ଜାତୀୟ |

ପ୍ରଧାନ ବିଚାରପତିଙ୍କୁ ଭେଟିଲା ବିସିଆଇ

ପ୍ରଧାନ ବିଚାରପତିଙ୍କୁ ଭେଟିଲା ବିସିଆଇ
ନୂଆଦିଲ୍ଲୀ,୧୫।୧(ପି.ଟି.): ସୁପ୍ରିମକୋର୍ଟର ୪ ବରିଷ୍ଠ ବିଚାରପତିଙ୍କ ଜାନୁୟାରୀ ୧୨ ଖବରଦାତା ସମ୍ମିଳନୀ ପରେ ସୃଷ୍ଟି ହୋଇଥିବା ସଂକଟ ଦୂର ପାଇଁ ଆଇନଜୀବୀ ଓ ପୂର୍ବତନ ବିଚାରପତିମାନେ ତତ୍ପର ହୋଇ ଉଠିଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ଆଇନଜୀବୀଙ୍କ ନିୟାମକ ସଂସ୍ଥା ଭାବେ ପରିଚିତ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ବିସିଆଇ) ଏବଂ ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନ୍‌ (ଏସ୍‌ସିବିଏ) ପ୍ରତିନିଧିମାନେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ସାକ୍ଷାତ୍‌ କରି ଆଲୋଚନା କରିଛନ୍ତି। ସର୍ବୋଚ୍ଚ ଅଦାଲତରେ ସୃଷ୍ଟି ହୋଇଥିବା ସଙ୍କଟ ଖୁବ୍‌ଶୀଘ୍ର ଦୂର ହୋଇ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଫେରିଆସିବ ବୋଲି ଜଷ୍ଟିସ୍‌ ମିଶ୍ର ଉଭୟ ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ୪ ବରିଷ୍ଠ ବିଚାରପତି ନ୍ୟାୟପାଳିକାରେ ଭୂକମ୍ପ ସୃଷ୍ଟି କରିଥିବାରୁ ତାହା ସମସ୍ତଙ୍କୁ ଚିନ୍ତିତ କରିଛି। ବିଶେଷକରି ବିସିଆଇ ଶନିବାରର ନିଷ୍ପତ୍ତି କ୍ରମେ ରବିବାର ଦିନ ତମାମ ସର୍ବୋଚ୍ଚ ଅଦାଲତର ବିଚାରପତିମାନଙ୍କ ସହ ଆଲୋଚନା ଜାରି ରଖିଥିଲା। ବିସିଆଇର ୭ ଜଣିଆ ପ୍ରତିନିଧି ଦଳ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ନୂଆଦିଲ୍ଲୀର ୫ କ୍ରିଷ୍ଣା ମେନନ୍‌ ମାର୍ଗସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ୍‌ କରି ୫୦ ମିନିଟ ଧରି ଆଲୋଚନା କରିଥିଲେ। ସାକ୍ଷାତ୍‌ ପରେ ବିସିଆଇ ଅଧ୍ୟକ୍ଷ ମନନ୍‌ କୁମାର ମିଶ୍ର କହିଛନ୍ତି, ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ପ୍ରଧାନ ବିଚାରପତି ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ବିସିଆଇର କ୍ଷମତା ସୀମିତ ହୋଇଥିଲେ ହେଁ ଏଦିଗରେ ସମାଧାନ ପାଇଁ ଉଦ୍ୟମ ଚଳାଇଛି। ବିସିଆଇ ପକ୍ଷରୁ ସୋମବାର ଖବରଦାତା ସମ୍ମିଳନୀରେ ଘଟଣାକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଯିବ। ସେହିପରି ଏସ୍‌ସିବିଏ ଅଧ୍ୟକ୍ଷ ବିକାଶ ସିଂଙ୍କ ନେୃତୃତ୍ୱରେ ଏକ ପ୍ରତିନିଧି ଦଳ ପ୍ରଧାନ ବିଚାରପତିଙ୍କୁ ସାକ୍ଷାତ୍‌ କରି ଏକ ପ୍ରସ୍ତାବ ପତ୍ର ଦେଇଛି। ଜଷ୍ଟିସ୍‌ ମିଶ୍ର ଏହାକୁ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ସେମାନଙ୍କୁ କହିଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ଜିଲା କୋର୍ଟ ବାର୍‌ ଆସୋସିଏଶନ୍‌ ସମନ୍ବୟ କମିଟି ୪ ବରିଷ୍ଠ ବିଚାରପତିଙ୍କ ବିଦ୍ରୋହକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିହିତ କରିଛି। ଖବରଦାତା ସମ୍ମିଳନୀ ପରେ ସିପିଆଇ ଏମ୍‌ପି ଡି.ରାଜା ଜଷ୍ଟିସ୍‌ ଚେଲାମେଶ୍ୱରଙ୍କୁ ସାକ୍ଷାତ କରିବା ଘଟଣାରୁ ଏହା ସ୍ପଷ୍ଟ ହେଉଛି। ୧୦ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନ ହେଲେ ଜିଲା କୋର୍ଟଗୁଡ଼ିକର ଓକିଲମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଏହି ଓକିଲ ସଂଘ ପକ୍ଷରୁ କୁହାଯାଇଛି। ପ୍ରକାଶ ଯେ, ଗତ ଶୁକ୍ରବାର ଜଷ୍ଟିସ୍‌ ଚେଲାମେଶ୍ୱରଙ୍କ ସହ ଅନ୍ୟ ୩ ଜଣ ବରିଷ୍ଠ ବିଚାରପତି ଖବରଦାତା ସମ୍ମିଳନୀ ଡାକି ଶୀର୍ଷ ଅଦାଲତର ଗୁମର ପଦାରେ ପକାଇଥିଲେ। ଏହି ସଙ୍କଟ ଟାଳିବା ସକାଶେ ବିସିଆଇ ଅଣ୍ଟା ଭିଡିଛି। ବିସିଆଇ ପ୍ରତିନିଧି ଦଳ ରବିବାର ଜଷ୍ଟିସ୍‌ ଚେଲାମେଶ୍ୱରଙ୍କୁ ଭେଟିଥିଲେ ମଧ୍ୟ ଅନ୍ୟ ୩ ବରିଷ୍ଠ ବିଚାରପତି ରଞ୍ଜନ ଗୋଗୋଇ, ଏମ.ବି.ଲୋକୁର ଏବଂ କୋରିଏନ୍‌ ଯୋଶେଫ ନୂଆଦିଲ୍ଲୀରେ ଅନୁପସ୍ଥିତ ଥିବା କାରଣରୁ ସେମାନଙ୍କ ସହ ସାକ୍ଷାତ ସମ୍ଭବ ହୋଇନାହିଁ। ମନନ କୁମାର ମିଶ୍ରଙ୍କ ନେତୃତ୍ୱରେ ୭ ଜଣିଆ ପ୍ରତିନିଧି ମଣ୍ଡଳୀ ପୂର୍ବାହ୍ନରେ ଜଷ୍ଟିସ୍‌ ଚେଲାମେଶ୍ୱରଙ୍କ ବାସଭବନକୁ ଯାଇ ତାଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେମାନେ ସର୍ବୋଚ୍ଚ ଅଦାଲତର ଏକାଧିକ ବିଚାରପତିଙ୍କୁ ଭେଟି ଥିଲେ। ସେମାନେ ମଧ୍ୟ ଜଷ୍ଟିସ୍‌ ଆର୍‌.କେ. ଅଗ୍ରଓ୍ବାଲଙ୍କୁ ମଧ୍ୟ ସାକ୍ଷାତ କରି ଆଲୋଚନା କରିଥିଲେ। ଜଣାପଡ଼ିଛି ଯେ, ବିସିଆଇ ଟିମ୍‌ ଭେଟିବା ପରେ ସର୍ବୋଚ୍ଚ ଅଦାଲତର ଦୁଇଜଣ ବରିଷ୍ଠ ବିଚାରପତି ଏସ.ଏ. ବୋବ୍‌ଡେ ଏବଂ ଜଷ୍ଟିସ୍‌ ଏଲ.ନାଗେଶ୍ୱର ରାଓ ମଧ୍ୟ ଜଷ୍ଟିସ ଚେଲାମେଶ୍ୱରଙ୍କୁ ଭେଟି କଥାବାର୍ତ୍ତା କରିଛନ୍ତି। ବିସିଆଇ ପକ୍ଷରୁ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶୀର୍ଷ ଅଦାଲତରେ ସୃଷ୍ଟି ହୋଇଥିବା ସଂକଟ ନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ ୭ ଜଣିଆ ପ୍ରତିନିଧି ମଣ୍ଡଳୀ ବିଚାରପତିମାନଙ୍କୁ ଭେଟି ଆଲୋଚନା କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଅନୁରୂପ ଭାବେ ସୁପ୍ରିମକୋର୍ଟ ବାର ଆସୋସିଏଶନ ଏକ୍‌ଜିକ୍ୟୁଟିଭ୍‌ କମିଟିର ଏକ ଜରୁରୀ ବୈଠକ ମଧ୍ୟ ଶନିବାର ବସିଥିଲା। ସଂକଟ ଟାଳିବା ସକାଶେ ସର୍ବୋଚ୍ଚ ଅଦାଲତର ବିଚାରାଧୀନ ସମସ୍ତ ଜନସ୍ବାର୍ଥ ମାମଲା କନିଷ୍ଠ ବିଚାରପତିଙ୍କ ଖଣ୍ଡପୀଠରୁ ପ୍ରଧାନବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କିମ୍ବା ବରିଷ୍ଠ ବିଚାରପତିଙ୍କ ଖଣ୍ଡପୀଠକୁ ହସ୍ତାନ୍ତର କରିବାକୁ ଆସୋସିଏଶନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।
All Right Reserved By

ଜାତୀୟ |

ୟୁଟ୍ୟୁବ୍‌ ସର୍ଭର ଡାଉନ୍‌

ୟୁଟ୍ୟୁବ୍‌ ସର୍ଭର ଡାଉନ୍‌

ନୂଆଦିଲ୍ଲୀ/ ଓ୍ବାଶିଂଟନ,୧୭।୧୦: ସାରା ପୃଥିବୀରେ ବୁଧବାର ସକାଳ ୬ଟା ୩୦ରୁ ସୋସିଆଲ୍‌ ମିଡ଼ିଆ ୟୁଟ୍ୟୁବ୍‌ର ସର୍ଭର ଡାଉନ୍‌ ରହିଛି। ଏହାକୁ ଠିକ୍‌ କରାଯାଇଥିବା ନେଇ ୟୁଟ୍ୟୁବ୍‌ ପକ୍ଷରୁ  କୁହାଯାଇଥିଲେ ମଧ୍ୟ ଏହା ସ୍ବାଭାବିକ ଭାବେ କାମ କରୁ ନ ଥିବା କୁହାଯାଉଛି। 

‘ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେ’ ଦାବି କଲେ ପାଇଲଟ

‘ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେ’ ଦାବି କଲେ ପାଇଲଟ

ନୂଆଦିଲ୍ଲୀ,୧୬।୧୦: ଭାରତୀୟ କମର୍ସିଆଲ ପାଇଲଟ ଆସୋସିଏଶନ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଏକ ପତ୍ର ଲେଖିଛନ୍ତି। ପାଇଲଟମାନଙ୍କ ପାଇଁ ‘ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେ’ ପାଇଁ ସେମାନେ ଉକ୍ତ ପତ୍ରରେ ଦାବି କରିଛନ୍ତି।

ଦାଦାଗିରି ଦେଖାଇଲେ ବିଏସ୍‌ପି ନେତାଙ୍କ ପୁଅ

ଦାଦାଗିରି ଦେଖାଇଲେ ବିଏସ୍‌ପି ନେତାଙ୍କ ପୁଅ

ନୂଆଦିଲ୍ଲୀ,୧୬।୧୦: ରାଜଧାନୀ ଦିଲ୍ଲୀରେ ଘଟିଥିବା ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଦିଲ୍ଲୀର ଆଇନ ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏକ ପଞ୍ଚ ତାରକା ହୋଟେଲ ବାହାରେ ପୂର୍ବତନ ବିଏସ୍‌ପି ନେତା ରାକେଶ ପାଣ୍ଡେଙ୍କ ପୁଅ ଆଶିଷ ପାଣ୍ଡେଙ୍କ ପୁଅଙ୍କ ଦାଦାଗିରି ଦେଖିବାକୁ ମିଳିଛି। 

ଭାରତ-ତାଞ୍ଜାନିଆ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ଭାରତ-ତାଞ୍ଜାନିଆ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ/ଡୋଡୋମା,୧୬।୧୦: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଓ ତାଞ୍ଜାନିଆର ବୈଦେଶିକ ମନ୍ତ୍ରୀ ଡ. ଅଗଷ୍ଟାଇନ୍‌ ପି ମହିଗାଙ୍କ ଉପସ୍ଥିତିରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି।

ମହାନ ତବଲା ବାଦକ ଲଚ୍ଛୁ ମହାରାଜଙ୍କୁ ମନେ ପକାଇଲା ଗୁଗୁଲ୍‌ ଡୁଡୁଲ୍‌

ମହାନ ତବଲା ବାଦକ ଲଚ୍ଛୁ ମହାରାଜଙ୍କୁ ମନେ ପକାଇଲା ଗୁଗୁଲ୍‌ ଡୁଡୁଲ୍‌

ନୂଆଦିଲ୍ଲୀ, ୧୬।୧୦: ଆଜି ହେଉଛି ଭାରତର ମହାନ ତବଲା ବାଦକ ଲଚ୍ଛୁ ମହାରାଜଙ୍କ ୭୪ତମ ଜନ୍ମଦିବସ। ଏହି ଅବସରରେ ମହାନ ସାଧକଙ୍କୁ ମନେ ପକାଇଛି ଗୁଗୁଲ୍‌ ଡୁଡୁଲ। 

କର୍ନାଟକ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

କର୍ନାଟକ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ବାଙ୍ଗାଲୋର୍‌,୧୬।୧୦: କର୍ନାଟକ ଉପ ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ଏଠାରେ ୩ଟି ଲୋକସଭା ଆସନ ଏବଂ ୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। 

ଶାରୀରିକ ସମ୍ପର୍କ ରଖିଲେ ମିଳିବ ଋଣ: ମହିଳା ଦେଲେ ଲାଠିରେ ଜବାବ, ଭିଡିଓ ଭାଇରାଲ

ଶାରୀରିକ ସମ୍ପର୍କ ରଖିଲେ ମିଳିବ ଋଣ: ମହିଳା ଦେଲେ ଲାଠିରେ ଜବାବ, ଭିଡିଓ ଭାଇରାଲ

ଦାଭନଗେରେ,୧୬।୧୦: କର୍ନାଟକର ଦାଭନଗେରେ ଜିଲାରେ ଦେଖିବାକୁ ମିଳିଛି #ମି ଟୂ ର ଏକ ଭିନ୍ନ ରୂପ। ଏଠାକାର ଏକ ବ୍ୟାଙ୍କ ମ୍ୟାନେଜରଙ୍କୁ  ଜଣେ ମହିଳା ଲାଠିରେ ପିଟୁ ଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ମାଣ୍ଡୁରୁ ମିଳିଲା ୧୮ ଶତାବ୍ଦୀର କୃଷ୍ଣ ମୂର୍ତ୍ତି

ମାଣ୍ଡୁରୁ ମିଳିଲା ୧୮ ଶତାବ୍ଦୀର କୃଷ୍ଣ ମୂର୍ତ୍ତି

ଭୋପାଳ,୧୬।୧୦: ମଧ୍ୟପ୍ରଦେଶ ଧାର ଜିଲାର ମାଣ୍ଡୁ ସହର ଉପକଣ୍ଠରୁ ମିଳିଛି ୧୮ ଶତାବ୍ଦୀର ପ୍ରାଚୀନ କୃଷ୍ଣ ମୂର୍ତ୍ତି। ସ୍ଥାନୀୟ ଦରିଆ ଖାଁ ମହଲରେ ଖନନ ସମୟରେ କଳାମୁଗୁନୀ ପଥରରେ ନିର୍ମିତ ଏହି ମୂର୍ତ୍ତି ମିଳିଛି।

ଆହ୍ଲାବାଦ୍‌ ହେଲା ପ୍ରୟାଗରାଜ: ମିଳିଲା ଯୋଗୀ ସରକାରଙ୍କ ମଞ୍ଜୁରୀ

ଆହ୍ଲାବାଦ୍‌ ହେଲା ପ୍ରୟାଗରାଜ: ମିଳିଲା ଯୋଗୀ ସରକାରଙ୍କ ମଞ୍ଜୁରୀ

ଲକ୍ଷ୍ନୌ, ୧୬।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଆହ୍ଲାବାଦ୍‌ର ନାମ ପରିବର୍ତ୍ତନ କରି ପ୍ରୟାଗରାଜ କରିଛନ୍ତି। ମଙ୍ଗଳବାର କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

ପ୍ରଶାନ୍ତ କିଶୋରଙ୍କୁ ନୂଆ ପଦବୀ

ପ୍ରଶାନ୍ତ କିଶୋରଙ୍କୁ ନୂଆ ପଦବୀ

ପାଟନା,୧୬।୧୦: ନିକଟରେ ଜେଡିୟୁରେ ଯୋଗ ଦେଇଥିବା ପ୍ରଶାନ୍ତ କିଶୋର ଏବେ ଦଳର ୨ ନମ୍ବର ବ୍ୟକ୍ତିତ୍ୱ ଭାବେ ପରିଗଣିତ ହେବେ। ନିର୍ବାଚନ ରଣ କୌଶଳରେ ନିପୁଣ ଥିବା ପ୍ରଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ନିଯୁକ୍ତ କରିଛନ୍ତି। 

୧୪ ବର୍ଷ ବୟସ୍କା ନାବାଳିକା ୩ ଥର ବୈଶ୍ୟାଳୟରେ ହେଲେ ବିକ୍ରି

୧୪ ବର୍ଷ ବୟସ୍କା ନାବାଳିକା ୩ ଥର ବୈଶ୍ୟାଳୟରେ ହେଲେ ବିକ୍ରି

ରାଞ୍ଚି,୧୬।୧୦: ଝାଡ଼ଖଣ୍ଡ ରାଞ୍ଚିରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୩ ଥର ବୈଶ୍ୟାଳୟରେ ବିକ୍ରି ହୋଇଥିବା ଜଣେ ନାବାଳିକାକୁ ବିକ୍ରି କରାଯାଉଥିବା ବେଳେ ପୋଲିସ ଉଦ୍ଧାର କରିଛି।

କଂଗ୍ରେସ ନେତା ହେଲେ ଭାଜପା ମୁହାଁ

କଂଗ୍ରେସ ନେତା ହେଲେ ଭାଜପା ମୁହାଁ

ନୂଆଦିଲ୍ଲୀ,୧୬।୧୦: ଗୋଆର କଂଗ୍ରେସ ନେତା ଦୟାନନ୍ଦ ସୋପତେ ଓ ସୁଭାଷ ସିରୋଡକର ମଙ୍ଗଳବାର ନୂଆଦିଲ୍ଲୀଠାରେ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିବା ପରେ ବିଦ୍ଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି।