ଅନ୍ତର୍ଜାତୀୟ |

ଚାଇନା ସାଗରରେ ବୁଡ଼ିଲା ଇରାନ ଟ୍ୟାଙ୍କର: ୩୨ ମୃତ

ଚାଇନା ସାଗରରେ ବୁଡ଼ିଲା ଇରାନ ଟ୍ୟାଙ୍କର: ୩୨ ମୃତ
ହଂକଂ,୧୫।୧: ଚାଇନା ଉପକୂଳରେ ଏକ ସପ୍ତାହ ତଳେ ଏକ ମାଲବାହୀ ଜାହାଜ ସହ ଧକ୍କା ହେବା ଫଳରେ ଇରାନର ଏକ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ରବିବାର ଏହି ଟ୍ୟାଙ୍କରଟି ସମୁଦ୍ରରେ ବୁଡି ଯାଇଥିବା ସୂଚନା ମିଳିଛି। ଏଥିରେ ଥିବା ଚାଳକ ଦଳର ୩୨ଜଣ ସଦସ୍ୟଙ୍କ ସମେତ ଦୁଇ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ମାତ୍ର ୩ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ୨୭୪ ମିଟର ଲମ୍ବା ଏକ ଟ୍ୟାଙ୍କର ଇରାନରୁ ୧,୩୬,୦୦୦ ଟନ୍‌ ଅଶୋଧିତ ତୈଳ ନେଇ ଦକ୍ଷିଣକୋରିଆ ଯାତ୍ରା କରୁଥିଲା।
All Right Reserved By

ଅନ୍ତର୍ଜାତୀୟ |

 ୭ ବର୍ଷ ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଇମ୍ରାନ୍‌ଙ୍କୁ ଫାଶୀ

୭ ବର୍ଷ ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଇମ୍ରାନ୍‌ଙ୍କୁ ଫାଶୀ

ଇସଲାମାବାଦ,୧୭।୧୦: ପାକିସ୍ତାନରେ ଜଣେ ୭ ବର୍ଷ ବୟସ୍କା ନାବାଳିକା ଜୈନାବ୍‌ ଅନସାରୀଙ୍କୁ ବଳାତ୍କାର ଏବଂ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଇମ୍ରାନ୍‌ ଅଲ୍ଲୀଙ୍କୁ ବୁଧବାର ଫାଶୀ ଦିଆଯାଇଛି।

ଆନ୍ନା ବର୍ନସ୍‌ଙ୍କୁ ବୁକର ପୁରସ୍କାର

ଆନ୍ନା ବର୍ନସ୍‌ଙ୍କୁ ବୁକର ପୁରସ୍କାର

ନୂଆଦିଲ୍ଲୀ/ଡବଲିନ୍‌,୧୭।୧୦: ଉତ୍ତର ଅୟାରଲାଣ୍ଡ ଲେଖିକା ଆନ୍ନା ବର୍ନସ୍‌ଙ୍କୁ ୨୦୧୮ ପାଇଁ ମିଳିଛି ବୁକର ପୁରସ୍କାର। ତାଙ୍କ ରଚିତ ପୁସ୍ତକ ‘ମିଲ୍କମ୍ୟାନ୍‌’ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। 

ୟୁଟ୍ୟୁବ୍‌ ସର୍ଭର ଡାଉନ୍‌

ୟୁଟ୍ୟୁବ୍‌ ସର୍ଭର ଡାଉନ୍‌

ନୂଆଦିଲ୍ଲୀ/ ଓ୍ବାଶିଂଟନ,୧୭।୧୦: ସାରା ପୃଥିବୀରେ ବୁଧବାର ସକାଳ ୬ଟା ୩୦ରୁ ସୋସିଆଲ୍‌ ମିଡ଼ିଆ ୟୁଟ୍ୟୁବ୍‌ର ସର୍ଭର ଡାଉନ୍‌ ରହିଛି। ଏହାକୁ ଠିକ୍‌ କରାଯାଇଥିବା ନେଇ ୟୁଟ୍ୟୁବ୍‌ ପକ୍ଷରୁ  କୁହାଯାଇଥିଲେ ମଧ୍ୟ ଏହା ସ୍ବାଭାବିକ ଭାବେ କାମ କରୁ ନ ଥିବା କୁହାଯାଉଛି। 

ଭାରତ-ତାଞ୍ଜାନିଆ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ଭାରତ-ତାଞ୍ଜାନିଆ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ/ଡୋଡୋମା,୧୬।୧୦: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଓ ତାଞ୍ଜାନିଆର ବୈଦେଶିକ ମନ୍ତ୍ରୀ ଡ. ଅଗଷ୍ଟାଇନ୍‌ ପି ମହିଗାଙ୍କ ଉପସ୍ଥିତିରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି।

ଡାଟା ଚୋରି: ଦ୍ୱିତୀୟ ସ୍ଥାନରେ ଭାରତ

ଡାଟା ଚୋରି: ଦ୍ୱିତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୧୦: ପୃଥିବୀରେ ଡାଟା ଚୋରି ଘଟଣା ବଢ଼ିବାରେ ଲାଗିଛି। ଡାଟା ଚୋରି ଘଟଣାରେ ଭାରତ ପୃଥିବୀରେ ଦ୍ୱିତୀୟସ୍ଥାନ ହାସଲ କରିଛି। 

ଖାଦ୍ୟ ସୁରକ୍ଷା ଏବେ ବି ଅପହଞ୍ଚ: ପୃଥିବୀରେ ୮୨ କୋଟି ଭୋକିଲା

ଖାଦ୍ୟ ସୁରକ୍ଷା ଏବେ ବି ଅପହଞ୍ଚ: ପୃଥିବୀରେ ୮୨ କୋଟି ଭୋକିଲା

ନୂଆଦିଲ୍ଲୀ/ଜେନେଭା, ୧୬।୧୦: ଅକ୍ଟୋବର ୧୬ରେ ପାଳିତ ହେଉଛି ବିଶ୍ୱ ଖାଦ୍ୟ ଦିବସ। ତେବେ ୨୦୧୮ କ୍ଷୁଧା ସୂଚକାଙ୍କରେ ପ୍ରକାଶ ପାଇଛି ଯେ, ପୃଥିବୀରେ ଏବେ ମଧ୍ୟ ୮୨ କୋଟି ଲୋକ ଭୋକିଲା ରହିଛନ୍ତି। 

ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ପଲ ଆଲେନଙ୍କ ପରଲୋକ

ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ପଲ ଆଲେନଙ୍କ ପରଲୋକ

ନ୍ୟୁୟର୍କ, ୧୬।୧୦:  ଆମେରିକୀୟ ସଫ୍ଟଓ୍ବେୟାର କମ୍ପାନୀ ମାଇକ୍ରୋସଫ୍ଟର ସହ-ସଂସ୍ଥାପକ ପଲ ଆଲେନଙ୍କ ପରଲୋକ ଘଟିଛି। ମୃତ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। 

ପାକିସ୍ତାନ ସାନି ନିର୍ବାଚନ:ଇମ୍ରାନ୍‌ଙ୍କୁ ଝଟକା, ଚମକିଲେ ନଓ୍ବାଜ

ପାକିସ୍ତାନ ସାନି ନିର୍ବାଚନ:ଇମ୍ରାନ୍‌ଙ୍କୁ ଝଟକା, ଚମକିଲେ ନଓ୍ବାଜ

ଇସ୍‌ଲାମାବାଦ,୧୬।୧୦(ପି.ଟି.)- ସାନି ନିର୍ବାଚନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ନେତୃତ୍ୱାଧୀନ ପାକିସ୍ତାନ ତେହେରିକ୍‌-ଇ-ଇନ୍‌ଶାଫ୍‌ (ପିଟିଆଇ) ପାର୍ଟିକୁ ଶକ୍ତ ଧକ୍କା ଲାଗିଛି। 

ମେଘାନ୍‌ ଅନ୍ତଃସତ୍ତ୍ୱା

ମେଘାନ୍‌ ଅନ୍ତଃସତ୍ତ୍ୱା

ଲଣ୍ଡନ: ବ୍ରିଟେନ୍‌ ରାଜପରିବାରକୁ ଆସୁଛନ୍ତି ଆଉ ଜଣେ ନୂଆ ସଦସ୍ୟ। ଡ୍ୟୁକ୍‌ ଅଫ୍‌ ସସେକ୍ସ ପ୍ରିନ୍ସ ହ୍ୟାରିଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି ଡଚେସ୍‌ ଅଫ୍‌ ସସେକ୍ସ ଯୁବରାଣୀ ମେଘାନ୍‌ ମର୍କଲେ।

ମିଟିଂ ଚାଲିଥିବା ବେଳେ ଛାତରୁ ଖସିଲା ଅଜଗର: ଭିଡିଓ ଭାଇରାଲ

ମିଟିଂ ଚାଲିଥିବା ବେଳେ ଛାତରୁ ଖସିଲା ଅଜଗର: ଭିଡିଓ ଭାଇରାଲ

ବେଜିଂ,୧୫।୧୦: ଚାଇନାର ନାନିଙ୍ଗ ସହରରେ ଥିବା ଏକ ଇଣ୍ଡଷ୍ଟ୍ରିଆଲ ଓ କମର୍ସିଆଲ ବ୍ୟାଙ୍କରେ ଚାଲିଥିଲା ମିଟିଂ। ଏହି ସମୟରେ କେତେଜଣ କର୍ମଚାରୀ ବ୍ୟାଙ୍କର ମଧ୍ୟ ଭାଗରେ ଠିଆ ହୋଇ କଥା ହେଉଥିଲେ।

ଭାରତ ସୀମାରେ ଚାଇନାର ଦାଦାଗିରି

ଭାରତ ସୀମାରେ ଚାଇନାର ଦାଦାଗିରି

ନୂଆଦିଲ୍ଲୀ/ବେଜିଂ,୧୫।୧୦: ଭାରତ ସୀମାରେ ପୁଣି ଚାଇନା ଆରମ୍ଭ କରିଛି ଦାଦାଗିରି। ୧୦ ଦିନ ତଳେ ଅରୁଣାଚଳ ପ୍ରଦେଶର ଦିଓ୍ବାଙ୍ଗ ଓ୍ବେଲୀରେ ଚାଇନା ସୈନ୍ୟ ଅନୁପ୍ରବେଶ କରିଥିଲେ। 

ତାଲିବାନ ଆକ୍ରମଣରେ ୨୦ ଆଫଗାନ୍‌ ସେନା ନିହତ

ତାଲିବାନ ଆକ୍ରମଣରେ ୨୦ ଆଫଗାନ୍‌ ସେନା ନିହତ

ଫରହା,୧୫।୧୦: ଆଫଗାନିସ୍ତାନ ଇରାନ ସୀମାରେ ଥିବା ପଶ୍ଚିମ ଫରହା ଅଞ୍ଚଳରେ ରବିବାର ତାଲିବାନ ସେନା ଦ୍ୱାରା ୨ଟି ମିଲିଟାରୀ ଚେକ୍‌ ପୋଷ୍ଟ ଉପରେ ଆକ୍ରମଣ କରିବା ଫଳରେ ଅତିକମ୍‌ରେ ୨୦ ଆଫଗାନ୍‌ ସେନା ନିହତ ହୋଇଥିବା ସୂଚନା ମିଳିଛି।