ଖେଳ |

ଦ୍ୱିତୀୟ ଟେଷ୍ଟ: କୋହଲିଙ୍କ ଲଢ଼େଇ ଜାରି

ଦ୍ୱିତୀୟ ଟେଷ୍ଟ: କୋହଲିଙ୍କ ଲଢ଼େଇ ଜାରି
ସେଞ୍ଚୁରିଅନ,୧୪।୧(ପି.ଟି.)-ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଧିନାୟକ ବିରାଟ କୋହଲିଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଭ୍ରମଣକାରୀ ଭାରତ ସମସ୍ୟାରେ ପଡିଛି। ପ୍ରଥମ ଇନିଂସରେ ଦ.ଆଫ୍ରିକାକୁ ୧୧୩.୫ ଓଭରରେ ୩୩୫ ରନ କରି ଅଲଆଉଟ କରିବା ପରେ ଭାରତ ଭଲ ଆରମ୍ଭ କରିଥିଲା। ତେବେ ବ୍ୟାଟ୍ସମ୍ୟାନଙ୍କ କେତୋଟି ଦାୟିତ୍ୱହୀନ ଶଟ୍‌ ଓ ଚେତେଶ୍ୱର ପୂଜାରାଙ୍କ ରନ୍‌ଆଉଟ କାରଣରୁ ଭାରତ ଆଶାନୁରୂପ ପ୍ରଦର୍ଶନ କରି ପାରିନାହିଁ। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬୧ ଓଭରରେ ୫ ଉଇକେଟ ହରାଇ ୧୮୩ ରନ ସଂଗ୍ରହ କରିଛି। ଫଳରେ ୫ ଉଇକେଟ ହାତରେ ଥାଇ ଭାରତ ଏବେ ୧୫୨ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ କୋହଲି ୮୫ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୧ ରନ କରି ଅପରାଜିତ ରହିଛନ୍ତି। ଲଞ୍ଚ୍‌ର ଠିକ୍‌ ଗୋଟିଏ ଓଭର ପୂର୍ବରୁ ଭାରତ ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଆଶ୍ଚର୍ଯ୍ୟଜନକ ଭାବେ ସ୍ପିନର କେଶବ ମହାରଜ ପ୍ରଥମ ଓଭର ବୋଲିଂ କରିଥିଲେ। ଦୁଇ ଓପନର ମୁରଲୀ ବିଜୟ ଓ ଲୋକେଶ ରାହୁଲ ଦୃଢତା ସହ ଇନିଂସ ଆରମ୍ଭ କରିଥିଲେ। ତେବେ ୧୦ ରନ କରିଥିବା ବେଳେ ରାହୁଲ ଏକ ହାଲକା ଶଟ ଖେଳି ବୋଲର ମର୍ନେ ମୋର୍କେଲଙ୍କୁ ଫଲୋ ଥ୍ରୁରେ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାର ଠିକ ଗୋଟିଏ ବଲ ପରେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ବ୍ୟାଟିଂ କରିବାକୁ ଆସି ଏକ ସିଙ୍ଗଲ ନେବାକୁ ଯାଇ ଭୁଲ ବୁଝାମଣା ଯୋଗୁ ସେ ଦୁର୍ଭାଗ୍ୟଜନକ ଭାବେ ଲୁଙ୍ଗି ଏନ୍‌ଗିଡିଙ୍କ ଡାଇରେକ୍ଟ ଥ୍ରୋରେ ରନଆଉଟ ହୋଇ ଆଉଟ ହୋଇଥିଲେ। ଫଳରେ ମାତ୍ର ୨୮ ରନରେ ଭାରତ ତାର ପ୍ରଥମ ଦୁଇଟି ଉଇକେଟ ହରାଇ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଥିଲା। ବିଜୟ ୪୬ ରନ କରି କ୍ରିଚ୍‌ରେ ଜମି ଆସୁଥିବା ବେଳେ ସ୍ପିନର କେଶବ ମହାରାଜଙ୍କ ବଲରେ ଉଇକେଟ କିପର କ୍ୱିଣ୍ଟନ ଡିକକ୍‌ଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ରୋହିତ ଶର୍ମା ତାଙ୍କ ପୁରୁଣା ତ୍ରୁଟି ଦୋହରାଇଥିଲେ। ମାତ୍ର ୧୦ କରିଥିବା ବେଳେ ସେ କାଗିସୋ ରାବାଡ଼ାଙ୍କ ବଲରେ ଏଲ୍‌ବିଡବ୍ଲ୍ୟୁ ହୋଇ ପୁଣି ଫେଲ ମାରିଥିଲେ। ଉଇକେଟ କିପର ବ୍ୟାଟ୍ସମ୍ୟାନ ପାର୍ଥତ୍ବ ପଟେଲ ମଧ୍ୟ ବେଶି ସମୟ କ୍ରିଜ୍‌ରେ ରହିପାରି ନ ଥିଲେ। ସେ ୧୯ ରନ କରିଥିବା ବେଳେ ଏନ୍‌ଗିଡିଙ୍କ ବଲରେ ଡିକକ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। କୋହଲି ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଲଢେଇ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଛନ୍ତି। ବୋଲିଂରେ ଦ.ଆଫ୍ରିକା ତରଫରୁ ମହାରାଜ, ମୋର୍କେଲ, ରାବାଡା, ଏନଗିଡି ଗୋଟିଏ ଲେଖାଏ ଉଇକେଟ ହାସଲ କରିଛନ୍ତି। ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୬୯/୬ରୁ ଖେଳ ଆରମ୍ଭ କରି ଦ.ଆଫ୍ରିକା ମଧ୍ୟାହ୍ନ ବିରତିର ଗୋଟିଏ ଓଭର ପୂର୍ବରୁ ଅଲଆଉଟ ହୋଇଥିଲା। ଭାରତୀୟ ଫିଲ୍ଡରମାନେ କେତୋଟି କ୍ୟାଚ ହାତଛଡା କରିବା ଫଳରେ ଘରୋଇ ଦଳ ୩୩୫ ରନ ସଂଗ୍ରହ କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ଫାଫ୍‌ ଡୁପ୍ଲେସି ଓ କେଶବ ମହାରଜ ଯଥାକ୍ରମେ ୨୪ ଓ ୧୦ ରନରୁ ଖେଳ ଆରମ୍ଭ କରି ୬୩ ଓ ୧୮ ରନ କରିଥିଲେ। କାଗିସୋ ରାବାଡା ୧୧ ରନ କରି ପ୍ରଥମେ ଆଉଟ ହେବା ପରେ ଡୁପ୍ଲେସି ପ୍ୟାଭିଲିୟନ ଫେରିଥିଲେ। ମର୍ନେ ମୋର୍କେଲ ୬ ରନ କରି ଆଉଟ ହୋଇଥିଲେ। ଲୁଙ୍ଗି ଏନ୍‌ଗିଡି ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ତରଫରୁ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍‌ ସର୍ବାଧିକ ୪, ଇଶାନ୍ତ ଶର୍ମା ୩ ଓ ମହମ୍ମଦ ସାମି ଗୋଟିଏ ଉଇକେଟ ନେଇଥିଲେ।
All Right Reserved By

ଖେଳ |

ଚୟନକର୍ତ୍ତାଙ୍କୁ ମିଳିବ ୨୦ ଲକ୍ଷ

ଚୟନକର୍ତ୍ତାଙ୍କୁ ମିଳିବ ୨୦ ଲକ୍ଷ

ମୁମ୍ବାଇ,୨୨।୧(ପି.ଟି.)- ନିକଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପ୍ରଥମ ଥର ଟେଷ୍ଟ ଓ ଦିନିକିଆ ସିରିଜ୍‌ ଜିତି ରେକର୍ଡ କରିଛି। ଏଥିନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଚୟନ କମିଟି ସଦସ୍ୟଙ୍କୁ ପୁରସ୍କୃତ କରିବା ଲାଗି ନିଷ୍ପତ୍ତି ନେଇଛି। 

ପନ୍ତ ଆଇସିସି ଏମର୍ଜିଂ କ୍ରିକେଟର

ପନ୍ତ ଆଇସିସି ଏମର୍ଜିଂ କ୍ରିକେଟର

ଦୁବାଇ,୨୨।୧(ପି.ଟି.)- ଭାରତର ଉଦୀୟମାନ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ନାମ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟର ପରିଷଦ (ଆଇସିସି) ପକ୍ଷରୁ ଏମିର୍ଜିଂ ପ୍ଲେୟର ଅଫ୍‌ ଇୟର ପୁରସ୍କାର ଲାଗି ଘୋଷଣା କରାଯାଇଛି। 

‘ସଚିନଙ୍କ ସମସ୍ତ ରେକର୍ଡ ଭାଙ୍ଗିବେ କୋହଲି’

‘ସଚିନଙ୍କ ସମସ୍ତ ରେକର୍ଡ ଭାଙ୍ଗିବେ କୋହଲି’

କରାଚୀ,୨୨।୧- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସମସ୍ତ ରେକର୍ଡକୁ ବିରାଟ କୋହଲି ଭାଙ୍ଗି ଦେବେ। ଏଭଳି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନ ପୂର୍ବତନ ବ୍ୟାଟ୍ସମ୍ୟାନ ଜାହିର ଆବାସ। 

ଜ୍ୟାକବଙ୍କ ସହାୟତା ଲାଗି ବ୍ଲାଙ୍କ ଚେକ୍‌

ଜ୍ୟାକବଙ୍କ ସହାୟତା ଲାଗି ବ୍ଲାଙ୍କ ଚେକ୍‌

ଭଦୋଦରା, ୨୨।୧- ମୃତ୍ୟୁ ସହ ସଂଘର୍ଷ କରୁଥିବା ପୂର୍ବତନ କ୍ରିକେଟର ଜ୍ୟାକବ ମାର୍ଟିନଙ୍କୁ ଆର୍ଥିକ ସହାୟତା କରିବା ଲାଗି ବହୁ  ବର୍ତ୍ତମାନ ଓ ପୂର୍ବତନ ଭାରତୀୟ କ୍ରିକେଟର ହାତ ବଢ଼ାଇଛନ୍ତି। 

କ୍ରିକେଟରେ ଅଜବ ରେକର୍ଡ: ଯାହା ଭାଙ୍ଗିବା କଷ୍ଟ

କ୍ରିକେଟରେ ଅଜବ ରେକର୍ଡ: ଯାହା ଭାଙ୍ଗିବା କଷ୍ଟ

ଖେଳରେ ପ୍ରତିଦିନ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହେଉଥିବାର ନଜିର ରହିଛି। କିନ୍ତୁ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ରହିଛି ଯାହା ଆଜି ବି କାଏମ ରହିଛି। ସେମିତି କିଛି ରେକର୍ଡ ସମ୍ପର୍କରେ....

ଅଷ୍ଟ୍ରିଆରେ ଅଛି ଧ୍ୟାନ ଚାନ୍ଦଙ୍କ ଷ୍ଟାଚ୍ୟୁ

ଅଷ୍ଟ୍ରିଆରେ ଅଛି ଧ୍ୟାନ ଚାନ୍ଦଙ୍କ ଷ୍ଟାଚ୍ୟୁ

ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ହେକି ଖଳାଳି ଭାବେ ମେଜର ଧ୍ୟାନ ଚାନ୍ଦ ଜଣାଶୁଣା। ଏହି କିମ୍ବଦନ୍ତୀ ଭାରତୀୟ ଖେଳାଳିଙ୍କୁ କେବଳ ଭାରତରେ ନୁହେଁ ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ହକି ଗୁରୁ ଭାବେ ଗ୍ରହଣ କରାଯାଏ।

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

ଦୁବାଇ,୨୨।୧(ପି.ଟି.)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଆଇସିସି ବାର୍ଷିକ ପୁରସ୍କାରରେ କ୍ଲିନ ସୁଇପ୍‌ କରିଛନ୍ତି।

ଆଇସିସି ଟେଷ୍ଟ, ଦିନିକିଆ ଅଧିନାୟକ କୋହଲି

ଆଇସିସି ଟେଷ୍ଟ, ଦିନିକିଆ ଅଧିନାୟକ କୋହଲି

ଦୁବାଇ,୨୨।୧(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ୨୦୧୮ ବର୍ଷର ଶ୍ରେଷ୍ଠ ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଭାରତୀୟ ବ୍ୟାଟିଂ ବିଭାଗର ମେରୁଦଣ୍ଡ ବିରାଟ କୋହଲିଙ୍କୁ ଉଭୟ ଦଳର ଅଧିନାୟକ ଭାବେ ଚୟନ କରାଯାଇଛି।  

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ମେଲବୋର୍ନ,୨୨।୧- କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଖେଳାଳି ରୋଜର ଫେଡରର ଆଗାମୀ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରେ ଖେଳିବେ।

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ (୫,୮୯୫ ମି/୧୯,୩୪୦ ଫୁଟ) ଆରୋହଣ କରିବେ ଓଡ଼ିଶାର ଦୁଇ ପର୍ବତାରୋହି ପ୍ରତିଭା କୁଶ ଆର୍ଲବ ଓ ଲିପିକା ସେଠ୍‌। ଏହି ଅଭିଯାନରେ କୋରାପୁଟ ଜିଲାର କୁଶ ଓ ବରଗଡ଼ର ଲିପିକା ସୋମବାର ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛନ୍ତି। କୁଶ ଓ ଲିପିକାଙ୍କୁ ବିଦାୟ ଜଣାଇବା ପାଇଁ ଏଠାରେ ଏକ ଫ୍ଲାଗ୍‌ ଅଫ୍‌ ସେରିମନି ଆୟୋଜନ ହୋଇଥିଲା। 

ହକି ସିରିଜ ଫାଇନାଲ୍ସରେ ଭାରତ:  ଭୁବନେଶ୍ୱରରେ ପୁରୁଷ, ହିରୋସିମାରେ ମହିଳା ଦଳ ଖେଳିବ

ହକି ସିରିଜ ଫାଇନାଲ୍ସରେ ଭାରତ: ଭୁବନେଶ୍ୱରରେ ପୁରୁଷ, ହିରୋସିମାରେ ମହିଳା ଦଳ ଖେଳିବ

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଗତବର୍ଷ ହକି ବିଶ୍ୱକପ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ସମ୍ପନ୍ନ ହୋଇଥିବାବେଳେ ଚଳିତ ବର୍ଷ ଏଠାରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫଆଇଏଚ୍‌) ସିରିଜ ଫାଇନାଲ୍ସ। ୨୦୧୯ରେ ହକି ସିରିଜ ଫାଇନାଲ୍ସର ମୋଟ ୩ଟି ଚରଣ ଅନୁଷ୍ଠିତ ହେବ। ପୁରୁଷ ବିଭାଗର ଦ୍ୱିତୀୟ ଚରଣ ଜୁନ ୬ରୁ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଖେଳାଯିବ। 

ଖେଳାଳିଙ୍କୁ ମୁଣ୍ଡନ ପାଇଁ କହିବା:  ତିନି ଜଣିଆ କମିଟି ତଦନ୍ତ କରିବ

ଖେଳାଳିଙ୍କୁ ମୁଣ୍ଡନ ପାଇଁ କହିବା: ତିନି ଜଣିଆ କମିଟି ତଦନ୍ତ କରିବ

କୋଲକାତା, ୨୨ା୧ (ପି.ଟି.)-ଏକ ମ୍ୟାଚ ହାରିବା ପରେ ରାଜ୍ୟ ୧୯ ବର୍ଷରୁ କମ୍‌ ଖେଳାଳିଙ୍କୁ ମୁଣ୍ଡନ ପାଇଁ କୁହାଯାଇଥିବା ଘଟଣାର ତଦନ୍ତ ପାଇଁ ଏକ ୩ ଜଣିଆ କମିଟି ଗଠନ କରାଯିବ। ବେଙ୍ଗଲ ହକି ଆସୋସିଏଶନ (ବିଏଚ୍‌ଏ) ସମ୍ପାଦକ ସପନ ବାନାର୍ଜୀ ସୋମବାର ସୂଚନା ଦେଇଛନ୍ତି।