ରାଜ୍ୟ |

ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ
କଟକ ଅଫିସ,୧୪।୧: ଚୌଦ୍ୱାର ଥାନା ଅନ୍ତର୍ଗତ କେଦାରେଶ୍ୱର ଗ୍ରାମର ଦୁଃଶାସନ ପରିଡା ନିଜ ଘରେ ଗଞ୍ଜେଇ ବିକ୍ରି କରୁଥିବାର ଖବର ଚୌଦ୍ୱାର ଥାନା ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଶନିବାର ଜାଣିବାକୁ ପାଇଥିଲା। ରବିବାର ଚୌଦ୍ୱାର ଥାନା ପୋଲିସ ଦୁଃଶାସନ ପରିଡାଙ୍କ ଘରେ ଚଢଉ କରି ଅଭିଯୁକ୍ତ ଦୁଃଶାସନଙ୍କ ସମେତ ତାଙ୍କର ୨ ସହଯୋଗୀ ଚିନ୍ମୟ ସାମଲ ଓ ଦୀପକ କୁମାର ଦାସଙ୍କୁ ଗିରଫ କରିଛି। ଚଢାଉ ସମୟରେ ୧୦୫ କିଲୋଗ୍ରାମରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଛି। ଦୁଃଶାସନ ଏହିସବୁ ଗଞ୍ଜେଇ ଅନୁଗୋଳ ଓ କଟକରୁ ଆଣୁଥିବା ସୂଚନା ମିଳିଛି।
All Right Reserved By

ରାଜ୍ୟ |

କେନାଲ ପାଣି ଅଭାବରୁ ଫସଲ ଉଜୁଡ଼ିଲା: ଆତ୍ମହତ୍ୟା କଲେ ଯୁବଚାଷୀ

କେନାଲ ପାଣି ଅଭାବରୁ ଫସଲ ଉଜୁଡ଼ିଲା: ଆତ୍ମହତ୍ୟା କଲେ ଯୁବଚାଷୀ

ଧମା,୨୧।୧୦(ଡି.ଏନ.ଏ.)- ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ୍‌ ହୁମା ପଞ୍ଚାୟତ ପାଞ୍ଚଫୁଟ ଗ୍ରାମର ଯୁବଚାଷୀ ଗୌତମ ସେଠ (୩୦) କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ଫସଲ ନଷ୍ଟ, ଋଣ ଭାର ଓ ପରିବାର ଉପରେ ଏହାର ପ୍ରତିକୂଳ ପ୍ରଭାବରେ ବ୍ୟତିବ୍ୟସ୍ତ ହୋଇ ସେ ଜୀବନ ହାରିଛନ୍ତି। ଗୁରୁବାର ସନ୍ଧ୍ୟାରେ ଗୌତମ ଘରେ ଥିବା ୨ ବର୍ଷର ପୁରୁଣା କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ଏହା ଜାଣିପାରି ଘରେ ବାନ୍ତି କରାଇ ସମ୍ବଲପୁର ସଦର ଡାକ୍ତରଖାନାକୁ ନେଇଥିଲେ। 

ପୁରୀ ହିଂସାକାଣ୍ଡ: ଗିରଫ ସଂଖ୍ୟା ୮୬ରେ ପହଞ୍ଚିଲା

ପୁରୀ ହିଂସାକାଣ୍ଡ: ଗିରଫ ସଂଖ୍ୟା ୮୬ରେ ପହଞ୍ଚିଲା

ପୁରୀ ଅଫିସ,୨୧।୧୦:ଅକ୍ଟୋବର ୩ ତାରିଖରେ ପୁରୀ ବନ୍ଦ ପାଳନ ବେଳେ ଘଟିଥିବା ହିସାଂକାଣ୍ଡରେ ଗିରଫ ସଂଖ୍ୟା ୮୬ରେ ପହଞ୍ଚିଛି। ରବିବାର ଶହୀଦ ଦିବସ ପାଳନ ଅବସରରେ ଏସପି ସାର୍ଥକ ଷଡଙ୍ଗୀ ଏହା କହିଛନ୍ତି ।

‘ଶହୀଦଙ୍କ ତ୍ୟାଗ ଓ ନିଷ୍ଠା ପ୍ରେରଣାର ଉତ୍ସ’

‘ଶହୀଦଙ୍କ ତ୍ୟାଗ ଓ ନିଷ୍ଠା ପ୍ରେରଣାର ଉତ୍ସ’

ପୁରୀ ଅଫିସ,୨୧।୧୦: ପୁରୀ ପୋଲିସ ପକ୍ଷରୁ ୫୯ତମ ପୋଲିସ ଶହୀଦ ଦିବସ ପୋଲିସ ରିଜର୍ଭ ପଡିଆରେ ରବିବାର ଅନୁଷ୍ଠିତ ହୋଇଯାଇଛି।

ପରଲୋକରେ ପ୍ରଯୋଜକ ଅମିୟ ପଟ୍ଟନାୟକ:ପୁରୀରେ ଶେଷକୃତ୍ୟ ସମ୍ପନ୍ନ

ପରଲୋକରେ ପ୍ରଯୋଜକ ଅମିୟ ପଟ୍ଟନାୟକ:ପୁରୀରେ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ)- ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ତଥା ନିର୍ଦ୍ଦେଶକ ଅମିୟ ରଞ୍ଜନ ପଟ୍ଟନାୟକଙ୍କର ଶୁକ୍ରବାର ପରଲୋକ ଘଟିଛି। ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। 

ବାଇକ୍‌କୁ ଧକ୍କା ଦେଇ ପୋଖରୀରେ ବୁଡ଼ିଲା କାର

ବାଇକ୍‌କୁ ଧକ୍କା ଦେଇ ପୋଖରୀରେ ବୁଡ଼ିଲା କାର

ଭୁବନେଶ୍ୱର(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର/ପିପିଲି(ଡି.ଏନ.ଏ.) ୨୧।୧୦- ବିଜୟା ଦଶମୀରେ ସାରା ରାଜ୍ୟ ଉତ୍ସବମୁଖର ଥିବାବେଳେ ରାଜଧାନୀ ଉପକଣ୍ଠ ଉତ୍ତରା ଛକ ନିକଟ ମଧୁରଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର(ସିଫା) ସମ୍ମୁଖରେ ଶୁକ୍ରବାର ରାତି ପ୍ରାୟ ୯ଟା ୪୫ରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। 

ଷ୍ଟେଶନରୁ ନାବାଳିକାଙ୍କୁ ଅପହରଣ

ଷ୍ଟେଶନରୁ ନାବାଳିକାଙ୍କୁ ଅପହରଣ

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ)- ଭୁବନେଶ୍ୱର ରେଳ ଷ୍ଟେଶନରୁ ଅପହରଣ କରିନିଆଯାଇଥିବା ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ଶନିବାର ଖୋର୍ଦ୍ଧାରୁ ଉଦ୍ଧାର କରାଯାଇଛି। 

ଗୋସାଣୀ ନେଲେ ବିଦାୟ ସିଂହଦ୍ୱାରରେ ଜମିଲା ମେଳଣ

ଗୋସାଣୀ ନେଲେ ବିଦାୟ ସିଂହଦ୍ୱାରରେ ଜମିଲା ମେଳଣ

ପୁରୀ ଅଫିସ,୨୧ା୧୦: ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜା। ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ଦଶହରା ସନ୍ଧ୍ୟାରେ ମୃଣ୍ମୟୀ ଦୁର୍ଗାଙ୍କ ବିସର୍ଜନ ପରେ ଏକାଦଶୀରେ ଶ୍ରୀକ୍ଷେତ୍ରରେ ପାରମ୍ପରିକ ରୀତିନୀତିରେ ଗୋସାଣୀ ଭସାଣି ପର୍ବ ଅନୁଷ୍ଠିତ ହୋଇଛି।

ପ୍ରସିଦ୍ଧ ଲକ୍ଷ୍ମୀପୂଜାକୁ ଆଉ ୩ ଦିନ:ପାର୍ବଣରେ ମହକୁଛି ସହର

ପ୍ରସିଦ୍ଧ ଲକ୍ଷ୍ମୀପୂଜାକୁ ଆଉ ୩ ଦିନ:ପାର୍ବଣରେ ମହକୁଛି ସହର

ଢେଙ୍କାନାଳ ଅଫିସ, ୨୧ା୧୦ ଢେଙ୍କାନାଳର ଗଣପର୍ବ ଗଜ ଲକ୍ଷ୍ମୀପୂଜା ଲାଗି ଆରମ୍ଭ ହୋଇଛି କାଉନ୍‌ଡାଉନ। ପୂଜାକୁ ମଝିରେ ମାତ୍ର ୩ ଦିନ ବାକି ଥିବାବେଳେ ଏବେଠାରୁ ସହରରେ ବାରି ହୋଇପଡ଼ିଲାଣି ପାର୍ବଣର ମହକ। ନିର୍ଦ୍ଧାରିତ ସମୟ ପୂର୍ବରୁ ସବୁ କାମ ସାରିବାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ସାଜସଜ୍ଜା କାମ ଆଗେଇ ଚାଲିଛି।

ଭୂମିପୂଜନ ପୂର୍ବରୁ ଫଳକ ଭାଙ୍ଗିଦେଲେ

ଭୂମିପୂଜନ ପୂର୍ବରୁ ଫଳକ ଭାଙ୍ଗିଦେଲେ

ଅନୁଗୋଳ ଅଫିସ,୨୧ା୧୦ ଅନୁଗୋଳ ବ୍ଲକ ରନ୍ତଲେଇ ପଞ୍ଚାୟତ ଚନ୍ଦ୍ରବାହଳ ଗ୍ରାମ ଯାତ୍ରା ପଡ଼ିଆରେ ଭୂମିପୂଜନ ହେବାକୁ ଥିବା ଏକ ଗୋଷ୍ଠୀକେନ୍ଦ୍ର ଫଳକକୁ ଶୁକ୍ରବାର ରାତିରେ କେହି ଭାଙ୍ଗି ଦେଇଥିବା ଜଣାପଡିଛି।

କାନ୍ଧରେ ବୋହି ଗୁରୁତରଙ୍କୁ ନାଳ ପାରି କରାଇଲେ

କାନ୍ଧରେ ବୋହି ଗୁରୁତରଙ୍କୁ ନାଳ ପାରି କରାଇଲେ

ବଇଣ୍ଡା,୨୧।୧୦(ଡି.ଏନ.ଏ.)ପୋଲଟିଏ ପାଇଁ ବ୍ଲକଠାରୁ ଆରମ୍ଭ କରି ଜିଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ହତାଶିମିଳି ଗ୍ରାମବାସୀ।

ଯବାନ ସାଜିଥିଲେ ହତ୍ୟାକାରୀ

ଯବାନ ସାଜିଥିଲେ ହତ୍ୟାକାରୀ

ଢେଙ୍କାନାଳ ଅଫିସ, ୨୧ା୧୦ବହୁଚର୍ଚ୍ଚିତ ସୁନା ବ୍ୟବସାୟୀ ମଣ୍ଟୁ ପାତ୍ର (୪୫) ହତ୍ୟାକାଣ୍ଡ ମାମଲାର ସମସ୍ତ ରହସ୍ୟ ଉନ୍ମୋଚିତ ହୋଇଛି। 

ପରିବାରର ୩ଶିଶୁଙ୍କୁ ‘ତିତ୍‌ଲି’ କଲା ଅନାଥ: ପୋଷ୍ୟ ଭାବେ ନେଲା ପ୍ରଶାସନ

ପରିବାରର ୩ଶିଶୁଙ୍କୁ ‘ତିତ୍‌ଲି’ କଲା ଅନାଥ: ପୋଷ୍ୟ ଭାବେ ନେଲା ପ୍ରଶାସନ

ପାରଳାଖେମୁଣ୍ଡି, ୨୧ା୧୦(ସ୍ବ.ପ୍ର.): ସାମୁଦ୍ରିକ ଝଡ ତିତ୍‌ଲି ପ୍ରଭାବରେ ଗଜପତି ଜିଲା ରାୟଗଡ ବ୍ଲକ୍‌ ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ବାରଘର ଗ୍ରାମର ଗୋଟିଏ ପରିବାରର ୩ଜଣ ଶିଶୁ ଅନାଥ ହୋଇପଡିଛନ୍ତି। ସେମାନଙ୍କୁ ଜିଲା ପ୍ରଶାସନ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛି ।