ଜୀବନଚର୍ଯ୍ୟା |

ସନ୍ତୁଳିତ ଶରୀର ମନକୁ ଚାପମୁକ୍ତ ରଖେ

ସନ୍ତୁଳିତ ଶରୀର ମନକୁ ଚାପମୁକ୍ତ ରଖେ
ଲଣ୍ଡନ: ଶରୀରର ଓଜନ ମାନସିକ ଅବସ୍ଥା ଉପରେ ପ୍ରଭାବ ପକାଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଓଜନରେ ସମନ୍ବୟ ରଖୁଥିବା ବ୍ୟକ୍ତିଙ୍କ ମନ ଚାପମୁକ୍ତ ରହିଥାଏ। ସାଧାରଣତଃ କଲେଜ ଶିକ୍ଷାର୍ଥୀ ଶରୀରକୁ ଫିଟ୍‌ ଓ ସନ୍ତୁଳିତ ରଖିବାର ପ୍ରୟାସ କରିଥାନ୍ତି। ତେଣୁ ସେମାନେ ଚାପମୁକ୍ତ ରହିଥାନ୍ତି ବୋଲି ଆମେରିକା ମିଚିଗାନ୍‌ ବିଶ୍ୱବିଦ୍ୟାଳୟ ଓ ଚାଇନା ଫୁଦାନ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା କରାଯାଇଥିବା ମିଳିତ ଅନୁଧ୍ୟାନରୁ ଜଣାପଡିଛି। ଗବେଷକମାନେ ୯୨୫ ଶିକ୍ଷାର୍ଥୀଙ୍କୁ ଅନୁଧ୍ୟାନ କରି ସେମାନଙ୍କର ଶରୀର ଓଜନ ଓ ଉଚ୍ଚତା ମଧ୍ୟରେ ଥିବା ଅନୁପାତ ଅର୍ଥାତ୍‌ ବିଏମ୍‌ଆଇ (ବଡି ମାସ୍‌ ଇଣ୍ଡେକ୍ସ୍‌) ନିର୍ଣ୍ଣୟ କରିଥିଲେ। ଜଣାପଡିଥିଲା ଯେ, ଯେଉଁମାନଙ୍କର ବିଏମ୍‌ଆଇ ୧୮.୫ ରୁ ୨୫ କେଜି/ବର୍ଗମିଟର ମଧ୍ୟରେ ରହିଛି ସେମାନଙ୍କର ଶରୀରରେ ସନ୍ତୁଳନ ରକ୍ଷା ହୋଇପାରିଥାଏ। ଏଭଳି ବ୍ୟକ୍ତିମାନେ ସର୍ବଦା ଚାପମୁକ୍ତ ରହିଥାନ୍ତି। ସେମାନେ କୌଣସି କଥାକୁ ଗୁରୁତର ଭାବେ ଗ୍ରହଣ କରି ନ ଥାନ୍ତି। ସେହିପରି ଯେଉଁମାନଙ୍କର ବିଏମ୍‌ଆଇ ୧୮.୫ କେଜି/ବର୍ଗମିଟରରୁ କମ୍‌ ସେମାନଙ୍କର ଓଜନ ଆବଶ୍ୟକତାଠାରୁ କମ୍‌ ଥାଏ। ଅନ୍ୟପକ୍ଷରେ ଏହା ୨୫ରୁ୩୦ କେଜି/ବର୍ଗମିଟର ରହିଲେ ଓଜନ ଆବଶ୍ୟକତାଠାରୁ ଅଧିକ ରହିଥାଏ। ସେହିପରି ଏହା ୩୦କେଜି/ବର୍ଗମିଟରରୁ ଅଧିକ ହେଲେ ସେଭଳି ବ୍ୟକ୍ତି ମେଦବହୁଳତାର ଶିକାର ହୋଇଥାନ୍ତି। ମେଦବହୁଳତାର ଶିକାର ହୋଇଥିବା ବ୍ୟକ୍ତି ଚିଡିଚିଡା ହେବା ସହିତ ସେମାନଙ୍କଠାରେ ସହନଶୀଳ ଗୁଣର ଅଭାବ ରହିଥାଏ। ସେମାନେ ଅତ୍ୟଧିକ ଭାବପ୍ରବଣ ହୋଇଥାନ୍ତି। ଏହାର ପ୍ରଭାବରେ ସେମାନଙ୍କର ମନ ଅଧିକ ଚାପଯୁକ୍ତ ରହିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି।
All Right Reserved By

ଜୀବନଚର୍ଯ୍ୟା |

ଆଖି ରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଆଖି ରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ବାୟୁ ପ୍ରଦୂଷଣ ଯୋଗୁ ବିଭିନ୍ନ ପ୍ରକାର ଆଖି ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ କେତେକ ସହଜ ଘରୋଇ ପରାମର୍ଶ ସମ୍ପର୍କରେ ଉଲ୍ଲେଖ ଅଛି। 

କଞ୍ଚା ପନିର୍‌ ବି ଦୂରକରେ ଡାଇବେଟିସ୍‌...

କଞ୍ଚା ପନିର୍‌ ବି ଦୂରକରେ ଡାଇବେଟିସ୍‌...

କଞ୍ଚା ପନିର୍‌ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ।  ପ୍ରତିଦିନ କଞ୍ଚା ପନିର ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଡାଇବେଟିସରୁ ଦୂରେଇ ରଖେ। 

ତ୍ୱଚାର ଘରୋଇ ଉପଚାର

ତ୍ୱଚାର ଘରୋଇ ଉପଚାର

ବିଶେଷତଃ ମହିଳାମାନେ ନିଜର ସୌନ୍ଦର୍ଯ୍ୟକୁ ନେଇ ବେଶ ସଚେତନ। ଏପରିକି ଅନେକ କୃତ୍ରିମ ଉପାୟ ଅବଲମ୍ବନ ମଧ୍ୟ କରିଥାନ୍ତି। ତେବେ ରାସାୟନିକ ପଦାର୍ଥ ମିଶ୍ରଣରେ ଉତ୍ପାଦ ଗୁଡ଼ିକ ନିର୍ମିତ ହୋଇଥିବାରୁ ଏହା ତ୍ୱଚା ପାଇଁ କ୍ଷତିକାରକ ସାବ୍ୟସ୍ତ ହେବା ସହ ପ୍ରତିକ୍ରିୟା କରିଥାଏ। 

ମେଦବହୁଳତା ଦୂରେଇବାର ସହଜ ଉପାୟ...

ମେଦବହୁଳତା ଦୂରେଇବାର ସହଜ ଉପାୟ...

ପରିବର୍ତ୍ତିତ ଜୀବନଶୈଳୀଯୋଗୁ ଖାଦ୍ୟପେୟରେ ଅନିୟମିତତା ଯୋଗୁ ମେଦବହୁଳତା ସୃଷ୍ଟି ହୋଇଥାଏ। ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ସହଜ ଉପଚାର ସମ୍ପର୍କରେ ଉଲ୍ଲେଖ ରହିଛି। 

ଟ୍ରାଡିଶନାଲ ଲୁକ୍‌

ଟ୍ରାଡିଶନାଲ ଲୁକ୍‌

ଏଥର ପୂଜାରେ ଟ୍ରାଡିଶନାଲ ସହ mଟ୍ରେଣ୍ଡି ଲୁକ୍‌ ପାଇବାକୁ ଚାହୁଁଥିଲେ ଆପଣାଇ ପାରିବେ ନିମ୍ନୋକ୍ତ ଟିପ୍ସ...

ସକାଳେ ଗ୍ଲାସେ ଉଷୁମ ପାଣି...

ସକାଳେ ଗ୍ଲାସେ ଉଷୁମ ପାଣି...

ଉଷୁମ ପାଣି ପିଇବା ଦ୍ୱାରା ଶରୀରର ଅନେକ ପ୍ରକାର ରୋଗ ଦୂର ହୋଇଥାଏ। ସକାଳେ ନଖ ଉଷୁମ ପାଣି ଗ୍ଲାସେ ପିଇଲେ ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି। 

ଜାଣନ୍ତୁ ମଧୁମେହ ରୋଗୀ  ସାଗୁ ଖାଇବା କେତେଦୂର ଠିକ୍‌

ଜାଣନ୍ତୁ ମଧୁମେହ ରୋଗୀ ସାଗୁ ଖାଇବା କେତେଦୂର ଠିକ୍‌

ମଧୁମେହ ଏକ ଗମ୍ଭୀର ରୋଗ। ଯେଉଁ ରୋଗରେ ଖାଦ୍ୟପେୟ ଜନିତ   ଅନେକ କଟକଣା କରାଯାଇଥାଏ। କାରଣ ଏହି ରୋଗୀଙ୍କ ଖାଦ୍ୟପେୟରେ ହେଉଥିବା ଛୋଟ ପରିବର୍ତ୍ତନ ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। 
ତେବେ ଆପଣ ଯଦି ମଧୁମେହ ରୋଗୀ ହୋଇଥାନ୍ତି ଏକ୍ସରସାଇଜ କରିବା ସହ ମେଡିଶିନ ଖାଇ ବ୍ଲଡ୍‌ ସୁଗାର ମାତ୍ରା କମାଇପାରିବେ।

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁ ସାଧାରଣତଃ ବର୍ଷାଦିନେ ହୋଇଥାଏ। ଅନ୍ୟପକ୍ଷରେ ଅପରିଷ୍କାର ସ୍ଥାନରେ ଡେଙ୍ଗୁର ବାହକ ଏଡିସ୍‌ ମଶା ବଂଶ ବିସ୍ତାର କରିଥାଏ। ତେଣୁ ନିଜ ଘର ଚତୁଃପାର୍ଶ୍ୱ ଯେପରି ପରିଷ୍କାର ପରିଚ୍ଛନ୍ନ ରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଘର ଚାରିପଟେ ଅଳିଆ ଆବର୍ଜନା ଜମା ହେବାକୁ ଦିଅନ୍ତୁ ନାହିଁ। 

ଅଲ୍‌ରାଉଣ୍ଡର ରୋବୋ

ଅଲ୍‌ରାଉଣ୍ଡର ରୋବୋ

ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷଭାବରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାର ଉପଯୋଗ ଚିକିତ୍ସା ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

ଖାଇବା ଶୈଳୀରୁ ଜଣାପଡ଼ିବ ବ୍ୟକ୍ତିତ୍ୱ

ଖାଇବା ଶୈଳୀରୁ ଜଣାପଡ଼ିବ ବ୍ୟକ୍ତିତ୍ୱ

ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ତାଙ୍କର ଖାଇବା ଶୈଳୀରୁ ଜଣାପଡିବ-ଏଭଳି ଏକ ମଜାଦାର ତଥ୍ୟ ସଦ୍ୟତମ ଗବେଷଣାରୁ ଜଣାପଡିଛି। ଏପରି ବିଷୟବସ୍ତୁକୁ ନେଇ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ।

ସ୍ମରଣ ଶକ୍ତି ବୃଦ୍ଧି କରିବାର ନୂଆ ଉପାୟ

ସ୍ମରଣ ଶକ୍ତି ବୃଦ୍ଧି କରିବାର ନୂଆ ଉପାୟ

ବେଳେବେଳେ କେତେକ କଥା ଆମ ହାତ ପାଆନ୍ତାରେ ଥାଏ, ହେଲେ ଆମେ ତାକୁ ସହଜରେ ଜାଣି ପାରି ନ ଥାଉ। କୌଣସି ସୂତ୍ରରୁ ସୂଚନା ପାଇବା ମାତ୍ରେ ତାକୁ ଉପଯୋଗ କରି ତାହାର ସୁଫଳ ପାଉ।

ଲେଜର ବିଜ୍ଞାନର ଅବଦାନ

ଲେଜର ବିଜ୍ଞାନର ଅବଦାନ

”ଲେଜର ହେଉଛି ତୀବ୍ର ଉଚ୍ଚ ସଂହତିଯୁକ୍ତ ଏକବର୍ଣ୍ଣୀ  ଆଲୋକ ଉତ୍ସ। ଏହା ୧୯୬୦ ମସିହାରେ ଉଦ୍ଭାବିତ ହେବା ପରେ ପରେ ବୈଜ୍ଞାନିକମାନେ ଏହାର ସଫଳ ପ୍ରୟୋଗ ଉପରେ ଗବେଷଣା କଲେ। ମାନବୋପଯୋଗୀ ଏହାର ଦୁଇଟି ପ୍ରୟୋଗ ସମ୍ବନ୍ଧୀୟ ଉଦ୍ଭାବନ କରିଥିବାରୁ ଏହି ବର୍ଷ ତିନିଜଣ ବୈଜ୍ଞାନିକ-ଯୁକ୍ତରାଷ୍ଟ୍ର ଆମେରିକାର ଆର୍ଥର ଆସ୍କିନ୍‌, ଫ୍ରାନ୍‌ସର  ଜୋରାର୍ଡ ମୋରୁ ଓ କାନାଡ଼ାର ଡୋନା ଷ୍ଟ୍ରିକ୍‌ଲାଣ୍ଡଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରିବା  ପାଇଁ ରୟାଲ୍‌ ସୁଇଡେନ୍‌ ବିଜ୍ଞାନ ଏକାଡେମୀ  ଘୋଷଣା କରିଛନ୍ତି।“