାର ଅନ୍ୟଏକ ଆକର୍ଷଣ ରହିଛି। ବହୁଚର୍ଚ୍ଚିତ ‘ପୀୟା ମୋରେ’ ଗୀତରେ ଶନିଙ୍କ ଆଇଟମ୍‌ ଡ୍ୟାନ୍ସ ଓ ଇମ୍ରାନ୍‌ଙ୍କ ସହ ତାଙ୍କ କେମିଷ୍ଟ୍ରିକୁ ଲୋକେ ବେଶ୍‌ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ନିର୍ମାତା। ଏଥିସହ ଅଙ୍କିତ ତିଓ୍ବାରୀଙ୍କ ସଙ୍ଗୀତ ସଂଯୋଜନା ଓ ନିର୍ଦ୍ଦେଶନାରେ ‘ବାଦ୍‌ଶାହୋ’ର ସବୁ ଗୀତକୁ ଭଲ ରେସ୍‌ପନ୍ସ ମିଳିଛି। ଏହାବ୍ୟତୀତ ଶୁକ୍ରବାର ରିଲିଜ ହେବାକୁ ଯାଉଛି ଆଉ ଏକ ହିନ୍ଦୀ ଫିଲ୍ମ ‘ଶୁଭ୍‌ ମଙ୍ଗଲ୍‌ ସାବଧାନ୍‌’। ଆର୍‌.ଏସ୍‌. ପ୍ରସନ୍ନଙ୍କ ନିର୍ଦ୍ଦେଶିତ ଏବଂ ଆନନ୍ଦ ଏଲ୍‌ ରାଏଙ୍କ ପ୍ରଯୋଜିତ ଏହି ଫିଲ୍ମର ଲିଡ୍‌ ରୋଲରେ ଅଛନ୍ତି ଆୟୁଷ୍ମାନ ଖୁରାନା ଏବଂ ଭୂମି ପେଡେନେକର। ଏହି କମେଡି ଡ୍ରାମା ଫିଲ୍ମରେ ଅନ୍ୟାନ୍ୟ ଭୂମିକାରେ ବ୍ରିଜେନ୍ଦ୍ର କାଲା, ଶୁଭଙ୍କର ତ୍ରିପାଠୀ, ଅଂଶୁଲ ଚୌହାନ ଏବଂ ଅନ୍‌ମୋଲ ବଜାଜଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମରେ ମୁଦିତ ଶର୍ମା ନାମକ ଯୁବକ ଭୂମିକାରେ ଆୟୁଷ୍ମାନ ଅଭିନୟ କରିଥିବା ବେଳେ ଭୂମିଙ୍କ ସହ ତାଙ୍କର ବିବାହ ହୋଇଛି। ହେଲେ ବିବାହ ପରେ ତାଙ୍କର ନପୁଂସକତା ଥିବା ଜଣାପଡିଛି। ଯାହାର ନିରାକରଣ ଓ ସମାଧାନ ପାଇଁ ସେ ବିଭିନ୍ନ ପ୍ରକାର ଉପାୟ ଆପଣାଇଛନ୍ତି। ଯାହାକି ଫିଲ୍ମରେ ପ୍ରଚୁର ହସର ଖୋରାକ ଯୋଗାଇଛି। ‘ଶୁଭ୍‌ ମଙ୍ଗଲ୍‌ ସାବଧାନ୍‌’ର ‘ରକେଟ ସୈୟାଁ’, ‘କାହ୍ନା’, ‘ଲଡ୍ଡୁ’ ଭଳି ଗୀତକୁ ଶ୍ରୋତା ପସନ୍ଦ କରିଛନ୍ତି। ଶୁକ୍ରବାର ଦୁଇଟିଯାକ ଫିଲ୍ମ ଭୁବନେଶ୍ୱର, କଟକ ସମତେ ଓଡ଼ିଶାର ପ୍ରମୁଖ ସିନେମାହଲ୍‌ ଗୁଡିକରେ ରିଲିଜ ହେବ।  ଭୁବନେଶ୍ୱର,୧।୯(ବ୍ୟୁରୋ)-୧୯୭୫ ମସିହ। ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗିଥାଏ। ରାଜନୈତିକ ସ୍ଥିତି ବେଶ୍‌ ଗମ୍ଭୀର ଥାଏ। ସେତେବେଳେ ହଠାତ୍‌ ଜୟପୁରରେ ଥିବା ରାଣୀ ଗୀତାଞ୍ଜଳୀଙ୍କ ରାଜପ୍ରାସାଦ ଉପରେ ଚଢାଉ ହୁଏ। ପ୍ରଚୁର ପରିମାଣରେ ଅଘୋଷିତ ସୁନା ରଖିଥିବାରୁ ତାଙ୍କୁ ଜେଲ୍‌ଦଣ୍ଡ ହୁଏ। ପରେ ଉକ୍ତ ସୁନାକୁ ଜୟପୁରରୁ ରାଜଧାନୀ ଦିଲ୍ଲୀ ନେବାକୁ ସ୍ଥିର କରାଯାଏ। ସଡ଼କପଥରେ ଏକ ଟ୍ରକ୍‌ ଯୋଗେ ଆରମ୍ଭ ହୁଏ ସୁନା ପରିବହନ। ରହସ୍ୟ, ସ୍ବୀକାର ଓ ବାରମ୍ବାର ପ୍ରତିବନ୍ଧକ ସତ୍ତ୍ୱେ ଏହି ଯାତ୍ରା ଭାରତ ଇତିହାସରେ ତିଆରି କରେ ଏକ ନୂଆ କାହାଣୀ। ଯେଉଁ କାହାଣୀକୁ ନେଇ ପରିକଳ୍ପିତ ହିନ୍ଦୀ ଫିଲ୍ମ ‘ବାଦ୍‌ଶାହୋ’। ଫିଲ୍ମ ଫ୍ରାଇଡେରେ ଚଳିତ ଶୁକ୍ରବାର ରିଲିଜ ହେବାକୁ ଥିବା ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ଦର୍ଶକଙ୍କୁ ଜରୁରିକାଳୀନ ସମୟକୁ ଫେରାଇନେବ। ମିଲନ ଲୁଥ୍ରୀୟାଙ୍କ ନିର୍ଦ୍ଦେଶିତ ଏହି ପିରିୟଡିଷ୍ଟ ଆକ୍ସନ ଥ୍ରୀଲର ଫିଲ୍ମକୁ ରଜତ ଆରୋରା ଲେଖିଥିବା ବେଳେ ପ୍ରଯୋଜନା କରିଛନ୍ତି ଭୂଷଣ କୁମାର, କ୍ରିଷନ୍‌ କୁମାର ଏବଂ ମିଲନ୍‌ ଲୁଥ୍ରୀୟା।  ଫିଲ୍ମ ‘ବାଦ୍‌ଶାହୋ’ର ମୁଖ୍ୟ ଭୂମିକାରେ ଅଜୟ ଦେବଗନ, ଇଲିଆନା ଡିକ୍ରୁଜ୍‌, ଇମ୍ରାନ୍‌ ହାସ୍‌ମୀ, ଇଶା ଗୁପ୍ତା ରହିଥିବା ବେଳେ ଅନ୍ୟାନ୍ୟ ଭୂମିକାରେ ବିଦ୍ୟୁତ୍‌ ଜାମଓ୍ବାଲ, ଶରଦ କେଲକର ଏବଂ ସଞ୍ଜୟ ମିଶ୍ରା ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ‘କଚେ ଧାଗେ’, ‘ଚୋରି ଚୋରି’, ‘ଓ୍ବାନ୍ସ ଅପନ ଏ ଟାଇମ୍‌ ଇନ୍‌ ମୁମ୍ବାଇ’ ଭଳି ଏହି ଫିଲ୍ମରେ ମିଲନ୍‌ଙ୍କ ସହ ଅଜୟ ଦେବଗନ ଚତୁର୍ଥ ଥର ପାଇଁ ଏକାଠି କାମ କରିଛନ୍ତି। ସେହିଭଳି କିଛିଦିନର ବ୍ୟବଧାନ ପରେ ପୁଣିଥରେ ଇମ୍ରାନ୍‌ଙ୍କୁ ସୁନେଲି ପରଦାରେ ଦେଖିବାକୁ ମିଳୁଥିବା ବେଳେ ସନି ଲିଓନିଙ୍କ ଆଇଟମ୍‌ ନମ୍ବର ଏହାର ଅନ୍ୟଏକ ଆକର୍ଷଣ ରହିଛି। ବହୁଚର୍ଚ୍ଚିତ ‘ପୀୟା ମୋରେ’ ଗୀତରେ ଶନିଙ୍କ ଆଇଟମ୍‌ ଡ୍ୟାନ୍ସ ଓ ଇମ୍ରାନ୍‌ଙ୍କ ସହ ତାଙ୍କ କେମିଷ୍ଟ୍ରିକୁ ଲୋକେ ବେଶ୍‌ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ନିର୍ମାତା। ଏଥିସହ ଅଙ୍କିତ ତିଓ୍ବାରୀଙ୍କ ସଙ୍ଗୀତ ସଂଯୋଜନା ଓ ନିର୍ଦ୍ଦେଶନାରେ ‘ବାଦ୍‌ଶାହୋ’ର ସବୁ ଗୀତକୁ ଭଲ ରେସ୍‌ପନ୍ସ ମିଳିଛି।  ଏହାବ୍ୟତୀତ ଶୁକ୍ରବାର ରିଲିଜ ହେବାକୁ ଯାଉଛି ଆଉ ଏକ ହିନ୍ଦୀ ଫିଲ୍ମ ‘ଶୁଭ୍‌ ମଙ୍ଗଲ୍‌ ସାବଧାନ୍‌’। ଆର୍‌.ଏସ୍‌. ପ୍ରସନ୍ନଙ୍କ ନିର୍ଦ୍ଦେଶିତ ଏବଂ ଆନନ୍ଦ ଏଲ୍‌ ରାଏଙ୍କ ପ୍ରଯୋଜିତ ଏହି ଫିଲ୍ମର ଲିଡ୍‌ ରୋଲରେ ଅଛନ୍ତି ଆୟୁଷ୍ମାନ ଖୁରାନା ଏବଂ ଭୂମି ପେଡେନେକର। ଏହି କମେଡି ଡ୍ରାମା ଫିଲ୍ମରେ ଅନ୍ୟାନ୍ୟ ଭୂମିକାରେ ବ୍ରିଜେନ୍ଦ୍ର କାଲା, ଶୁଭଙ୍କର ତ୍ରିପାଠୀ, ଅଂଶୁଲ ଚୌହାନ ଏବଂ ଅନ୍‌ମୋଲ ବଜାଜଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମରେ ମୁଦିତ ଶର୍ମା ନାମକ ଯୁବକ ଭୂମିକାରେ ଆୟୁଷ୍ମାନ ଅଭିନୟ କରିଥିବା ବେଳେ ଭୂମିଙ୍କ ସହ ତାଙ୍କର ବିବାହ ହୋଇଛି। ହେଲେ ବିବାହ ପରେ ତାଙ୍କର ନପୁଂସକତା ଥିବା ଜଣାପଡିଛି। ଯାହାର ନିରାକରଣ ଓ ସମାଧାନ ପାଇଁ ସେ ବିଭିନ୍ନ ପ୍ରକାର ଉପାୟ ଆପଣାଇଛନ୍ତି। ଯାହାକି ଫିଲ୍ମରେ ପ୍ରଚୁର ହସର ଖୋରାକ ଯୋଗାଇଛି। ‘ଶୁଭ୍‌ ମଙ୍ଗଲ୍‌ ସାବଧାନ୍‌’ର ‘ରକେଟ ସୈୟାଁ’, ‘କାହ୍ନା’, ‘ଲଡ୍ଡୁ’ ଭଳି ଗୀତକୁ ଶ୍ରୋତା ପସନ୍ଦ କରିଛନ୍ତି। ଶୁକ୍ରବାର ଦୁଇଟିଯାକ ଫିଲ୍ମ ଭୁବନେଶ୍ୱର, କଟକ ସମତେ ଓଡ଼ିଶାର ପ୍ରମୁଖ ସିନେମାହଲ୍‌ ଗୁଡିକରେ ରିଲିଜ ହେବ।  
All Right Reserved By

ମନୋରଞ୍ଜନ |

ପ୍ରେମ କଲେ ୩ ନାୟକଙ୍କୁ ବାହା ହେଲେ ନିର୍ଦ୍ଦେଶକଙ୍କୁ

ପ୍ରେମ କଲେ ୩ ନାୟକଙ୍କୁ ବାହା ହେଲେ ନିର୍ଦ୍ଦେଶକଙ୍କୁ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ରାଣୀ ମୁଖାର୍ଜୀ ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୮ରେ ଜନ୍ମିତ ଏହି ଅଭିନେତ୍ରୀ ବଲିଉଡ୍‌ର ଜଣେ ବୋଲ୍ଡ୍‌ ନାୟିକା ଭାବେ ବି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। 

ବଲିଉଡ୍‌ର ସବୁଠାରୁ ଦାମୀ ଗାୟକ

ବଲିଉଡ୍‌ର ସବୁଠାରୁ ଦାମୀ ଗାୟକ

ଗୀତ ଶୁଣିବାକୁ ସମସ୍ତେ ଭଲ ପାଆନ୍ତି। ଗୀତ ଶୁଣିବା ମାତ୍ରେ ମନର ଦୁଃଖ କଷ୍ଟ ସବୁ ଭୁଲି ହୋଇଯାଏ। ଅଧିକାଂଶ ଲୋକ ସଂଗୀତରେ କ୍ୟାରିୟର କରିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ବଲିଉଡ୍‌ର ସିଙ୍ଗରମାନେ ଗୀତ ଗାଇ ବେଶ୍‌ ପରିଚିତ ହୋଇଛନ୍ତି। ଗୋଟିଏ ଗୀତ ଗାଇ ସେମାନେ କୋଟି କୋଟି ଟଙ୍କା ମଧ୍ୟ ନେଉଛନ୍ତି। 

ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ୫ ଷ୍ଟାରଙ୍କ କନ୍ୟା

ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ୫ ଷ୍ଟାରଙ୍କ କନ୍ୟା

ବଲିଉଡ୍‌ରେ ୯୦ ଦଶକର ବହୁ ଷ୍ଟାର ଧୀରେ ଧୀରେ ସିଲଭର ସ୍କ୍ରିନ୍‌ଠାରୁ ଦୂରେଇବା ଆମ୍ଭ କରିଛନ୍ତି। ଅପରପକ୍ଷରେ ବହୁ ଷ୍ଟାରକିଡ୍‌ ବଲିଉଡ୍‌ରେ ଡେବ୍ୟୁ କରିବା ପାଇଁ ରେଡ୍ଡି ହୋଇଗଲେଣି।

ଏକାଠି ହେବେ ଶାହାରୁଖ୍‌-ସଲମାନ୍‌

ଏକାଠି ହେବେ ଶାହାରୁଖ୍‌-ସଲମାନ୍‌

ବଲିଉଡ୍‌ର ନିର୍ମାତା ସଞ୍ଜୟ ଲୀଲା ଭଂସାଲି ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ଏବଂ ଶାହାରୁଖ୍‌ ଖାନ୍‌ଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଥିବା ବିଗତ କିଛି ଦିନ ହେବ ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ଏବେ ଶୁଣିବାକୁ ମିଳିଛି ଭଂସାଲି ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ସିନେମାରେ ଏହି ଯୋଡିକୁ ନେବାକୁ ଯାଉଛନ୍ତି।  

ରଙ୍ଗ ଖେଳିବା ସହ ଭାଙ୍ଗ ବି ପିଉଥିଲେ ଏହି ଅଭିନେତ୍ରୀ

ରଙ୍ଗ ଖେଳିବା ସହ ଭାଙ୍ଗ ବି ପିଉଥିଲେ ଏହି ଅଭିନେତ୍ରୀ

ଆଜି ଦେଶର ଅନେକ ସ୍ଥାନରେ ହୋଲି ଉତ୍ସବ ପାଳନ କରାଯାଉଥିବାବେଳେ ଆସନ୍ତାକାଲି ମଧ୍ୟ ଆଉ କେତେକ ସ୍ଥାନରେ ଏହି ଉତ୍ସବ ପାଳନ କରାଯିବ। ଗାଁଠୁ ସହର ଯାଏ ସବୁଠି ହୋଲିର ମାହୋଲ। ଏଥିରୁ ବି ବାଦ୍‌ ପଡ଼ିନି ବଲିଉଡ୍‌ ଜଗତ।

ବୟଫ୍ରେଣ୍ଡ୍‌ଙ୍କ ସହ ବିବାହ କରିବେ ଶ୍ରଦ୍ଧା କପୁର

ବୟଫ୍ରେଣ୍ଡ୍‌ଙ୍କ ସହ ବିବାହ କରିବେ ଶ୍ରଦ୍ଧା କପୁର

ଲାଗୁଛି ବଲିଉଡରେ ବିବାହ ଋତୁ ସରିନି। ଜଣଙ୍କ ପରେ ଜଣେ ଅଭିନେତା/ଅଭିନେତ୍ରୀ ବିବାହ ବନ୍ଧନରେ ଆବଦ୍ଧ ହେଉଥିବାର ନଜିର ରହିଛି।

ସଲମାନ ୩ ଦାମୀ କାର ଗିଫ୍ଟ କରିଛନ୍ତି କାହାକୁ ଜାଣନ୍ତି

ସଲମାନ ୩ ଦାମୀ କାର ଗିଫ୍ଟ କରିଛନ୍ତି କାହାକୁ ଜାଣନ୍ତି

ସଲମାନ୍‌ଙ୍କର ଖୋଲା ହୃଦୟ ସମ୍ପର୍କରେ ବଲିଉଡ୍‌ କଳାକାରଙ୍କଠୁ ଆରମ୍ଭ କରି ଫ୍ୟାନ୍‌ମାନେ ମଧ୍ୟ ବେଶ୍‌ ଭଲ ଭାବେ ଜାଣିଛନ୍ତି। ଥରେ ଯଦି ତାଙ୍କ ହୃଦୟରେ କାହା ପ୍ରତି ବିଶ୍ୱାସ ବା ଭଲପାଇବା ଆସିଗଲା ତା’ହେଲେ ଯେ ଯେତେ ଦାମୀ ଜିନିଷ ହେଉ ଗିଫ୍ଟ ଦେବାରେ ସେ କଞ୍ଜୁସି କରନ୍ତିନି।

ବାହୁବଳୀ ପ୍ରଭାସଙ୍କ ଅଜବ ଡିମାଣ୍ଡ: ସୁଟିଙ୍ଗ ସେଟ୍‌ରୁ ନେବାକୁ ଚାହୁଁଛନ୍ତି କାର-ବାଇକ୍‌

ବାହୁବଳୀ ପ୍ରଭାସଙ୍କ ଅଜବ ଡିମାଣ୍ଡ: ସୁଟିଙ୍ଗ ସେଟ୍‌ରୁ ନେବାକୁ ଚାହୁଁଛନ୍ତି କାର-ବାଇକ୍‌

ମୁମ୍ବାଇ: ସାଉଥ୍‌ ଅଭିନେତା ପ୍ରଭାସ ନିଜର ଅପ୍‌ କମିଂ ଫିଲ୍ମ ଶାହୋର ସୁଟିଙ୍ଗରେ ଏବେ ବ୍ୟସ୍ତ ରହିଛନ୍ତି। ଏହି ସମୟରେ ତାଙ୍କର ଏକ ଅଜବ ଡିମାଣ୍ଡ ଶୁଣିବାକୁ ମିଳିଛି। 

ସାରାଙ୍କ ପ୍ରଶଂସା ରେ ସୁଶାନ୍ତ

ସାରାଙ୍କ ପ୍ରଶଂସା ରେ ସୁଶାନ୍ତ

ସୁଶାନ୍ତ ସିଂ ରାଜପୁତ ଏବଂ ସାରା ଅଲ୍ଲୀ ଖଁ। ଯୋଡିକୁ ଦେଖିବାକୁ ମିଳିଥିଲା ନିକଟରେ ରିଲିଜ ହୋଇଥିବା ‘କେଦାରନାଥ’ରେ। ଫିଲ୍ମଟି ଆଭରେଜ ବିଜନେସ କରିଥିଲା।

୧୬ବର୍ଷ ପରେ

୧୬ବର୍ଷ ପରେ

ଶାହୀଦ କପୁରଙ୍କ ଖୁସି କହିଲେ ନ ସରେ। କାରଣ ଦୀର୍ଘ ୧୬ବର୍ଷ ପରେ ତାଙ୍କର ଏକ ଆଶା ପୂରଣ ହୋଇଛି। ୨୦୦୩ରେ ସେ ଆରମ୍ଭ କରିଥିଲେ ନିଜର ବଲିଉଡ୍‌ କ୍ୟାରିୟର।

ଅଭିନୟ ନିଶାରେ ଜଗା

ଅଭିନୟ ନିଶାରେ ଜଗା

ଗାୟକ ଭାବେ ଆରମ୍ଭ ହୋଇଥିଲା ତାଙ୍କର ଜଲିଉଡ୍‌ କ୍ୟାରିୟର।   ବର୍ତ୍ତମାନ ଗୌରୀ ଗଣନାଟ୍ୟରେ ସେ ନିଜର ଅଭିନୟ ଜାରି ରଖିଛନ୍ତି। ସେ ହେଲେ ଜଗବନ୍ଧୁ ପଣ୍ଡା ଓରଫ ଜଗା।

ଆଶାରେ ଅମ୍ରିତା

ଆଶାରେ ଅମ୍ରିତା

ବେଳେବେଳେ ଜଣେ ଯାହା ଚାହିଁଥାଏ ତାହା ହାତପାହାନ୍ତାରେ ମିଳିଯାଇଥାଏ। ଦେଖୁନାହାନ୍ତି, ଓଡ଼ିଆ ସିନେମାର ଅଭିନୟ କରିବା ପାଇଁ ସେ ଆଶା ବାନ୍ଧି ବସିଥିଲେ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା