Dharitri News
ଜାତୀୟ |

ମୁହଁକୁ ଚିହ୍ନି ଆଧାର

 ମୁହଁକୁ ଚିହ୍ନି ଆଧାର ନୂଆଦିଲ୍ଲୀ,୧୫।୧(ପି.ଟି.) ଭାରତୀୟ ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଆଧାରକୁ ନେଇ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆଙ୍ଗୁଠିଛାପ ଏବଂ ଆଖିର ଦୃଷ୍ଟିପଟଳ(ରେଟିନା) ସହିତ ଆଧାର ପ୍ରମାଣନ ପାଇଁ ଏବେ ମୁଖମଣ୍ଡଳକୁ ଅନ୍ୟ ଏକ ବିକଳ୍ପ ଭାବେ ନିଆଯାଇପାରିବ। ଅର୍ଥାତ୍‌ ଆଧାର ନମ୍ବରଧାରୀଙ୍କୁ ସେମାନଙ୍କ ମୁହଁକୁ ପ୍ରମାଣଭାବେ ନେଇ ଚିହ୍ନଟ କରାଯାଇପାରିବ। ଏହି ସୁବିଧା ଫଳରେ ଆଙ୍ଗୁଠିଛାପ ତଥା ଆଖିର ରେଟିନା ଭଳି ବାୟୋମେଟ୍ରିକ୍‌ ପ୍ରମାଣନ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକମାନେ ଉପକୃତ ହେବ। ସେମାନଙ୍କ ପାଇଁ ଚିହ୍ନଟ ପ୍ରକ୍ରିୟାକୁ ନୂଆ ବ୍ୟବସ୍ଥା ସହଜ କରିବ। ‘ଫ୍ୟୁଜନ୍‌ ମୋଡ୍‌’ରେ ଫେସ୍‌ ଅଥେଣ୍ଟିକେଶନ୍‌ (ମୁଖମଣ୍ଡଳ ପ୍ରମାଣନ)କୁ ଉପଲବ୍ଧ କରାଯିବ। ନୂଆ ବୈଶିଷ୍ଟ୍ୟ ଫିଙ୍ଗର୍‌ପ୍ରିଣ୍ଟ, ଆଖିର ରେଟିନା କିମ୍ବା ଓଟିପି ମଧ୍ୟରୁ କୌଣସି ଗୋଟିଏ ସୁବିଧା ସହିତ ମିଳିତ ହୋଇ ଆସିବ। ଏହା ଆସନ୍ତା ଜୁଲାଇ ୧ରୁ ଲାଗୁ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି। ବର୍ତ୍ତମାନ ଆଧାର ଅଧୀନରେ ଆଙ୍ଗୁଠିଛାପ ଏବଂ ଆଖିର ରେଟିନା ଆଦି ଦୁଇଟି ବାୟୋମେଟ୍ରିକ୍‌ ଅଥେଣ୍ଟିକେଶନ୍‌ ମୋଡ୍‌ ରହିଛି। ସାଧାରଣତଃ ବାର୍ଦ୍ଧକ୍ୟ ତଥା କଠିନ କାର୍ଯ୍ୟ କରିବା ଯୋଗୁ ଲୋକମାନଙ୍କ ଫିଙ୍ଗର୍‌ପ୍ରିଣ୍ଟ ପ୍ରମାଣନରେ ସମସ୍ୟା ଆସିଥାଏ, ଯେଉଁ କ୍ଷେତ୍ରରେ ‘ମୁଖମଣ୍ଡଳ ଚିହ୍ନଟ’ ବିକଳ୍ପ ଭାବେ କାର୍ଯ୍ୟ କରିବ। ଆବଶ୍ୟକ ହେଲେ ହିଁ ଫେସ୍‌ ଅଥେଣ୍ଟିକେଶନ୍‌ ସୁବିଧାର ଉପଯୋଗ ହୋଇପାରିବ। ଗତ ସପ୍ତାହରେ ଆଧାର କ୍ଷେତ୍ରରେ ଭର୍ଚୁଆଲ ଆଇଡି ପ୍ରଚଳନ ବିଷୟ ଘୋଷଣା କରାଯିବା ପରେ ସୋମବାର ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଭର୍ଚୁଆଲ୍‌ ଆଇଡି ଏକ ୧୬ ଅଙ୍କବିଶିଷ୍ଟ ନମ୍ବର, ଯାହାକି ଅଥେଣ୍ଟିକେଶନ୍‌ ବେଳେ ଆଧାର ନମ୍ବର ସ୍ଥାନରେ ବ୍ୟବହୃତ ହେବ। ନୂଆ ଆଇଡି ପ୍ରସ୍ତୁତ କଲେ ପୁରୁଣା ଆଇଡି ଆପଣାଛାଏଁ ବାତିଲ ହୋଇଯିବ। ସମସ୍ତ ଏଜେନ୍ସି ଜୁନ୍‌ ୧ ସୁଦ୍ଧା ସେମାନଙ୍କ ଉପଭୋକ୍ତାଙ୍କଠାରୁ ଭର୍ଚୁଆଲ ଆଇଡି ଗ୍ରହଣ କରିବେ। ଏହି ସମୟ ମଧ୍ୟରେ ନୂଆ ବ୍ୟବସ୍ଥାକୁ ସ୍ଥାନାନ୍ତରିତ ନ ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ୟୁଆଇଡିଏଆଇ ପକ୍ଷରୁ ପ୍ରକାଶ।

ଜାତୀୟ |

କମଲଙ୍କ ରାଜନୈତିକ ଯାତ୍ରା ଆରମ୍ଭ

କମଲଙ୍କ ରାଜନୈତିକ ଯାତ୍ରା ଆରମ୍ଭ

ମାଡ୍ରାସ୍‌, ୨୧।୨: ଚଳଚ୍ଚିତ୍ର ଅଭିନେତା କମଲ ହାସନ୍‌ ତାଙ୍କର ରାଜନୈତିକ ଯାତ୍ରା ବୁଧବାର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ୍‌ କାଲାମ୍‌ଙ୍କ ଜନ୍ମସ୍ଥାନ ରାମେଶ୍ୱରମ୍‌ରୁ ଆରମ୍ଭ କରିଛନ୍ତି। ମଦୁରାଇରେ ତାଙ୍କ ରାଜନୈତିକ ଦଳର ନାମ ଏବଂ ନିର୍ବାଚନୀ ଚିହ୍ନ ସମ୍ପର୍କରେ ଘୋଷଣା କରାଯିବ ବୋଲି ସେ ସୂଚିତ କରିଛନ୍ତି।

 ରାଜସ୍ତାନରେ ସ୍ବାଇନ୍‌ ଫ୍ଲୁ ଆତଙ୍କ: ୮୮ ମୃତ, ହଜାରରୁ ଅଧିକ ଆକ୍ରାନ୍ତ

ରାଜସ୍ତାନରେ ସ୍ବାଇନ୍‌ ଫ୍ଲୁ ଆତଙ୍କ: ୮୮ ମୃତ, ହଜାରରୁ ଅଧିକ ଆକ୍ରାନ୍ତ

ଜୟପୁର, ୨୧।୨: ରାଜସ୍ତାନରେ ଦେଖାଦେଇଛି ସ୍ବାଇନ୍‌ ଫ୍ଲୁ ଆତଙ୍କ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଏଥିରେ ରାଜ୍ୟର ୮୮ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ଏକ ହଜାର ଜଣ ଆକ୍ରାନ୍ତ ହୋଇଥିବା ରାଜ୍ୟସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଜାନୁୟାରୀ ୩ରେ ସରକାର ସୂଚିତ କରିଥିଲେ ଯେ, ରାଜ୍ୟରେ ୪ଶହ ସ୍ବାଇନ୍‌ ଫ୍ଲୁ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି।

ଭାରତରେ ଉପେକ୍ଷିତ ହେଉଛନ୍ତି ବାଳିକା

ଭାରତରେ ଉପେକ୍ଷିତ ହେଉଛନ୍ତି ବାଳିକା

ନୂଆଦିଲ୍ଲୀ, ୨୧।୨: ଭାରତୀୟ ସମାଜରେ ବାଳକଙ୍କ ତୁଳନାରେ ବାଳିକାମାନେ ଉପେକ୍ଷାର ଶିକାର ଅଧିକ ହେଉଛନ୍ତି। ଏନେଇ ୟୁନିସେଫ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ପୁଅଙ୍କ ପ୍ରତି ମାତାପିତାଙ୍କ ଅଧିକ ଅନୁରକ୍ତି ରହୁଛି। ଅନ୍ୟପକ୍ଷରେ ମାତାପିତା ଝିଅମାନଙ୍କ ପ୍ରତି ଯତ୍ନଶୀଳ ନୁହଁନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଅନେକସ୍ଥଳେ ଭାରତୀୟ ସମାଜରେ କନ୍ୟା ଭ୍ରୁଣ ହତ୍ୟା ଘଟଣା ପ୍ରାୟତଃ ଦୃଷ୍ଟିଗୋଚର ହେଉଛି। ଦେଶରେ ପ୍ରତିବର୍ଷ ୬ଲକ୍ଷ ନବଜାତକଙ୍କ ମୃତ୍ୟୁ ଏକ ମାସ ମଧ୍ୟରେ ଘଟୁଥିବାବେଳେ ସେମାନଙ୍କ ମଧ୍ୟରେ କନ୍ୟାଙ୍କ ସଂଖ୍ୟା ଅଧିକ ରହିଥାଏ।

ଦାର୍ଜିଲିଂରୁ ହଟିବେ ସିଏପିଏଫ୍‌

ଦାର୍ଜିଲିଂରୁ ହଟିବେ ସିଏପିଏଫ୍‌

ନୂଆଦିଲ୍ଲୀ, ୨୧।୨: ପଶ୍ଚିମବଙ୍ଗର ହିଂସାଗ୍ରସ୍ତ ଅଞ୍ଚଳ ଦାର୍ଜିଲିଂରୁ କେନ୍ଦ୍ରୀୟ ସାମରିକ ପୋଲିସ ବଳ(ସିଏପିଏଫ୍‌)ହଟାଇବା ପାଇଁ ବୁଧବାର ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାର୍ଚ୍ଚ ୮ ତାରିଖଠାରୁ ଏଠାରେ ସିଏପିଏଫ୍‌ଙ୍କୁ ମୁତୟନ କରାଯାଇଛି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲ କେ.କେ. ବେନୁଗୋପାଳଙ୍କ ଆବେଦନ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ସୂଚିତ କରିଛନ୍ତି।

ଉତ୍ତରପ୍ରଦେଶରେ ୧୦ ହଜାର କୋଟି ନିବେଶ କରିବ ଜିଓ

ଉତ୍ତରପ୍ରଦେଶରେ ୧୦ ହଜାର କୋଟି ନିବେଶ କରିବ ଜିଓ

ଲକ୍ଷ୍ନୌ, ୨୧।୨: ଉତ୍ତରପ୍ରଦେଶରେ ଆସନ୍ତା ୩ ବର୍ଷ ମଧ୍ୟରେ ଜିଓ ୧୦ ହଜାର କୋଟି ଟଙ୍କା ନିବେଶ କରିବ। ଏ ସମ୍ପର୍କରେ ରିଲାଏନ୍ସ୍‌ ଇଣ୍ଡଷ୍ଟ୍ରି ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ବୁଧବାର ସୂଚିତ କରିଛନ୍ତି।

 ପ୍ରୋଷ୍ଟେଟ୍‌ କର୍କଟ ଚିକିତ୍ସାରେ କଶ୍ମୀର ବୈଜ୍ଞାନିକଙ୍କ ସଫଳତା

ପ୍ରୋଷ୍ଟେଟ୍‌ କର୍କଟ ଚିକିତ୍ସାରେ କଶ୍ମୀର ବୈଜ୍ଞାନିକଙ୍କ ସଫଳତା

ଶ୍ରୀନଗର ୨୧।୨: ଜମ୍ମୁ-କଶ୍ମୀର ବୈଜ୍ଞାନିକ ଡଃ. ଖାଲିଦ୍‌ ମୁଜାଫର ମାସୁଦି ପ୍ରୋଷ୍ଟେଟ୍‌ କର୍କଟ ରୋଗ ଚିକିତ୍ସାରେ ସଫଳତା ହାସଲ କରିଛନ୍ତି। ତାଙ୍କ ଗବେଷଣାରେ ସେ ଡିଏଚ୍‌ଏକ୍ସ୍‌-୧୫ ନାମକ ନୂତନ ଜିନ୍‌ର ସନ୍ଧାନ ପାଇଛନ୍ତି। ଏହି ଜିନ୍‌ ମନୁଷ୍ୟ ଶରୀରରେ କର୍କଟ ରୋଗ ବୃଦ୍ଧି କରିଥାଏ।

ଉତ୍ତରପ୍ରଦେଶରେ ନିବେଶକ ସମ୍ମିଳନୀ: ୫ ହଜାର ଉଦ୍ୟୋଗପତି,୭ ଦେଶ ସାମିଲ

ଉତ୍ତରପ୍ରଦେଶରେ ନିବେଶକ ସମ୍ମିଳନୀ: ୫ ହଜାର ଉଦ୍ୟୋଗପତି,୭ ଦେଶ ସାମିଲ

ଲକ୍ଷ୍ନୌ, ୨୧।୨: ଉତ୍ତରପ୍ରଦେଶରେ ବୁଧବାର ନିବେଶକ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ୫ ହଜାର ଉଦ୍ୟୋଗପତି ସାମିଲ ହୋଇ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ଉପରେ ସହମତି ପ୍ରକାଶ କରିଛନ୍ତି। ସମ୍ମିଳନୀରେ ୭ ଦେଶର ବିଭିନ୍ନ କମ୍ପାନୀର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଏହି ଦୁଇ ଦିନିଆ ସମ୍ମିଳନୀରେ ରାଜ୍ୟର ୩୦ଟି କ୍ଷେତ୍ରରେ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱାରୋପ କରାଯିବ।

 ଭାରତ ମହାସାଗରରେ ଚାଇନାର ଦାଦାଗିରି: ୮ ବୁଡା ଜାହାଜ ମୁତୟନ କଲା ଭାରତ

ଭାରତ ମହାସାଗରରେ ଚାଇନାର ଦାଦାଗିରି: ୮ ବୁଡା ଜାହାଜ ମୁତୟନ କଲା ଭାରତ

ନୂଆଦିଲ୍ଲୀ, ୨୧।୨: ଭାରତ ମହାସାଗରରେ ଚାଇନାର ଦାଦାଗିରି ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ୮ ବୁଡା ଜାହାଜ ମୁତୟନ କରିଛି। ଚାଇନାର ୧୧ଟି ଯୁଦ୍ଧପୋତ ଭାରତ ମହାସାଗରର ପୂର୍ବଭାଗରେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ବାହାରେ ପଇଁତରା ମାରୁଥିବା ଦେଖାଯାଇଥିଲା। ମାଳଦ୍ୱୀପ ସମସ୍ୟାରେ ଭାରତ ହସ୍ତକ୍ଷେପ ସମ୍ଭାବନାକୁ ଦୃଷ୍ଟିରେ ରଖି ଚାଇନା ଏପରି କରୁଥିବା କୁହାଯାଉଛି। ମାଳଦ୍ୱୀପର ରାଷ୍ଟ୍ରପତି ଅବଦୁଲା ୟାମିନ୍‌ ଚାଇନାର ସମର୍ଥକ।

କୋଠାରୀଙ୍କ ଘରେ ଚଢ଼ାଉ

କୋଠାରୀଙ୍କ ଘରେ ଚଢ଼ାଉ

ନୂଆଦିଲ୍ଲୀ,୨୦।୨(ପି.ଟି.): ସିବିଆଇ ଏବଂ ଇଡି ପରେ ଏବେ ଆୟକର ବିଭାଗ ରୋଟୋମାକ୍‌ ଗ୍ରୁପ୍‌ ଏବଂ ଏହାର ପ୍ରମୋଟରମାନଙ୍କ ବିରୋଧରେ କଡା ଆଭିମୁଖ୍ୟ ପ୍ରକାଶ କରିଛି। ଟିକସ ଖିଲାପୀ ତଦନ୍ତର ଅଂଶବିଶେଷ ବିଭାଗ କମ୍ପାନୀ ତଥା ଏହାର ପ୍ରମୋଟରମାନଙ୍କ ୧୪ଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଛି। ଉତ୍ତର ପ୍ରଦେଶର ବିଭିନ୍ନ ବ୍ୟାଙ୍କ ଶାଖାରେ ଏହି ଆକାଉଣ୍ଟଗୁଡିକ ଖୋଲା ହୋଇଥିଲା। ପୂର୍ବ ମାସ ୩ଟି ଏବଂ ସୋମବାର ରାତିରେ ୧୧ଟି ବ୍ୟାଙ୍କ ଖାତା ଅଚଳ ହୋଇଛି। କାନ୍‌ପୁରଭିତ୍ତିକ ଏହି କମ୍ପାନୀର ଜାଲିଆତି ମାମଲାକୁ ବର୍ତ୍ତମାନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଯାଞ୍ଚ କରୁଛନ୍ତି।

 ୪ ରାଜ୍ୟରେ ୬ ରେଳ ପ୍ରକଳ୍ପ: କ୍ୟାବିନେଟ୍‌ର ସବୁଜ ସଙ୍କେତ

୪ ରାଜ୍ୟରେ ୬ ରେଳ ପ୍ରକଳ୍ପ: କ୍ୟାବିନେଟ୍‌ର ସବୁଜ ସଙ୍କେତ

ନୂଆଦିଲ୍ଲୀ, ୨୦।୨: ଦେଶର ୪ ରାଜ୍ୟରେ ୬ ରେଳପ୍ରକଳ୍ପ ପାଇଁ କ୍ୟାବିନେଟ୍‌ ଆର୍ଥିକ ବ୍ୟାପାର କମିଟି(ସିସିଇଏ)ସବୁଜ ସଙ୍କେତ ଦେଇଛନ୍ତି। ଏସବୁ ପ୍ରକଳ୍ପ ଉତ୍ତରପ୍ରଦେଶ, ବିହାର, ଓଡ଼ିଶା ଓ ମଧ୍ୟପ୍ରଦେଶରେ କାର୍ଯ୍ୟକାରୀ ହେବ। ଓଡ଼ିଶାରେ ୧୩୦ କିଲୋମିଟର ଜୟପୁର-ମାଲକାନଗିରି ନୂଆ ରେଳପଥ ପ୍ରକଳ୍ପକୁ କ୍ୟାବିନେଟ୍‌ ସ୍ବୀକୃତି ମିଳିଛି। ଏଥିରେ ୨୬୭୬.୧୧ କୋଟି ଟଙ୍କା ଖର୍ଚ୍ଚ ହେବ। ଏ

ଫୁଲ ଓ ରଙ୍ଗରେ ହୋଲି ଖେଳିଲେ ମଥୁରାବାସୀ

ଫୁଲ ଓ ରଙ୍ଗରେ ହୋଲି ଖେଳିଲେ ମଥୁରାବାସୀ

ମଥୁରା,୨୦।୨: ହୋଲି ଆଉ ଅଳ୍ପଦିନ ବାକିଥିବା ବେଳେ ଉତ୍ତର ପ୍ରଦେଶର ମଥୁରାରେ ପାଳନ କରାଯାଇଛି ପ୍ରି ହୋଲି ସେଲିବ୍ରେସନ୍‌।

ଶେଷ ହେବ କୋଲ୍‌ ଇଣ୍ଡିଆର ଏକାଧିକାର: ନିଷ୍ପତ୍ତି ନେଲା ସିସିଇଏ

ଶେଷ ହେବ କୋଲ୍‌ ଇଣ୍ଡିଆର ଏକାଧିକାର: ନିଷ୍ପତ୍ତି ନେଲା ସିସିଇଏ

ନୂଆଦିଲ୍ଲୀ, ୨୦।୨: କୋଇଲା ଖଣିକ୍ଷେତ୍ରରେ କୋଲ୍‌ ଇଣ୍ଡିଆର ଏକାଧିକାର ଶେଷ ହେବାକୁ ଯାଉଛି। ଏନେଇ ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍‌ କମିଟି(ସିସିଇଏ) ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ତ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ଏହି କମିଟି କୋଇଲା ଖଣି ଆବଣ୍ଟନ ପ୍ରକ୍ରିୟାରେ ନୂତନତ୍ୱ ଆଣିବାର ପ୍ରୟାସ କରୁଛନ୍ତି। ଏନେଇ କୋଇଲା ଓ ରେଳମନ୍ତ୍ରୀ ପିୟୂଷ ଗୋଏଲ୍‌ ଖଣି ଆବଣ୍ଟନ ପାଇଁ ୧୯୭୩ଠାରୁ ପ୍ରଚଳିତ ନିୟମ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରିଛନ୍ତି।