ଖେଳ |

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: କ୍ୱାର୍ଟରଫାଇନାଲରେ ଭାରତ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: କ୍ୱାର୍ଟରଫାଇନାଲରେ ଭାରତ
ମାଉଣ୍ଟ ମାଉନଗାନୁଇ, ୧୬।୧(ପି.ଟି.)- ତିନିଥର ଚାମ୍ପିୟନ ଭାରତ ଚଳିତ ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଭାରତ ୧୦ ଉଇକେଟର ବୃହତ ବ୍ୟବଧାନରେ ଦୁର୍ବଳ ପାପୁଆ ନ୍ୟୁ ଗିନିକୁ ପରାସ୍ତ କରିଛି। ପ୍ରତିଯୋଗିତାରେ ଭାରତର ଏହା ଲଗାତର ୨ୟ ବିଜୟ। ଏଥିପୂର୍ବରୁ ପୃଥ୍ବୀ ଶ’ଙ୍କ ନେତୃତ୍ୱଧୀନ ଭାରତ ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୧୦୦ ରନରେ ପରାସ୍ତ କରିଥିଲା। ଭାରତ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଜିମ୍ବାଓ୍ବେକୁ ଭେଟିବ। ଖେଳାଯାଇଥିବା ଗ୍ରୁପ୍‌-ବି’ର ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ତେବେ ବାମହାତୀ ସ୍ପିନର ଅଙ୍କୁଲ ସୁଧାକର ରଏଙ୍କ ବୋଲିଂଙ୍କୁ ସାମ୍ନା କରି ନ ପାରି ପାପୁଆ ନ୍ୟୁ ଗିନି ୨୧.୫ ଓଭରରେ ୬୪ ରନ କରି ଅଲ୍‌ଆଉଟ୍‌ ହୋଇଥିଲା। ସାଇମନ ଅଟାଇ (୧୩ ରନ), ଓଭିଆ ସାମ୍‌ (୧୫) ଓ ସିନାକା ଅରୁ (୧୨)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ପାପୁଆ ନ୍ୟୁ ଗିନି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ବିଶିଷ୍ଟ ସ୍କୋର ଛୁଇଁପାରି ନ ଥିଲା। ଭାରତ ପକ୍ଷରୁ ସଫଳ ବୋଲର ଭାବେ ଅଙ୍କୁଲ ୬.୫ ଓଭର ବୋଲିଂ କରି ୨ଟି ମେଡେନ ସହ ୧୪ ରନ ବିନିମୟରେ ୫ଟି ଉଇକେଟ୍‌ ସଫଳତା ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିବମ ମାଭି ୨ଟି ଏବଂ କମଳେଶ ନାଗାର୍କୋଟି ଓ ଅର୍ସଦୀପ୍‌ ସିଂ ଗୋଟିଏ ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଭାରତ କୌଣସି ଉଇକେଟ୍‌ ନ ହରାଇ ୮ ଓଭରରେ ଟାର୍ଗେଟ୍‌ ହାସଲ କରିନେଇଥିଲା। ଅଧିନାୟକ ପୃଥ୍ବୀ ଶ’ ୩୯ ବଲରୁ ୧୨ ଚୌକା ସହାୟତାରେ ୫୭ ରନ ଏବଂ ମନଜୋତ୍‌ କାଲାରା ୯ ରନ କରି ଅପରାଜିତ ରହିଥିଲେ। ପ୍ରତିଯୋଗିତାରେ ପୃଥ୍ବୀଙ୍କ ଏହା ୨ୟ ଅର୍ଦ୍ଧଶତକ ଥିଲା। ପୂର୍ବରୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୯୪ ରନର ଇନିଂସ ଖେଳିଥିଲେ।
All Right Reserved By

ଖେଳ |

ଏସିଆନ୍‌ ଗେମ୍ସ ଟେନିସ୍‌:  ଡବଲ୍ସ ଖେଳିବେ ରାମକୁମାର-ନାଗଲ

ଏସିଆନ୍‌ ଗେମ୍ସ ଟେନିସ୍‌: ଡବଲ୍ସ ଖେଳିବେ ରାମକୁମାର-ନାଗଲ

ପାଲେମ୍ବାଙ୍ଗ,୧୮।୮(ପି.ଟି.)- ଏସିଆନ୍‌ ଗେମ୍ସ ଇଭେଣ୍ଟ ଆରମ୍ଭ ହେବାକୁ ଗୋଟିଏ ଦିନ ପୂର୍ବରୁ ଭାରତୀୟ ଟେନିସ୍‌ ଦଳ ସ୍ପଷ୍ଟ ହୋଇଯାଇଛି। ପୂର୍ବରୁ ଘୋଷିତ ଦଳରେ ଖୁସି ନ ଥିବା ଭେଟେରାନ ଲିଆଣ୍ଡର ପେସ ପ୍ରତିଯୋଗିତାରୁ ଓହରି ଯିବାରୁ ଦଳରେ ପରିବର୍ତ୍ତନ କରାଯାଇଛି। ସିଙ୍ଗଲ୍ସ ବର୍ଗର ଖେଳାଳି ପୂର୍ବରୁ ଧାର୍ଯ୍ୟ ହୋଇସାରିଥିଲା। 

କଳାଦିବସ ପାଳିଲେ ଆଇନିଜୀବୀ: ପାଟିରେ କଳା କପଡ଼ା ବାନ୍ଧି କଲେ ପ୍ରତିବାଦ

କଳାଦିବସ ପାଳିଲେ ଆଇନିଜୀବୀ: ପାଟିରେ କଳା କପଡ଼ା ବାନ୍ଧି କଲେ ପ୍ରତିବାଦ

ଖୋର୍ଦ୍ଧା ଅଫିସ,୧୮।୮: କୋର୍ଟ, ପୋଲିସ ଓ ଜିଲା ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତକରି ଖୋର୍ଦ୍ଧା ବାର ଆସୋସିଏଶନ ପକ୍ଷରୁ ଶନିବାର କଳାଦିବସ ପାଳନ କରାଯାଇଛି।

୩ ବର୍ଷୀୟ ବାଳିକାଙ୍କ ଲକ୍ଷ୍ୟ ତୀରନ୍ଦାଜୀରେ ଗିନିଜ ଓ୍ବାଲର୍‌ଡ ରେକର୍ଡ

୩ ବର୍ଷୀୟ ବାଳିକାଙ୍କ ଲକ୍ଷ୍ୟ ତୀରନ୍ଦାଜୀରେ ଗିନିଜ ଓ୍ବାଲର୍‌ଡ ରେକର୍ଡ

ଚେନ୍ନାଇ, ୧୮।୮- ସ୍ଥାନୀୟ ୩ ବର୍ଷୀୟ ବାଳିକା ତୀରନ୍ଦାଜୀରେ ଏକ ଗିନିଜ ଓ୍ବାଲର୍‌ଡ ରେକର୍ଡ ଭାଙ୍ଗିବାକୁ ପ୍ରୟାସ କରିଥିଲେ। ସେ ୮ ମିଟର ଦୂରରେ ଥିବା ଲକ୍ଷ୍ୟକୁ ୧,୧୧୧ ଥର ତୀର ମାରିଥିଲେ। ସ୍ଥାନୀୟ କିଣ୍ଡରଗାର୍ଟେନ ସ୍କୁଲ ଛାତ୍ରୀ ପି. ସାଞ୍ଜନା ସାଢ଼େ ତିନି ଘଣ୍ଟା ମଧ୍ୟରେ ଏତେ ସଂଖ୍ୟକ ତୀର ମାରିଥିଲେ।

ଭାରତର ପ୍ରଥମେ ବ୍ୟାଟିଂ

ନଟ୍ଟିଂହାମ,୧୮।୮(ପି.ଟି.)-  ଇଂଲଣ୍ଡ ଓ ଭାରତ ମଧ୍ୟରେ ଶନିବାରଠାରୁ ୩ୟ ଟେଷ୍ଟ ଆରମ୍ଭ ହୋଇଯାଇଛି। ଘରୋଇ ଦଳ ଅଧିନାୟକ ଜୋ ରୁଟ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି କି, ଦିଲ୍ଲୀର ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଶବ ପନ୍ତଙ୍କୁ ଏହି ମ୍ୟାଚ୍‌ରେ ପଦାର୍ପଣର ସୁଯୋଗ ମିଳିଛି। 

ପୋଲାର୍ଡଙ୍କ ବିସ୍ଫୋରକ ଶତକ

ପୋଲାର୍ଡଙ୍କ ବିସ୍ଫୋରକ ଶତକ

ସେଣ୍ଟ କିଟ୍ସ,୧୮।୮- ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରୋନ ପୋଲାର୍ଡ ବିସ୍ଫୋରକ ଶତକ ବଳରେ ସେଣ୍ଟ ଲୁସିଆ ଷ୍ଟାର୍ସ ଦଳ କ୍ରମାଗତ ପରାଜୟ ଧାରା ଭଙ୍ଗ କରିଛି। ଲଗାତର ୧୫ଟି ପରାଜୟ ପରେ ଏହା ଦଳର ପ୍ରଥମ ବିଜୟ। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ପୋଲାର୍ଡ ୫୪ ବଲରୁ ୧୦୪ ରନ୍‌ କରିଥିଲେ।

‘୨୦୦୪ରେ ପାକିସ୍ତାନ ଗସ୍ତ  ବାଜପେୟୀଙ୍କ ଯୋଗୁ ସମ୍ଭବ ହୋଇଥିଲା’

‘୨୦୦୪ରେ ପାକିସ୍ତାନ ଗସ୍ତ ବାଜପେୟୀଙ୍କ ଯୋଗୁ ସମ୍ଭବ ହୋଇଥିଲା’

ନୂଆଦିଲ୍ଲୀ,୧୮।୮- ଦୀର୍ଘ ୧୭ ବର୍ଷର ବ୍ୟବଧାନ ପରେ  ଭାରତୀୟ ଦଳ ୨୦୦୪ରେ ପାକିସ୍ତାନ ଗସ୍ତ କରିଥିଲା। କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଯୋଗୁ ଏହି ଗସ୍ତ ସମ୍ଭବ ହୋଇଥିଲା। ଭାରତୀୟ ଦଳର ପୂର୍ବତନ ମ୍ୟାନେଜର ରତ୍ନାକର ସେଠୀ ଭାରତରତ୍ନ ବାଜପେୟୀଙ୍କୁ ମନେ ପକାଇ ଏହା କହିଛନ୍ତି।

ଇଂଲଣ୍ଡ ଦଳରେ ପରିବର୍ତ୍ତନ

ଇଂଲଣ୍ଡ ଦଳରେ ପରିବର୍ତ୍ତନ

ଟ୍ରେଣ୍ଟ ବ୍ରିଜ,୧୮।୮- ଭାରତ ବିପକ୍ଷ ଲଡର୍‌ସ ଟେଷ୍ଟରେ ବୃହତ ବିଜୟ ହାସଲ କରିଥିବା ଇଂଲଣ୍ଡ ଦଳରେ ପରିବର୍ତ୍ତନ କରାଯାଇଛି। ବେନ ଷ୍ଟୋକ୍ସଙ୍କ ନାମରେ ଆସିଥିବା ଅଭିଯୋଗରୁ ମୁକ୍ତ ହେବା ପରେ ତାଙ୍କୁ ଜାତୀୟ ଦଳକୁ ଡାକରା ଦିଆଯାଇଛି। 

ସିନସିନାଟି ମାଷ୍ଟର୍ସ: ସେମିରେ ଜୋକୋଭିଚ୍‌

ସିନସିନାଟି ମାଷ୍ଟର୍ସ: ସେମିରେ ଜୋକୋଭିଚ୍‌

ସିନସିନାଟି,୧୮।୮(ଏଏଫ୍‌ପି)- ପୁରୁଷ ସିଙ୍ଗଲ୍ସ ଟେନିସ ବର୍ଗର ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ଖେଳାଳି ନୋଭାକ ଜୋକୋଭିଚ୍‌ ଚଳିତ ଏଟିପି ସିନସିନାଟି ମାଷ୍ଟର୍ସ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। 

ବରିଷ୍ଠ ନାଗରିକ ଚେସ୍‌: ନୁରୁଦ୍ଦିନ ଚାମ୍ପିୟନ

ବରିଷ୍ଠ ନାଗରିକ ଚେସ୍‌: ନୁରୁଦ୍ଦିନ ଚାମ୍ପିୟନ

କଟକ ଅଫିସ,୧୭୮- ପୋଷ୍ଟାଲ ରିକ୍ରିଏଶନ କ୍ଲବ (ଆର୍‌ଏମ୍‌ଏସ୍‌ଏନ୍‌ ଡିଭିଜନ) ପରିସରରେ ପ୍ରଥମ ଥର ନିମନ୍ତେ ବରିଷ୍ଠ ନାଗରିକ(୬୦ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି) ମାନଙ୍କୁ ନେଇ ଆମନ୍ତ୍ରଣୀୟ ଚେସ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । 

‘ଅଧିକ ପଦକ ଜିତିଲେ ବାଜପେୟୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି’

‘ଅଧିକ ପଦକ ଜିତିଲେ ବାଜପେୟୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି’

ଜାକର୍ତ୍ତା, ୧୮ା୮ (ପି.ଟି.)-ପୂର୍ବତନ ପ୍ରଧାନମନ୍ତ୍ରୀ  ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ସମଗ୍ର ଦେଶ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବାବେଳେ ଏସିଆନ ଗେମ୍ସ ପାଇଁ ଭାରତର ଚିଫ୍‌ ଡି’ ମିଶନ (ସିଡିଏମ୍‌) ବ୍ରିଜ ଭୂଷଣ ଶରନ ସିଂ ଏଥିରେ ସାମିଲ ହୋଇଛନ୍ତି। 

ବ୍ୟାଡ୍‌ମିଣ୍ଟନ: କଠିନ ଡ୍ର’ରେ ମହିଳା ଦଳ

ବ୍ୟାଡ୍‌ମିଣ୍ଟନ: କଠିନ ଡ୍ର’ରେ ମହିଳା ଦଳ

ଜାକର୍ତ୍ତା, ୧୮ା୮ (ପି.ଟି.)-ଶନିବାରଠାରୁ ଆରମ୍ଭ ହେବାକୁଥିବା ଏସିଆନ ଗେମ୍ସର ମହିଳା ବ୍ୟାଡ୍‌ମିଣ୍ଟନ ଟିମ୍‌ ଇଭେଣ୍ଟ ଲାଗି ଡ୍ର ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଅଲିମ୍ପିକ ରୌପ୍ୟ ବିଜୟିନୀ ପି. ଭି. ସିନ୍ଧୁଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆରମ୍ଭରେ ଶକ୍ତିଶାଳୀ ଦଳଗୁଡ଼ିକୁ ସାମ୍ନା କରିବ। 

ଏସିଆ କପ୍‌:ୟୁଏଇକୁ ଆୟୋଜନ ଅଧିକାର ହସ୍ତାନ୍ତର କଲା ବିସିସିଆଇ

ଏସିଆ କପ୍‌:ୟୁଏଇକୁ ଆୟୋଜନ ଅଧିକାର ହସ୍ତାନ୍ତର କଲା ବିସିସିଆଇ

ଦୁବାଇ, ୧୮ା୮ (ପି.ଟି.)- ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)  ଏସିଆକପ୍‌ ୨୦୧୮ ସଂସ୍କରଣ ଆୟୋଜନ କରିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ), ବିଧିବଦ୍ଧ ଭାବେ ପ୍ରତିଯୋଗିତାର ଆୟୋଜନ ଅଧିକାର ଏମିରେଟ୍ସ  କ୍ରିକେଟ ବୋର୍ଡ (ଇସିବି)କୁ ହସ୍ତାନ୍ତର କରିଛି।