ଫୁରସତ |

କମିଲାଙ୍କୁ ନେଇ ଦୁଃଖୀ ରହୁଥିଲେ ଡାଏନା

କମିଲାଙ୍କୁ ନେଇ ଦୁଃଖୀ ରହୁଥିଲେ ଡାଏନା

ଲଣ୍ଡନ:ପ୍ରିସେନ୍ସ ଡାଏନାଙ୍କ ମୃତ୍ୟୁକୁ ଇତିମଧ୍ୟରେ ୨୦ ବର୍ଷ ବିତି ଗଲାଣି। କିନ୍ତୁ ତାଙ୍କ ଜୀବନକୁ ନେଇ ଚର୍ଚ୍ଚା ଏବେ ମଧ୍ୟ ଜାରି ରହିଛି। ୧୯୮୧ ଫେବୃୟାରୀ ୨୪ରେ ପ୍ରିନ୍ସ୍‌ ଚାର୍ଲସ୍‌ଙ୍କ ସହିତ ତାଙ୍କର ନିର୍ବନ୍ଧ ହୋଇଥିଲା। ତାଙ୍କ ନିର୍ବନ୍ଧ ମୁଦିର ମୂଲ୍ୟ ୩୦ ହଜାର ପାଉଣ୍ଡ ଥିଲା। ଏଥିରେ ନୀଳା ସହିତ ୧୪ ହୀରା ରହିଥିଲା। ସେହିବର୍ଷ ଜୁଲାଇ ୧୯ରେ ତାଙ୍କ ବିବାହ ହୋଇଥିଲା। ବିବାହର କିଛି ସପ୍ତାହ ମଧ୍ୟରେ ଡାଏନା ଚାର୍ଲସ୍‌ଙ୍କ ପ୍ରେମିକା କମିଲାଙ୍କ ସମ୍ପର୍କରେ ଜାଣିଥିଲେ। ସେ ହାତ କାଟି ଆତ୍ମହତ୍ୟା କରିବାର ଉଦ୍ୟମ କରିଥିଲେ ବୋଲି ତାଙ୍କ ଜୀବନୀ ପୁସ୍ତକରେ କୁହାଯାଇଛି। ବିବାହର ଏକ ବର୍ଷ ମଧ୍ୟରେ ପ୍ରିନ୍ସ୍‌ ଓ୍ବିଲିୟମ୍‌ଙ୍କୁ ସେ ଜନ୍ମ ଦେଇଥିଲେ। ପରେ ପ୍ରିନ୍ସ୍‌ ହ୍ୟାରୀଙ୍କ ଜନ୍ମ ହୋଇଥିଲା। ପାରିବାରିକ ଜୀବନରୁ ଉଦାସ ରହିବା ପରେ ଡାଏନା ସମାଜ ସେବାରେ ମନ ବଲାଇଥିଲେ।

All Right Reserved By

ଫୁରସତ |

ପକେଟରେ ରଖିହେବ କିବୋର୍ଡ

ପକେଟରେ ରଖିହେବ କିବୋର୍ଡ

ସିଓଲ୍‌: ବୈଜ୍ଞାନିକମାନେ ସ୍ବଳ୍ପ ବ୍ୟୟସାପେକ୍ଷ ଏକ ନମନୀୟ କିବୋର୍ଡ ବିକାଶ କରିଛନ୍ତି। ଏହାକୁ ସଙ୍କୁଚିତ କରି ପକେଟରେ ବହନକରି ହେବ। ଏହାଦ୍ୱାରା କିବୋର୍ଡଟି ଭାଙ୍ଗିଯିବ ନାହିଁ। ପୋର୍ଟେବୁଲ୍‌ କିବୋର୍ଡ ବର୍ତ୍ତମାନ ବଜାରରେ ମିଳୁଥିଲେ ହେଁ ସେଗୁଡିକର ନମନୀୟତା ଗୁଣ ଖୁବ୍‌ କମ୍‌। ସେଗୁଡ଼ିକ ଯେଉଁ ଆକୃତିର ସେହି ଆକୃତିରେ ପରିବହନ କରାଯାଇ ପାରିବ।

ପୁରାତନ ସମାଧିରୁ ମିଳିଲା ବିଲୁପ୍ତପ୍ରାୟ ଗିବନ୍‌ର କଙ୍କାଳ

ପୁରାତନ ସମାଧିରୁ ମିଳିଲା ବିଲୁପ୍ତପ୍ରାୟ ଗିବନ୍‌ର କଙ୍କାଳ

ଲଣ୍ଡନ: ଚାଇନାର ଏକ ସମାଧିରୁ ଗବେଷକମାନେ ବିଲୁପ୍ତପ୍ରାୟ ଏକ ଗିବନ୍‌ (ଦକ୍ଷିଣ-ପୂର୍ବ ଏସିଆର ଲମ୍ବାହାତ ବିଶିଷ୍ଟ ମାଙ୍କଡ)ର କଙ୍କାଳ ଠାବ କରିଛନ୍ତି। ଆଧୁନିକ ଶାଙ୍କ୍‌ଜି ଚାଇନା ଅନ୍ତର୍ଗତ ଚାଙ୍ଗ୍‌ଆନ୍‌ ନଗରୀରେ ଥିବା ପାଖାପାଖି ୨୨୦୦ରୁ ୨୩୦୦ବର୍ଷ ତଳର ଏକ ସମାଧି ମଧ୍ୟରୁ ଏହି ମାଙ୍କଡର କଙ୍କାଳ ଆବିଷ୍କାର କରାଯାଇଛି। ଲମ୍ବାହାତ ବିଶିଷ୍ଟ ପାତିମାଙ୍କଡ ଲୋପ ପାଇବାର ଏହା ହେଉଛି ଏକ ପ୍ରାମାଣିକ ତଥ୍ୟ।

ବାପା ହେବାପାଇଁ କନଷ୍ଟେବଳ ମାଗିଲେ ଛୁଟି

ବାପା ହେବାପାଇଁ କନଷ୍ଟେବଳ ମାଗିଲେ ଛୁଟି

ସରକାରୀ ଅବା ବେସରକାରୀ ସଂସ୍ଥାରେ କାମ କରୁଥିବା ଲୋକେ କୌଣସି ଜରୁରୀ କାମ ଥିଲେ କାର୍ଯ୍ୟାଳୟରେ ଛୁଟି ଆବେଦନ କରିଥାଆନ୍ତି। କେବେ ନିଜର ଦେହ ଖରାପ, ଦୂରସ୍ଥାନକୁ ଯାତ୍ରା କରିବାକୁ ହେଉ ଅବା ବିବାହ ଉତ୍ସବରେ ଯୋଗଦେବା ପାଇଁ ସାଧାରଣତଃ ଛୁଟି ଆବେଦନ କରାଯାଇଥାଏ।

ବର୍ଷା ହେଲେ ବଦଳେ ନଦୀର ରଙ୍ଗ

ବର୍ଷା ହେଲେ ବଦଳେ ନଦୀର ରଙ୍ଗ

କଲମ୍ବିଆରେ ଥିବା କେନୋ କ୍ରିଷ୍ଟାଲ ନଦୀ। ପର୍ଯ୍ୟଟକଙ୍କ ଲାଗି ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ। କାରଣ ଏହି ନଦୀର ପାଣି ୫ଟି ରଙ୍ଗର। ବର୍ଷର ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଏହି ନଦୀର ପାଣି ୫ଟି ରଙ୍ଗରେ ପରିବର୍ତ୍ତନ ହୋଇଥାଏ।

ଘରକୁ କିନ୍ନର ଆସିଲେ ନିଶ୍ଚୟ କହିବେ ଏହି କଥା

ଘରକୁ କିନ୍ନର ଆସିଲେ ନିଶ୍ଚୟ କହିବେ ଏହି କଥା

କୁହାଯାଏ କିନ୍ନରଙ୍କୁ ସନ୍ତୁଷ୍ଟ କଲେ ସେମାନେ ଯାହା ଆଶୀର୍ବାଦ କରନ୍ତି ତାହା ପ୍ରାପ୍ତ ହୋଇଥାଏ। ବେଳେବେଳେ କେତେକେ କିନ୍ନରଙ୍କୁ ଦାନ ଦେବାକୁ ଅରାଜି ହୋଇଥାଆନ୍ତି। ହେଲେ କିନ୍ନର ଆପଣାଛାଏଁ କାହା ଘରେ ଯଦି ପହଞ୍ଚିଥାଆନ୍ତି ତେବେ ତାହାକୁ ଶୁଭ ବୋଲି କୁହାଯାଏ।

ଏମିତି ଅଣ୍ଡା ଯାହା ଗୋଟିଏ ରାତିରେ କରିବ କୋଟିପତି

ଏମିତି ଅଣ୍ଡା ଯାହା ଗୋଟିଏ ରାତିରେ କରିବ କୋଟିପତି

ପୃଥିବୀରେ ଅଛନ୍ତି କୋଟି କୋଟି ଜୀବ । ଏମାନଙ୍କ ମଧ୍ୟରୁ ଅନେକେ ମଣିଷ ସମାଜ ପାଇଁ ହୋଇଥାଆନ୍ତି ଲାଭଦାୟକ। ତେବେ ଏଭଳି ଜୀବ ମଧ୍ୟରୁ ଝିଟିପିଟି ଅନ୍ୟତମ। ଏମାନଙ୍କର ମଧ୍ୟ ରହିଛି ପ୍ରକାର ଭେଦ। ତେବେ ଏହି ଝିଟିପିଟିର ଅଣ୍ଡା ମଣିଷକୁ କରିଦେଇପାରେ କୋଟିପତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କାରଣ ଗିକୋ ପ୍ରଜାତିର ଝିଟିପିଟି ଯେଉଁ ଅଣ୍ଡା ଦେଇଥାଏ ତାହା ବହୁ ମୂଲ୍ୟବାନ୍‌।

ସନ୍ଧ୍ୟାରେ ଶୋଇଲେ କ’ଣ ହୁଏ

ସନ୍ଧ୍ୟାରେ ଶୋଇଲେ କ’ଣ ହୁଏ

ସନ୍ଧ୍ୟା ସମୟରେ ଶୋଇଲେ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ ନକାରାତ୍ମକ ପ୍ରଭାବ। କାରଣ ଏହାଦ୍ୱାରା ଶରୀରର ମେଟାବୋଲିକ ପ୍ରକିୟା ବାଧା ପାଇଥାଏ ବୋଲି ଆମେରିକା ମିସିଗାନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

ଲିଟରେ ରକ୍ତର ଦାମ ୧୦ ଲକ୍ଷ

ଲିଟରେ ରକ୍ତର ଦାମ ୧୦ ଲକ୍ଷ

ଓ୍ବାଶିଂଟନ: ରକ୍ତର ରଙ୍ଗ ସାଧାରଣତଃ ଲାଲ। ହେଲେ ଏଭଳି ଏକ ପ୍ରଜାତିର କଙ୍କଡା ଅଛନ୍ତି ଯାହାଙ୍କ ରକ୍ତର ରଙ୍ଗ ନୀଳ। ଆଉ ଏହି ନୀଳ ରକ୍ତ ମଣିଷ ପାଇଁ ଅମୃତ ସମାନ ବୋଲି ଆମେରିକାର ବିଶେଷଜ୍ଞମାନେ କହିଛନ୍ତି।

ପ୍ରେମ ବିବାହର ସୂଚନା ମିଳେ ଜନ୍ମ ତାରିଖରୁ

ପ୍ରେମ ବିବାହର ସୂଚନା ମିଳେ ଜନ୍ମ ତାରିଖରୁ

ଯୁବବର୍ଗଙ୍କ ମଧ୍ୟରେ ବିବାହ ନେଇ ରହିଥାଏ ଆଗ୍ରହ। ବିବାହ ଆରେଞ୍ଜ ହେବ ନା ପ୍ରେମ ବିବାହ ହେବ ସେନେଇ ରହିଥାଏ ଉତ୍ସୁକତା। ତେବେ ଜନ୍ମ ତାରିଖରୁ ପ୍ରେମ ବିବାହ ସମ୍ପର୍କରେ ମିଳେ ସୂଚନା।

ବୁଝନ୍ତୁ ସଫଳତାର ପ୍ରକୃତ ଅର୍ଥ...

ବୁଝନ୍ତୁ ସଫଳତାର ପ୍ରକୃତ ଅର୍ଥ...

ସଫଳତାର ପ୍ରକୃତ ଅର୍ଥ ନୁହେଁ ଆବଶ୍ୟକତାଠାରୁ ଅର୍ଥ ଜମା କରିବା କିମ୍ବା ବଡ ବଡ ବଙ୍ଗଳା ଓ ଗାଡ଼ି କିଣିବା । ସଫଳତାର ଅର୍ଥ ହେଉଛି ପ୍ରତିଦିନ ନିଜ ଲାଗି ଜଣେ ଯେଉଁ ଲକ୍ଷ୍ୟ ସ୍ଥିର କରିଛନ୍ତି ତାହା ହାସଲ ପାଇଁ ପ୍ରୟାସ ଜାରି ରଖିବା ।

ସ୍ମରଣ ଶକ୍ତିକୁ ପ୍ରଭାବିତ କରେ ପାଠପଢ଼ା ଚାପ

ସ୍ମରଣ ଶକ୍ତିକୁ ପ୍ରଭାବିତ କରେ ପାଠପଢ଼ା ଚାପ

ପିଲାଙ୍କ ସ୍ମରଣ ଶକ୍ତି ହ୍ରାସ ପଛରେ ଅଭିଭାବକ ହିଁ ଦାୟୀ ଥାଆନ୍ତି। ପିଲାଟି ଉପରେ ଷ୍ଟଡିପେସର୍‌ ବା ପାଠପଢ଼ା ଚାପ ବଢ଼ାଇବାରେ ସେମାନଙ୍କର ଥାଏ ମୁଖ୍ୟ ଭୂମିକା।

କୁପ୍ରଭାବ ଜାଣି ପ୍ଲାଷ୍ଟିକ୍‌ ବ୍ୟବହାର କରନ୍ତି ଲୋକେ

କୁପ୍ରଭାବ ଜାଣି ପ୍ଲାଷ୍ଟିକ୍‌ ବ୍ୟବହାର କରନ୍ତି ଲୋକେ

ନୂଆଦିଲ୍ଲୀ: ପରିବେଶ ଉପରେ ପ୍ଲାଷ୍ଟିକ୍‌ର ହାନିକାରକ ପ୍ରଭାବ ବିଷୟରେ ଅଧିକାଂଶ ଲୋକ ଅବଗତ। ଏହାସତ୍ତ୍ୱେ ସେମାନେ ପ୍ଲାଷ୍ଟିକ୍‌ର ବ୍ୟବହାର କରି ଚାଲିଛନ୍ତି। କାରଣ ଏହାର ଶସ୍ତା ବିକଳ୍ପ ଉପଲବ୍ଧ ନ ଥିବାରୁ ଲୋକେ ପ୍ଲାଷ୍ଟିକ୍‌ ବ୍ୟବହାର ପାଇଁ ବାଧ୍ୟ ହେଉଛନ୍ତି ବୋଲି ସଦ୍ୟ ଏକ ଅଧ୍ୟୟନରୁ ଜଣାପଡ଼ିଛି।

Model This Week

ପ୍ରଭାତ