Dharitri News
ଜାତୀୟ |

ପ୍ରତିଶୋଧ ନେଲା ଭାରତ

ପ୍ରତିଶୋଧ ନେଲା ଭାରତ ଜମ୍ମୁ,୧୫। ୧(ପି.ଟି.)ଭାରତୀୟ ସେନାର ପ୍ରତିଷ୍ଠା ଦିବସରେ ପାକିସ୍ତାନଠାରୁ ପ୍ରତିଶୋଧ ନେଇଛି ସୁରକ୍ଷା ବଳ। ଜମ୍ମୁ-କଶ୍ମୀରରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଯବାନଙ୍କୁ ଟାର୍ଗେଟ କରୁଥିବା ପାକିସ୍ତାନୀ ସେନା ଏବଂ ହିଂସା ଭିଆଇ ଅସ୍ଥିରତା ସୃଷ୍ଟି କରୁଥିବା ଆତଙ୍କବାଦୀଙ୍କୁ ସୋମବାର ମୁହଁତୋଡ଼ ଜବାବ ଦିଆଯାଇଛି। ମେନ୍ଧାର ସେକ୍ଟରରେ ଯବାନଙ୍କ ଗୁଳିବର୍ଷା ଓ ମୋର୍ଟାର ମାଡ଼ରେ ପ୍ରତିପକ୍ଷର ଏକାଧିକ ସେନାଘାଟି ଧ୍ୱଂସ ହୋଇଯାଇଛି। ଏହାସହ ଜଣେ ମେଜରଙ୍କ ସମେତ ୭ ପାକିସ୍ତାନୀ ରେଞ୍ଜର୍ସ ନିହତ ହୋଇଛନ୍ତି। ସେହିପରି ଉରି ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବଳ ପଣ୍ଡ କରିଛି। ଯବାନଙ୍କ ଏନ୍‌କାଉଣ୍ଟରରେ ଜୈଶ-ଇ-ମହମ୍ମଦ (ଜେଇଏମ୍‌)ର ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାସ୍ଥିତ ମେନ୍ଧାର ସେକ୍ଟରର ଜାଗଲୋଟ୍‌ ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି) ଅଞ୍ଚଳରେ ସୋମବାର ସକାଳେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ପାକିସ୍ତାନୀ ରେଞ୍ଜର୍ସମାନେ ଭାବିଥିଲେ ଭାରତୀୟ ସେନାଘାଟିକୁ ଟାର୍ଗେଟ କରି ଉଡାଇଦେବୁ। ଅଧିକରୁ ଅଧିକ ଯବାନଙ୍କ ଜୀବନ ନେଇ ଉପତ୍ୟକାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବୁ। ହେଲେ ଏହାର ଫଳ ଓଲଟା ହେବ ବୋଲି ପ୍ରତିପକ୍ଷ ସୈନ୍ୟ କଳ୍ପନା ବି କରି ନ ଥିଲେ। ସୀମା ରକ୍ଷକ ତତ୍ପର ଯବାନମାନେ କୋଟ୍‌ଲିରେ ପାକିସ୍ତାନୀ ସେନାର ଗୁଳିମାଡ଼ର ଜବାବ ଦେଲେ। ମୋର୍ଟାର ମାଡ଼ରେ ଧୂଳିସାତ୍‌ ହୋଇଗଲା ପାକିସ୍ତାନର ଏକାଧିକ ସେନାଘାଟି। ଗୁଳିମାଡ଼ରେ ଟଳିପଡ଼ିଲେ ୭ ପାକିସ୍ତାନୀ ରେଞ୍ଜର୍ସ। ମୃତକଙ୍କ ମଧ୍ୟରେ ଜଣେ ମେଜର ମଧ୍ୟ ରହିଛନ୍ତି। ଅନ୍ୟ ୪ ରେଞ୍ଜର୍ସ ଆହତ ହୋଇଛନ୍ତି। ଶନିବାର ରଜୌରୀରେ ଶତ୍ରୁପକ୍ଷର ସୀମାପାର ଗୁଳିମାଡ଼ରେ ଜଣେ ଯବାନ ଶହୀଦ ହୋଇଥିଲେ। ଏହାର ପ୍ରତିଶୋଧ ସ୍ବରୂପ ଭାରତୀୟ ସେନା ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି। ସେପଟେ ଜେଇଏମ୍‌ ଆତଙ୍କବାଦୀମାନେ ଏଲ୍‌ଓସି ଅତିକ୍ରମ କରି ଉରି ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ଚଳାଇଥିବାବେଳେ ସୁରକ୍ଷା ବଳ ଏହାକୁ ଭଣ୍ଡୁର କରିଛି। ଦୁଲାଞ୍ଜାରେ ରବିବାର ରାତିସାରା ଚାଲିଥିବା ଏନ୍‌କାଉଣ୍ଟର ସୋମବାର ଭୋର ସମୟରେ ଶେଷ ହୋଇଛି। ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ଯବାନମାନେ ଝେଲମନଦୀ କୂଳରେ ଗଡ଼ାଇଛନ୍ତି ୫ ଆତଙ୍କବାଦୀଙ୍କ ମୃତଦେହ। ପଠାନ୍‌କୋଟ୍‌ ଓ ଉରି ଆକ୍ରମଣର ମାଷ୍ଟରମାଇଣ୍ଡ ମାସୁଦ୍‌ ଆଝାରଙ୍କ ନେତୃତ୍ୱାଧୀନ ଜୈଶ-ଇ-ମହମ୍ମଦର ଆତଙ୍କବାଦୀମାନଙ୍କ ଟାର୍ଗେଟରେ ଥିଲା ସାଧାରଣତନ୍ତ୍ର ଦିବସ। ୨୬ ତାରିଖରେ ଆତଙ୍କବାଦୀମାନେ କେତେକ ସ୍ଥାନରେ ଆମତ୍ଘାତୀ ଆକ୍ରମଣ କରି ଯବାନଙ୍କ ରକ୍ତରେ ହୋଲି ଖେଳିବେ ବୋଲି ମାଡ଼ିଆସୁଥିବାବେଳେ ସୁରକ୍ଷା ବଳ ସେମାନଙ୍କୁ ନିପାତ କରିବାରେ ସକ୍ଷମ ହୋଇଛି। ଆତଙ୍କବାଦୀଙ୍କ ମୃତଦେହ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଚଳିତବର୍ଷ ଏହା ଆତଙ୍କବାଦୀଙ୍କ ପ୍ରଥମ ଆକ୍ରମଣ ଉଦ୍ୟମ ଥିଲା ବୋଲି ସେନା ଅଧିକାରୀ ସୂଚନା ଦେଇଛନ୍ତି।

ଜାତୀୟ |

ପିଏନ୍‌ବି ଘୋଟାଲାକୁ ନେଇ ମୋଦିଙ୍କୁ ଟାର୍ଗେଟ କଲା ବିରୋଧୀ

ପିଏନ୍‌ବି ଘୋଟାଲାକୁ ନେଇ ମୋଦିଙ୍କୁ ଟାର୍ଗେଟ କଲା ବିରୋଧୀ

ନୂଆଦିଲ୍ଲୀ,୧୭।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ମହାଘୋଟାଲାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। ଶନିବାର ଏହାକୁ ନେଇ ବିରୋଧି ଓ ଶାସକଙ୍କ ମଧ୍ୟରେ ଲାଗିରହିଥିଲା ଆରୋପ ପ୍ରତ୍ୟାରୋପ।

ହଜାରରୁ ଊର୍ଦ୍ଧ୍ୱ ଭାଜପା ଛାଡ଼ି କଂଗ୍ରେସରେ ମିଶିଲେ

ହଜାରରୁ ଊର୍ଦ୍ଧ୍ୱ ଭାଜପା ଛାଡ଼ି କଂଗ୍ରେସରେ ମିଶିଲେ

ମହାଦେବପୁର,୧୭।୨: ଅରୁଣାଚଳ ପ୍ରଦେଶ ନମସାଇ ଜିଲାର ଲେକାଙ୍ଗ ବିଧାନସଭା ଆସନରେ ହଜାରରୁ ଉର୍ଦ୍ଧ୍ୱ ମହିଳା, ପୁରୁଷ, ଯୁବତୀ, ଯୁବକ, ବୃଦ୍ଧା, ବୃଦ୍ଧ ଭାଜପା ଛାଡି କଂଗ୍ରେସରେ ମିଶିଥିବା ସୂଚନା ମିଳିଛି। ନିକଟରେ ହୋଇଥିବା ଏକ ର଼୍ୟାଲିରେ ଏହା ଦେଖିବାକୁ ମିଳିଥିଲା।

ସ୍ନାତକୋତ୍ତର ପର୍ଯ୍ୟନ୍ତ ଛାତ୍ରୀଙ୍କୁ ମାଗଣା ଶିକ୍ଷା: କର୍ନାଟକ ସରକାର

ସ୍ନାତକୋତ୍ତର ପର୍ଯ୍ୟନ୍ତ ଛାତ୍ରୀଙ୍କୁ ମାଗଣା ଶିକ୍ଷା: କର୍ନାଟକ ସରକାର

ନୂଆଦିଲ୍ଲୀ,୧୭।୨: ବାଳିକାମାନଙ୍କ ଶିକ୍ଷାକୁ ଅଗ୍ରାଧିକାର ଦେବାକୁ ଚିନ୍ତା କରିଛନ୍ତି କର୍ନାଟକ ସରକାର। ଏଥର ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଛାତ୍ରୀମାନଙ୍କୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ମାଗଣାରେ ଶିକ୍ଷା ଦିଆଯିବ ବୋଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଘୋଷଣା କରିଛନ୍ତି।

ବିଚ୍ଛିନ୍ନତାବାଦୀଙ୍କ ବନ୍ଦ ପୂର୍ବରୁ ପୋଲିସର କଟକଣା ଜାରି

ବିଚ୍ଛିନ୍ନତାବାଦୀଙ୍କ ବନ୍ଦ ପୂର୍ବରୁ ପୋଲିସର କଟକଣା ଜାରି

ନୂଆଦିଲ୍ଲୀ,୧୭।୨: ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରା ପୂର୍ବରୁ ଶନିବାର ଜମ୍ମୁ-କଶ୍ମୀର ପୋଲିସ ଶ୍ରୀନଗରର ଅଧିକାଂଶ ଅଞ୍ଚଳରେ କଟକଣା ଜାରି କରିଛି।

ଅଶାଳୀନ ଇଙ୍ଗିତ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର

ଅଶାଳୀନ ଇଙ୍ଗିତ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ବସ୍‌ରେ ଯାଉଥିବା ସମୟରେ ତାଙ୍କ ପାଖରେ ବସି ଜଣେ ବ୍ୟକ୍ତି ଅଶାଳୀନ ଇଙ୍ଗିତ କରିବା ଘଟଣାକୁ ନେଇ ଏବେ ପୋଲିସ କଠୋର ପଦକ୍ଷେପ ନେବାକୁ ଯାଉଛି।

୬ ଘଣ୍ଟା ପାଇଁ ବନ୍ଦ ରହିବ ବମ୍ବେ ବିମାନ ବନ୍ଦର

୬ ଘଣ୍ଟା ପାଇଁ ବନ୍ଦ ରହିବ ବମ୍ବେ ବିମାନ ବନ୍ଦର

ବମ୍ବେ,୧୭।୨: ମୌସୁମୀ ଆସିବା ପୂର୍ବରୁ ବିମାନ ବନ୍ଦରର ରକ୍ଷଣାବେକ୍ଷଣ କାମ ପାଇଁ ଏପ୍ରିଲ୍‌ ୯ ଓ ୧୦ରେ ବମ୍ବେ ବିମାନ ବନ୍ଦରକୁ ୬ ଘଣ୍ଟା ଲେଖାଏଁ ବନ୍ଦ କରିଦିଆଯିବ ବୋଲି ସୂଚନା ମିଳିଛି।

ଅଭାବରୁ ପୁଅର ମୃତଦେହ ଦାନକଲେ ମା’

ଅଭାବରୁ ପୁଅର ମୃତଦେହ ଦାନକଲେ ମା’

ବସ୍ତର,୧୭।୨: ଛତିଶଗଡ ବସ୍ତରର ଜଣେ ଗରିବ ମହିଳା ପୁଅର ମୃତଦେହ ଘରକୁ ନେବାକୁ ଅକ୍ଷମ ହେବାରୁ ମେଡିକାଲ କଲେଜକୁ ଦାନ କରିଛନ୍ତି।

ସିଆର୍‌ପିଏଫ୍‌, ଝାଡ଼ଖଣ୍ଡ ପୋଲିସର ସ୍ପେଶାଲ ଅପରେଶନ

ସିଆର୍‌ପିଏଫ୍‌, ଝାଡ଼ଖଣ୍ଡ ପୋଲିସର ସ୍ପେଶାଲ ଅପରେଶନ

ସିଂହଭୂମ,୧୭।୨: ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌) ଓ ଝାଡ଼ଖଣ୍ଡ ପୋଲିସର ମିଳିତ ସହାୟତାରେ ଶନିବାର ପଶ୍ଚିମ ସିଂହଭୂମ ଅଞ୍ଚଳରେ ଏକ ସ୍ପେଶାଲ ଅପରେଶନ ଆରମ୍ଭ ହୋଇଛି।

ଗର୍ଭବତୀଙ୍କୁ ଉଦ୍ଧାର କଲେ ସିଆଚେନ୍‌ ପାୟୋନିଅର୍‌

ଗର୍ଭବତୀଙ୍କୁ ଉଦ୍ଧାର କଲେ ସିଆଚେନ୍‌ ପାୟୋନିଅର୍‌

ଲେହ,୧୭।୨: ଲଦାଖର ଏକ ଦୁର୍ଗମ ଗାଁ କୁର୍ଜିଆକରୁ ଜଣେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ଉଦାହରଣ ସୃଷ୍ଟି କରିଛନ୍ତି ସିଆଚେନ୍‌ ପାୟୋନିଅର୍‌।

କାବେରୀ ଜଳ ବିବାଦ ମାମଲାର ଐତିହାସିକ ରାୟ: ନଦୀ ରାଜ୍ୟର ସମ୍ପତ୍ତି ନୁହେଁ

କାବେରୀ ଜଳ ବିବାଦ ମାମଲାର ଐତିହାସିକ ରାୟ: ନଦୀ ରାଜ୍ୟର ସମ୍ପତ୍ତି ନୁହେଁ

ନୂଆଦିଲ୍ଲୀ,୧୬।୨(ପି.ଟି.): ନଦୀ କୌଣସି ରାଜ୍ୟର ନୁହେଁ, ବରଂ ଜାତୀୟ ସମ୍ପତ୍ତି। ଏହା ଉପରେ ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ରାଜ୍ୟ ନିଜ କର୍ତ୍ତୃତ୍ୱ ଜାହିର କରିପାରିବ ନାହିଁ। ପ୍ରବାହମାନ ଧାରାର ଜଳ ଉପରେ କୌଣସି ଭୂଖଣ୍ଡର ଅଧିବାସୀ ବା ସରକାରଙ୍କ ଏକଚାଟିଆ ଅଧିକାର ନାହିଁ। କାବେରୀ ଜଳକୁ ନେଇ ପ୍ରାୟ ଅର୍ଦ୍ଧଶତାବ୍ଦୀ ଧରି ଚାଲିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇ ସୁପ୍ରିମକୋର୍ଟ ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ଆନ୍ତଃ ରାଜ୍ୟ ଜଳ ବିବାଦ ମାମଲାର ବହୁପ୍ରତୀକ୍ଷିତ ରାୟ ଶୁଣାଇ ସର୍ବୋଚ୍ଚ ଅଦାଲତ ୨୦୦୭ରେ କାବେରୀ ଓ୍ବାଟର ଡୁସ୍‌ପ୍ୟୁଟ୍‌ ଟ୍ରିବ୍ୟୁନାଲ (ସିଡବ୍ଲ୍ୟୁଡିଟି)ଙ୍କ ଦ୍ୱାରା ନିର୍ଦ୍ଧାରିତ ଅବଣ୍ଟନ ସୂତ୍ରରେ ପରିବର୍ତ୍ତନ ଆଣିଛନ୍ତି। କାବେରୀ ନଦୀରୁ କର୍ନାଟକ ୨୭୦ ଥାଉଜେଣ୍ଡ ମିଲିୟନ୍‌ କ୍ୟୁବିକ୍‌ ଫୁଟ (ଟିଏମ୍‌ସିଏଫ୍‌ଟି) ପାଣି ନେଉଥିବାଳେ ଅଦାଲତ ଏଥିରେ ବୃଦ୍ଧି ଘଟାଇଛନ୍ତି।

ରବିବାର ତ୍ରିପୁରାରେ ୨୯୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ରବିବାର ତ୍ରିପୁରାରେ ୨୯୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଅଗରତାଲା, ୧୬।୨: ତ୍ରିପୁରାରେ ଶୁକ୍ରବାର ନିର୍ବାଚନ ପ୍ରଚାର ଶେଷ ହୋଇଛି। ରବିବାର ଏଠାରେ ମତଦାନ ହେବ। ରାଜ୍ୟର ୨୫,୭୩,୪୧୩ ଭୋଟର ୨୯୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ଏଠାରେ ଭାଜପା, କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ସେମାନଙ୍କର ପ୍ରାର୍ଥୀ ଦେଇଛନ୍ତି। ରାଜ୍ୟରେ ମୁଖ୍ୟତଃ ଭାଜପା ଓ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ଲଢ଼େଇ ହେବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

ସୁକୁମା ଏନ୍‌କାଉଣ୍ଟର: ୨ ମାଓବାଦୀ ମୃତ

ସୁକୁମା ଏନ୍‌କାଉଣ୍ଟର: ୨ ମାଓବାଦୀ ମୃତ

ରାୟପୁର, ୧୬।୨: ଛତିଶଗଡ଼ ବସ୍ତାର ଡିଭିଜନ୍‌ର ସୁକୁମା ଜିଲାରେ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟରରେ ୨ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ସ୍ପେସାଲ ଟ୍ୟାକ୍ସଫୋର୍ସ ପକ୍ଷରୁ କରାଯାଇଥିବା ଅପରେଶନ୍‌ରେ ଏହି ସଫଳତା ମିଳିଛି।