ଫୁରସତ |

ସାହାନାଇ ଥିଲା ବିସ୍‌ମିଲ୍ଲାଙ୍କ ପ୍ରିୟତମା

ସାହାନାଇ ଥିଲା ବିସ୍‌ମିଲ୍ଲାଙ୍କ ପ୍ରିୟତମା

ବମ୍ବେ:ସାହାନାଇ ଯାଦୁକର ଓସ୍ତାଦ୍‌ ବିସ୍‌ମିଲ୍ଲା ଖାଁଙ୍କର ୨୦୦୬ ଅଗଷ୍ଟ ୨୧ରେ ପରଲୋକ ଘଟିଥିଲା । ସାହାନାଇ ତାଙ୍କର ଅତି ପ୍ରିୟଥିଲା। ତାକୁ ନିଜ ପାଖରୁ ସେ କେବେ ଅଲଗା କରୁ ନ ଥିଲେ। ସାହାନାଇକୁ ସେ ନିଜର ଦ୍ୱିତୀୟ ପ୍ରିୟତମା ବୋଲି କହୁଥିଲେ। ବିସମିଲ୍ଲାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ସାହାନାଇ ହିଁ ତାଙ୍କର ସାହାରା ଥିଲା। ତାଙ୍କ ପାର୍ଥିବ ଶରୀର ସହିତ ସାହାନାଇକୁ କବର ଦେବା ପାଇଁ ସେ ଅନେକ ପୂର୍ବରୁ କହିଥିଲେ। ତେଣୁ ତାଙ୍କ ସହିତ ଦ୍ୱିତୀୟ ପ୍ରିୟତମା ସାହାନାଇକୁ ମଧ୍ୟ କବର ଦିଆଯାଇଥିଲା। ବିସ୍‌ମିଲ୍ଲା ଖଁା ୧୯୧୬ ମାର୍ଚ୍ଚ ୧ରେ ବିହାରର ଡୁମରାଓରେ ଜନ୍ମଗ୍ରହଣ କରିଥିଲେ। ୬ ବର୍ଷ ବୟସରେ ସେ ବାରାଣସୀ ଆସିଥିଲେ। ସେଠାରେ ତାଙ୍କର ସଙ୍ଗୀତ ଶିକ୍ଷା ଆରମ୍ଭ ହୋଇଥିଲା। ବିସ୍‌ମିଲ୍ଲା ତାଙ୍କ ଚାଚା ଅଲୀ ବକ୍ସ୍‌ ବିଲାୟତୁଙ୍କଠାରୁ ସାହାନାଇ ବଜାଇବା ଶିକ୍ଷା ଆରମ୍ଭ କରିଥିଲେ। ଏକାନ୍ତରେ ଗଙ୍ଗାକୂଳରେ ବସି ସାହାନାଇ ବଜାଇବାରେ ସେ ଘଣ୍ଟା ଘଣ୍ଟା ବିତାଇ ଦେଉଥିଲେ। ଗଙ୍ଗା ନଦୀ ପ୍ରତି ତାଙ୍କର ଶ୍ରଦ୍ଧା ଥିଲା। ଗଙ୍ଗାଜଳ ସ୍ପର୍ଶ କରି ତାଙ୍କର ସମସ୍ତ ଦୁଃଖ ଦୂର ହୋଇଯାଉଥିବା ସେ କହୁଥିଲେ।
୧୯୪୭ରେ ଦେଶ ସ୍ବାଧୀନ ହେବା ପରେ ଲାଲ୍‌ କିଲ୍ଲାରେ ସେ ମଙ୍ଗଳମୟ ସାହାନାଇ ବାଦନ କରିଥିଲେ। ସେ ଅନେକ ଚଳଚ୍ଚିତ୍ରରେ ସାହାନାଇ ବାଦନ କରିଥିଲେ। ସରସ୍ବତୀଙ୍କ ସେ ଉପାସକ ଥିଲେ। ଭାରତ ସରକାର ତାଙ୍କୁ ଭାରତ ରତ୍ନ ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମବିଭୁଷଣ ଆଦି ସମ୍ମାନରେ ସମ୍ମାନୀତ କରିଥିଲେ। ସେ କହୁଥିଲେ ସଙ୍ଗୀତ ଏକ ଶିକ୍ଷା ନୁହେଁ ଏହା ଏକ ଜୀବନ ସଦୃଶ।

All Right Reserved By

ଫୁରସତ |

ସମୁଦ୍ରରେ ଶୋଇ ପଢିପାରିବେ ଖବର କାଗଜ

ସମୁଦ୍ରରେ ଶୋଇ ପଢିପାରିବେ ଖବର କାଗଜ

ଇସ୍ରାଏଲର ‘ଡେଡ୍‌ ସି’ ବା ମୃତ ସାଗର ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ। ଖୁବ୍‌କମ୍‌ ସ୍ଥାନରେ ବ୍ୟାପ୍ତ ହୋଇଥିବା ଏହି ସମୁଦ୍ରର ବୈଚିତ୍ର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

ଲମ୍ବା ପୋଷାକ ପିନ୍ଧିବା ମନା

ଲମ୍ବା ପୋଷାକ ପିନ୍ଧିବା ମନା

ସଧାରଣତଃ ମୁସଲମାନ୍‌ ମହିଳାମାନେ ଅଧିକାଂଶ ସମୟରେ ଲମ୍ବା ପୋଷାକ ପିନ୍ଧିବାର ଦେଖାଯାଇଥାଏ। ହେଲେ ଚାଇନାରେ ଏହା ସମ୍ପୂର୍ଣ୍ଣ ଭିନ୍ନ। ଚାଇନାର ଶିନଜିଆଙ୍ଗ ଅଞ୍ଚଳରେ ରହୁଥିବା ମୁସଲମାନ ମହିଳାଙ୍କ ପାଇଁ ରହିଛି କିଛି ଭିନ୍ନ ନିୟମ।

ପର୍ନ ଷ୍ଟାରଙ୍କ ପ୍ରେମରେ ଯୁବପିଢି

ପର୍ନ ଷ୍ଟାରଙ୍କ ପ୍ରେମରେ ଯୁବପିଢି

ଓ୍ବାରଶ: ପୋଲାଣ୍ଡର ନାମୀଦାମୀ ପର୍ନଷ୍ଟାର ନାଟାଲିଆ ଷ୍ଟାର ଏବେ ସମସ୍ତଙ୍କ ମୁଣ୍ଡ ବିଗାଡିଛନ୍ତି। ତାଙ୍କ ସୌନ୍ଦର୍ଯ୍ୟ ଦେଖି ଏବେ ପାଗଳ ଯୁବପିଢି। ୨୦୧୮ର ଟପ୍‌ ପର୍ନଷ୍ଟାର ତାଲିକାରେ ନାଟାଲିଆ ସ୍ଥାନ ପାଇଛନ୍ତି।

ସ୍ମାର୍ଟ ରୋବୋ

ସ୍ମାର୍ଟ ରୋବୋ

ଆପଣ କୌଣସି ସମସ୍ୟାକୁ ନେଇ ଚିନ୍ତିତ କି ? ଏହାକୁ କିପରି ସମାଧାନ କରିବେ ବାଟ ପାଉ ନାହାନ୍ତି? ତେବେ ଏ ନେଇ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କାରଣ ଏପରି କ୍ଷେତ୍ରରେ ଆପଣଙ୍କୁ ସହଯୋଗର ହାତ ବଢ଼ାଇବ ସ୍ମାର୍ଟ ରୋବୋ। ହେଲେ କିପରି ?

ଓଡ଼ିଶାରେ ଦେଖାଯାଉଥିବା ସାପ

ଓଡ଼ିଶାରେ ଦେଖାଯାଉଥିବା ସାପ

ଓଡ଼ିଶାରେ ସାଧାରଣ ଯେତିକି ସାପ ଦେଖାଯାନ୍ତି ତନ୍ମଧ୍ୟରୁ ନାଗ, ତମ୍ପ, ଚିତି, ରଣା, ଚନ୍ଦନ ବୋଡ଼ା(ରସଲ ଭାଇପର), ଧୂଳିଆ ବୋଡ଼ା(ସ’ ସ୍କେଲ୍‌ଡ ଭାଇପର), ଡାଳୁଆ ବୋଡ଼ା(ବାମ୍ବୋ ପିଟ୍‌ ଭାଇପର), ଅହିରାଜ(କିଙ୍ଗ୍‌ କୋବ୍ରା) ଆଦି ବିଷଧର ଅଟନ୍ତି।

ଫର୍ମାଲିନ ଆତଙ୍କ

ଫର୍ମାଲିନ ଆତଙ୍କ

ଫର୍ମାଲଡିହାଇଡ୍‌ ଏକ ଜୈବିକ ରାସାୟନିକ ଦ୍ରବ୍ୟ ଯାହା ପ୍ରକୃତିରେ ଉପଲବ୍ଧ ଥାଏ। ସର୍ବପ୍ରଥମେ ରୁଷିଆ ବୈଜ୍ଞାନିକ ଆଲେକଜାଣ୍ଡର ବଟଲେର ୧୮୫୯ରେ ଏହାକୁ ଠାବ କରିଥିଲେ। ପରବର୍ତ୍ତୀ ସମୟରେ ଭନ୍‌ ହଫମ୍ୟାନ୍‌ ଏହାକୁ ଚିହ୍ନିତ କରିଥିଲେ। ୪୦ ଭାଗ ଫର୍ମାଲଡିହାଇଡ୍‌ ଜଳରେ ମିଶାଇଲେ ତାହାକୁ ଫର୍ମାଲିନ୍‌ କୁହାଯାଏ।

ମୃତ୍ୟୁର ୧୦ ଦିନ ପରେ ପୁତ୍ର ଜନ୍ମ ଦେଲେ ମହିଳା

ମୃତ୍ୟୁର ୧୦ ଦିନ ପରେ ପୁତ୍ର ଜନ୍ମ ଦେଲେ ମହିଳା

ମୃତ୍ୟୁର ୧୦ ଦିନ ପରେ ଜଣେ ମହିଳା ଶିଶୁପୁତ୍ର ଜନ୍ମ କରିଛନ୍ତି। ଆଫ୍ରିକାର ଭ୍ମାସୀ ଗାଁରେ ଘଟିଛି ଏପରି ଏକ ଘଟଣା। ୩୩ ବର୍ଷ ବୟସ୍କା ହେଉଛନ୍ତି ନୋମବେଲିସୋ ନୋମାସନ୍ତୋ ଦ୍ମୋୟୀ।

ପୁରୁଣା ବହି ବଜାର

ପୁରୁଣା ବହି ବଜାର

ବିଦ୍ୟାର୍ଥୀଙ୍କ ଇଏ ହେଉଛି ପ୍ରିୟ ବଜାର। ଏଠାରେ ପାଠପଢ଼ା ହେଉ ବା ଚାକିରି ସମ୍ପର୍କିତ ଯେକୌଣସି ବହି ମିଳେ। ପୂରା-ଅଧାଦାମରେ। ବିଶେଷକରି ଗରିବ ଓ ମଧ୍ୟବିତ୍ତ ପରିବାରର ବିଦ୍ୟାର୍ଥୀମାନେ ବେଶୀ ନିର୍ଭର କରନ୍ତି ଏହି ବଜାର ଉପରେ। ଇଏ ହେଲା ଭୁବନେଶ୍ୱରର ପୁରୁଣା ବହି ବଜାର।

ପ୍ରଥମ ରୋଜଗାର: ପ୍ରଥମ ଦରମା ରୋଗୀଙ୍କୁ ଦାନ କରିଥିଲି -ଡା. ଶଙ୍କର ରାମଚନ୍ଦାନୀ

ପ୍ରଥମ ରୋଜଗାର: ପ୍ରଥମ ଦରମା ରୋଗୀଙ୍କୁ ଦାନ କରିଥିଲି -ଡା. ଶଙ୍କର ରାମଚନ୍ଦାନୀ

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନରେ ସିନିୟର ରେସିଡେନ୍ସ (ମେଡିସିନ) ଭାବେ କାର୍ଯ୍ୟରତ ଡା. ଶଙ୍କର ରାମଚନ୍ଦାନୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଜାଣନ୍ତୁ କ’ଣ କୁହେ ଆପଣଙ୍କ ବସିବାର ଶୈଳୀ

ଜାଣନ୍ତୁ କ’ଣ କୁହେ ଆପଣଙ୍କ ବସିବାର ଶୈଳୀ

ମଣିଷର ଚାଲିଚଳନ, ବ୍ୟବହାରରୁ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ବିଷୟରେ ଅନେକ କଥା ଜାଣିହୁଏ। ତେବେ ମନୋବିଜ୍ଞାନୀଙ୍କ ଅନୁଯାୟୀ ଆପଣଙ୍କ ବସିବାର ଶୈଳୀରୁ ମଧ୍ୟ ଜାଣିହେବ ଆପଣ କେଉଁ ପ୍ରକାରର ବ୍ୟକ୍ତି।

କୁକୁରଙ୍କ ପାଇଁ ମହଲ

କୁକୁରଙ୍କ ପାଇଁ ମହଲ

ଅନେକ କୁକୁର ପ୍ରେମୀ ଅଛନ୍ତି ଯେଉଁମାନେ ନିଜ ପୋଷା କୁକୁରଙ୍କ ଆରାମ ଏବଂ ସୁବିଧା ସୁଯୋଗ ପାଇଁ ବେଶ୍‌ ଯତ୍ନବାନ ଥା’ନ୍ତି। କିନ୍ତୁ ପୃଥିବୀରେ ଏଭଳି ମଧ୍ୟ କିଛି କୁକରପ୍ରେମୀ ଅଛନ୍ତି ଯେଉଁମାନେ ନିଜ ପୋଷା କୁକୁରଙ୍କ ପାଇଁ ନିର୍ମାଣ କରିଛନ୍ତି ବିଳାସପୂର୍ଣ୍ଣ ମହଲ।

ପାର୍କ ନୁହେଁ ଇଏ ଘର

ପାର୍କ ନୁହେଁ ଇଏ ଘର

ଛୋଟ ପିଲାଙ୍କୁ ସ୍ଲାଇଡ୍‌ ବା ଖସଡ଼ାରେ ଖସିବାକୁ କେତେ ଭଲ ଲାଗେ ତାହା ସମସ୍ତେ ଜାଣନ୍ତି। ସେଥିପାଇଁ ତ ସବୁ ପାର୍କରେ ଥାଏ ସ୍ଲାଇଡ୍‌। ତେବେ ଜାପାନର ଷ୍ଟୁଡିଓ ଲେଭଲ୍‌ ଆର୍କିଟେକ୍ଟ ଏମିତି ଏକ ତିନି ମହଲା ଘର ତିଆରି କରିଛନ୍ତି, ଯେଉଁ ଘରକୁ ଦେଖିଲେ ସମସ୍ତଙ୍କ ପିଲାଦିନ କଥା ମନେ ପଡ଼ିଯିବ।

Model This Week

ରୂପେଶ