ଜାତୀୟ |

ସୁପ୍ରିମ୍‌କୋର୍ଟ ସଙ୍କଟର ସମାଧାନ ପାଇଁ ସମୟ ଲାଗିବ: ବେଣୁଗୋପାଳ

 ସୁପ୍ରିମ୍‌କୋର୍ଟ ସଙ୍କଟର ସମାଧାନ ପାଇଁ ସମୟ ଲାଗିବ: ବେଣୁଗୋପାଳ
ନୂଆଦିଲ୍ଲୀ, ୧୬।୧: ସୁପ୍ରିମ୍‌କୋର୍ଟ ସଙ୍କଟର ସମାଧାନ ପାଇଁ କିଛି ସମୟ ଲାଗିବ ବୋଲି ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ ମଙ୍ଗଳବାର ସୂଚିତ କରିଛନ୍ତି। ସୋମବାର ପ୍ରଧାନ ବିଚାରପତି ଦୀପକ ମିଶ୍ର ଓ ଜେ.ଚେଲେମଶ୍ୱରଙ୍କ ମଧ୍ୟରେ ସାକ୍ଷାତ୍‌ ଆଲୋଚନା ହୋଇଥିଲା। ବିଦ୍ରୋହ ଘଟାଇଥିବା ଚାରି ବିଚାରପତି ଜଷ୍ଟିସ୍‌ ଜେ. ଚେଲାମେଶ୍ୱର, ଜଷ୍ଟିସ୍‌ ମଦନ ଲୋକୁର, ଜଷ୍ଟିସ୍‌ ରଞ୍ଜନ ଗୋଗୋେଇ ଏବଂ ଜଷ୍ଟିସ୍‌ କୁରିଏନ ଯୋଶେଫ ସୋମବାରଠାରୁ ସେମାନଙ୍କ କାର୍ଯ୍ୟରେ ଯୋଗ ଦେଇଛନ୍ତି ା ତେବେ ସମସ୍ୟା ଆଗାମୀ ଦିନରେ ସମାଧାନ ହେବ ବୋଲି ବେଣୁଗୋପାଳ କହିଛନ୍ତି। ସୂଚନାଯୋଗ୍ୟ, ଜାନୁୟାରୀ ୧୨ ତାରିଖରେ ଏକ ଖବରଦାତା ସମ୍ମିଳନୀରେ ଏହି ୪ ବିଚାରପତି ଅଦାଲତର ପ୍ରଶାସନିକ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇବା ସହ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟଶୈଳୀ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଥିଲେ ା ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କନିଷ୍ଠ ବିଚାରପତିଙ୍କୁ ଦିଆଯାଉଥିବା ଓ କେସ୍‌ ଆବଣ୍ଟନରେ ଅନିୟମିତା ହେଉଥିବା ସେମାନେ ଦର୍ଶାଇଥିଲେ ା ୪ ବିଚାରପତିଙ୍କର ଏଭଳି ବିଦ୍ରୋହ ନ୍ୟାୟପାଳିକା କାର୍ଯ୍ୟ ଉପରେ ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିଲା।
All Right Reserved By

ଜାତୀୟ |

ସାଧାରଣ ଜନତା କିଣିପାରିବେ ମୋଦିଙ୍କୁ ମିଳିଥିବା ଉପହାର

ସାଧାରଣ ଜନତା କିଣିପାରିବେ ମୋଦିଙ୍କୁ ମିଳିଥିବା ଉପହାର

ନୂଆଦିଲ୍ଲୀ,୨୨।୧; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନ କାଳ ମଧ୍ୟରେ ବହୁ ଦେଶ ଭ୍ରମଣ କରିଛନ୍ତି। ଆଉ ତାଙ୍କୁ ସେଠାରୁ ଯେଉଁ ଉପହାର ମିଳିଛି ତାକୁ ଏବେ ସାଧାରଣ ଜନତା କିଣି ପାରିବେ ବୋଲି ସୂଚନା ଦିଆଯାଇଛି।

ମମତାଙ୍କ ଉପରେ ବର୍ଷିଲେ ଶାହ

ମମତାଙ୍କ ଉପରେ ବର୍ଷିଲେ ଶାହ

କୋଲକାତା,୨୨।୧: ବହୁ ବାଦ ବିବାଦ ପରେ ଭାଜପା ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ମାଲଦାରେ ଏକ ରାଲିରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି। 

ଆରମ୍ଭ ହେଲାଣି ଜଳକଷ୍ଟ

ଆରମ୍ଭ ହେଲାଣି ଜଳକଷ୍ଟ

ମୁମ୍ବାଇ,୨୨।୧: ଆଗକୁ ଆସୁଛି ଗ୍ରୀଷ୍ମଋତୁ। ହେଲେ ଏବେଠାରୁ ମହାରାଷ୍ଟ୍ରବାସୀ ଜଳକଷ୍ଟର ସାମ୍ନା କଲେଣି।  ଏଠାରେ ଥିବା ପ୍ରାୟ ୭ଟି ତହସିଲରେ ଥିବା ଶହେ ଗ୍ରାମ ଏବେ ଜଳାଭାବ ସମସ୍ୟା ଦେଇ ଗତି କରୁଛନ୍ତି।

୧୧ ମାସ ତଳେ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପର ପୁଣି ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

୧୧ ମାସ ତଳେ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପର ପୁଣି ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ସିଲାଭାସା, ୨୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାମନ୍‌ରେ ଜାନୁୟାରୀ ୧୯ରେ ଏକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ତେବେ ୧୧ ମାସ ତଳେ ୨୦୧୮ ଫେବୃୟାରୀ ୨୬ରେ ଏହି ପ୍ରକଳ୍ପର ଶିଳାନ୍ୟାସ ସ୍ଥାନୀୟ ଏମ୍‌ପି ଲାଲୁଭାଇ ପଟେଲ ଏବଂ ପଞ୍ଚାୟତ ପ୍ରମୁଖ ସୁରେଶ ପଟେଲ କରିଥିଲେ। 

ରୋଞ୍ଜେ  ଆଶ୍ରମରୁ ୨୪ ଛାତ୍ର ନିଖୋଜ: ମାଓବାଦୀ ସଂଗଠନରେ ସାମିଲ ହୋଇଥିବା ସନ୍ଦେହ

ରୋଞ୍ଜେ ଆଶ୍ରମରୁ ୨୪ ଛାତ୍ର ନିଖୋଜ: ମାଓବାଦୀ ସଂଗଠନରେ ସାମିଲ ହୋଇଥିବା ସନ୍ଦେହ

ଦନ୍ତଓ୍ବାଡା,୨୨।୧: ଛତିଶଗଡ଼ ଦନ୍ତଓ୍ବାଡ଼ା ଜିଲାରେ ଥିବା ଏକ ଆଶ୍ରମ ସ୍କୁଲରୁ ୨୪ ଛାତ୍ର ନିଖୋଜ ହୋଇଛନ୍ତି। ସେମାନଙ୍କୁ ମାଓବାଦୀ ସଂଗଠନରେ ସାମିଲ୍‌ କରାଯାଇଥିବା ସନ୍ଦେହ କରାଯାଉଛି।

କଟା କେଶର କିଲୋପ୍ରତି ମୂଲ୍ୟ ୨ ହଜାର

କଟା କେଶର କିଲୋପ୍ରତି ମୂଲ୍ୟ ୨ ହଜାର

ନୂଆଦିଲ୍ଲୀ,୨୨।୧: ଘରେ ଥିବା କିଛି ଜିନିଷକୁ ଆମେ ଅଦରକାରି ଭାବି ଫୋପାଡି ଦେଉଥିବା ବେଳେ ଏବେ ଏହାର ମୂଲ୍ୟ ହଜାର। ଅର୍ଥାତ୍‌ ଘରେ ମହିଳାମାନେ ନିୟମିତ କେଶ କୁଣ୍ଡାଇ ସାରି ଯେଉଁ ଝଡିବା କେଶ ଓ ପାର୍ଲରେ କାଟିବା ପରେ ଯେଉଁ କେଶକୁ ଅଳିଆ ଗଦାରେ ଫୋପାଟି ଦେଉଛନ୍ତି ତାହାର କିଲୋ ପିଛା ମୂଲ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ।

ନିର୍ବାଚନ ଲଢିବା ଖବର ଗୁଜବ: କରିନା

ନିର୍ବାଚନ ଲଢିବା ଖବର ଗୁଜବ: କରିନା

ବେଙ୍ଗାଲୁର,୨୨।୧: ବଲିଉଡ୍‌ କୁଇନ୍‌ କରିନା କପୁର ଖାଁ ନିର୍ବାଚନ ଲଢିବେ ବୋଲି ସୋମବାର ଶୁଣିବାକୁ ମିଳିଥିଲା। ଏହାକୁ ନେଇ ଅନେକ ଅଙ୍କକଷା ମଧ୍ୟ ଆରମ୍ଭ ହୋଇଯାଇଥିଲା। ହେଲେ ଏସବୁ ଖବର ମିଥ୍ୟା ବୋଲି ମଙ୍ଗଳବାର ନିଜେ କରିନା ପ୍ରକାଶ କରିଛନ୍ତି। 

୩୦ ବର୍ଷ ଧରି ଭାରତୀୟ ନାଗରିକତା ପାଇଁ ସଂଘର୍ଷ କରୁଛନ୍ତି ୭୦ ପରିବାର

୩୦ ବର୍ଷ ଧରି ଭାରତୀୟ ନାଗରିକତା ପାଇଁ ସଂଘର୍ଷ କରୁଛନ୍ତି ୭୦ ପରିବାର

ଲକ୍ଷ୍ନୌ/ଇସଲାମାବାଦ୍‌,୨୨।୧: ଭାରତରେ ବାସ କରି ମଧ୍ୟ ମିଳିନି ଏପର୍ଯ୍ୟନ୍ତ ନାଗରିକତା। ଗତ ୩୦ ବର୍ଷ ଧରି ନାଗରିକତା ପାଇଁ ଲକ୍ଷ୍ନୌର ୭୦ ପରିବାର କରୁଛନ୍ତି ସଂଘର୍ଷ। ଇତିମଧ୍ୟରେ ଭାରତରେ ଜନ୍ମ ହୋଇଥିବା ସେମାନଙ୍କର ସନ୍ତାନଙ୍କୁ ମିଳିଛି ନାଗରିକତା।

ପିଲାଛୁଆ ନ ହେବାରୁ ମହିଳାଙ୍କୁ ଜୀବନ୍ତ ଜଳାଉଥିଲେ ଶ୍ୱଶୁର ଘର ଲୋକେ: ପୋଲିସ କଲା ଉଦ୍ଧାର

ପିଲାଛୁଆ ନ ହେବାରୁ ମହିଳାଙ୍କୁ ଜୀବନ୍ତ ଜଳାଉଥିଲେ ଶ୍ୱଶୁର ଘର ଲୋକେ: ପୋଲିସ କଲା ଉଦ୍ଧାର

ପାଟନା,୨୨।୧: ବିହାର ପାଟନାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ମହିଳାଙ୍କ ପିଲାଛୁଆ ନ ହେବାରୁ ତାଙ୍କୁ ଶ୍ୱଶୁର ଘର ଲୋକେ ଜୀବନ୍ତ ଜଳାଉଥିଲେ।

ମାମୁ-ଭଣଜା ଭେଟ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ

ମାମୁ-ଭଣଜା ଭେଟ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ

ଭୋପାଳ, ୨୨।୧:  ମଧ୍ୟପ୍ରଦେଶ ରାଜନୀତିରେ ଏବେ ମାମୁ-ଭଣଜା ଭେଟ ନେଇ ରାଜନୈତିକ ମହଲ ସରଗରମ ରହିଛି। ମାମୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କୁ ଭେଟିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। 

ରାସ୍ତା କଡକୁ ଖସିଲା ପର୍ଯ୍ୟଟକ ବସ୍‌

ରାସ୍ତା କଡକୁ ଖସିଲା ପର୍ଯ୍ୟଟକ ବସ୍‌

ବିଲାସପୁର,୨୨।୧: ହିମାଚଳ ପ୍ରଦେଶ ବିଲାସପୁର ଜିଲା ସ୍ବରଘାଟ ନିକଟରେ ଏକ ପର୍ଯ୍ୟଟକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତା କଡକୁ ବସ୍‌ଟି ଖସିପଡିବା ଫଳରେ ଏଥିରେ ଥିବା ୨୬ ଯାତ୍ରୀ ଆହତ ହୋଇଛନ୍ତି।

ରାଜଧାନୀରେ ବଦଳିଲା ପାଣିପାଗର ମିଜାଜ୍‌

ରାଜଧାନୀରେ ବଦଳିଲା ପାଣିପାଗର ମିଜାଜ୍‌

ନୂଆଦିଲ୍ଲୀ,୨୨।୧: ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ସୋମବାର ରାତି ଓ ମଙ୍ଗଳବାର ସକାଳୁ ବର୍ଷା ହୋଇଛି। ଫଳରେ ସାଧାରଣ ଜୀବନଯାତ୍ରା ମନ୍ଥର ହୋଇଯାଇଛି।