ଜାତୀୟ |

ଚା’କପ୍‌ରେ ଝଡ଼ ତୁଟିଲା

ଚା’କପ୍‌ରେ ଝଡ଼ ତୁଟିଲା
ନୂଆଦିଲ୍ଲୀ,୧୫।୧(ପି.ଟି.) ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ଗତ ୧୨ ତାରିଖରେ ଖବରଦାତା ସମ୍ମିଳନୀ ଡାକି ପ୍ରଧାନ ବିଚାରପତିଙ୍କ ବିରୋଧରେ ବିଷୋଦ୍‌ଗାର କରିବା ପରେ ଦେଖାଦେଇଥିବା ସଙ୍କଟ ସୋମବାର ଟଳିଯାଇଛି । ବିଦ୍ରୋହ ଘଟାଇଥିବା ଚାରି ବିଚାରପତି ଜଷ୍ଟିସ୍‌ ଜେ. ଚେଲାମେଶ୍ୱର, ଜଷ୍ଟିସ୍‌ ମଦନ ଲୋକୁର, ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ୍‌ କୁରିଏନ ଯୋଶେଫ ସେମାନଙ୍କ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେମାନେ ପୂର୍ବାହ୍ନରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ସହ ଏକାଠି ବସି ଚା’ପାନ କରିଥିଲେ । ଏହି ଚା କପ୍‌ ବୈଠକ ପୂର୍ବରୁ ହଲ ମଧ୍ୟରୁ ସମସ୍ତ ଅଧିକାରୀ ଓ ରେଜିଷ୍ଟ୍ରାରଙ୍କୁ ଚାଲିଯିବାକୁ କୁହାଯାଇଥିଲା। ଚା’ପାନ ପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ର ପୃଥକ ଭାବେ ଜଷ୍ଟିସ ଚେଲାମେଶ୍ୱରଙ୍କ ସହ କଥାବାର୍ତ୍ତା କରିଥିଲେ। ପ୍ରକାଶ ଯେ, ଚେଲାମେଶ୍ୱର ହେଉଛନ୍ତି ସର୍ବୋଚ୍ଚ ଅଦାଲତର ଦ୍ୱିତୀୟ ବରିଷ୍ଠ ବିଚାରପତି। ସମସ୍ତ ଘଟଣାକ୍ରମ ଉପରେ ଆଟର୍ନିଂ ଜେନେରାଲ କେ.କେ. ବେଣୁଗୋପାଳ କହିଛନ୍ତି ସଙ୍କଟର ସମାଧାନ ହୋଇଯାଇଛି। ଏବେ ସବୁ କିଛି ଠିକ୍‌ଠାକ୍‌। କୋର୍ଟ କାର୍ଯ୍ୟ ଠିକ୍‌ଠାକ୍‌ ଚାଲିଛି। ଏହା ଏକ ଚା’କପର ଝଡ଼ ଥିଲା ବୋଲି ବେଣୁଗୋପାଳ କହିଛନ୍ତି। ଯେ, ଶୀର୍ଷ ଅଦାଲତର ୪ ବିଚାରପତି ୧୨ ତାରିଖରେ ଏକ ଖବରଦାତା ସମ୍ମିଳନୀ ଡାକି ଅଦାଲତର ପ୍ରଶାସନିକ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇବା ସହ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟଶୈଳୀକୁ ଟାର୍ଗେଟ କରିଥିଲେ । ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କିପରି କନିଷ୍ଠ ବିଚାରପତିଙ୍କୁ ଦିଆଯାଉଛି, କେସ୍‌ ଆବଣ୍ଟନ ଠିକ୍‌ ଢ଼ଙ୍ଗରେ ହେଉନାହିଁ ବୋଲି ଦର୍ଶାଇଥିଲେ । ୪ ବିଚାରପତିଙ୍କର ଏଭଳି ବିଦ୍ରୋହ ଦେଶରେ ବିତର୍କର ଝଡ଼ ସୃଷ୍ଟି କରିଥିଲା। ଫଳରେ ସଙ୍କଟର ସମାଧାନ ପାଇଁ ବାର୍‌ କାଉନସିଲ ଅଫ ଇଣ୍ଡିଆ (ବିସିଆଇ) ଏବଂ ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନ (ଏସସିବିଏ) ଅଣ୍ଟା ଭିଡ଼ିଥିଲା। ବିସିଆଇ ଏକ ସାତ ଜଣିଆ ପ୍ରତିନିଧି ମଣ୍ଡଳୀ ଗଢି ରବିବାର ଦିନ ତମାମ ଶୀର୍ଷ ଅଦାଲତର ବିଚାରପତିଙ୍କୁ ପୃଥକ୍‌ ଭାବେ ବିଚାରବିମର୍ଶ କରିଥିଲେ। ବିସିଆଇ ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ମନନ ମିଶ୍ର ଏହି ବୁଝାମଣା ପ୍ରକ୍ରିୟାର ନେତୃତ୍ୱ ନେଇଥିଲେ। ଏସସିବିଏ ମଧ୍ୟ ଉଦ୍ୟମ ଚଳାଇଥିଲା । ଶେଷରେ ସେମାନେ ସର୍ବୋଚ୍ଚ ଅଦାଲତର ସଙ୍କଟ ଟାଳିବାରେ ସମର୍ଥ ହୋଇଛନ୍ତି । ରବିବାର ବିସିଆଇ ପ୍ରତିନିଧି ପ୍ରଧାନ ବିଚାରପତିଙ୍କୁ ଭେଟିଥିବା ବେଳେ ସଙ୍କଟର ଶୀଘ୍ର ସମାଧାନ ହୋଇଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ସୋମବାର କୋର୍ଟ କାର୍ଯ୍ୟ ଠିକ୍‌ଠାକ୍‌ ଚାଲିବା ପରେ ବିସିଆଇ ଅଧ୍ୟକ୍ଷ ମିଶ୍ର କହିଛନ୍ତି ଯେ, ସର୍ବୋଚ୍ଚ ଅଦାଲତରେ ଦେଖାଦେଇଥିବା ସମସ୍ୟାର ସମାଧାନ ହୋଇଯାଇଛି।
All Right Reserved By

ଜାତୀୟ |

ଲାଲକିଲାରେ ସୁବାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ ଉଦଘାଟିତ

ଲାଲକିଲାରେ ସୁବାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ ଉଦଘାଟିତ

ନୂଆଦିଲ୍ଲୀ, ୨୩।୧: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀର ପାଳନ ଅବସରରେ ଦିଲ୍ଲୀର ଲାଲକିଲାଠାରେ ସୁବାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ ଉଦଘାଟିତ ହୋଇଛି। 

ଜଙ୍ଗଲରେ ରହିଥିଲେ ମୋଦି

ଜଙ୍ଗଲରେ ରହିଥିଲେ ମୋଦି

ନୂଆଦିଲ୍ଲୀ, ୨୩।୧: ନିକଟରେ ଏକ ଇଣ୍ଟରଭ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବ୍ୟକ୍ତିଗତ ଜୀବନର ଅନେକ ରାଜ୍‌ ଖୋଲିଛନ୍ତି। 

ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀଙ୍କ ଦୁଇଟି କାନ କାଟି କୁଣ୍ଡଳ ନେଇଗଲେ ସ୍ବାମୀ

ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀଙ୍କ ଦୁଇଟି କାନ କାଟି କୁଣ୍ଡଳ ନେଇଗଲେ ସ୍ବାମୀ

ନଏଡା, ୨୩।୧: ଉତ୍ତରପ୍ରଦେଶ ନଏଡାର ଦାଦରି ନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ସ୍ତ୍ରୀଙ୍କ ଦୁଇଟି କାନ କାଟି କୁଣ୍ଡଳ ନେଇଯାଇଛନ୍ତି ସ୍ବାମୀ।

୩ବର୍ଷୀୟ ଶିଶୁଙ୍କୁ ବଳାତ୍କାର କଲେ ୬୦ବର୍ଷର ବ୍ୟକ୍ତି

୩ବର୍ଷୀୟ ଶିଶୁଙ୍କୁ ବଳାତ୍କାର କଲେ ୬୦ବର୍ଷର ବ୍ୟକ୍ତି

ନଏଡା, ୨୩।୧: ଉତ୍ତରପ୍ରଦେଶର ନଏଡାରେ ଜଣେ ୬୦ବର୍ଷୀୟ ବୃଦ୍ଧ ବ୍ୟକ୍ତି ମାତ୍ର ୩ବର୍ଷର ଶିଶୁକନ୍ୟା ସହ ବଳାତ୍କାର କରିଛନ୍ତି। 

ଯୁବତୀ ଭାବି ଦେଲେ କିନ୍ନରଙ୍କୁ ଲିଫ୍ଟ: ଆଉ ତା’ପରେ..

ଯୁବତୀ ଭାବି ଦେଲେ କିନ୍ନରଙ୍କୁ ଲିଫ୍ଟ: ଆଉ ତା’ପରେ..

ନୂଆଦିଲ୍ଲୀ, ୨୩।୧: ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ କିନ୍ନର ଶାରୀରିକ ସମ୍ପର୍କ ରଖିବା ଲାଗି ମନା କରିବାରୁ କିଛି ଯୁବକ ତାଙ୍କୁ ଗୁଳିମାରି ହତ୍ୟା କରିଛନ୍ତି।

ବଳାତ୍କାର ପୀଡ଼ିତାଙ୍କୁ ୫ ଲକ୍ଷ ଜରିମାନା ଦଣ୍ଡାଦେଶ କଲେ ପଞ୍ଚାୟତ

ବଳାତ୍କାର ପୀଡ଼ିତାଙ୍କୁ ୫ ଲକ୍ଷ ଜରିମାନା ଦଣ୍ଡାଦେଶ କଲେ ପଞ୍ଚାୟତ

ଗଢ଼ଓ୍ବା,୨୩।୧: ଝାଡଖଣ୍ଡ ଗଢ଼ଓ୍ବାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବଳାତ୍କାର ପୀଡିତାଙ୍କୁ ସ୍ଥାନୀୟ ପଞ୍ଚାୟତ ୫ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ କରିଛନ୍ତି। ଏହା ସହିତ ଗଙ୍ଗା ସ୍ନାନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। 

 ପୁଣି କଂଗ୍ରେସରେ ଇନ୍ଦିରା!

ପୁଣି କଂଗ୍ରେସରେ ଇନ୍ଦିରା!

ନୂଆଦିଲ୍ଲୀ,୨୩।୧: କଂଗ୍ରେସର ମହାସଚିବ ଭାବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମିଳିଛି ନିଯୁକ୍ତି। ଏନେଇ କର୍ମୀ ଇନ୍ଦିରା ପୁଣି ଦଳକୁ ଫେରିଥିବା କହୁଛନ୍ତି। ପ୍ରିୟଙ୍କା ରାୟବରେଲୀରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। 

ନରୋଦା ପାଟିଆ ଦଙ୍ଗା ମାମଲା: ସୁପ୍ରିମକୋର୍ଟରେ ୪ଜଣଙ୍କୁ ମିଳିଲା ଜାମିନ

ନରୋଦା ପାଟିଆ ଦଙ୍ଗା ମାମଲା: ସୁପ୍ରିମକୋର୍ଟରେ ୪ଜଣଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ, ୨୩।୧: ୨୦୦୨ ଗୁଜୁରାଟ ନରୋଦା ପାଟିଆ ଦଙ୍ଗା ମାମଲାରେ ବୁଧବାର ସୁପ୍ରିମକୋର୍ଟ ୪ଜଣ ଅଭିଯୁକ୍ତଙ୍କୁ ଜାମିନ ଦେଇଛନ୍ତି। 

କଂଗ୍ରେସରେ ପ୍ରିୟଙ୍କାଙ୍କ ଏଣ୍ଟ୍ରି: ମହାସଚିବ ଭାବେ ମିଳିଲା ନିଯୁକ୍ତି

କଂଗ୍ରେସରେ ପ୍ରିୟଙ୍କାଙ୍କ ଏଣ୍ଟ୍ରି: ମହାସଚିବ ଭାବେ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ,୨୩।୧: ବହୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ  ବୁଧବାର କଂଗ୍ରେସ ମହାସଚିବ ଭାବେ ମିଳିଛି ପଲ୍ଟିକାଲ ଏଣ୍ଟ୍ରି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି। 

ଆଇଏସଆଇଏସ ଲିଙ୍କ୍‌ ଅଭିଯୋଗ: ନାବାଳକ ସମେତ ୯ ଗିରଫ

ଆଇଏସଆଇଏସ ଲିଙ୍କ୍‌ ଅଭିଯୋଗ: ନାବାଳକ ସମେତ ୯ ଗିରଫ

ମୁମ୍ବାଇ, ୨୩।୧: ଆତଙ୍କବାଦୀ ସଂସ୍ଥା ଆଇଏସଆଇଏସ ସହ ଲିଙ୍କ ଅଭିଯୋଗରେ ବୁଧବାର ମହାରାଷ୍ଟ୍ର ଆତଙ୍କବାଦୀ ନିରୋଧୀ ସଂସ୍ଥା(ଏଟିସ) ୯ଜଣଙ୍କୁ ଗିରଫ କରିଛି। 

୧୦୭ ବର୍ଷରେ ଫିଟ୍‌: ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ

୧୦୭ ବର୍ଷରେ ଫିଟ୍‌: ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ

ନୂଆଦିଲ୍ଲୀ, ୨୩।୧: ଯଦି ମନୋବଳ ଦୃଢ, ତେବେ ଜୀବନରେ ଯେ କୌଣସି ଝଡଝଞ୍ଜା ଆସିଲେ ମଧ୍ୟ ତାହାର ସାମ୍ନା କରିବା ସହଜ ମନେ ହୁଏ। ଏମିତି ଜଣେ ଦୃଢମନା ବ୍ୟକ୍ତି ହେଉଛନ୍ତି ଗୁରୁଚରଣ ସିଂହ ସାନ୍ଧୁ। 

ଚଳିତ ବର୍ଷ ୧୦ଟି କାରଣ ଯୋଗୁ  କୋଟି କୋଟି ଲୋକଙ୍କ ଜୀବନ ଯିବ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଚଳିତ ବର୍ଷ ୧୦ଟି କାରଣ ଯୋଗୁ କୋଟି କୋଟି ଲୋକଙ୍କ ଜୀବନ ଯିବ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ/ଜେନେଭା,୨୩।୧: ଚଳିତ ବର୍ଷ ୧୦ଟି କାରଣ ଯୋଗୁ ପୃଥିବୀର କୋଟି କୋଟି ଲୋକଙ୍କର ଜୀବନ ଯିବ। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶ ପାଇଛି ଏକ ରିପୋର୍ଟ।