ମନୋରଞ୍ଜନ |

ପରଦାରେ ଫିକା ପଡ଼ିଲା‘କଲାକାଣ୍ଡି’

ପରଦାରେ ଫିକା ପଡ଼ିଲା‘କଲାକାଣ୍ଡି’
ବମ୍ବେ: ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଥିଲା ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘କଲାକାଣ୍ଡି’। ଟିଜର୍‌ରୁ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଏହା ହୋଇପାରିନାହିଁ। ମୁକ୍ତିଲାଭ କରିବାର ତିନି ଦିନ ମଧ୍ୟରେ ଫିଲ୍ମଟି ମାତ୍ର ୩ କୋଟି ୮୫ଲକ୍ଷ ଟଙ୍କା ବ୍ୟବସାୟ କରିବାରେ ସଫଳ ହୋଇଛି। ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଅକ୍ଷତ ବର୍ମା। ଏଥିରେ ସୈଫଙ୍କ ବ୍ୟତୀତ ଦୀପକ ଡୋବରିୟାଲ, ବିଜୟ ରାଜ, କୁନାଲ ରୟ କପୁର ଏବଂ ଅକ୍ଷତ ଓବରୟ ଅଭିନୟ କରିଛନ୍ତି। ତେବେ ବିଶେଷକରି ପେଟରେ କ୍ୟାନ୍‌ସର ହୋଇଥିବା ଜଣେ ବ୍ୟକ୍ତିର ଜୀବନ କାହାଣୀକୁ ନେଇ ଫିଲ୍ମର କାହାଣୀ ଗତି କରିଛି। ସୈଫଙ୍କ ଚରିତ୍ରଟି ପାନ, ଗୁଟଖା୍‌ ଏବଂ ଡ୍ରଗ୍ସ ପରି ନିଶାଦ୍ରବ୍ୟଠାରୁ ଦୂରେଇ ରହୁଥିଲେ ହେଁ ତାଙ୍କୁ ଏହି ରୋଗ ହୋଇଯାଏ। ଫଳରେ ସେ ନିଜ ଜୀବନକୁ ଭରପୂର ଭାବେ ଜିଇବାର ନିଷ୍ପତ୍ତି ନିଅନ୍ତି। ପରେ ତାଙ୍କ ଜୀବନରେ ଦୀପକ ଏବଂ ବିଜୟଙ୍କ ଏଣ୍ଟ୍ରି ହୁଏ। ଏହାପରେ ଫିଲ୍ମଟି ନୂଆ ମୋଡ ନେଉଥିବା ଦେଖିବାକୁ ମିଳୁଛି। ଆଗାମୀ ଦିନରେ ଏହା ବଜେଟଠାରୁ ଅଧିକ ରୋଜଗାର କରିବ ବୋଲି ନିର୍ମାତାମାନେ ଆଶା ରଖିଛନ୍ତି।
All Right Reserved By

ମନୋରଞ୍ଜନ |

ନିକ୍‌ଙ୍କୁ ପାଗଳ ଭଳି ଭଲପାଆନ୍ତି ପ୍ରିୟଙ୍କା: ପରିଣିତି

ନିକ୍‌ଙ୍କୁ ପାଗଳ ଭଳି ଭଲପାଆନ୍ତି ପ୍ରିୟଙ୍କା: ପରିଣିତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା(ପିସି) ତାଙ୍କ ପୁରୁଷ ବନ୍ଧୁ ନିକ୍‌ ଜୋନ୍‌ସଙ୍କୁ ବିବାହ କରିବେ ବୋଲି ସ୍ପଷ୍ଟ ହୋଇଛି। ନିକଟରେ ତାଙ୍କର ନିର୍ବନ୍ଧ ସରିଥିବା ବେଳେ ଏହି ଅବସରରେ ଉପସ୍ଥିତ ଥିବା ପିସିଙ୍କ କଜିନ୍‌ ସିଷ୍ଟର ତଥା ବଲିଉଡ୍‌ ନାୟିକା ପରିଣିତି ଚୋପ୍ରା କହିଛନ୍ତି, ପ୍ରିୟଙ୍କା ନିକ୍‌ଙ୍କୁ ପାଗଳ ପରି ଭଲ ପାଆନ୍ତି।

ଥ୍ୟାଙ୍କ ୟୁ ସିଦ୍ଧାର୍ଥ

ଥ୍ୟାଙ୍କ ୟୁ ସିଦ୍ଧାର୍ଥ

ଯାହା ହେଉ ପରିଣିତିଙ୍କ ଟେନସନ ଗଲା। ଗୋଟିଏ ଫିଲ୍ମର ଟାଇଟଲ କ’ଣ ଦିଆଯିବ ତାହାକୁ ନେଇ ପ୍ରଯୋଜିକା ଏକତା କପୁର ଏବଂ ନିର୍ଦ୍ଦେଶକ ଟେନସନରେ ଥିଲେ। 

ସୁନା ପିଲା ବରୁଣ

ସୁନା ପିଲା ବରୁଣ

ଗୋଟିଏ କଥାର ମହତ୍ତ୍ୱ କେତେ ତାହା ବରୁଣ ଧାଓ୍ବନ ଭଲ ଭାବରେ ହୃଦୟଙ୍ଗମ କରିପାରିଛନ୍ତି। ତା’ ସହ ନିଜ ପ୍ରେମିକାଙ୍କ ମନର ଆଶାକୁ ପୂରଣ କରିଛନ୍ତି।

କରନ୍‌ଙ୍କ ପାଇଁ

କରନ୍‌ଙ୍କ ପାଇଁ

ନବାଗତା ଜାହ୍ନବୀ କପୁର ଏବେ ଯୁଆଡେ ଗଲେ ପ୍ରଯୋଜକ କରନ୍‌ ଜୋହରଙ୍କୁ ପ୍ରଶଂସା କରିବାକୁ ଭୁଲୁ ନାହାନ୍ତି। କୌଣସି ବିଷୟରେ କଥା ହେଉଥିଲେ ତା’ ଭିତରେ କରନ୍‌ଙ୍କ ଉଦାହରଣ ଦେଉଛନ୍ତି। 

ଶ୍ରଦ୍ଧାଙ୍କୁ କ’ଣ ଭଲ ଲାଗେ

ଶ୍ରଦ୍ଧାଙ୍କୁ କ’ଣ ଭଲ ଲାଗେ

ଶ୍ରଦ୍ଧା କପୁରଙ୍କୁ କ’ଣ ଭଲ ଲାଗେ ? ତାଙ୍କର ଚଏସ ନିଆରା ହୋଇଥିବ। ହେଲେ ଗୋଟିଏ ଜିନିଷ ପ୍ରତି ତାଙ୍କର ଅଧିକ ଆଗ୍ରହ ରହିଛି। ତାହା କ’ଣ ଜାଣନ୍ତି ?

ବାଟରେ ବାଟରେ..

ବାଟରେ ବାଟରେ..

ଦେଖୁଦେଖୁ ମନରେ ମନ ମିଶିଗଲା। ଆଉ ତା’ପରେ ଆରମ୍ଭ ହେଲା ଲଭ୍‌ ଷ୍ଟୋରି। ଦୁହିଁଙ୍କର ପ୍ରଥମ ଦେଖା ହୁଏ ଏକ ରେଷ୍ଟୁରାଣ୍ଟରେ। ସୁନ୍ଦରୀ ଝିଅଟିଏ ଦେଖିବା ପରେ ସ୍ବତଃ ପୁଅଟିର ମନ ତା’ ଆଡକୁ ଢଳିପଡେ। ଝିଅଟି କହେ, ‘ଯଦି କିଛି ମାଇଣ୍ଡ ନ କରିବେ ତେବେ ମୋତେ ଟିକେ ମୋ ଘରେ ଡ୍ରପ୍‌ କରିଦେବେ।’ ଉତ୍ତର ଆସେ, ‘ଆରେ ଏଥିରେ ମାଇଣ୍ଡ କରିବାର କ’ଣ ଅଛି।’

 ଯଦି ଧର୍ମେନ୍ଦ୍ର ରାଜି ହୋଇଥାଆନ୍ତେ...

ଯଦି ଧର୍ମେନ୍ଦ୍ର ରାଜି ହୋଇଥାଆନ୍ତେ...

ଅନେକ ଫିଲ୍ମର କାଷ୍ଟିଂ ସମୟରେ ମଜାଦାର ଘଟଣା ଘଟିଥାଏ। ଜଣକୁ ନାୟକ ଭାବରେ ଫାଇନାଲ କରାଯାଇଥିଲେ ମଧ୍ୟ ରାତାରାତି ଚକ ବଦଳି ଯାଇଥାଏ। 

ଜନ୍‌ ଦେବେନି ସକ୍ସେସ୍‌ ପାର୍ଟି

ଜନ୍‌ ଦେବେନି ସକ୍ସେସ୍‌ ପାର୍ଟି

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଜନ୍‌ ଆବ୍ରାହମ୍‌ଙ୍କ ଫିଲ୍ମ ‘ସତ୍ୟମେବ ଜୟତେ’ ବକ୍ସ ଅଫିସରେ ଭଲ ବିଜ୍‌ନେସ କରିଛି। ‘ପରମାଣୁ’ ପରେ ଜନ୍‌ଙ୍କର ଏହି ଫିଲ୍ମ ଏବେ ବକ୍ସ ଅଫିସରେ ଭଲ ବିଜ୍‌ନେସ କରିଥିବାରୁ ସମସ୍ତେ ଆଶା କରିଥିଲେ ସେ ନିଶ୍ଚିତ ଭାବେ ଏଥିପାଇଁ ସକ୍ସେସ୍‌ ପାର୍ଟି ଦେବେ। 

ପ୍ରିୟଙ୍କା-ନିକଙ୍କର ହେଲା ନିର୍ବନ୍ଧ

ପ୍ରିୟଙ୍କା-ନିକଙ୍କର ହେଲା ନିର୍ବନ୍ଧ

ମୁମ୍ବାଇ,୧୮।୮: ବଲିଉଡ ଦେଶୀଗର୍ଲ ପ୍ରିୟଙ୍କ ଚୋପ୍ରା ଶେଷରେ ନିକ୍‌ ଜୋନ୍ସଙ୍କ ହାତ ଧରିବେ ବୋଲି ସ୍ପଷ୍ଟ ହୋଇଛି। ଶନିବାର ମୁମ୍ବାଇରେ ଏମାନଙ୍କର ଏନ୍‌ଗେଜ୍‌ମେଣ୍ଟ ସେରିମନି ବା ‘ରୋକା’ ଆୟୋଜିତ ହୋଇଛି। 

ସୂତା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ଭୂମି

ସୂତା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ଭୂମି

ମୁମ୍ବାଇ:ବଲିଉଡରେ ଖୁବ୍‌ କମ୍‌ ସମୟ ମଧ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭୂମି ପେଦନେକର ଏବେ ତାଙ୍କ ପୋଷାକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।

ସୂତା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ଭୂମି

ସୂତା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ଭୂମି

ମୁମ୍ବାଇ: ବଲିଉଡରେ ଖୁବ୍‌ କମ୍‌ ସମୟ ମଧ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭୂମି ପେଦନେକର ଏବେ ତାଙ୍କ ପୋଷାକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଭୂମି ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍‌ର ପୋଷାକକୁ ନେଇ କରୁଥିବା ବିଜ୍ଞାପନ ପରେ କହିଛନ୍ତି ତାଙ୍କୁ ଆଧୁନିକ ପୋଷାକ ଅପେକ୍ଷା ଆରାମଦାୟକ ପୋଷାକ ବେଶ୍‌ ପସନ୍ଦ।

ତିନୋଟି ଭାଷାରେ ତିଆରି ହେବ ଜୟାଙ୍କ ବାୟୋପିକ୍‌

ତିନୋଟି ଭାଷାରେ ତିଆରି ହେବ ଜୟାଙ୍କ ବାୟୋପିକ୍‌

ଚେନ୍ନାଇ,୧୬।୮: ଏବେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଥିବା ବେଳେ ଏହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଥିବା ଦେଖିବାକୁ ମିଳିଛି। ରିୟଲ୍‌ ଲାଇଫ୍‌ ଷ୍ଟୋରୀକୁ ରିଲ୍‌ ଲାଇଫରେ ଦେଖିବା ପରେ ଦର୍ଶକେ ଅନେକ ବ୍ୟକ୍ତିଙ୍କ ଜୀବନର କିଛି ଅଜଣା କଥା ସମ୍ପର୍କରେ ଜାଣି ପାରୁଛନ୍ତି। ଏବେ ଏହି କ୍ରମରେ ସାମିଲ ହେବାକୁ ଯାଉଛି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜୟାଲଲିଥାଙ୍କ ଜୀବନ କାହାଣୀ।