ଖେଳ |

ଅଷ୍ଟ୍ରେଲିଆନ୍‌ ଓପନ୍‌: ପୁଣି ପ୍ରଥମ ରାଉଣ୍ଡରୁ ଭାମ୍ବ୍ରି ବିଦା

ଅଷ୍ଟ୍ରେଲିଆନ୍‌ ଓପନ୍‌: ପୁଣି ପ୍ରଥମ ରାଉଣ୍ଡରୁ ଭାମ୍ବ୍ରି ବିଦା
ମେଲବୋର୍ନ, ୧୫।୧(ପି.ଟି.)- ଭାରତୀୟ ପୁରୁଷ ସିଙ୍ଗଲ୍ସ ଖେଳାଳି ୟୁକି ଭାମ୍ବ୍ରି ପୁଣି ଥରେ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପ୍ରଥମ ରାଉଣ୍ଡକୁ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ସୋମବାରଠାରୁ ଆରମ୍ଭ ହୋଇଥିବା ଟୁର୍ନାମେଣ୍ଟରେ ସେ ସାଇପ୍ରସର ମାର୍କୋସ ବାଗଦାତିସଙ୍କଠାରୁ ସେଟ୍‌ରେ ପରାଜିତ ହୋଇଛନ୍ତି। ବିଶ୍ୱର ୧୦୨ତମ ର଼୍ୟାଙ୍କଧାରୀ ମାର୍କୋସ ୭-୬, ୬-୪, ୬-୩ ସେଟ୍‌ରେ ୨୫ ବର୍ଷୀୟ ଭାରତୀୟ ଖେଳାଳିଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲାରେ ୨ ଘଣ୍ଟା ୯ ମିନିଟ୍‌ ଧରି ସଂଘର୍ଷ କରିବା ସତ୍ତ୍ୱେ ଭାମ୍ବ୍ରିଙ୍କୁ ପରାଜିତ ହେବାକୁ ପଡ଼ିଛି। ଖେଳ ଆରମ୍ଭରୁ ଉଭୟ ଖଳାଳିଙ୍କ ମଧ୍ୟରେ କଡ଼ା ସଂଘର୍ଷ ହୋଇଥିଲା। ଏପରି କି ପ୍ରଥମ ସେଟ୍‌ର ଫଳାଫଳ ପାଇଁ ଟାଇବ୍ରେକର ରାଉଣ୍ଡର ସହାୟତା ନେବାକୁ ପଡ଼ିଥିଲା। ଏଥିରେ ଭାମ୍ବ୍ରି ପରାଜିତ ହୋଇଥିଲେ। ଏହାପରେ ଅତ୍ୟଧିକ ତ୍ରୁଟିପୂର୍ଣ୍ଣ ଖେଳ କାରଣରୁ ସେ ଆଉ ମୁକାବିଲାକୁ ଫେରିପାରି ନ ଥିଲେ। ସେ କ୍ରମାଗତ ୨ୟ ଓ ୩ୟ ସେଟ୍‌ରେ ପରାଜିତ ହେବା ସହ ଅଭିଯାନ ଶେଷ କରିଛନ୍ତି। ଏହି ପରାଜୟ ଯୋଗୁ କ୍ରମାଗତ ୩ୟ ଥର ପାଇଁ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡକୁ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ଏଥିପୂର୍ବରୁ ସେ ୨୦୧୫ ଓ ୨୦୧୬ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ମୁଖ୍ୟ ପର୍ଯ୍ୟାୟରେ ଖେଳିଥିଲେ। କିନ୍ତୁ ଉଭୟ ଥର ତାଙ୍କୁ ଯଥାକ୍ରମେ ଆଣ୍ଡି ମୁରେ ଓ ଟୋମାସ ବର୍ଡିକ ପରାସ୍ତ କରିଥିଲେ।
All Right Reserved By

ଖେଳ |

ହାରିଲେ ସୁଶୀଲ

ହାରିଲେ ସୁଶୀଲ

ଜାକର୍ତ୍ତା,୧୯।୮(ପି.ଟି.)- ଚଳିତ ଏସିଆନ୍‌ ଗେମ୍ସର ପ୍ରଥମ ଦିବସରେ ଭାରତୀୟ ପ୍ରତିନିଧି ଦଳକୁ ଶକ୍ତ ଧକ୍କା ଲାଗିଛି। ଦୁଇ ଥର ଅଲିମ୍ପିକ୍‌ ପଦକଧାରୀ କୁସ୍ତିଯୋଦ୍ଧା ସୁଶୀଲ କୁମାର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। 

ବାସ୍କେଟବଲ: ଚାଇନିଜ୍‌ ତାଇପେଠାରୁ ହାରିଲା ଭାରତ

ବାସ୍କେଟବଲ: ଚାଇନିଜ୍‌ ତାଇପେଠାରୁ ହାରିଲା ଭାରତ

ଜାକର୍ତ୍ତା,୧୯।୮(ପି.ଟି.)- ଭାରତୀୟ ମହିଳା ବାସ୍କେଟବଲ ଦଳ ପରାଜୟ ସହ ଏସିଆନ୍‌ ଗେମ୍ସରୁ ବାଦ୍‌ ପଡ଼ିବା ନିଶ୍ଚିତ କରିଛି।  ଭାରତୀୟ ଦଳକୁ ୬୧-୮୪ ବ୍ୟବଧାନରେ ଚାଇନିଜ ତାଇପେ ଦଳ ପରାସ୍ତ କରିଛି। 

ପଦକ ଖାତା ଖୋଲିଲେ ଅପୂର୍ଭି, ରବି

ପଦକ ଖାତା ଖୋଲିଲେ ଅପୂର୍ଭି, ରବି

ଜାକର୍ତ୍ତା,୧୯।୮-  ଏଠାରେ ଏସିଆନ୍‌ ଗେମ୍ସର ୧୮ତମ ସଂସ୍କରଣ ରବିବାରଠାରୁ ଆରମ୍ଭ ହୋଇଯାଇଛି। ପ୍ରତିଯୋଗିତାର ପ୍ରଥମ ଦିବସ ଭାରତ ପାଇଁ ପଦକ ଖାତା ଖୋଲିଛନ୍ତି ଶୁଟର ଅପୂର୍ଭି ଚଣ୍ଡେଲା ଓ ରବି କୁମାର। ଉଭୟ ଶୁଟର ୧୦ ମିଟର ଏୟାର ରାଇଫଲ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। 

ପଦାର୍ପଣରେ ରୋନାଲ୍ଡୋ ବିଫଳ

ପଦାର୍ପଣରେ ରୋନାଲ୍ଡୋ ବିଫଳ

ଭେରୋନା(ଇଟାଲି),୧୯।୮(ଏଏଫ୍‌ପି)-  ପର୍ତ୍ତୁଗାଲ ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ସିରିି ଏ’ ଲିଗ୍‌ ପଦାର୍ପଣରେ ବିଫଳ ହୋଇଛନ୍ତି। କିନ୍ତୁ ଲିଗ୍‌ର ଡିଫେଣ୍ଡିଂ ଚାମ୍ପିୟନ ଜୁଭେଣ୍ଟସ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି।

ଏସିଆନ୍‌ ଗେମ୍ସ: ଚାଇନାର ସୁନଙ୍କ ପ୍ରଥମ ସ୍ବର୍ଣ୍ଣ

ଏସିଆନ୍‌ ଗେମ୍ସ: ଚାଇନାର ସୁନଙ୍କ ପ୍ରଥମ ସ୍ବର୍ଣ୍ଣ

ଜାକର୍ତ୍ତା,୧୯।୮(ଏଏଫ୍‌ପି)- ଚାଇନିଜ୍‌ ଉଷୁ ଆଥ୍‌ଲେଟ୍‌ ସୁନ ପେୟୁଆନ ଚଳିତ ଏସିଆନ୍‌ ଗେମ୍ସର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୨୮ ବର୍ଷୀୟ ସୁନ ଚାଙ୍ଗକୁଆନ କାଟଗୋରୀରେ  ଆୟୋଜକ ଇଣ୍ଡୋନେସିଆ ଚାଭିଅର ମାର୍ଭେଲୋଙ୍କୁ ହରାଇ ଏହି ସଫଳତା ପାଇଛନ୍ତି।

ଏଟିକେ ପକ୍ଷରୁ ଖେଳିବେ ବିକି

ଏଟିକେ ପକ୍ଷରୁ ଖେଳିବେ ବିକି

କୋଲକାତା, ୧୯।୮(ପି.ଟି.)- କାମେରୁନ ଡିଫେଣ୍ଡର ଆନ୍ଦ୍ରେ ବିକି ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ଆଗାମୀ ସଂସ୍କରଣରେ ଆଟ୍‌ଲେଟିକୋ ଡି କୋଲକାତା (ଏଟିକେ) ପକ୍ଷରୁ ଖେଳିବେ। 

ଭାରତ ଜିତିଲା ସାଫ୍‌ ଚାମ୍ପିୟନଶିପ୍‌

ଭାରତ ଜିତିଲା ସାଫ୍‌ ଚାମ୍ପିୟନଶିପ୍‌

ଥିମ୍ଫୁ (ଭୁଟାନ), ୧୯।୮(ପି.ଟି.)- ୧୫ ବର୍ଷରୁ କମ୍‌ ଭାରତୀୟ ମହିଳା ଫୁଟ୍‌ବଲ ଦଳ ଏଠାରେ ଚାଲିଥିବା ସାଫ୍‌ ଚାମ୍ପିୟନଶିପ୍‌ (୧୫ ବର୍ଷରୁ କମ୍‌) ଫୁଟ୍‌ବଲ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛି। ସ୍ଥାନୀୟ ଚାଙ୍ଗଲି ମିଥାଙ୍ଗ୍‌ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଭାରତ ୧-୦ ଗୋଲରେ ଡିଫେଣ୍ଡିଂ ଚାମ୍ପିୟନ ବାଂଲାଦେଶକୁ ପରାସ୍ତ କରିଛି।

ସମ୍ବିଧାନ ସଂଶୋଧନ ପାଇଁ ସଜବାଜ

ସମ୍ବିଧାନ ସଂଶୋଧନ ପାଇଁ ସଜବାଜ

କଟକ ଅଫିସ,୧୯ା୮- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କାର୍ଯ୍ୟକାରୀ କମିଟି ପକ୍ଷରୁ ଓସିଏ କାର୍ଯ୍ୟାଳୟରେ ଶନିବାର ଏକ ବୈଠକ ଡକାଯାଇଥିଲା । ଉକ୍ତ ବୈଠକରେ ଆସୋସିଏଶନର ସମ୍ବିଧାନ ସଂଶୋଧନ ନିମନ୍ତେ କେଉଁ ସମସ୍ତ ପ୍ରକ୍ରିୟା କିପରି ଭାବେ ଗ୍ରହଣ କରାଯିବ ସେ ନେଇ ଯୋଜନା କରାଯାଇଛି । 

ଏସିଆନ ଗେମ୍ସକୁ ଫେରିଲା କୁଏଟ୍‌୍‌

ଏସିଆନ ଗେମ୍ସକୁ ଫେରିଲା କୁଏଟ୍‌୍‌

ଜାକର୍ତ୍ତା, ୧୯ା୮ (ଏଏଫ୍‌ପି)- ଏସିଆନ ଗେମ୍ସକୁ କୁଏଟ୍‌୍‌ ଫେରିଛି, କିନ୍ତୁ ଅଲିମ୍ପିକ୍‌ କାଉନ୍‌ସିଲ ଅଫ୍‌ ଏସିଆ (ଓସିଏ) ତରଫରୁ ଏହି ଦେଶକୁ ଚେତାବନୀ ଶୁଣାଇ ଦିଆଯାଇଛି। କ୍ରୀଡ଼ାରେ ସରକାରୀ ହସ୍ତକ୍ଷେପ ବନ୍ଦ ନ ହେଲେ କୁଏଟ୍‌କୁ ୩ୟ ଥର ନିର୍ବାସନର ସମ୍ମୁଖୀନ ହେବାକୁ ପଡ଼ିବ। 

କୋହଲି-ରାହାନେଙ୍କ  ଶତକୀୟ ଭାଗୀଦାରି

କୋହଲି-ରାହାନେଙ୍କ ଶତକୀୟ ଭାଗୀଦାରି

ନଟିଂହାମ୍‌ ୧୯ା୮-ଟ୍ରେଣ୍ଟବ୍ରିଜ୍‌ଠାରେ ଶନିବାର ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାନେଙ୍କ ମଧ୍ୟରେ ଶତକୀୟ ଭାଗୀଦାରି ଯୋଗୁ ଭାରତ ଏକ ସମ୍ମାନଜନକ ସ୍କୋର ଆଡକୁ ଅଗ୍ରସର ହେଉଛି।

ଆନ୍ତଃ କଲେଜ ଚେସ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ

ଆନ୍ତଃ କଲେଜ ଚେସ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ

ବ୍ରହ୍ମପୁର ଅଫିସ,୧୯।୮-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ଆଙ୍କୁଶପୁର ଏସ୍‌ଏମ୍‌ଆଇଟିରେ ଚାଲିଥିବା ୪୦ତମ ଆନ୍ତଃ କଲେଜ ଚେସ ଟୁର୍ନାମେଣ୍ଟ ଶନିବାର ଉଦ୍‌ଯାପିତ ହୋଇଯାଇଛି । 

ଏସିଆନ୍‌ ଗେମ୍ସ ଉଦ୍‌ଘାଟିତ

ଏସିଆନ୍‌ ଗେମ୍ସ ଉଦ୍‌ଘାଟିତ

ଜାକର୍ତ୍ତା, ୧୯।୮(ପି.ଟି.)- ଏସିଆ ମହାଦେଶର ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭ ଏସିଆନ ଗେମ୍ସର ୧୮ତମ ସଂସ୍କରଣ ରବିବାର ମହା ସମାରୋହରେ ଉଦ୍‌ଘାଟିତ ହୋଇଛି। ଜାକର୍ତ୍ତାର ଗେଲୋରା ବଙ୍ଗ କାର୍ନୋ (ଜିବିକେ) ମୁଖ୍ୟ ଷ୍ଟାଡିୟମରେ ଏହି କ୍ରୀଡ଼ାର ରଙ୍ଗାରଙ୍ଗ ଉଦ୍‌ଘାଟନ ହୋଇଛି।