ଅନ୍ତର୍ଜାତୀୟ |

୩୨ ତାଲିବାନ ଆତଙ୍କବାଦୀ ନିହତ

୩୨ ତାଲିବାନ ଆତଙ୍କବାଦୀ ନିହତ

କାବୁଲ, ୧୬।୧: ଆଫଗାନୀସ୍ତାନରେ ବାୟୁସେନା ଯୁଦ୍ଧ ବିମାନ ଆକ୍ରମଣରେ ୩୨ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ପଶ୍ଚିମ ଫାରହା ପ୍ରଦେଶର ଖାକି ସେଫଡ୍‌ ଜିଲାରେ ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଆକ୍ରମଣରେ ଏହା ହୋଇଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି। ଆଫଗାନୀସ୍ତାନ ସୁରକ୍ଷାବଳ ଓ ନାଟୋ ନେତୃତ୍ୱାଧୀନ ସୁରକ୍ଷାବଳଙ୍କ ମିଳିତ ଅପରେଶନରେ ଏହି ସଫଳତା ମିଳିଥିବା ଆଫଗାନୀସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

All Right Reserved By

ଅନ୍ତର୍ଜାତୀୟ |

ଭାରତରେ ଆକ୍ରମଣ ପାଇଁ ଅଲ୍‌ କାଏଦା କରୁଛି ଯୋଜନା

ଭାରତରେ ଆକ୍ରମଣ ପାଇଁ ଅଲ୍‌ କାଏଦା କରୁଛି ଯୋଜନା

ଜେନେଭା,୧୪।୮: ଭାରତରେ ଆକ୍ରମଣ ପାଇଁ  ଅଲ୍‌-କାଏଦା ଯୋଜନା କରୁଛି। ଏନେଇ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଭାରତରେ ଏହି ଆତଙ୍କବାଦୀ ସଂଗଠନ ଆକ୍ରମଣ କରିବା ଲକ୍ଷ୍ୟ ନେଇ କାର୍ଯ୍ୟଧାରା ଜାରି ରଖିଛି। 

ଅଟାରି-ଓ୍ବାଘା ସୀମାରେ ମିଠା ଆଦାନ ପ୍ରଦାନ

ଅଟାରି-ଓ୍ବାଘା ସୀମାରେ ମିଠା ଆଦାନ ପ୍ରଦାନ

ଅଟାରି/ଓ୍ବାଘା, ୧୪।୮:  ଅଗଷ୍ଟ ୧୪ରେ ପାକିସ୍ତାନ ପାଳନ କରିଛି ସ୍ବାଧୀନତା ଦିବସ। ଏହି ଅବସରରେ ଭାରତ-ପାକିସ୍ତାନ ଅଟାରି-ଓ୍ବାଘା ସୀମାରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ମିଠା ଆଦାନ ପ୍ରଦାନ କରାଯାଇଛି।

ଡୋକଲାମ ପରେ ଲଦାଖରେ ଚାଇନା ସେନା

ଡୋକଲାମ ପରେ ଲଦାଖରେ ଚାଇନା ସେନା

ନୂଆଦିଲ୍ଲୀ/ବେଜିଂ,୧୪।୮: ଭାରତ ଚାଇନା ମଧ୍ୟରେ ପୁଣି ଥରେ ସୀମା ବିବାଦ ମୁଣ୍ଡ ଟେକିଛି। ଡୋକଲାମ ପରେ ଏବେ ଲଦାଖରେ ଚାଇନା ସେନା ପ୍ରବେଶ କରିଥିବା ଟାଇମ୍ସ ଅଫ୍‌ ଇଣ୍ଡିଆ ଏକ ରିପୋର୍ଟରେ ପ୍ରକାଶ କରିଛି। 

ମୁକ୍ତି ସଂଗ୍ରାମ ସମୟରେ ବର୍ବରତା: ବାଂଲାଦେଶରେ ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ମୁକ୍ତି ସଂଗ୍ରାମ ସମୟରେ ବର୍ବରତା: ବାଂଲାଦେଶରେ ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଢ଼ାକା,୧୪।୮: ବାଂଲାଦେଶରେ ୧୯୭୧ରେ ହୋଇଥିବା ମୁକ୍ତି ସଂଗ୍ରାମ ସମୟରେ ମାନବୀୟ ଭାବନା ବିରୋଧରେ କାର୍ଯ୍ୟ କରିଥିବା ୫ ଅଭିଯୁକ୍ତଙ୍କୁ ଏକ କୋର୍ଟ ମୃତ୍ୟୁ ଦଣ୍ଡାଦେଶ କରିଛନ୍ତି।

ଥରିଲା ଜାପାନ

ଥରିଲା ଜାପାନ

ଟୋକିଓ,୧୪।୮: ଜାପାନର ଚିବା ପ୍ରିଫେକଚରରେ ମଙ୍ଗଳବାର ସକାଳେ ଏକ ଭୂକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ସକାଳ ପ୍ରାୟ ୯ଟା ୫ମିନିଟରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୫.୧। 

ପାକିସ୍ତାନ ପାଳିଲା ୭୨ତମ ସ୍ବାଧୀନତା ଦିବସ

ପାକିସ୍ତାନ ପାଳିଲା ୭୨ତମ ସ୍ବାଧୀନତା ଦିବସ

ଇସ୍‌ଲାମାବାଦ,୧୪।୮: ପାକିସ୍ତାନ ମଙ୍ଗଳବାର ଅର୍ଥାତ୍‌ ଅଗଷ୍ଟ ୧୪ରେ ତା’ର ସ୍ବାଧୀନତା ଦିବସ ଖୁବ୍‌ ଧୁମ୍‌ଧାମରେ ପାଳନ କରିଛି। ପ୍ରାର୍ଥନା ସହ ପତାକା ଉତ୍ତୋଳନ କରି ସ୍ବାଧୀନତା ଦିବସ ଉତ୍ସବର ଆରମ୍ଭ କରାଯାଇଛି। 

କାର୍‌ରେ ଚୁମ୍ବନ ଦେବାରୁ ଦମ୍ପତି ଗିରଫ

କାର୍‌ରେ ଚୁମ୍ବନ ଦେବାରୁ ଦମ୍ପତି ଗିରଫ

ଇସଲାମାବାଦ,୧୩।୮: ପାକିସ୍ତାନର ଇସଲାମାବାଦରେ ଯୁବ ଦମ୍ପତି କାର୍‌ ମଧ୍ୟରେ ଚୁମ୍ବନ ଦେବା ଓ ଆଲିଙ୍ଗନ କରିବାରୁ ଗିରଫ ହୋଇଥିବା ଜଣାପଡିଛି। ଦ ଏକ୍ସପ୍ରେସ୍‌ ଟ୍ରିବ୍ୟୁନର ସୂଚନା ଅନୁଯାୟୀ, ଏହି ଦମ୍ପତିଙ୍କ ବୟସ ୧୮-୧୯ ବର୍ଷ। ଏମାନଙ୍କ ବିରୋଧରେ ଅଶ୍ଳିଳ କାମ କରୁଥିବା ଅଭିଯୋଗ ହୋଇଛି।

୩୦ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିବ ପାକିସ୍ତାନ

୩୦ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିବ ପାକିସ୍ତାନ

ଇସଲାମାବାଦ/ନୂଆଦିଲ୍ଲୀ,୧୩।୮: ଆସନ୍ତା ୧୪ ତାରିଖରେ ସ୍ବାଧୀନତା ଦିବସ ପାଳନ କରିବା ପୂର୍ବରୁ ପାକିସ୍ତାନ ମାନବତାବାଦୀ ଢଙ୍ଗରେ ସୋମବାର ୨୭ ଜଣ ମତ୍ସ୍ୟଜୀବୀଙ୍କ ସମେତ ୩୦ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିବ ବୋଲି ଜଣାପଡିଛି। 

୨ ଦିନରେ ତାଲିବାନ ଆକ୍ରମଣରେ ଶହେରୁ ଅଧିକ ମୃତ

୨ ଦିନରେ ତାଲିବାନ ଆକ୍ରମଣରେ ଶହେରୁ ଅଧିକ ମୃତ

ଘଜ୍‌ନୀ,୧୩।୮:  ଅଗଷ୍ଟ ୧୦  ତାରିଖଠାରୁ ଆଫଗାନୀସ୍ତାନର ଘଜ୍‌ନୀରେ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ଆକ୍ରମଣ ଜୋର୍‌ଦାର କରାଯାଇଛି। ଫଳରେ ୨ ଦିନ ମଧ୍ୟରେ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। 

ଆଲାସ୍କାରେ ଭୂକମ୍ପ

ଆଲାସ୍କାରେ ଭୂକମ୍ପ

ଓ୍ବାଶିଂଟନ,୧୩।୮: ଆଲାସ୍କାରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିଲା ବୋଲି ଆମେରିକା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

ସୂର୍ଯ୍ୟଙ୍କ ନିକଟତର ହେବାକୁ ପ୍ରୟାସ: ‘ସୋଲାର ପ୍ରୋବ୍‌’ର ସଫଳ ଉତ୍‌କ୍ଷେପଣ

ସୂର୍ଯ୍ୟଙ୍କ ନିକଟତର ହେବାକୁ ପ୍ରୟାସ: ‘ସୋଲାର ପ୍ରୋବ୍‌’ର ସଫଳ ଉତ୍‌କ୍ଷେପଣ

ମାୟାମି,୧୩।୮: ଶେଷରେ ଶତାଧିକ ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ଦୀର୍ଘ ୮ ବର୍ଷର ଉଦ୍ୟମ ସଫଳ ହୋଇଛି। ଆମେରିକାବାସୀ ଗଭୀର ନିଦ୍ରାରେ ଶୋଇଥିବାବେଳେ ମହାକାଶ ଗବେଷଣା ସଂସ୍ଥା ନାସା  ଆରମ୍ଭ କରିଛି ବିଶ୍ୱର ପ୍ରଥମ ସୌର ମିଶନ। ଘଣ୍ଟାପ୍ରତି ୪,୩୦,୦୦୦ ମାଇଲ ବେଗରେ ଗତି କରୁଥିବା ପାର୍କର ସୋଲାର ପ୍ରୋବ୍‌ର ସଫଳ ଉତ୍‌କ୍ଷେପଣ ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲଖୁଣ୍ଟ। 

୨୫୩ ବର୍ଷ ତଳେ ଅଗଷ୍ଟ ୧୨ରେ ଭାରତରେ ପଡ଼ିଥିଲା ବ୍ରିଟିଶ୍‌ ଶାସନର ମୂଳଦୁଆ

୨୫୩ ବର୍ଷ ତଳେ ଅଗଷ୍ଟ ୧୨ରେ ଭାରତରେ ପଡ଼ିଥିଲା ବ୍ରିଟିଶ୍‌ ଶାସନର ମୂଳଦୁଆ

ନୂଆଦିଲ୍ଲୀ/ଲଣ୍ଡନ,୧୨।୮: ଭାରତରେ ୨୫୩ ବର୍ଷ ତଳେ ୧୭୬୫ ମସିହା ଅଗଷ୍ଟ ୧୨ ତାରିଖରେ ବ୍ରିଟିଶ୍‌ ଶାସନର ମୂଳଦୁଆ ପଡ଼ିଥିଲା। ମୋଗଲ ସମ୍ରାଟ୍‌ ଶାହ ଆଲମ୍‌ ଦ୍ୱିତୀୟ ଏବଂ ରବର୍ଟ କ୍ଲାଇଭ୍‌ଙ୍କ ମଧ୍ୟରେ ହୋଇଥିଲା ସନ୍ଧି।

Model This Week

ଯସ୍ମିନ୍