ଜାତୀୟ |

ଖାପ୍‌ ପଞ୍ଚାୟତକୁ ନିଷିଦ୍ଧ ଘୋଷଣା: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟର ପରାମର୍ଶ

 ଖାପ୍‌ ପଞ୍ଚାୟତକୁ ନିଷିଦ୍ଧ ଘୋଷଣା: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟର ପରାମର୍ଶ
ନୂଆଦିଲ୍ଲୀ, ୧୬।୧: ଖାପ୍‌ ପଞ୍ଚାୟତକୁ ନିଷିଦ୍ଧ ଘୋଷଣା କରିବା ପାଇଁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହା ନ କରାଗଲେ ଶୀର୍ଷ ନ୍ୟାୟାଳୟ ଆଇନଗତ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚିତ କରିଛନ୍ତି। ପ୍ରାପ୍ତ ବୟସ୍କମାନେ ସେମାନଙ୍କର ପସନ୍ଦ ଅନୁସାରେ ଭିନ୍ନ ଜାତିରେ ବିବାହ କରିପାରିବେ। ଏକ୍ଷେତ୍ରରେ ସମାଜ, ଖାପ୍‌ ପଞ୍ଚାୟତ, ମାତାପିତା କିମ୍ବା ଅନ୍ୟ କୌଣସି ବ୍ୟକ୍ତି ବିଶେଷଙ୍କର ବିରୋଧୀ ଭୂମିକାକୁ ଗ୍ରହଣ କରାଯିବ ନାହିଁ ବୋଲି ଅଦାଲତ କହିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ.ଏମ୍‌. ଖାନଓ୍ବିଲକର ଓ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ହରିୟାଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶର ଖାପ୍‌ ପଞ୍ଚାୟତ ଭିନ୍ନ ଜାତିରେ ବିବାହ କରୁଥିବା ବ୍ୟକ୍ତି ତଥା ପ୍ରେମୀ ଯୁଗଳଙ୍କ ଉପରେ କରୁଥିବା ଅତ୍ୟାଚାର ସଭ୍ୟ ସମାଜ ଯୋଗ୍ୟ ନୁହେଁ। ତେଣୁ ଏଭଳି ପଞ୍ଚାୟତକୁ ନିଷିଦ୍ଧ କରିବାର ଆବଶ୍ୟକତା ରହିଛି। ଏନେଇ କେନ୍ଦ୍ର ସରକାର ଆଇନଗତ ପଦକ୍ଷେପ ନେବା ଉଚିତ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ସୂଚିତ କରାଯାଇଛି।
All Right Reserved By

ଜାତୀୟ |

ସବରିମାଳା ମନ୍ଦିରରେ ପ୍ରବେଶ ପାଇଁ କୋଚି ବିମାନ ବନ୍ଦରରେ ତୃପ୍ତି ଦେଶାଇ

ସବରିମାଳା ମନ୍ଦିରରେ ପ୍ରବେଶ ପାଇଁ କୋଚି ବିମାନ ବନ୍ଦରରେ ତୃପ୍ତି ଦେଶାଇ

ବେଙ୍ଗାଲୁର୍‌,୧୬।୧୧: ସବରିମାଳା ମନ୍ଦିରରେ ପ୍ରବେଶ ପାଇଁ ଭୂମାତା ବିଗ୍ରେଡ୍‌ର ନେତ୍ରୀ ତୃପ୍ତି ଦେଶାଇ କୋଚି ବିମାନ ବନ୍ଦରରେ ପହଞ୍ଚିଛନ୍ତି ତେବେ ସୁରକ୍ଷାକର୍ମୀ ତାଙ୍କୁ ଘେରି ରହିଛନ୍ତି। 

ଅପହରଣ କରି ପୁଣି ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଅପହରଣ କରି ପୁଣି ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୧୬।୧୧: ଜମ୍ମୁ-କଶ୍ମୀରରେ ଜଣେ ସ୍ଥାନୀୟ ଲୋକଙ୍କୁ ଆତଙ୍କବାଦୀ ଅପହରଣ କରିନେଇ ହତ୍ୟା କରିଛନ୍ତି। ତାଙ୍କ ମୃତଦେହ ପୁଲଓ୍ବାମା ଜିଲା କିଲୋରାଠାରୁ ଉଦ୍ଧାର କରାଯାଇଛି। 

ରାଜସ୍ଥାନ ନିର୍ବାଚନ: ୧୫୨ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ

ରାଜସ୍ଥାନ ନିର୍ବାଚନ: ୧୫୨ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ

ଜୟପୁର,୧୬।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ୧୫୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

‘ଗାଜା’ର ପ୍ରଭାବ ଆରମ୍ଭ ହେଲା ବର୍ଷା

‘ଗାଜା’ର ପ୍ରଭାବ ଆରମ୍ଭ ହେଲା ବର୍ଷା

ଚେନ୍ନାଇ,୧୫।୧୧: ସାମୁଦ୍ରିକ ଝଡ଼ ‘ଗାଜା’ ଗୁରୁବାର ସନ୍ଧ୍ୟା ସୁଦ୍ଧା ଉପକୂଳ ଛୁଇଁବା ପାଣିପାଗ ବିଭାଗ ଅନୁମାନ କରିଥିଲା। ଅପରାହ୍ନ ସୁଦ୍ଧା ଏହାର ପ୍ରଭାବରେ ତାମିଲନାଡୁର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। 

ଉଚ୍ଚ ପ୍ରତିମା ନିର୍ମାଣ କରିବା ଦୌଡ଼ରେ ସାମିଲ ହେଲେ କର୍ନାଟକ ସରକାର

ଉଚ୍ଚ ପ୍ରତିମା ନିର୍ମାଣ କରିବା ଦୌଡ଼ରେ ସାମିଲ ହେଲେ କର୍ନାଟକ ସରକାର

ବେଙ୍ଗାଲୁର,୧୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ ଫୁଟ ଉଚ୍ଚ ପ୍ରତିମାର ଉଦ୍‌ଘାଟନ କରିବା ପରେ ଏବେ ଏହି ରେସ୍‌ରେ ସାମିଲ ହେବାକୁ ଚେଷ୍ଟା କରିଛନ୍ତି କର୍ନାଟକ ସରକାର। 

ଆଶିଷ କୁନ୍ଦ୍ରା ମିଜୋରାମର ନୂଆ ସିଇଓ

ଆଶିଷ କୁନ୍ଦ୍ରା ମିଜୋରାମର ନୂଆ ସିଇଓ

ନୂଆଦିଲ୍ଲୀ,୧୫।୧୧: ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି। ଆଇଏଏସ୍‌ ଅଫିସର ଆଶିଷ କୁନ୍ଦ୍ରାଙ୍କୁ ରାଜ୍ୟର ଚିଫ୍‌ ଇଲକ୍ଟୋରାଲ ଅଫିସର(ସିଇଓ) ବା ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ଦେଇଛନ୍ତି।

କୋଟିପତି କେସିଆର୍‌ଙ୍କ ପାଖରେ ନାହିଁ କାର୍‌

କୋଟିପତି କେସିଆର୍‌ଙ୍କ ପାଖରେ ନାହିଁ କାର୍‌

ହାଇଦ୍ରାବାଦ୍‌,୧୫।୧୧: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ(କେସିଆର୍‌) ଗଜଓ୍ବେଲ ଆସନରୁ ଦାଖଲ କରିଛନ୍ତି ନାମାଙ୍କନ ପତ୍ର।

ଘନେଇ ଆସୁଛି ବିପଦ: ଶହେ ବର୍ଷ ଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ

ଘନେଇ ଆସୁଛି ବିପଦ: ଶହେ ବର୍ଷ ଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୧୧: ଜୀବ ଜଗତ ଉପରେ ଘନେଇ ଆସୁଛି ବିପଦ। ଗତ ଶହେ ବର୍ଷଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ। 

ନୀତୀଶଙ୍କ ସିସିଟିଭି କ୍ୟାମେରାକୁ ଡରୁଛନ୍ତି ତେଜସ୍ବୀ

ନୀତୀଶଙ୍କ ସିସିଟିଭି କ୍ୟାମେରାକୁ ଡରୁଛନ୍ତି ତେଜସ୍ବୀ

ପାଟନା,୧୫।୧୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ବାସଭବନରେ ସିସିଟିଭି କ୍ୟାମେରା ଲଗାଇବା ପରେ ଉଠିଛି ବିବାଦ। ଏହାକୁ ଦେଖି ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏକ ପ୍ରକାର ଡରି ଯାଇଛନ୍ତି ବୋଲି ଆଲୋଚନା ହେଉଛି। 

ଦେଶ ବିରୋଧୀ ମେସେଜ୍‌ କରୁଥିବା ଓ୍ବାଟସ୍‌ ଆପ୍‌ ଗ୍ରୁପ୍‌ର ପର୍ଦ୍ଦାଫାଶ୍‌

ଦେଶ ବିରୋଧୀ ମେସେଜ୍‌ କରୁଥିବା ଓ୍ବାଟସ୍‌ ଆପ୍‌ ଗ୍ରୁପ୍‌ର ପର୍ଦ୍ଦାଫାଶ୍‌

ଲକ୍ଷ୍ନୌ,୧୫।୧୧:  ଉତ୍ତରପ୍ରଦେଶ ବାଗପତ୍‌ ଜିଲାରେ ଦେଶ ବିରୋଧୀ ମେସେଜ୍‌ କରୁଥିବା ଏକ ଓ୍ବାଟସ୍‌ ଆପ୍‌ ଗ୍ରୁପ୍‌ର ପର୍ଦ୍ଦାଫାଶ୍‌ ହୋଇଛି।

ଗଡିଲା ରମାୟଣ ଏକ୍ସପ୍ରେସ୍‌

ଗଡିଲା ରମାୟଣ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ,୧୫।୧୧: ରେଳ ବିଭାଗ ତରଫରୁ ବୁଧବାର ଗଡିଛି ରାମାୟଣ ଏକ୍ସପ୍ରେସ୍‌। ନୂଆଦିଲ୍ଲୀର ସଫଦରଜଙ୍ଗ ରେଲଓ୍ବେ ଷ୍ଟେଶନରୁ ଏହା ଯାତ୍ରା ଆରମ୍ଭ କରି ରାମେଶ୍ୱରମ ପର୍ଯ୍ୟନ୍ତ ଯିବ। 

ଫିରୋଜପୁରରେ ଲୁଚିଛନ୍ତି ଆତଙ୍କବାଦୀ: ଗୋଇନ୍ଦା ସୂଚନା

ଫିରୋଜପୁରରେ ଲୁଚିଛନ୍ତି ଆତଙ୍କବାଦୀ: ଗୋଇନ୍ଦା ସୂଚନା

ଚଣ୍ଡିଗଡ଼,୧୫।୧୧: ପଞ୍ଜାବର ଫିରୋଜପୁରରେ ୬-୭ ଜଣ ଆତଙ୍କବାଦୀ ଲୁଚଛନ୍ତି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।