ବାଣିଜ୍ୟ |

ବଜାରକୁ ଆସିଲା ହୋଣ୍ଡା କାର୍‌ସ୍‌ ଇଣ୍ଡିଆର ସ୍ବତନ୍ତ୍ର ଏଡିସନ୍‌

ବଜାରକୁ ଆସିଲା ହୋଣ୍ଡା କାର୍‌ସ୍‌ ଇଣ୍ଡିଆର ସ୍ବତନ୍ତ୍ର ଏଡିସନ୍‌

ଭୁବନେଶ୍ୱର,୧୪।୧-ଭାରତର ଅଗ୍ରଣୀ ପାସେଞ୍ଜର କାର୍‌ ନିର୍ମାତା ହୋଣ୍ଡା କାର୍‌ସ୍‌ ଇଣ୍ଡିଆ ପକ୍ଷରୁ ଏହାର ୩ଟି ନୁଆ ମଡେଲ୍‌ ହୋଣ୍ଡା ସିଟି, ହୋଣ୍ଡା ଆମେଜ୍‌ ଏବଂ ହୋଣ୍ଡା ଡବ୍ଲ୍ୟୁଆର୍‌-ଭିର ସ୍ବତନ୍ତ୍ର ସଂସ୍କରଣର ଉନ୍ମୋଚନ କରିଛି। ଏଗୁଡିକ ହେଲା ହୋଣ୍ଡା ସିଟି ୨୦ତମ ବାର୍ଷିକି ଏଡିସନ୍‌, ହୋଣ୍ଡା ଆମେଜ୍‌ ପ୍ରାଇଡ୍‌ ଏଡିସନ୍‌ ଏବଂ ହୋଣ୍ଡା ଡବ୍ଲ୍ୟୁଆର୍‌-ଭି ଏଜ୍‌ ଏଡିସନ୍‌ । ଭାରତୀୟ ବଜାରରେ ହୋଣ୍ଡାର ସଫଳତମ ୨୦ବର୍ଷ ପୂର୍ତ୍ତି ଅବସରରେ ହୋଣ୍ଡା ସିଟି ୨୦ତମ ବାର୍ଷିକି ଏଡିସନ୍‌ ଉନ୍ମୋଚିତ ହୋଇଛି। ଆକର୍ଷଣୀୟ ପ୍ୟାକେଜ୍‌ ପ୍ରଦାନ କରିବା ଦ୍ୱାରା ଗ୍ରାହକମାନେ ଏଥିପ୍ରତି ବେଶ୍‌ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ପ୍ୟାକେଜ୍‌ ଟପ୍‌ ‘ଜେଡ୍‌ଏକ୍ସ’ ଭାରିଆଣ୍ଟରେ ଉପଲବ୍ଧ । ଆମେଜ୍‌ ପ୍ରାଇଡ୍‌ ଏଡିସନ୍‌ରେ ସ୍ବତନ୍ତ୍ର ଫିଚର୍‌ ରହିବା ସହିତ ଉଚ୍ଚସ୍ତରୀୟ ଇନ୍ଫୋଟେନ୍‌ମେଣ୍ଟ୍‌ର ସୁବିଧା ରହିଛି ଯାହା ଗାଡିର ଆଭ୍ୟନ୍ତରୀଣକୁ ଆହୁରି ବିଳାସମୟ କରୁଛି । ଏହି ସୁବିଧା ମଡେଲ୍‌ର ”ଏସ୍‌(ଓ)“ ଭାରିଆଣ୍ଟ୍‌ରେ ଉପଲବ୍ଧ ରହିଛି । ହୋଣ୍ଡା ଡବ୍ଲ୍ୟୁଆର୍‌-ଭି ଏଜ୍‌ ଏଡିସନ୍‌ ”ଏସ୍‌“ ଭାରିଆଣ୍ଟ୍‌ରେ ଗ୍ରାହକଙ୍କୁ ଆଲଏ ହ୍ବିଲ୍‌ ଏବଂ ସୁରକ୍ଷା ପ୍ୟାକେଜ୍‌ ପ୍ରଦାନ କରିବ । ”ଭାରତରେ ହୋଣ୍ଡା ସିଟି ତା’ର ୨୦ବର୍ଷ ପୂରଣ କରିଛି, ୨୦୧୭ରେ ଏହାର ବିକ୍ରିହାର ସର୍ବାଧିକ ରହିଥିଲା ତେଣୁ ସିଟି, ଆମେଜ୍‌ ଓ ଡବ୍ଲ୍ୟୁଆର୍‌-ଭିର ସ୍ବତନ୍ତ୍ର ଏଡିସନ୍‌କୁ ଉନ୍ମୋଚନ କରି ଆମେ ଅତ୍ୟନ୍ତ ଆନନ୍ଦିତ ଏବଂ ଏହା ଗ୍ରାହକଙ୍କ ଦ୍ୱାରା ଆଦୃତ ହେବ ବୋଲି ଆମର ଆଶା“ ବୋଲି ହୋଣ୍ଡା କାରସ୍‌ ଇଣ୍ଡିଆର ମାର୍କେଟିଙ୍ଗ୍‌ ଓ ବିକ୍ରି ବିଭାଗ ମ୍ୟାନେଜର୍‌ ଜ୍ଞାନେଶ୍ୱର ସେନ୍‌ କହିଛନ୍ତି ।

All Right Reserved By

ବାଣିଜ୍ୟ |

ଆଇସିଆଇସିଆଇ ବ୍ୟାଙ୍କର ବାର୍ଷିକ ବୈଠକ ସ୍ଥଗିତ

ଆଇସିଆଇସିଆଇ ବ୍ୟାଙ୍କର ବାର୍ଷିକ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୧୭-୭(ପି.ଟି.) ଆଇସିଆଇସିଆଇ ବ୍ୟାଙ୍କ ଏହାର ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)କୁ ମାସକ ପାଇଁ ସ୍ଥଗିତ ରଖିଛି। ଭିଡିଓକନ୍‌ ଋଣ ମାମଲାରେ ବର୍ତ୍ତମାନ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦା କୋଚ୍ଚର ଛନ୍ଦି ହୋଇଛନ୍ତି।

ସେନ୍‌ସେକ୍ସରେ ହ୍ରାସ

ସେନ୍‌ସେକ୍ସରେ ହ୍ରାସ

ବମ୍ବେ,୧୭-୭(ପି.ଟି.) ପାଇକାରୀ ମୁଦ୍ରାସ୍ଫୀତି ୪ ବର୍ଷର ସର୍ବୋଚ୍ଚ ସ୍ତର ଛୁଇଁବା ପରେ ଏହାର ପ୍ରଭାବ ପୁଞ୍ଜି ବଜାରରେ ପଡିଛି। ସୋମବାର କାରବାର ଆରମ୍ଭରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ସେନ୍‌ସେକ୍ସରେ ବୃଦ୍ଧି ଘଟିଥିଲା।

ଆପଲ୍‌ ଇଣ୍ଡିଆରୁ ୩ ବରିଷ୍ଠ ଅଧିକାରୀଙ୍କ ଇସ୍ତଫା

ଆପଲ୍‌ ଇଣ୍ଡିଆରୁ ୩ ବରିଷ୍ଠ ଅଧିକାରୀଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୬-୭(ପି.ଟି.) ଆପଲ୍‌ ଇଣ୍ଡିଆରୁ ୩ ଜଣ ବରିଷ୍ଠ ଅଧିକାରୀ ଇସ୍ତଫା ଦେଇଛନ୍ତି। ଏମାନେ ହେଲେ ରାହୁଲ ପୁରୀ, ଜୟନ୍ତ ଗୁପ୍ତା ଏବଂ ମନୀଷ ଶର୍ମା। ପୁରୀ କମ୍ପାନୀର ନ୍ୟାଶ୍‌ନାଲ୍‌ ସେଲ୍‌ସ ବିଭାଗର ମୁଖ୍ୟ ଥିବାବେଳେ ଗୁପ୍ତା ଆଇଫୋନ୍‌ ସେଲ୍‌ସ, ମଡର୍ନ ଟ୍ରେଡ୍‌ ଏବଂ ଆପଲ୍‌ ପ୍ରିମିୟମ୍‌ ରିଟେଲ୍‌ ଷ୍ଟୋର ମୁଖ୍ୟ ଏବଂ ଶର୍ମା ଟେଲିକମ୍‌ ପାଇଁ କମ୍ପାନୀର ନ୍ୟାଶ୍‌ନାଲ ସେଲ୍‌ ହେଡ୍‌ ଭାବେ କାର୍ଯ୍ୟ କରୁଥିଲେ।

ଗୁଣ୍ଡିଚାମନ୍ଦିରରେ ଭକ୍ତଙ୍କ ପାଇଁ ସୁବିଧା କଲା ଓଏସ୍‌ଆଇସି

ଗୁଣ୍ଡିଚାମନ୍ଦିରରେ ଭକ୍ତଙ୍କ ପାଇଁ ସୁବିଧା କଲା ଓଏସ୍‌ଆଇସି

ଭୁବନେଶ୍ୱର,୧୬-୭଼ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଲିମିଟେଡ୍‌(ଓଏସ୍‌ଆଇସି) ପକ୍ଷରୁ ପୁରୀ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଭକ୍ତମାନଙ୍କ ବସାଉଠା ତଥା ପ୍ରସାଦ ସେବନ ନିମନ୍ତେ ଏକ ସ୍ଥାୟୀ ସୁବିଧା କରାଯାଇଛି।

୫ଜି ବସ୍‌ ହାତଛଡା କରିବନି ବିଏସ୍‌ଏନ୍‌ଏଲ୍‌

୫ଜି ବସ୍‌ ହାତଛଡା କରିବନି ବିଏସ୍‌ଏନ୍‌ଏଲ୍‌

ହାଇଦ୍ରାବାଦ, ୧୬-୭(ପି.ଟି.) ରାଷ୍ଟ୍ରାୟତ୍ତ ଟେଲିକମ୍‌ ସେବା ପ୍ରଦାନକାରୀ ଭାରତ ସଂଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌) ଖୁବ୍‌ ଶୀଘ୍ର ୫ଜି ସେବା ଆରମ୍ଭ କରିବ। ଭାରତ ସମେତ ବିଶ୍ୱର ଅନ୍ୟ କେତେକ ସ୍ଥାନରେ ଏକକାଳୀନ ଏହି ସେବା ଉଦ୍‌ଘାଟନ କରାଯବ।

ଅଭିବୃଦ୍ଧି ପାଇଁ ମହିଳା ଉଦ୍ୟୋଗୀ ଅନିବାର୍ଯ୍ୟ

ଅଭିବୃଦ୍ଧି ପାଇଁ ମହିଳା ଉଦ୍ୟୋଗୀ ଅନିବାର୍ଯ୍ୟ

ନୂଆଦିଲ୍ଲୀ,୧୬-୭(ପି.ଟି.) ତିନି ଦଶନ୍ଧି ଧରି ୯ରୁ ୧୦% ଅଭିବୃଦ୍ଧି ନେଇ ବଢ଼ିବାକୁ ହେଲେ ଭାରତକୁ ବୃହତ୍‌ ସଂଖ୍ୟାରେ ମହିଳା ଉଦ୍ୟୋଗୀ ପ୍ରସ୍ତୁତ କରିବାକୁ ପଡିବ। ଏହା ଅଭିବୃଦ୍ଧି ଦିଗରେ ଏକ ପ୍ରମୁଖ ରଣକୌଶଳ ସାଜିବ ବୋଲି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ପ୍ରକାଶ କରିଛନ୍ତି।

ଭାରତକୁ ଆସିବ ‘ଆଇକିଆ’

ଭାରତକୁ ଆସିବ ‘ଆଇକିଆ’

ନୂଆଦିଲ୍ଲୀ,୧୬।୭- ସ୍ବିଡେନ୍‌ ଭିତ୍ତିକ ଫର୍ଣ୍ଣିଚର୍‌ ପ୍ରମୂଖ ‘ଆଇକିଆ’ ଭାରତରେ ନିଜର ପ୍ରଥମ ଷ୍ଟୋର ଖୋଲିବ। ଚଳିତ ବର୍ଷ ଜୁଲାଇ ୧୯ ତାରିଖ ହାଇଦ୍ରାବାଦରେ ଏହି ଷ୍ଟୋର୍‌ ଖୋଲିବାକୁ ଧାର୍ଯ୍ୟ କରାଯାଇଥିଲା।

ଏଲ୍‌ପିଜି ସବ୍‌ସିଡି ବଦଳରେ ଆସିବ ରନ୍ଧନ ସବ୍‌ସିଡି

ଏଲ୍‌ପିଜି ସବ୍‌ସିଡି ବଦଳରେ ଆସିବ ରନ୍ଧନ ସବ୍‌ସିଡି

ନୂଆଦିଲ୍ଲୀ,୧୬-୭ ବର୍ତ୍ତମାନ ଲିକୁଇଡି ପେଟ୍ରୋଲିୟମ ଗ୍ୟାସ୍‌(ଏଲ୍‌ପିଜି)ରେ କେନ୍ଦ୍ର ସରକାର ପ୍ରଦାନ କରୁଥିବା ସବ୍‌ସିଡିକୁ ପରିବର୍ତ୍ତନ କରି ରନ୍ଧନ ସବ୍‌ସିଡି ବ୍ୟବସ୍ଥା ପ୍ରଚଳନ କରାଯିବ।

ଡିଜେଲ କମିଲା ୧୫ ପଇସା

ଡିଜେଲ କମିଲା ୧୫ ପଇସା

ଭୁବନେଶ୍ୱର,୧୬-୭(ବ୍ୟୁରୋ) ୧୫ ପଇସା ହ୍ରାସ ପାଇଛି ଡିଜେଲ ଏବଂ ୯ ପଇସା ହ୍ରାସ ପାଇଛି ପେଟ୍ରୋଲ। ଫଳରେ ପେଟ୍ରୋଲ ଲିଟର ପିଛା ଦର ଭୁବନେଶ୍ୱରରେ ୭୫ ଟଙ୍କା ୭୭ ପଇସାରୁ ୭୫ ଟଙ୍କା ୬୮ ପଇସାକୁ ହ୍ରାସ ପାଇଛି।

ପ୍ରତିଷ୍ଠା ଦିବସରେ ଗ୍ରେଟ୍‌ ଇଷ୍ଟର୍ନର ଲକି ଡ୍ର କାର୍ଯ୍ୟକ୍ରମ

ପ୍ରତିଷ୍ଠା ଦିବସରେ ଗ୍ରେଟ୍‌ ଇଷ୍ଟର୍ନର ଲକି ଡ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୬-୭(ବ୍ୟୁରୋ) କଲିକତାଭିତ୍ତିକ ପ୍ରମୁଖ ଇଲେକ୍‌ଟ୍ରୋନିକ୍ସ ତଥା କଞ୍ଜ୍ୟୁମର ଡ୍ୟୁରେବ୍‌ଲ ରିଟେଲ୍‌ ଚେନ୍‌ ଗ୍ରେଟ୍‌ଇଷ୍ଟର୍ନ ଶନିବାର ଓଡ଼ିଶାରେ ଏହାର ତୃତୀୟ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଓଡିଶାରେ ଥିବା ଏହାର ମୋଟ୍‌ ୭ଟି ଶୋରୁମ୍‌ରେ ଗ୍ରେଟ୍‌ ଇଷ୍ଟର୍ନ ଜୁଲାଇ ୧୩,୧୪ ଓ ୧୫ରେ ଗ୍ରାହକଙ୍କ ପାଇଁ ଏକ ସ୍ବତନ୍ତ୍ର ଅଫର ଘୋଷଣା କରିଥିଲା।

ଦେଶରେ ପ୍ରତିଷ୍ଠା ହେବ ୫୦ ସ୍କିଲ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌

ଦେଶରେ ପ୍ରତିଷ୍ଠା ହେବ ୫୦ ସ୍କିଲ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌

ଭୁବନେଶ୍ୱର, ୧୬-୭(ବ୍ୟୁରୋ) ବର୍ତ୍ତମାନ ଭାରତ ପାଇଁ ଯୁବପିଢି ଏକ ଶକ୍ତି। ଦେଶରେ ମୋଟ ଜନସଂଖ୍ୟାର ଏକ ସିଂହ ଭାଗ ଯୁବପିଢି ଅକ୍ତିଆର କରିଛନ୍ତି। ଏହି ଦୃଷ୍ଟିରୁ ସେମାନଙ୍କୁ କୌଶଳ ତାଲିମ ପ୍ରଦାନ କରି ଦକ୍ଷ କରାଇବା ଆମର କର୍ତ୍ତବ୍ୟ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ଯେଉଁମାନେ ଛାତ୍ରୀଛାତ୍ରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ସେମାନଙ୍କୁ ଉତ୍ତମ ଟ୍ରେନିଂ ପ୍ରଦାନ ପାଇଁ ସାରା ଦେଶରେ ୫୦ଟି ସ୍କିଲ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ ସ୍ଥାପନ କରାଯିବ।

ସ୍ବିସ ବ୍ୟାଙ୍କରେ ୩୦୦ କୋଟି ଭାରତୀୟ ଜମାର ଦାବିଦାର ନାହାନ୍ତି

ସ୍ବିସ ବ୍ୟାଙ୍କରେ ୩୦୦ କୋଟି ଭାରତୀୟ ଜମାର ଦାବିଦାର ନାହାନ୍ତି

ନୂଆଦିଲ୍ଲୀ, ୧୬-୭: ସ୍ବିସ ବ୍ୟାଙ୍କକୁ କଳାଟଙ୍କାର ଭୂସ୍ବର୍ଗ କୁହାଯାଉଥିବା ବେଳେ ବର୍ତ୍ତମାନ ଟିକସ ସୂଚନା ଆଦାନ ପ୍ରଦାନ ଯୋଗୁ ସେଠାରେ ଟଙ୍କା ରଖିବାକୁ ଲୋକମାନେ ଏତେଟା ଆଗ୍ରହୀ ହେଉ ନାହାନ୍ତି। ବିଶେଷ ଭାବେ କଳାଟଙ୍କା ଜମାଲାଗି ଭାରତୀୟମାନେ ସୁଇଜରଲ୍ୟାଣ୍ଡକୁ ଚୟନ କରିଥାନ୍ତି।

Model This Week

ରୂପେଶ