ଫୁରସତ |

ମକରର ମହକ

ମକରର ମହକ

ମାଘର ଶୀତରେ ଆସେ ମକର। ଆଉ ମକର ଆସିଲେ, ଚାରିଆଡେ ଖେଳିଯାଏ ଖୁସିର ଲହରି। ଓଡ଼ିଶାରେ ଥିବା ତେଲୁଗୁ ସମ୍ପ୍ରଦାୟ ଏହାକୁ ପୋଙ୍ଗଲ ବା ସେମାନଙ୍କ ନୂଆ ବର୍ଷ ଭାବେ ପାଳନ କରୁଥିବାବେଳେ ଓଡ଼ିଶାର ବିଭିନ୍ନ ଜିଲାରେ ମକରକୁ ନେଇ ପାଳନ ହୋଇଥାଏ ଭିନ୍ନ ଭିନ୍ନ ପରମ୍ପରା। କେଉଁଠି ମକର ଚାଉଳ, ପିଠା ଓ ମିଠାରେ ମକରକୁ ସ୍ବାଗତ କରାଯାଏ ତ କେଉଁଠି କୁକୁଡ଼ା ଲଢେଇ ମକରର ମାହୋଲକୁ ସରଗରମ କରୁଥିବାବେଳେ ଆଉ କେଉଁଠି ଗୁଡ଼ିଉଡ଼ାରେ ସ୍ବାଗତ କରାଯାଏ ମକରକୁ....
କଟକରେ ମକର ମାନେ ଗୁଡ଼ିଉଡ଼ା
କଟକରେ ଗୁଡ଼ିଉଡ଼ା ପର୍ବ ବହୁ ପ୍ରାଚୀନ। ପୁରୀଘାଟ, ଚାନ୍ଦିନୀଚୌକ, ହରିପୁର, ଥୋରିଆସାହି, ଗଣେଶ ଘାଟ ଆଦି ସାହିର କାଠଯୋଡ଼ି ଓ ମହାନଦୀ ବାଲିରେ ହୋଇଥାଏ ଗୁଡ଼ିଉଡ଼ା ପ୍ରତିଯୋଗିତା। କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଏ। ଯାହା ଜଣାଯାଏ ପ୍ରଥମେ ରେଶମୀ କନାରେ ଓ ପରେ ବିଡ଼ି କାଗଜରେ ଗୁଡ଼ି ପ୍ରସ୍ତୁତ ହେଉଥିଲା। ପେଟି, କମାଣି ନାମକ ଛାଞ୍ଚ ଉପରେ କାଗଜ ଲଗାଇ ଗୁଡ଼ି ତିଆରି ହୁଏ। ପେଟି ଓ କମାଣି ବାଉଁଶ ପାତରେ ନିର୍ମିତ। ଉକ୍ତ ନିର୍ମାଣଶୈଳୀ ଉପରେ ଗୁଡ଼ିର ଶକ୍ତି ନିହିତ ଥାଏ। ଲଚ୍‌ କମାଣି କହିଲେ ନମନୀୟ ଛାଞ୍ଚକୁ ବୁଝାଏ, ଯାହା ସୁନ୍ଦର ଭାବରେ ଉଡ଼ିଥାଏ। ଗୁଡ଼ିର ବିଭିନ୍ନ ନାମ ରହିଛି ଯେପରିକି ଠିକିରି, ପାନପତରି, ଗଙ୍ଗା ଯମୁନା, ଚେଙ୍ଗ, ଢାବା ଇତ୍ୟାଦିି। ସେହିପରି ଗୁଡ଼ି ଉଡ଼ାଳି ଗୁଡ଼ିର ଗତିକୁ ବିଭିନ୍ନ ଆଖ୍ୟା ଦେଇଥାନ୍ତି, ଯଥା: ପେଠି, ସୁରକି, ଗୋତ୍‌, ରୁନ୍ଦ, ମଣ୍ଡଳ ପ୍ରଭୃତି। ଗୁଡ଼ି ପାଇଁ ବ୍ୟବହୃତ ସୁତା ବା ମାଞ୍ଜା ପାଇଁ କାଚଗୁଣ୍ଡ, ବିଭିନ୍ନ ପ୍ରକାର ଅଠା ବ୍ୟବହୃତ ହୁଏ। କଟକର ଆବାଳ ବୃଦ୍ଧବନିତା ଗୁଡ଼ିଉଡ଼ା ପାଇଁ ପାଗଳ ହୋଇଥାନ୍ତି। କଟକରେ ମକର ପର୍ବ ସମ୍ପର୍କରେ ମଙ୍ଗଳାବାଗର ସୁବାସ ଦାସ କୁହନ୍ତି, ଗୁଡ଼ିଉଡ଼ା କଟକବାସୀଙ୍କ କେବଳ ସଉକ ନୁହେଁ, ଏହା ମଜାଗତ ଅଭ୍ୟାସ କହିଲେ ଭୁଲ୍‌ ହେବ ନାହିଁ। ଖୋକା ଭାଇ (ଅକ୍ଷୟ ମହାନ୍ତି)ତାଙ୍କ ଗୀତ ଉଡ଼ି ଉଡ଼ି ଉଡ଼ି ଯା’ରେ ଗୁଡ଼ି ... ଗୀତରେ ଗୁଡ଼ିଉଡ଼ା ସମ୍ପର୍କରେ ଅନେକ କଥା କହିଯାଇଛନ୍ତି। ପ୍ରାୟ ୫ ଶହ ବର୍ଷର ପୁରୁଣା ଏହି ପର୍ବ କଟକର ଏବେ ଏକ ପରମ୍ପରା ପାଲଟିଛି। ମକର ଦିନ ନୂଆ ଚାଉଳ ଓ ତିଳଖଜା ଠାକୁରଙ୍କ ପାଖରେ ଭୋଗ ଲାଗିଥାଏ। ତେବେ କଟକ ନଗରରେ ମକର କହିଲେ ଗୁଡ଼ି ଉଡ଼ାକୁ ବୁଝାଯାଏ। ସେହିପରି କଣ୍ଠଶିଳ୍ପୀ ସୁବାସ ଦାସ କୁହନ୍ତି, ପିଲାବେଳୁ ମୋର ଗୁଡ଼ି ଉଡ଼ା ସଉକ ଥିଲା। କଲେଜରେ ପଢ଼ିବା ବେଳେ କାଠଯୋଡ଼ି ନଈବାଲିରେ ଅନୁଷ୍ଠିତ ଗୁଡ଼ି ଉଡ଼ା ପ୍ରତିଯୋଗିତାରେ ଭାଗ ନେଉଥିଲି। ଅନ୍ୟଗୁଡ଼ିକୁ କାଟିବା ବେଳର ଉତ୍କଣ୍ଠା ଭାରି ଆନନ୍ଦ ଲାଗୁଥିଲା। ମୁଁ ଭଲ ଗୁଡ଼ି ଉଡ଼ାଇ ପାରୁଥିବାରୁ ସାଙ୍ଗମାନେ ମୋତେ ଭାରି ପ୍ରଶଂସା କରୁଥିଲେ। କଟକରେ ଗୁଡ଼ିଉଡ଼ା ପରମ୍ପରା ବହୁ ପ୍ରାଚୀନ। ସହରବାସୀଙ୍କ ଭାଇଚାରା ବୃଦ୍ଧି କରିବାରେ ଏହା ଏକ ବଢ଼ିଆ ପରମ୍ପରା।
ତିନି ଦିନ ପାଳନ ହୁଏ ମକର
ଓଡ଼ିଶାରେ ରହୁଥିବା ତେଲୁଗୁ ସମ୍ପ୍ରଦାୟ ପାଇଁ ମକରର ମହକ ନିଆରା। ବ୍ରହ୍ମପୁର ସହରରେ ବହୁ ସଂଖ୍ୟାରେ ତେଲୁଗୁ ସଂପ୍ରଦାୟର ଲୋକମାନେ ବସବାସ କରୁଥିବାରୁ ଏଠାରେ ମଧ୍ୟ ମକରର ମହତ୍ତ୍ୱ ବେଶ୍‌ ବାରିହୁଏ। ତିନି ଦିନ ଯାଏଁ ବେଶ୍‌ ଉତ୍ସବ ମୁଖର ହୋଇପଡ଼େ ବ୍ରହ୍ମପୁର ସହର। ମକର ପାଳନର ପ୍ରଥମ ଦିନ ହେଲା ଭୋଗୀ। ପିଲାଠୁ ବଡ଼ ଯାଏଁ, ସମସ୍ତେ ଭୋଗୀରେ ନୂଆବସ୍ତ୍ର ପରିଧାନ କରନ୍ତି। ଘର ସମ୍ମୁଖରେ କାଠରେ ନିଆଁ ଜଳାହୁଏ। ପୁରୁଣା ଅଦରକାରୀ କାଠଦ୍ରବ୍ୟକୁ ସେଥିରେ ପକାଇ ଜାଳିଦିଆଯାଏ। ପରମ୍ପରା ଅନୁଯାୟୀ ନିଆଁରେ ଘଷି ପକାଇ ସମସ୍ତେ ମୁଣ୍ଡିଆ ମାରନ୍ତି। ପିତୃପୁରୁଷଙ୍କୁ ମନେ ପକାନ୍ତି। ସେମାନଙ୍କ ଆମତ୍ାର ସଦ୍‌ଗତି କାମନା କରିବା ପରେ ଘରୁ ପଦାକୁ ବାହାରନ୍ତି। ମନର ଅଳିଆକୁ ମଧ୍ୟ ସେହି ନିଆଁରେ ପକାଇ ଜାଳିଦିଆଯାଏ। ଭୋଗୀ ଦର୍ଶନ ସହ ଆରମ୍ଭ ହୁଏ ଦିନ । ପରେ ଘରେ ଇଷ୍ଟ ଦେବଦେବୀଙ୍କ ପୂଜା ଅନୁଷ୍ଠିତ ହୁଏ। ଦ୍ୱିତୀୟ ଦିନରେ ପଡ଼ିଥାଏ ମକର ସଂକ୍ରାନ୍ତି ବା ପୋଙ୍ଗଲ। ଦିନଟି ତେଲୁଗୁ ସଂପ୍ରଦାୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମକରରେ ସୂର୍ଯ୍ୟଙ୍କ ଉତ୍ତରାୟରଣ ଆରମ୍ଭ ହୁଏ। ଏଣୁ ଏହିଦିନ ପିତୃପୁରୁଷଙ୍କ ତିଳତର୍ପଣ କରାଯାଏ। ପରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦାନ କାର୍ଯ୍ୟ ସଂପାଦିତ ହୁଏ। ଘରେ ମକର ପୂଜା ଏବଂ ଇଷ୍ଟ ଦେବତା ପୂଜା ଚାଲେ। ନୂଆ ଚାଉଳରେ ଖିରି କରି ପୂଜା କରାଯାଏ। ପୂର୍ବ ପୁରୁଷଙ୍କ ପାଇଁ ଯେମିତି ଦିନଟି ଉତ୍ସର୍ଗୀକୃତ ହୋଇପଡ଼େ। ଶେଷ ଦିବସଟି ହେଉଛି କନୁମା। ଗୋ ଦେବତାଙ୍କୁ ପୂଜା କରାଯାଉଥିବା ଯୋଗୁ ଏହା ଚାଷୀକୁଳ ପାଇଁ ବେଶ୍‌ ମହତ୍ତ୍ୱ ରଖିଥାଏ। ପର୍ବଟି ମୁଖ୍ୟତଃ କୃଷି ଭିତ୍ତିକ। ଧନୁ ମାସରେ ଯେଉଁ ଫସଲ ଅମଳ ହୋଇଥାଏ, ତାହାକୁ ଗୋଦେବତାଙ୍କୁ ସମର୍ପଣ କରିବାର ପରମ୍ପରା ରହିଛି। ଗାଈ, ବଳଦ ଏବଂ ଷଣ୍ଢକୁ ଗାଧୋଇ ଦେଇ ହଳଦୀ ଲେପ ଦେଇ ସଜାଇଦେବା ପରେ ପୂଜା କରାଯାଏ। ଯେଉଁଭଳି ଗହ୍ମାପୂର୍ଣ୍ଣମାରେ ଓଡ଼ିଆମାନେ ହଳ ଲଙ୍ଗଳ ଏବଂ ଚାଷରେ ବ୍ୟବହୃତ ହେଉଥିବା ଅନ୍ୟାନ୍ୟ ଉପକରଣ ପୂଜା କରନ୍ତି, ସେଭଳି କିଛି କନୁମା ଦିନ ତେଲୁଗୁ ସଂପ୍ରଦାୟରେ ଦେଖାଦେଇଥାଏ। ତେବେ କନୁମା ଦିନ କୌଣସି ଲୋକ ବାହାର ଗାଁକୁ ଯାତ୍ରା କରନ୍ତି ନାହିଁ । ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ। ତିନି ଦିନ ସୁସ୍ବାଦ୍ୟ ଖାଦ୍ୟ ଏବଂ ନାଚଗୀତରେ କଟିଯାଏ। ଘରେ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଦେଖାଦେଇଥାଏ। ଭୋଗୀ ଦିନ ଝିଅ ଓ ଜ୍ୱାଇଁ ଘରକୁ ଆସନ୍ତି । ସେମାନଙ୍କୁ ନୂଆ ବସ୍ତ୍ର ଦେଇ ସ୍ବାଗତ କରାଯାଏ। କନୁମା ପରେ ସେମାନେ ଘରକୁ ଫେରିଯାଆନ୍ତି। ଏଣୁ ତିନିଦିନ ଘରେ ଗହଳି ଲାଗି ରହିଥାଏ। ଧନୁ ସଂକ୍ରାନ୍ତି ପରଠୁ ପ୍ରାୟତଃ ପ୍ରତ୍ୟକ ଘର ସମ୍ମୁଖରେ ଧନୁଶର ଆକାରର ଝୋଟି ଦିଆଯାଇଥାଏ । ହେଲେ ଭୋଗୀ ଦିନ ଝୋଟିର ଆକାର ହୋଇଯାଏ ରଥ । ଏହି ରଥର ୮ଟି ଦ୍ୱାର ରହିଥାଏ । ମକରରେ ଦ୍ୱାର ସଂଖ୍ୟା ବଢ଼ି ୧୨ରେ ପହଞ୍ଚିଯାଏ । କାରଣ ବିଶ୍ୱାସ ରହିଛି, ଭୋଗୀରେ ପିତୃପୁରୁଷଙ୍କୁ ପୂଜା ବେଳେ ସେମାନେ ୮ଟି ଦ୍ୱାର ଦେଇ ଘରକୁ ପ୍ରବେଶ କରନ୍ତି । ଆଉ ମକରରେ ୧୨ଦ୍ୱାର ଦେଇ ପୁଣି ଫେରିଯାଆନ୍ତି । ଏପରିକି ମକରରେ ମୃତ୍ୟୁ ହେଲେ ସ୍ବର୍ଗପ୍ରାପ୍ତି ହୁଏ ବୋଲି ମଧ୍ୟ ବିଶ୍ୱାସ ରହିଛି । ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରର ପ୍ରତ୍ୟକ ସାହିରେ ମକର ପାଳନ ଆଧ୍ୟାମତ୍ିକ, ସାଂସ୍କୃତିକ ଏବଂ ହସଉଲ୍ଲ୍ଲାସରେ ପାଳନ କରାଯାଇଥାଏ ।
ବାଲେଶ୍ୱର ମକର ପର୍ବ
ଉପକୂଳବର୍ତ୍ତୀ ଜିଲା ବାଲେଶ୍ୱରର ଏକ ପ୍ରମୁଖ ପର୍ବ ହେଉଛି ମକର ପର୍ବ। କେବଳ ବାଲେଶ୍ୱର ନୁହେଁ ଏହାର ପଡ଼ୋଶୀ ଜିଲା ମୟୂରଭଞ୍ଜରେ ମଧ୍ୟ ମକର ପର୍ବକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ମକର ଚାଉଳ ବଣ୍ଟନ ସାଙ୍ଗକୁ ପିଠାପଣା ଭୋଜିଭାତରେ ଦିନଟି ବେଶ୍‌ ଆନନ୍ଦଦାୟକ ହୋଇଥାଏ। ତେବେ ବାଲେଶ୍ୱର, ବାରିପଦା, ମୟୂରଭଞ୍ଜ, ରାଜନୀଳଗିରି ଆଦି ସ୍ଥାନରେ ମକରର ଏକ ମୁଖ୍ୟ ଆକର୍ଷଣ ହେଉଛି କୁକୁଡ଼ା ଲଢ଼େଇ ବା ଗଞ୍ଜା ଲଢ଼େଇ। ଭିନ୍ନ ଭିନ୍ନ ସ୍ଥାନରେ ଗଞ୍ଜା (ଅଣ୍ଡିରା କୁକୁଡ଼ା) ଲଢ଼େଇ ଆୟୋଜନ ହେବା ସହିତ ଅନେକ ଲୋକ ଏହାକୁ ମନଭରି ଉପଭୋଗ କରିଥାନ୍ତି। କେତେକ ସ୍ଥାନରେ ଲଢୁଆ କୁକୁଡ଼ାଙ୍କର ହାରଜିତ୍‌କୁ ନେଇ ବାଜି ମଧ୍ୟ ଲଗାଯାଇଥାଏ। ଯଦିଓ ଏହି ଖେଳ ନିରୀହ ଗଞ୍ଜାଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ଆଉ ଏହା ଅତ୍ୟନ୍ତ ଅମାନବୀୟ ବୋଲି ପଶୁପ୍ରେମୀ ମତବ୍ୟକ୍ତ କରିଥାନ୍ତି; ତଥାପି ପରମ୍ପରା ନାମରେ ଏହାକୁ ଅନେକତ୍ର ସ୍ବୀକାର କରାଯାଇଥିବା ଜାଣିବାକୁ ମିଳେ।
ମା’ ରତ୍ନମାଳାଙ୍କ ପୀଠରେ ହୁଏ ମକର ଉତ୍ସବ
ଗଣପର୍ବ ଭାବେ ବିଭିନ୍ନ ଅଞ୍ଚଳରେ ମକରପର୍ବକୁ ସ୍ବତନ୍ତ୍ର ରୀତିନୀତିରେ ପାଳିତ ହୋଇଥାଏ। ମାତ୍ର ଖୋର୍ଦ୍ଧା ଜିଲା ଟାଙ୍ଗି ବ୍ଲକ ରତନପୁର ଗ୍ରାମପଞ୍ଚାୟତର ରତନପୁର ଗାଁର କେନ୍ଦ୍ରସ୍ଥଳୀରେ ବିଜେ ଆରାଧ୍ୟା ମା’ ରତ୍ନମାଳା ଦେବୀ। ଏହି ପୀଠରେ ପ୍ରତିବର୍ଷ ମକର ଉତ୍ସବ ପାଳିତ ହୋଇଥାଏ । ଏହି ଅବସରରେ ବିଶ୍ୱଶାନ୍ତି ସପ୍ତସତୀ ଚଣ୍ଡୀମହାଯଜ୍ଞ ଆୟୋଜିତ ହୋଇଥାଏ। ଡ଼ ଚନ୍ଦ୍ରଶେଖର ଦାଶ କୁହନ୍ତି, ଏହି ପୀଠରେ ଶତାଧିକ ବର୍ଷଧରି ପାରମ୍ପରିକ ରୀତିନୀତିରେ ମକର ପର୍ବ ପାଳିତ ହୋଇଆସୁଛି। ଗାଁରେ ପ୍ରାୟ ୩ ଦିନଧରି ସାଂସ୍କୃତିକ କାଯର୍‌ୟକ୍ରମରେ ବିଭିନ୍ନ ଲୋକକଳାକୁ ପରିବେଷଣ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ଏଠରେ ଆୟୋଜିତ ଯଜ୍ଞରେ ପୂର୍ଣ୍ଣାହୁତି ହୋଇଥାଏ । ମା’ଙ୍କ ପୀଠରେ ମକର ଚାଉଳ ପୂଜାର୍ଚ୍ଚନା କରାଯାଇ ସାଧାରଣରେ ବଣ୍ଟନ କରାଯାଇଥାଏ ।ଏହା ଗ୍ରାମବାସୀଙ୍କ ସହଯୋଗରେ ପାଳିତ ହୋଇଆସୁଛି। ଏହି ଗାଁର ତେଲୁଗୁ ସାହିରେ ପୋଙ୍ଗଲ ପର୍ବମଧ୍ୟ ପାଳିତ ହୋଇଥାଏ । ତେଲେଗୁ ସମ୍ପ୍ରଦାୟର ପରିବାର ମଧ୍ୟରେ ମିଷ୍ଟାନ୍ନ, ଖିର,ି ଫଳଭୋଗ କରାଯାଇଥାଏ। ଘରର ଇଷ୍ଟଦେବଙ୍କଠାରେ ପୂଜାର୍ଚ୍ଚନା କରାଯାଇଥାଏ। ପରିବାରରେ ସମସ୍ତେ ନୂଆବସ୍ତ୍ର ପରିଧାନ କରିଥାନ୍ତି। ଚିଲିକାର ପ୍ରସିଦ୍ଧ ଦେବୀ ମା’ କାଳିଜାଇଙ୍କ ପୀଠରେ ପାମ୍ପରିକ ରୀତିରେ ପବିତ୍ର ମକର ପର୍ବ ଓ ଯଜ୍ଞ ଆୟୋଜିତ ହୋଇଥାଏ।ଏଠାରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳେ।
-କାର୍ତ୍ତିକ ସାହୁ, ଆଶୀର୍ବାଦ ରାଉତ

All Right Reserved By

Model This Week

ନିକିତା

ଫୁରସତ |

ବଢ଼ୁଛି ବରିଷ୍ଠ ନାଗରିକଙ୍କ ଆୟ

ବଢ଼ୁଛି ବରିଷ୍ଠ ନାଗରିକଙ୍କ ଆୟ

ନୂଆଦିଲ୍ଲୀ,୨୩।୪: ବୟସର ଅପରାହ୍ନରେ ଲୋକମାନେ ପିଲାଙ୍କ ପାଇଁ ବୋଝ ପାଲଟିଯାଆନ୍ତି ବୋଲି ସାଧାରଣରେ କୁହାଯାଏ। ଆୟ ନ ଥିବାରୁ ଅନେକ ବୟସ୍କ ବ୍ୟକ୍ତି ଯନ୍ତ୍ରଣାରେ ଦିନ କାଟନ୍ତି। କିନ୍ତୁ ସଦ୍ୟ ଏକ ରିପୋର୍ଟ ଏହି ଧାରଣାକୁ ଭୁଲ୍‌ ପ୍ରମାଣ କରିଦେଇଛି। ଭାରତରେ ବରିଷ୍ଠ ନାଗରିକଙ୍କ ଆର୍ଥିକ ସ୍ଥିତି ସୁଧୁରିବାରେ ଲାଗିଛି। ଏମାନେ ଆୟ କରିବା ସହ ଦେଶର ପ୍ରମୁଖ ଗ୍ରାହକ ଗୋଷ୍ଠୀରେ ସାମିଲ ହୋଇଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ତେବେ ବୃଦ୍ଧାବସ୍ଥାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଥିବାରୁ ଏହି ବାବଦକୁ ଅଧିକ ଖର୍ଚ୍ଚ କରୁଛନ୍ତି।

ବରବେଶରେ ବାନ୍ଧବୀଙ୍କୁ ବିବାହ କଲେ ଯୁବତୀ

ବରବେଶରେ ବାନ୍ଧବୀଙ୍କୁ ବିବାହ କଲେ ଯୁବତୀ

ନୂଆଦିଲ୍ଲୀ, ୨୩।୪ : ଅଗ୍ରା ଏତ୍ମାଦୌଲା ଥାନା ଅଞ୍ଚଳରେ ଏକ ସାମୁହିକ ବିବାହ ଉତ୍ସବରେ ଜଣେ ଯୁବତୀ ବର ବେଶରେ ତାଙ୍କ ବାନ୍ଧବୀଙ୍କୁ ବିବାହ କରିଛନ୍ତି। ପରେ ଏସମ୍ପର୍କରେ ପରିବାର ଲୋକ ଜାଣିବାରୁ ପୋଲିସର ସହାୟତା ଲୋଡିଛନ୍ତି। ଦୁଇ ବାନ୍ଧବୀଙ୍କ ଦୀର୍ଘଦିନ ଧରି ସମଲିଙ୍ଗୀ ସମ୍ପର୍କ ରହିଥିଲା। ତେବେ ଏହାକୁ କିପରି ବିବାହରେ ପରିଣତ କରିବେ ସେନେଇ ଯୋଜନା ପ୍ରସ୍ତୁତ କରିଥିଲେ।

ପ୍ରାଣୀଙ୍କ ଭୂକମ୍ପ ସୂଚନା ନେଇ ଦ୍ୱିମତ

ପ୍ରାଣୀଙ୍କ ଭୂକମ୍ପ ସୂଚନା ନେଇ ଦ୍ୱିମତ

ଲଣ୍ଡନ,୨୩ା୪: ଭୂକମ୍ପର କିଛି ସମୟ ପୂର୍ବରୁ କୁକୁର, ବିରାଡି ଏପରି କି ଗୋରୁ ଗାଈ ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରନ୍ତି ବୋଲି ଦୀର୍ଘଦିନରୁ ବିଶ୍ୱାସ କରାଯାଇ ଆସୁଛି। କିନ୍ତୁ ଏହା ପ୍ରମାଣସିଦ୍ଧ ନୁହେଁ ବୋଲି ସଦ୍ୟ କରାଯାଇଥିବା ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। ଏହି ଅଧ୍ୟୟନ ‘ବୁଲେଟିନ୍‌ ଅଫ୍‌ ଦି ସିସ୍‌ମୋଲୋଜିକାଲ୍‌ ସୋସାଇଟି ଅଫ୍‌ ଆମେରିକା’ ଜର୍ନାଲ୍‌ରେ ପ୍ରକାଶ ପାଇଛି।

ଉଦ୍ଭିଦରୁ ଇନ୍ଧନ

ଉଦ୍ଭିଦରୁ ଇନ୍ଧନ

ପ୍ରତିଦିନ ପୃଥିବୀରେ ୯,୫୦,୦୦,୦୦୦ ବ୍ୟାରେଲ(ଏକ ବ୍ୟାରେଲ ୨୦୦ ଲିଟର) ପେଟ୍ରୋଲିୟମ ତୈଳ ଇନ୍ଧନ ହିସାବରେ ବ୍ୟବହୃତ ହେଉଅଛି। ଦୈନିକ ହାରାହାରି ମୁଣ୍ଡପିଛା ତିନିଲିଟର। ପେଟ୍ରୋଲିୟମ ଲାଟିନ ଶବ୍ଦ ପେଟ୍ରା (ପଥର) ଏବଂ ଓଲିୟମ (ତେଲ)ରୁ ଆସିଅଛି।

ମାର୍ଟିନା ମୁନ୍‌ ମିଶନ

ମାର୍ଟିନା ମୁନ୍‌ ମିଶନ

ମହାକାଶବିଜ୍ଞାନ କ୍ଷେତ୍ରରେ ନୂଆ ତଥ୍ୟ ଜାଣିବାକୁ ବିଭିନ୍ନ ଦେଶର ମହାକାଶବିଜ୍ଞାନୀମାନେ ଚେଷ୍ଟା ଚଳାଇଛନ୍ତି। ବିଶେଷଭାବରେ ମଙ୍ଗଳ ଗ୍ରହ ସମ୍ପର୍କରେ ରୋଚକ ତଥ୍ୟ ଜାଣିବାକୁ ଅନେକ ଦେଶ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଏଠାରେ ଜୀବସତ୍ତା ଥିଲା କି ନାହିଁ ତାହା ଜାଣିବାକୁ ଉଦ୍ୟମ ଜାରି ରହିଛି। ଏଥିପାଇଁ ଜାପାନର ମହାକାଶବିଜ୍ଞାନୀମାନେ ଆରମ୍ଭ କରିବାକୁ ଯାଉଛନ୍ତି ‘ମାର୍ଟିନା ମୁନ୍‌ ମିଶନ’।

ଫର୍ନିଚର ଡିଜାଇନର ରୋବୋ

ଫର୍ନିଚର ଡିଜାଇନର ରୋବୋ

ରୋବୋର କାର୍ଯ୍ୟ ତାଲିକାରେ ଆଉ ଏକ କଥାକୁ ନିକଟରେ ସାମିଲ କରାଯାଇଛି। ବେଶ୍‌ କିଛି ବର୍ଷ ପ୍ରୟାସ କରିବା ପରେ ଏଥିରେ ସଫଳ ହୋଇଛନ୍ତି ସିଙ୍ଗାପୁରର ବୈଜ୍ଞାନିକମାନେ। ସିଙ୍ଗାପୁରସ୍ଥିତ କଣ୍ଟ୍ରୋଲ ରୋବୋଟିକ୍‌ ଇଣ୍ଟେଲିଜେନ୍ସ ଗ୍ରୁପ୍‌ (ସିଆରଆଇଜି)ର ବୈଜ୍ଞାନିକମାନେ ଏଭଳି ଏକ ରୋବୋ ପ୍ରସ୍ତୁତ କରିଛନ୍ତି, ଯାହା କେତେକ ଫର୍ନିଚର୍‌ର ଡିଜାଇନ କରିପାରିବ।

ମହାକାଶରେ ବିଳାସମୟ ହୋଟେଲ

ମହାକାଶରେ ବିଳାସମୟ ହୋଟେଲ

ମହାକାଶରେ ଏକ ବିଳାସମୟ ହୋଟେଲ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ। ପ୍ରଶ୍ନ ଉଠେ ଯେ ମହାକାଶରେ କାହିଁକି ହୋଟେଲ ନିର୍ମାଣ ହେବ ଏବଂ ସେଠାରେ କିଏ ରହିବେ?

ମୃତ୍ୟୁର ୫ ଘଣ୍ଟା ପରେ ଫେରିଲା ଜୀବନ

ମୃତ୍ୟୁର ୫ ଘଣ୍ଟା ପରେ ଫେରିଲା ଜୀବନ

ଅଲ୍ଲୀଗଡ଼, ୨୩।୪ : ଆଜିକାର ଆଧୁନିକ ଯୁଗରେ ମଧ୍ୟ ଅନେକ ସମୟରେ ବିଭିନ୍ନ ବିଚିତ୍ର ତଥା ଅଲୌକିକ ଘଟଣା ଘଟିଥାଏ, ଯାହାର ଉତ୍ତର ଦେବାକୁ ବିଜ୍ଞାନଶାସ୍ତ୍ର ସମର୍ଥ ହୋଇ ନ ଥାଏ। ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ଅଲ୍ଲୀଗଡ଼ ଅତରୌଲିସ୍ଥିତ କିରଥଲ ଗାଁରେ ଘଟିଛି।

ଚିରନିଦ୍ରାରେ ପୃଥିବୀର ବୟସ୍କା ମହିଳା

ଚିରନିଦ୍ରାରେ ପୃଥିବୀର ବୟସ୍କା ମହିଳା

ଟୋକିଓ, ୨୨।୪ : ଦକ୍ଷିଣ ଜାପାନର କିକାଇ ସହରରେ ବାସ କରୁଥିବା ପୃଥିବୀର ବୟସ୍କା ମହିଳା ନାବି ତାଜିମାଙ୍କର ୧୧୭ ବର୍ଷ ବୟସ ପରଲୋକ ହୋଇଛି। ଗତ ଜାନୁୟାରୀଠାରୁ ସେ ହସ୍ପିଟାଲ ଭର୍ତ୍ତି ହୋଇଥିଲେ। ସେ ୧୯୦୦ ମସିହା ଅଗଷ୍ଟମାସରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କ ପରିବାରରେ ୧୬୦ ଜଣ ସଦସ୍ୟ ଅଛନ୍ତି।

ମହିଳାଙ୍କ ଶରୀର ଉପରେ ପରସା ଯାଏ ସୁସ୍ବାଦୁ ଖାଦ୍ୟ

ମହିଳାଙ୍କ ଶରୀର ଉପରେ ପରସା ଯାଏ ସୁସ୍ବାଦୁ ଖାଦ୍ୟ

ଟୋକିଓ, ୨୨।୪ : ବ୍ୟବସାୟ ବଢ଼ାଇବା ପାଇଁ ବର୍ତ୍ତମାନର ପ୍ରତିଦ୍ୱନ୍ଦ୍ୱିତା ମୂଳକ ବଜାରରେ କମ୍ପାନୀମାନେ ଅନେକ ସମୟରେ ବିଭିନ୍ନ ରୋଚକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଯାହାକି ଗ୍ରାହକଙ୍କୁ ବିଶେଷ ଆକର୍ଷିତ କରିବାକୁ ସକ୍ଷମ ହେଉଛି। ସମ୍ପ୍ରତି ଜାପାନର ନ୍ୟୋଟିମୋରୀ ଏକ୍ସପେରିଏନ୍ସ୍‌ ନାମକ ଏକ ହୋଟେଲରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଅନନ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ପରିବାର ଲୋକଙ୍କ ପାଇଁ ଗିଫ୍ଟ କିଣିଥିଲି

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ପରିବାର ଲୋକଙ୍କ ପାଇଁ ଗିଫ୍ଟ କିଣିଥିଲି

ଶିକ୍ଷାବିତ୍‌ ଡ. ଭାଗ୍ୟବତୀ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ବାଲେଶ୍ୱରର ଶୂନହଟରେ ମୋର ଜନ୍ମ। ସ୍ଥାନୀୟ ବାରବାଟି ବାଳିକା ଉଚ୍ଚ ବିଦ୍ୟାଳୟରୁ ୧୯୭୦ରେ ଏକାଦଶ ପାସ୍‌ କରିବା ପରେ ଫକୀରମୋହନ ମହାବିଦ୍ୟାଳୟରେ ପିୟୁ ସାଇନ୍ସ ଓ ପ୍ରି ପ୍ରଫେଶନାଲ୍‌ ପଢିଥିଲି। ତା’ପରେ ମୋର ବାହାଘର ହୋଇଗଲା। ଶାଶୁଘର ବି ସେଇ ବାଲେଶ୍ୱରରେ। ଆଗକୁ ଆହୁରି ପଢିବାକୁ ମୋର ଇଚ୍ଛା ଥାଏ।

୭୨ ବର୍ଷ ବୟସ୍କ ବୃଦ୍ଧାଙ୍କୁ ବିବାହ କରିଛନ୍ତି ୧୯ ବର୍ଷ ଯୁବକ: ପାଳିଲେ ବିବାହ ଦ୍ୱିବାର୍ଷିକୀ

୭୨ ବର୍ଷ ବୟସ୍କ ବୃଦ୍ଧାଙ୍କୁ ବିବାହ କରିଛନ୍ତି ୧୯ ବର୍ଷ ଯୁବକ: ପାଳିଲେ ବିବାହ ଦ୍ୱିବାର୍ଷିକୀ

ଓ୍ବାଶିଂଟନ, ୨୨।୪ : ଆମେରିକା ଟେନିସ୍‌ ରାଜ୍ୟର ମେରିବଲି ଅଞ୍ଚଳରେ ବାସ କରୁଥିବା ୭୨ ବର୍ଷ ବୟସ୍କ ଅଲମେଡା ଏରେଲ୍‌ଙ୍କୁ ଗତ ୨ବର୍ଷ ତଳେ ଗୈରି ହାର୍ଡବିକ୍‌ ନାମକ ଜଣେ ୧୯ ବର୍ଷ ବୟସ୍କ ଯୁବକ ବିବାହ କରଥିଲେ। ଏବେ ଏହି ଦମ୍ପତି ବିବାହ ଦ୍ୱିବାର୍ଷିକୀ ପାଳନ କରିଛନ୍ତି। ସେମାନଙ୍କର ଦାମ୍ପତ୍ୟ ଜୀବନ ଠିକ ଚାଲିଛି ବୋଲି ଏରେଲ୍‌ କହିଛନ୍ତି।