ଖେଳ |

ଅଷ୍ଟ୍ରେଲିଆନ ଓପନ: ନାଡାଲଙ୍କ ବିଜୟ ଅଭିଯାନ, ଭେନସଙ୍କ ବିପର୍ଯ୍ୟୟ

ଅଷ୍ଟ୍ରେଲିଆନ ଓପନ: ନାଡାଲଙ୍କ ବିଜୟ ଅଭିଯାନ, ଭେନସଙ୍କ ବିପର୍ଯ୍ୟୟ

ମେଲବୋର୍ନ,୧୬ ା୧(ଏ.ଏଫ.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆ ଓପନ ଟେନିସ ଟୁର୍ନାମେଣ୍ଟ ସୋମବାରଠାରୁ ଆରମ୍ଭ ହୋଇଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ ଖେଳାଳିମାନେ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି। ତେବେ ପ୍ରଥମ ଦିନରେ କେତୋଟି ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ବିଶ୍ୱର ଏକ ନମ୍ବର ଖେଳାଳି ସ୍ପେନର ରାଫେଲ ନାଡ଼ାଲ ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଛନ୍ତି। ସେ ଭିକ୍ଟର ଏଷ୍ଟ୍ରେଲା ବର୍ଗୋସଙ୍କୁ ୬-୧, ୬-୧, ୬-୧ ସେଟ୍‌ରେ ଅତି ସହଜରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ସେହିପରି ଅନ୍ୟ ଏକ ସିଙ୍ଗଲ୍ସ ମ୍ୟାଚରେ ଫ୍ରାନ୍ସର ଜୋ ଓ୍ବିଲଫ୍ରେଡ ସୋଙ୍ଗା ୬-୪, ୬-୪, ୬-୧ ସେଟରେ ଆମେରିକାର ଭେନିଆ କିଙ୍ଗଙ୍କୁ ହରାଇ ଅଭିଯାନ ଆରମ୍ଭ କରିଛନ୍ତି। କ୍ରୋଏସିଆର ମାରିନ ସିଲିକ ୬-୨, ୬-୨, ୪-୬, ୭-୬ ସେଟରେ କାନାଡାର ଭାସେକ ପସ୍ପିସିଲଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସ୍ପେନ ଡେଭିଡ ଫେରର ୭-୫, ୬-୭, ୬-୨, ୬-୭, ୬-୨ ମାରାଥନ ସେଟରେ ରୁଷିଆର ଆଣ୍ଡ୍ରି ରୁବଲେଭଙ୍କଠାରୁ ପରାସ୍ତ ହୋଇଛନ୍ତି। ଅପରପକ୍ଷରେ ମହିଳା ସିଙ୍ଗଲ୍ସରେ ପଞ୍ଚମ ସିଡ ମାନ୍ୟତା ପାଇଥିବା ଭେନସ ପ୍ରଥମ ରାଉଣ୍ଡ ମ୍ୟାଚରେ ପରାସ୍ତ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ସେ ସୁଇଜରଲାଣ୍ଡର ବେଲିଣ୍ଡା ବେନସିକଙ୍କଠାରୁ ୬-୩, ୭-୫ ସେଟ୍‌ରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ସେହିପରି ଦ୍ୱିତୀୟ ସିଡ ମାନ୍ୟତା ପାଇଥିବା ଡେନମାର୍କର କାରୋଲିନ ଓଜ୍ନିଆକି ୬-୨,୬-୩ ସେଟରେ ରୋମାନିଆର ମିହାଇଲା ବୁଜାରନେସ୍କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛନ୍ତି।

All Right Reserved By

Model This Week

ସନ୍ତୋଷ

ଖେଳ |

ଡାଇମଣ୍ଡ ଲିଗ୍‌: ନିରଜଙ୍କୁ ୬ଷ୍ଠ ସ୍ଥାନ

ଡାଇମଣ୍ଡ ଲିଗ୍‌: ନିରଜଙ୍କୁ ୬ଷ୍ଠ ସ୍ଥାନ

ୟୁଜିନ(ୟୁଏସ୍‌ଏ),୨୬।୫(ପି.ଟି.)- ଭାରତର ଜାଭେଲିନ ଥ୍ରୋୟର ନିରଜ ଚୋପ୍ରା ଏଠାରେ ଚାଲିଥିବା ଡାଇମଣ୍ଡ ଲିଗ୍‌ର ୩ୟ ଲେଗ୍‌ ସିରିଜ୍‌ରେ ୬ଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି।

ଜାପାନ ଜିତିଲା ଉବର କପ୍‌

ଜାପାନ ଜିତିଲା ଉବର କପ୍‌

ବ୍ୟାଙ୍କକ୍‌,୨୬।୫(ଏଏଫ୍‌ପି) - ଜାପାନ ମହିଳା ଦଳ ଚଳିତ ଉବର କପ୍‌ ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରିଛି। ଉଭୟ ବିଭାଗର ଶୀର୍ଷ ର଼୍ୟାଙ୍କଧାରୀ ଖେଳାଳିଙ୍କୁ ନେଇ ଗଠିତ ଜାପାନ ଦଳ ଦୀର୍ଘ ୩୭ ବର୍ଷର ବ୍ୟବଧାନ ପରେ ଇତିହାସର ପୁନରାବୃତ୍ତି କରିଛି।

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଉତ୍ସର୍ଗ କଲେ ରସିଦ

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଉତ୍ସର୍ଗ କଲେ ରସିଦ

କଲିକତା,୨୬।୫- ନିକଟରେ ଆଫଗାନିସ୍ତାନ କ୍ରିକେଟ ମ୍ୟାଚ୍‌ବେଳେ ଷ୍ଟାଡିୟମ୍‌ରେ ଘଟିଥିବା ବିସ୍ଫୋରଣରେ ୮ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ପାଇଁ ସନରାଇର୍ଜ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ରସିଦ ଖାଁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଉତ୍ସର୍ଗ କରିଛନ୍ତି।

ଏସିଆନ୍‌ ଗେମ୍ସରୁ ବାଦ୍‌ ପଡ଼ିପାରନ୍ତି ବବିତା ଫୋଗତ

ଏସିଆନ୍‌ ଗେମ୍ସରୁ ବାଦ୍‌ ପଡ଼ିପାରନ୍ତି ବବିତା ଫୋଗତ

ନୂଆଦିଲ୍ଲୀ,୨୬।୫- ଜାତୀୟ ରେଶଲିଂ ଶିବିରରେ ଗୀତା, ରିତୁ ଓ ସଙ୍ଗୀତା ଫୋଗତଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ମିଳିଛି। କିନ୍ତୁ ବବିତା ଫୋଗତଙ୍କୁ ବାଦ୍‌ ଦିଆଯାଇଛି। ତାଙ୍କୁ ବିଶୃଙ୍ଖଳା ଆଚରଣ ପାଇଁ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ପକ୍ଷରୁ ବାସନ୍ଦ କରାଯାଇଛି।

ଚଳିତ ଆଇପିଏଲ୍‌ରେ ଇଡେନ ଗାର୍ଡେନ ଶ୍ରେଷ୍ଠ ଗ୍ରାଉଣ୍ଡ

କଲିକତା,୨୬।୫(ପି.ଟି.)- କଲିକତା ନାଇଟ ରାଇଡର୍ସ (କେକେଆର) ଦଳ ଚଳିତ ଆଇପିଏଲ୍‌ରେ ଅଭିଯାନ ଶେଷ କରିସାରିଛି। କିନ୍ତୁ ଏହାର ହୋମ ଭେନ୍ୟୁକୁ ଚଳିତ ଆଇପିଏଲର ଶ୍ରେଷ୍ଠ ଗ୍ରାଉଣ୍ଡ ମାନ୍ୟତା ମିଳିଛି। ଏ ନେଇ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଟୁଇଟରରେ ପ୍ରକାଶ କରି ଗ୍ରାଉଣ୍ଡ ଷ୍ଟାଫ୍‌ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଜାତୀୟ ମହିଳା ହକି ଶିବିରରେ ୬ ଓଡ଼ିଆ

ନୂଆଦିଲ୍ଲୀ,୨୬।୫(ପି.ଟି.)- ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଚଳିତ ମାସ ୨୮ରୁ ଜୁନ ୯ ତାରିଖ ପର୍ଯ୍ୟନ୍ତ ଜାତୀୟ ସିନିୟର ମହିଳା ହକି ଶିବିରରେ ଆୟୋଜନ କରାଯାଉଛି। ଏହି ଶିବିରରେ ଯୋଗ ଦେବା ପାଇଁ ଘୋଷିତ ୪୮ ଜଣ ଖେଳାଳିଙ୍କ ତାଲିକାରେ ୬ ଓଡ଼ିଆଙ୍କ ନାମ ରହିଛି।

‘ଡିଭିଲର୍ସଙ୍କ ଅବସର କ୍ରିକେଟ ପାଇଁ ବୃହତ କ୍ଷତି’

‘ଡିଭିଲର୍ସଙ୍କ ଅବସର କ୍ରିକେଟ ପାଇଁ ବୃହତ କ୍ଷତି’

ନୂଆଦିଲ୍ଲୀ,୨୬।୫- ଆର୍ବାହମ ବେଞ୍ଜାମିନ ଡିଭିଲର୍ସ ଗତ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ତାଙ୍କ ଅବସର କ୍ରିକେଟ ପାଇଁ ଏକ ବଡ଼ କ୍ଷତି ଥିବା କହିଛନ୍ତି ଭାରତୀୟ ଦଳର ପ୍ରାକ୍ତନ କୋଚ୍‌ ଅନୀଲ କୁମ୍ବଲେ।

ଇଂଲଣ୍ଡ ଗସ୍ତରୁ ବାବର ବାଦ୍‌

ଇଂଲଣ୍ଡ ଗସ୍ତରୁ ବାବର ବାଦ୍‌

ଲଣ୍ଡନ,୨୬।୫- ଚଳିତ ଇଂଲଣ୍ଡ ବିପକ୍ଷ ଗସ୍ତରୁ ପାକିସ୍ତାନ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବାବର ଆଜାମ ବାଦ୍‌ ପଡ଼ିଛନ୍ତି। ଲଡର୍‌ସଠାରେ ଚାଲିଥିବା ଟେଷ୍ଟର ୨ୟ ଦିବସରେ ୨୩ ବର୍ଷୀୟ ବ୍ୟାଟ୍ସମ୍ୟାନ ଆହତ ହୋଇଛନ୍ତି।

ତୀରନ୍ଦାଜୀ ବିଶ୍ୱକପ୍‌: ଭାରତକୁ ଡବଲ ପଦକ

ତୀରନ୍ଦାଜୀ ବିଶ୍ୱକପ୍‌: ଭାରତକୁ ଡବଲ ପଦକ

ଆଣ୍ଟାଲ୍ୟା,୨୬।୫(ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ତୀରନ୍ଦାଜୀ ବିଶ୍ୱକପ୍‌ ୨ୟ ପର୍ଯ୍ୟାୟରେ ଭାରତ ଡବଲ ପଦକ ସହ ଅଭିଯାନ ଆରମ୍ଭ କରିଛି। ଭାରତୀୟ ମହିଳା କମ୍ପାଉଣ୍ଡ ଦଳ ରୌପ୍ୟ ପଦକ ଜିତିଥିବା ବେଳେ ଅଭିଷେକ ବର୍ମା ଓ ଜ୍ୟୋତିଙ୍କୁ ନେଇ ଗଠିତ ମିକ୍ସଡ୍‌ ଯୋଡ଼ି ବ୍ରୋଞ୍ଜ ପଦକ ଜିତିଛନ୍ତି।

ପ୍ରାଜନେଶ ବିଫଳ

ପ୍ରାଜନେଶ ବିଫଳ

ପ୍ୟାରିସ,୨୫।୫(ପି.ଟି.)- ଭାରତୀୟ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ପ୍ରାଜନେଶ ଗୁଣେଶ୍ୱରନଙ୍କୁ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମୁଖ୍ୟ ପର୍ଯ୍ୟାୟରେ ଖେଳିବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ। ସେ ଆଗାମୀ ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟର ଅନ୍ତିମ ରାଉଣ୍ଡକୁ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି।

ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି: ଜାତୀୟ ଶିବିରରେ ଯୋଗଦେବେ ୪ ଓଡ଼ିଆ

ନୂଆଦିଲ୍ଲୀ,୨୫।୫(ପି.ଟି.)- ନେଦରଲାଣ୍ଡର ବ୍ରେଡାଠାରେ ହେବାକୁ ଥିବା ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟ ପାଇଁ ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ପ୍ରସ୍ତୁତି ଶିବିର ଆରମ୍ଭ ହେବ। ଆସନ୍ତା ୨୮ ତାରିଖରୁ ହେବାକୁ ଥିବା ଜାତୀୟ ଶିବିରରେ ଯୋଗଦେବା ପାଇଁ ୪୮ ଜଣଙ୍କ ନାମ ପ୍ରକାଶ କରାଯାଇଛି। ଏଥିରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି।

ଓ୍ବେଷ୍ଟ ଇଣ୍ଡିଜ୍‌ ଦଳରେ ଡେଭୋନ ସ୍ମିଥ

ଓ୍ବେଷ୍ଟ ଇଣ୍ଡିଜ୍‌ ଦଳରେ ଡେଭୋନ ସ୍ମିଥ

କିଙ୍ଗ୍‌ଷ୍ଟନ,୨୫।୫- ଦୀର୍ଘ ବର୍ଷର ବ୍ୟବଧାନ ପରେ ବାମହାତୀ ବ୍ୟାଟ୍ସମ୍ୟାନ ଡେଭୋନ ସ୍ମିଥ୍‌ ଜାତୀୟ ଦଳକୁ ଫେରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ୩ଟିକିଆ ଟେଷ୍ଟ ସିରିଜ୍‌ ପାଇଁ ଘୋଷିତ ୧୩ ଜଣିଆ ଓ୍ବେଷ୍ଟଇଣ୍ଡିଜ୍‌ ଦଳରେ ତାଙ୍କୁ ସ୍ଥାନ ମିଳିଛି। ଚଳିତ ଘରୋଇ ଟୁର୍ନାମେଣ୍ଟରେ ଉନ୍ନତ ପ୍ରଦର୍ଶନ କାରଣରୁ ତାଙ୍କ ଜାତୀୟ ଦଳରୁ ଡାକରା ମିଳିଛି।