ଖେଳ |

ଆଇସିସି ବିଶ୍ୱକପ୍‌: କ୍ୱାଲିଫାୟର ଖେଳିବ ଓ୍ବେଷ୍ଟଇଣ୍ଡିଜ

ଆଇସିସି ବିଶ୍ୱକପ୍‌:  କ୍ୱାଲିଫାୟର ଖେଳିବ ଓ୍ବେଷ୍ଟଇଣ୍ଡିଜ

ଦୁବାଇ, ୧୫ା୧ (ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) କ୍ରିକେଟ ବିଶ୍ୱକପ୍‌ ୨୦୧୯ ପାଇଁ ଦୁଇଥର ବିଶ୍ୱ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ଅନ୍ୟ ୯ଟି ଦଳ ସହିତ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଖେଳିବ। ଏଥିରୁ ଦୁଇଟି ଶ୍ରେଷ୍ଠ ଦଳ ମେଗା ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିବେ। ମାର୍ଚ୍ଚ ୪ରୁ ୨୫ ପର୍ଯ୍ୟନ୍ତ ଜିମ୍ବାଓ୍ବେରେ କ୍ୱାଲିଫାୟର୍ସ ଟୁର୍ନାମେଣ୍ଟ ଖେଳାଯିବ। ୨୦୧୭ ସେପ୍ଟେମ୍ବର ୩୦ କଟ୍‌ ଅଫ୍‌ ତାରିଖ ସୁଦ୍ଧା ଆଇସିସି ଅନ୍ତର୍ଜାତୀୟ ଦିନିକିଆ ଟିମ୍‌ ର଼୍ୟାଙ୍କିଙ୍ଗ ଶ୍ରେଷ୍ଠ ୮ଦଳ ମଧ୍ୟରେ ସ୍ଥାନ ନ ପାଇବାରୁ ଆଫଗାନିସ୍ତାନ, ଆୟର୍ଲାଣ୍ଡ ଓ ଜିମ୍ବାଓ୍ବେ ସହିତ ଓ୍ବେଷ୍ଟଇଣ୍ଡିଜକୁ ଯୋଗ୍ୟତା ଅର୍ଜନ ଟୁର୍ନାମେଣ୍ଟ ଖେଳିବାକୁ ବାଧ୍ୟ କରିଛି। କ୍ୱାଲିଫାୟର୍ସରେ ଖେଳିବାକୁ ଥିବା ଅନ୍ୟ ୪ଟି ଦଳ ହେଲେ ହଂକଂ, ନେଦରଲାଣ୍ଡ, ସ୍କଟଲାଣ୍ଡ ଓ ପାପୁଆ ନ୍ୟୁ ଗିନି। ଏହି ୪ଟି ଦଳ ଆଇସିସି ବିଶ୍ୱ କ୍ରିକେଟ ଲିଗ୍‌ ଚାମ୍ପିୟନଶିପ୍‌ରେ ଶ୍ରେଷ୍ଠ ୪ଟି ବିବେଚିତ ହୋଇଥିଲେ। ଅବଶିଷ୍ଟ ଦୁଇଟି ଦଳ ଫେବୃୟାରୀ ୮ରୁ ୧୨ ପର୍ଯ୍ୟନ୍ତ ନାମିବିୟାଠାରେ ଖେଳାଯିବାକୁଥିବା ଆଇସିସି ବିଶ୍ୱ କ୍ରିକେଟ ଲିଗ୍‌ ଡିଭିଜନ ୨ ପ୍ରତିଯୋଗିତାରୁ ନିରୂପିତ ହେବେ। ଆଇସିସି କ୍ରିକେଟ ବିଶ୍ୱକପ୍‌ କ୍ୱାଲିଫାୟର୍ସ ୨୦୧୮ରେ ଅଂଶଗ୍ରହଣ କରିବାକୁଥିବା ୧୦ଟି ଦଳକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଓ୍ବେଷ୍ଟଇଣ୍ଡିଜ, ଆୟର୍ଲାଣ୍ଡ, ପାପୁଆ ନ୍ୟୁ ଗିନି ଏବଂ ଆଇସିସି ବିଶ୍ୱ କ୍ରିକେଟ ଲିଗ୍‌ ଡିଭିଜନ-୨ର ବିଜେତା ଗ୍ରୁପ୍‌ ଏ’ରେ ସ୍ଥାନ ପାଇଛନ୍ତି। ସେହିପରି ଗ୍ରୁପ୍‌ ବି’ରେ ଆଫଗାନିସ୍ତାନ, ଜିମ୍ବାଓ୍ବେ, ସ୍କଟଲାଣ୍ଡ, ହଂକଂ ଓ ଆଇସିସି ବିଶ୍ୱ କ୍ରିକେଟ ଲିଗ୍‌ ଡିଭିଜନ-୨ର ରନର୍ସ ଅପ୍‌ ଦଳକୁ ଅନ୍ତର୍ଭୁକ୍ତ କରାଯାଇଛି। ଗ୍ରୁପ୍‌ରେ ଦଳଗୁଡ଼ିକ ପରସ୍ପର ସହିତ ଖେଳିବେ। ପ୍ରତିଗ୍ରୁପ୍‌ର ଶ୍ରେଷ୍ଠ ୩ଟି ଦଳ ସୁପର ସିକ୍ସ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଏହି ପର୍ଯ୍ୟାୟର ଦୁଇ ଫାଇନାଲିଷ୍ଟ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବେ।

All Right Reserved By

ଖେଳ |

ସ୍ଥିତି ବଦଳାଇବାର ଦକ୍ଷତା ଭାରତର ରହିଛି

ସ୍ଥିତି ବଦଳାଇବାର ଦକ୍ଷତା ଭାରତର ରହିଛି

ଲଣ୍ଡନ, ୧୫।୮(ପି.ଟି.)- ପ୍ରଥମ ଦୁଇଟି ମ୍ୟାଚ୍‌ ହାରି ଭାରତୀୟ ଦଳ ଦୁର୍ବଳ ହୋଇଯାଇଥାଇପାରେ। କିନ୍ତୁ ଇଂଲଣ୍ଡ ୫-୦ରେ ସିରିଜ କ୍ଲିନ ସୁଇପ୍‌ କରିବା କହିବା ଏବେଠୁ ଠିକ୍‌ ନୁହେଁ ବୋଲି ଦଳର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ଜନ୍ନୀ ବେୟାରଷ୍ଟୋ କହିଛନ୍ତି। 

ପରାଜୟ ସହ ବେଙ୍ଗାଲୁରୁର ସ୍ପେନ ଗସ୍ତ ଶେଷ

ପରାଜୟ ସହ ବେଙ୍ଗାଲୁରୁର ସ୍ପେନ ଗସ୍ତ ଶେଷ

ବାର୍ସିଲୋନା, ୧୫।୮(ପି.ଟି.)- ବାର୍ସିଲୋନା ‘ବି’ ଦଳଠାରୁ ପରାଜୟବରଣ କରିବା ସହ ବେଙ୍ଗାଲୁରୁ ଦଳ ତା’ର ସ୍ପେନ ଗସ୍ତ ସମାପ୍ତ କରିଛି। ସ୍ଥାନୀୟ ମିନି ଏଷ୍ଟାଡି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ରେ ବାର୍ସିଲୋନା ‘ବି’ ଦଳ ୩-୦ ଗୋଲରେ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା।

ଅବସର ଘୋଷଣା କଲେ ଫର୍ନାଣ୍ଡୋ

ଅବସର ଘୋଷଣା କଲେ ଫର୍ନାଣ୍ଡୋ

ମାଡ୍ରିଡ୍‌, ୧୫।୮- ଦୁଇଥର ବିଶ୍ୱ ଚାମ୍ପିୟନ ସ୍ପାନିଶ ଡ୍ରାଇଭର ଫର୍ନାଣ୍ଡୋ ଆଲୋନସୋ ଫର୍ମୁଲା-୧ରୁ ଅବସର ଘୋଷଣା କରିଛନ୍ତି। ଚଳିତ ସିଜନ ସମାପ୍ତ ପରେ ସେ ଫର୍ମୁଲା-୧ରୁ ସନ୍ନ୍ୟାସ ନେବେ ବୋଲି ବୁଧବାର ଘୋଷଣା କରିଛନ୍ତି। 

ଆର୍ଜେଣ୍ଟିନା ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବେନି ମେସି

ଆର୍ଜେଣ୍ଟିନା ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବେନି ମେସି

ବୁଏନ୍ସ ଏରିସ୍‌, ୧୫।୮(ଏଏଫ୍‌ପି)- ଅଧିନାୟକ ଲିଓନେଲ ମେସି ଆର୍ଜେଣ୍ଟିନାର ଆଗାମୀ ୪ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଦୁଇଥର ବିଶ୍ୱବିଜେତା ଆର୍ଜେଣ୍ଟିନା ସେପ୍ଟେମ୍ବର ୭ରେ ଗୁଏତ୍‌ମାଳ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍‌ ଲସ୍‌ ଆଞ୍ଜେଲ୍ସଠାରେ ଖେଳାଯିବ। 

ଇଣ୍ଡିଆ ବ୍ଲୁ’କୁ ହରାଇଲା ଇଣ୍ଡିଆ ଗ୍ରୀନ୍‌

ଇଣ୍ଡିଆ ବ୍ଲୁ’କୁ ହରାଇଲା ଇଣ୍ଡିଆ ଗ୍ରୀନ୍‌

ବେଙ୍ଗାଲୁରୁ, ୧୫।୮- ସ୍ଥାନୀୟ କର୍ନାଟକ ଷ୍ଟେଟ୍‌ କ୍ରିକେଟ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିର ଏକ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଇଣ୍ଡିଆ ଗ୍ରୀନ୍‌ ଭିଜେଡି ପଦ୍ଧତିରେ ୭ ଉଇକେଟ୍‌ରେ ଇଣ୍ଡିଆ ବ୍ଲୁ’କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି।

କ୍ରୋଏସିଆ ବିଶ୍ୱକପ୍‌ ହିରୋ ମଣ୍ଡଜୁକିକ୍‌ଙ୍କ ଅବସର

କ୍ରୋଏସିଆ ବିଶ୍ୱକପ୍‌ ହିରୋ ମଣ୍ଡଜୁକିକ୍‌ଙ୍କ ଅବସର

ପ୍ୟାରିସ, ୧୫।୮(ଏଏଫପି)- କ୍ରୋଏସିଆ ବିଶ୍ୱକପ୍‌ ହିରୋ ତଥା ଷ୍ଟାର୍‌ ଷ୍ଟ୍ରାଇକର ମାରିଓ ମଣ୍ଡଜୁକିକ୍‌ ଅନ୍ତର୍ଜାତୀୟ ଫୁଟ୍‌ବଲରୁ ଅବସର ଘୋଷଣା କରିଛନ୍ତି। ମଣ୍ଡଜୁକିକ୍‌ଙ୍କ ଅବସର ନେଇ କ୍ରୋଏସିଆ ଫୁଟ୍‌ବଲ ଫେଡେରେଶନ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ୩୨ ବର୍ଷୀୟ ମଣ୍ଡଜୁକିକ୍‌ଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ କ୍ରୋଏସିଆ ଗତମାସରେ ରୁଷିଆରେ ଶେଷ ହୋଇଥିବା ଫିଫା ବିଶ୍ୱକପ୍‌ ଫାଇନାଲକୁ ପ୍ରଥମଥର ଲାଗି ପ୍ରବେଶ କରିଥିଲା। 

ଗ୍ୟାରୀ ଷ୍ଟିଡ୍‌ ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ନୂଆ ପ୍ରଶିକ୍ଷକ

ଗ୍ୟାରୀ ଷ୍ଟିଡ୍‌ ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ନୂଆ ପ୍ରଶିକ୍ଷକ

ଓ୍ବେଲିଂଟନ, ୧୫।୮(ଏଏଫ୍‌ପି)- ପ୍ରାକ୍ତନ ଟେଷ୍ଟ ବ୍ୟାଟ୍ସମ୍ୟାନ ଗ୍ୟାରୀ ଷ୍ଟିଡ୍‌ଙ୍କୁ ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌) ଜାତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ବୁଧବାର ନିଯୁକ୍ତ କରିଛି। ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ୪୬ ବର୍ଷୀୟ ଷ୍ଟିଡ୍‌ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ରହିବେ। 

ଫେଡେରରଙ୍କ ସହଜ ବିଜୟ

ଫେଡେରରଙ୍କ ସହଜ ବିଜୟ

ସିନ୍‌ସିନ୍ନାଟି, ୧୫।୮(ଏଏଫ୍‌ପି)- ବର୍ଷର ଅନ୍ତିମ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ପୂର୍ବରୁ ତାରକା ଟେନିସ ଖେଳାଳି ରୋଜର ଫେଡେରର ଭଲ ପ୍ରସ୍ତୁତି ଆରମ୍ଭ କରିଛି। ଏଠାରେ ଚାଲିଥିବା ଏଟିପି ସିନ୍‌ସିନ୍ନାଟି ମାଷ୍ଟର୍ସ ପ୍ରତିଯୋଗିତାରେ ସୁଇଜରଲାଣ୍ଡ ଖେଳାଳି ଫେଡେରର ୬-୪, ୬-୪ ସିଧାସଳଖ ସେଟ୍‌ରେ ଜର୍ମାନୀର ପିଟର ଗୋଜୋଓ୍ବଜିକଙ୍କୁ ପରାସ୍ତ କରିଛନ୍ତି। 

ଶ୍ରୀଲଙ୍କା ୩ ଉଇକେଟରେ ବିଜୟୀ

ଶ୍ରୀଲଙ୍କା ୩ ଉଇକେଟରେ ବିଜୟୀ

କଲମ୍ବୋ, ୧୫ା୮-ସ୍ଥାନୀୟ ପ୍ରେମାଦାସା ଷ୍ଟାଡିୟମଠାରେ ମଙ୍ଗଳବାର ଖେଳାଯାଇଥିବା ଏକମାତ୍ର ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଶ୍ରୀଲଙ୍କା ୩ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏଥିରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୬.୪ ଓଭରରେ ୯୮ରନ କରି ଅଲଆଉଟ ହୋଇଯାଇଥିଲା। ଉଇକେଟକିପର ତଥା ଓପନର କ୍ୱିଣ୍ଟନ ଡି’କକ୍‌ ସର୍ବାଧିକ ୨୦ ରନ କରିଥିଲେ।  ଜବାବରେ ଶ୍ରୀଲଙ୍କା ୧୬ ଓଭରରେ ୭ ଉଇକେଟ ବିନିମୟରେ ୯୯ ରନ କରି ମ୍ୟାଚ ଜିତି ନେଇଥିଲା। ଦଳ ପକ୍ଷରୁ ଉଇକେଟକିପର ଦୀନେଶ ଚାଣ୍ଡିମଲ ୩୬ କରି ଅପରାଜିତ ରହିଥିବାବେଳେ ଧନଞ୍ଜୟ  ଡି’ ସିଲ୍‌ଭା ୩୧ ରନ କରିଥିଲେ। 

ଡୋପ୍‌ ମାମଲାରୁ ଛାଡ଼ ପାଇଲେ ଜିଥିନ ପଲ୍‌

ଡୋପ୍‌ ମାମଲାରୁ ଛାଡ଼ ପାଇଲେ ଜିଥିନ ପଲ୍‌

ନୂଆଦିଲ୍ଲୀ, ୧୫ା୮ (ପି.ଟି.)- ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା)ର ଅପିଲ ପ୍ୟାନେଲ ମଙ୍ଗଳବାର ୪୦୦ ମିଟର ହର୍ଡଲର ଜିଥିନ ପଲ୍‌ଙ୍କୁ ଡୋପିଙ୍ଗ ଅଭିଯୋଗରୁ ମୁକ୍ତ କରିଛନ୍ତି। ଏଥିସହିତ  ୪ବର୍ଷ ବାସନ୍ଦ ଦଣ୍ଡକୁ ପ୍ରତ୍ୟାହାର କରିନେଇଛନ୍ତି। ନାଡାର ଶୃଙ୍ଖଳା ପ୍ୟାନେଲ ଏହି ଦଣ୍ଡବିଧାନ କରିଥିଲା। ଭାରତର ଅନ୍ତର୍ଜାତୀୟ ଆଥ୍‌ଲେଟ ପଲ୍‌ ଏଣିକି  ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ।  

ସନ୍ତୋଷ ଏମଏଏଫଆଇ ଉପସଭାପତି

ସନ୍ତୋଷ ଏମଏଏଫଆଇ ଉପସଭାପତି

ଭୁବନେଶ୍ୱର, ୧୫।୮(କ୍ରୀଡ଼ା ପ୍ରତିନିଧି)-ମାଷ୍ଟର୍ସ ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ(ଏମଏଏଫଆଇ)ର ବାର୍ଷିକ ସାଧାରଣ ବୈଠକ ଓ ନିର୍ବାଚନ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ମାଷ୍ଟର୍ସ ଆଥଲେଟିକ୍‌ ଆସୋସିଏଶନ ସମ୍ପାଦକ ସନ୍ତୋଷ କୁମାର ଦାସ ଏହାର ଉପସଭାପତିଭାବେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୫ ବର୍ଷ ପାଇଁ ସେ ଏହି ପଦବୀରେ ରହିବେ। ଏସ.ଏସ.ଧିଲେଁା ଓ ଡେଭିଡ ପ୍ରେମନାଥ ଯଥାକ୍ରମେ ସଭାପତି ଓ ସମ୍ପାଦକଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ସମୟରେ ଓ୍ବାଲର୍‌ଡ ମାଷ୍ଟର୍ସ ଆଥଲେଟିକ୍‌ ଫେଡେରେଶନର ଉପସଭାପତି ଓ୍ବିଲିୟମ ପର୍ଯ୍ୟବେକ୍ଷକଭାବେ ଉପସ୍ଥିତ ଥିଲେ।

ସର୍ବଭାରତୀୟ ଆମନ୍ତ୍ରଣୀୟ କରାଟେରେ ଉତ୍କଳ କରାଟେ ସ୍କୁଲର ସଫଳତା

ସର୍ବଭାରତୀୟ ଆମନ୍ତ୍ରଣୀୟ କରାଟେରେ ଉତ୍କଳ କରାଟେ ସ୍କୁଲର ସଫଳତା

ଭୁବନେଶ୍ୱର, ୧୫।୮(କ୍ରୀଡ଼ା ପ୍ରତିନିଧି)-ଦିଲ୍ଲୀର ତାଲକୋଟ୍ରା ଉନ୍‌ଡୋର ଷ୍ଟାଡିୟମରେ ଗତ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ୧୪ତମ ସର୍ବଭାରତୀୟ ସ୍ବାଧୀନତା କପ୍‌ କରାଟେ ପ୍ରତିଯୋଗିତାରେ ଉତ୍କଳ କରାଟେ ସ୍କୁଲର ଛାତ୍ରୀଛାତ୍ରମାନେ ସଫଳତା ଅର୍ଜନ କରିଛନ୍ତି। ସବ୍‌ଜୁନିୟର କାଟାରେ ରିତେଶ ମହାନ୍ତି ସ୍ବର୍ଣ୍ଣ, କୁମିତେରେ ରୌପ୍ୟ, ସାଇ ସ୍ବରୂପ ବେବ୍ରତା କୁମିତେରେ ସ୍ବର୍ଣ୍ଣ, କାଟାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

Model This Week

ଯସ୍ମିନ୍