ଅନ୍ତର୍ଜାତୀୟ |

ପାକିସ୍ତାନ ଅଧିକୃତ କଶ୍ମୀରରେ ବିରୋଧ ପ୍ରଦର୍ଶନ

ପାକିସ୍ତାନ ଅଧିକୃତ କଶ୍ମୀରରେ ବିରୋଧ ପ୍ରଦର୍ଶନ
ମୁଜାଫରାବାଦ୍‌, ୧୪।୧: ପାକିସ୍ତାନ ଅଧିକୃତ କଶ୍ମୀରରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଯୋଗୁ ବ୍ୟବସାୟୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ସେମାନେ ନିଲମ୍‌ ଘାଟି ରୋଡକୁ ଟାୟାର ଜାଳି ଅବରୋଧ କରିଛନ୍ତି। ବିଦ୍ୟୁତ୍‌ କାଟ୍‌ ଯୋଗୁ ବ୍ୟବସାୟ ଉପରେ ଏହାର ଖରାପ ପ୍ରଭାବ ପଡୁଥିବାରୁ ଅଞ୍ଜୁମନ୍‌ ତେଜରାନ୍‌ ବ୍ୟବସାୟୀ ସଂଘ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଥିବା ଜଣାପଡିଛି। ସେଠାରେ ୧୨ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ୍‌ କରାଯାଉଥିବା ବିକ୍ଷୋଭ ପ୍ରଦର୍ଶନକାରୀ ସୂଚିତ କରିଛନ୍ତି। ପାକିସ୍ତାନ ଅଧିକୃତ କଶ୍ମୀରରେ ୧୫୦୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପାଦିତ ହେଉଥିବାବେଳେ ଜନସାଧାରଣଙ୍କୁ ୪୦୦ ମେଗାଓ୍ବାଟ୍‌ରୁ କମ୍‌ ବିଦ୍ୟୁତ୍‌ ଶକ୍ତି ମିଳୁଥିବା ବ୍ୟବସାୟୀ ସଂଘ ସୂଚିତ କରିଛି।
All Right Reserved By

ଅନ୍ତର୍ଜାତୀୟ |

୨ ରୁଷିଆ ଜାହାଜରେ ଅଗ୍ନିକାଣ୍ଡ ଘଟଣା: ୬ ମୃତ ଭାରତୀୟଙ୍କ ମଧ୍ୟରେ ସମ୍ବଲପୁରର ଓଡ଼ିଆ ପୁଅ ସିଦ୍ଧାର୍ଥ

୨ ରୁଷିଆ ଜାହାଜରେ ଅଗ୍ନିକାଣ୍ଡ ଘଟଣା: ୬ ମୃତ ଭାରତୀୟଙ୍କ ମଧ୍ୟରେ ସମ୍ବଲପୁରର ଓଡ଼ିଆ ପୁଅ ସିଦ୍ଧାର୍ଥ

ନୂଆଦିଲ୍ଲୀ/ମସ୍କୋ,୨୪।୧: ରୁଷିଆର ୨ ଜାହାଜରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ମୃତକଙ୍କ ମଧ୍ୟରେ ୬ ଭାରତୀୟ ଥିଲେ। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି।

ଶରିଫ ଗୁରୁତର

ଶରିଫ ଗୁରୁତର

ଲାହୋର,୨୪ା୧(ପି.ଟି.):ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଗୁରୁତର ହୋଇପଡିଥିବା ଡାକ୍ତର କହିଛନ୍ତି। ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ ନେବାକୁ ସେ ପରାମର୍ଶ ଦେଇଛନ୍ତି। 

ଆମେରିକାରେ ଅଚଳାବସ୍ଥା ଦୂର ଲାଗି:ସିନେଟରେ ଭୋଟ ଆଜି

ଆମେରିକାରେ ଅଚଳାବସ୍ଥା ଦୂର ଲାଗି:ସିନେଟରେ ଭୋଟ ଆଜି

ଓ୍ବାଶିଂଟନ,୨୪ା୧(ପି.ଟି.):ଆମେରିକା କଂଗ୍ରେସ ବଜେଟ ଅନୁମୋଦନ ନ କରିବା ଫଳରେ ସେଠାରେ ମାସେରୁ ଊର୍ଦ୍ଧ୍ୱ ସମୟ ହେଲା ଅଚଳାବସ୍ଥା ଲାଗି ରହିଛି। ଏହାକୁ ଦୂର କରିବା ଲାଗି ଅଣାଯାଇଥିବା ପ୍ରସ୍ତାବ ଉପରେ ଗୁରୁବାର ଭୋଟିଂ ନିମନ୍ତେ ସିନେଟରମାନେ ରାଜି ହୋଇଛନ୍ତି। 

ଚଳିତ ବର୍ଷ ୧୦ଟି କାରଣ ଯୋଗୁ  କୋଟି କୋଟି ଲୋକଙ୍କ ଜୀବନ ଯିବ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଚଳିତ ବର୍ଷ ୧୦ଟି କାରଣ ଯୋଗୁ କୋଟି କୋଟି ଲୋକଙ୍କ ଜୀବନ ଯିବ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ/ଜେନେଭା,୨୩।୧: ଚଳିତ ବର୍ଷ ୧୦ଟି କାରଣ ଯୋଗୁ ପୃଥିବୀର କୋଟି କୋଟି ଲୋକଙ୍କର ଜୀବନ ଯିବ। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶ ପାଇଛି ଏକ ରିପୋର୍ଟ।

ମାଡ଼ି ଆସୁଛି ବିପଦ: ତରଳୁଛି ଗ୍ରୀନ୍‌ଲାଣ୍ଡ ହିମପାହାଡ଼; ପାଣିରେ ବୁଡ଼ିଯିବ ଅନେକ ଦେଶ

ମାଡ଼ି ଆସୁଛି ବିପଦ: ତରଳୁଛି ଗ୍ରୀନ୍‌ଲାଣ୍ଡ ହିମପାହାଡ଼; ପାଣିରେ ବୁଡ଼ିଯିବ ଅନେକ ଦେଶ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୩।୧: ମାଡ଼ି ଆସୁଛି ପୃଥିବୀ ଉପରେ ବିପଦ। ତାପମାତ୍ରା ବୃଦ୍ଧି ତଥା ପରିବେଶ ପ୍ରଦୂଷଣର ପ୍ରଭାବ ଗ୍ରୀନ୍‌ଲାଣ୍ଡର ହିମପାହାଡ଼ ଉପରେ ପଡ଼ିବାରେ ଲାଗିଛି। 

ଯେଉଁଠି ମୃତ୍ୟୁ ଅପରାଧ

ଯେଉଁଠି ମୃତ୍ୟୁ ଅପରାଧ

ଇଂଲଣ୍ଡରେ ଏକ ଅଜବ ଆଇନ ପ୍ରଚଳିତ ଥିଲା। ଏଠାରେ କୌଣସି ବ୍ୟକ୍ତି ପାର୍ଲାମେଣ୍ଟ ଭବନରେ ମୃତ୍ୟୁବରଣ କରିପାରିବେ ନାହିଁ ବୋଲି ନିୟମ ଥିଲା।

୯ ମାସ ଶିଶୁକୁ ୨୪ ଘଣ୍ଟାରେ ୨୫ ଥର ହାର୍ଟ ଆଟାକ୍‌

୯ ମାସ ଶିଶୁକୁ ୨୪ ଘଣ୍ଟାରେ ୨୫ ଥର ହାର୍ଟ ଆଟାକ୍‌

ଲଣ୍ଡନ,୨୨।୧: ବ୍ରିଟେନ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୯ ମାସରେ ଶିଶୁକୁ ୨୪ ଘଣ୍ଟାରେ ୨୫ ଥର ହାର୍ଟ ଆଟାକ୍‌ ଆସିଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି। 

୩୦ ବର୍ଷ ଧରି ଭାରତୀୟ ନାଗରିକତା ପାଇଁ ସଂଘର୍ଷ କରୁଛନ୍ତି ୭୦ ପରିବାର

୩୦ ବର୍ଷ ଧରି ଭାରତୀୟ ନାଗରିକତା ପାଇଁ ସଂଘର୍ଷ କରୁଛନ୍ତି ୭୦ ପରିବାର

ଲକ୍ଷ୍ନୌ/ଇସଲାମାବାଦ୍‌,୨୨।୧: ଭାରତରେ ବାସ କରି ମଧ୍ୟ ମିଳିନି ଏପର୍ଯ୍ୟନ୍ତ ନାଗରିକତା। ଗତ ୩୦ ବର୍ଷ ଧରି ନାଗରିକତା ପାଇଁ ଲକ୍ଷ୍ନୌର ୭୦ ପରିବାର କରୁଛନ୍ତି ସଂଘର୍ଷ। ଇତିମଧ୍ୟରେ ଭାରତରେ ଜନ୍ମ ହୋଇଥିବା ସେମାନଙ୍କର ସନ୍ତାନଙ୍କୁ ମିଳିଛି ନାଗରିକତା।

ଦୁଇଟି ଜାହାଜରେ ଲାଗିଲା ନିଆଁ: ୧୧ ମୃତ

ଦୁଇଟି ଜାହାଜରେ ଲାଗିଲା ନିଆଁ: ୧୧ ମୃତ

ମସ୍କୋ,୨୨।୧: ଭାରତ, ତୁର୍କୀ ଓ ଲିବିୟାର କ୍ରିଉ ମେମ୍ବରଙ୍କୁ ନେଇ ଯାଉଥିବା ୨ଟି ଜାହାଜ ରୁଷ ଉପକୂଳରେ ନିଆଁ ଲାଗିଯିବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ଘଟିଛି ଏମିତି ଏକ ଦୁର୍ଘଟଣା। 

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ତେଲ ଟ୍ୟାଙ୍କର: ୩୦ ଯାତ୍ରୀ ଜୀବନ୍ତ ଦଗ୍ଧ

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ତେଲ ଟ୍ୟାଙ୍କର: ୩୦ ଯାତ୍ରୀ ଜୀବନ୍ତ ଦଗ୍ଧ

ବାଲୁଚିସ୍ତାନ,୨୨।୧: ପାକିସ୍ତାନ ବାଲୁଚିସ୍ତାନରେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍‌କୁ ତେଲ ଟ୍ୟାଙ୍କର ଧକ୍କା ଦେଇଛି। ଏଥିରେ ୩୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୬ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଥରିଲା ଇଣ୍ଡୋନେସିଆ

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୨।୧: ଇଣ୍ଡୋନେସିଆ ସୁମ୍ବାଓ୍ବାର ସେଣ୍ଟ୍ରାଲ୍‌ ଆଇଜଲାଣ୍ଡରେ ଥିବା ରାବା ସହରରେ ମଙ୍ଗଳବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍ପେଲରେ ଏହାର ତୀବ୍ରତା ରହିଥିଲା ୬.୦।

ୟୁଏନ୍‌ ମିଶନ କ୍ୟାମ୍ପ୍‌ ଉପରକୁ ଗୁଳିମାଡ଼:

ୟୁଏନ୍‌ ମିଶନ କ୍ୟାମ୍ପ୍‌ ଉପରକୁ ଗୁଳିମାଡ଼:

ବାମାକୋ,୨୨।୧:ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜାତିସଂଘର ୧୦ ଶାନ୍ତି ସେନା ପ୍ରାଣ ହରାଇଛନ୍ତି।