ଫୁରସତ |

ଅଟ୍ରି

ଅଟ୍ରି
ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ଖୋର୍ଦ୍ଧାର ଅଟ୍ରି ଉଷ୍ଣପ୍ରସ୍ରବଣ ପ୍ରସିଦ୍ଧି ଲାଭ କରିଛି। ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଯା’ଆସ ଲାଗି ରହୁଥିଲେ ହେଁ ମକର ସଂକ୍ରାନ୍ତିରେ ଏଠି ଅଧିକ ଭିଡ଼ ଜମିଥାଏ। କେମିତି ଯିବେ ଭୁବନେଶ୍ୱରଠାରୁ ପ୍ରାୟ ୪୩ କି.ମି ଦୂର ଏବଂ ଖୋର୍ଦ୍ଧା ସଦରରୁ ନୟାଗଡ଼-ବଲାଙ୍ଗୀର ଜାତୀୟ ରାଜପଥରେ ପ୍ରାୟ ୧୩ କି.ମି ଦୂରଗଲେ ପଡ଼ିବ ବାଘମାରି ଛକ। ଏଠାରୁ ଦକ୍ଷିଣ ପୂର୍ବକୁ ୩ କି.ମି ଦୂର ପଡେ ଖୋର୍ଦ୍ଧା ଜିଲା ବେଗୁନିଆବ୍ଲକ ବାଘମାରି ଗ୍ରାମପଞ୍ଚାୟତର ଅଟ୍ରି ଗ୍ରାମରେ ଅବସ୍ଥିତ ଶ୍ରୀ ଶ୍ରୀ ବାବା ହଟକେଶ୍ୱେର ଦେବଙ୍କ ଶିବ ମନ୍ଦିର। ନିକଟରେ ରହିଛି ଅଟ୍ରି ଉଷ୍ଣପ୍ରସ୍ରବଣ। ଏଠାକୁ ବସ୍‌ କିମ୍ବା ଅଟୋରିକ୍ସାରେ ଆସିହେବ। କ’ଣ ଦେଖିବେ ଅଟ୍ରି ଉଷ୍ଣ ପ୍ରସ୍ରବଣ: ଏହି ପ୍ରାକୃତିକ ଉଷ୍ଣ ପ୍ରସ୍ରବଣ କୁଣ୍ଡରୁ ବର୍ଷକ ବାରମାସ ଗନ୍ଧକଯୁକ୍ତ ଗରମ ପାଣି ଭୂମିରୁ ସ୍ବତଃ ବାହାରୁଥାଏ। ଏହି ଉଷୁମ ପାଣିରେ ସ୍ନାନକଲେ ଚର୍ମରୋଗରୁ ଉପଶମ ମିଳିଥାଏ ବୋଲି ଲୋକବିଶ୍ୱାସ ରହିଛି। ଅଟ୍ରି ଉଷ୍ଣ ପ୍ରସ୍ରବଣ ମୁଖ୍ୟ କୁଣ୍ଡର କିଛି ଶାଖା କୁଣ୍ଡ ରହିଛି। ପର୍ଯ୍ୟଟକ ଏହି ଶାଖା କୁଣ୍ଡଗୁଡ଼ିକରେ ସ୍ନାନ କରିଥାନ୍ତି। ବର୍ଷକ ବାରମାସ ପର୍ଯ୍ୟଟକ ଏଠାକୁ ଆସୁଥିଲେ ହେଁ ଖାସ୍‌ କରି ଶୀତଦିନେ ଏହି ଉଷୁମ ପାଣିରେ ସ୍ନାନ କରିବା ପାଇଁ ଏଠାରେ ବେଶି ଭିଡ଼ ପରିଲକ୍ଷିତ ହୋଇଥାଏ। ଶ୍ରୀ ହଟକେଶ୍ୱର ଦେବ: ଅଟ୍ରିର ଶ୍ରୀ ହଟକେଶ୍ୱର ଦେବଙ୍କ ମହିମା ଅପାର। ଏହି ମନ୍ଦିର ଏକ ପ୍ରାଚୀନ ଶିବ ମନ୍ଦିର। ଐତିହାସିକ ସତ୍ୟବାଦୀ ବଳିଆରସିଂହ କୁହନ୍ତି, ଏହା ପ୍ରାୟ ପଞ୍ଚଦଶ ଶତାବ୍ଦୀ ସମୟର ବୋଲି ଅନୁମାନ କରାଯାଏ। ଏଠାରେ ସମୁଦାୟ ଏଗାରଟି ଶିବଲିଙ୍ଗ ରହିଛି। କିମ୍ବଦନ୍ତୀ ଅନୁଯାୟୀ, ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଏହି ମନ୍ଦିର ପ୍ରତିଷ୍ଠା କରାଇଥିଲେ। ଶ୍ରୀରାମଚନ୍ଦ୍ର ମୃଗ ବିହାର ସାରି ଫେରୁଥିବା ସମୟରେ ମୃଗଭାର ହଠାତ୍‌ ବୃଦ୍ଧି ପାଇଲା, ଯାହାକୁ ସୈନ୍ୟସାମନ୍ତ ଆଉ ଟେକି ପାରି ନ ଥିଲେ। ଶ୍ରୀରାମଚନ୍ଦ୍ର ଧ୍ୟାନବଳରେ ଜାଣିଲେ ଏଠାରେ ଭୂମି ମଧ୍ୟରେ ଏକ ଶିବଲିଙ୍ଗ ରହିଛି। ତେଣୁ ଘଟଣାକ୍ରମେ ଶ୍ରୀରାମଚନ୍ଦ୍ର ହଟହଟା ହେବା ଏବଂ ମାଟି ତଳୁ ଶିବଲିଙ୍ଗକୁ ଉଧାରକରି ପ୍ରତିଷ୍ଠା କରାଇଥିବାରୁ ଏହି ପୀଠର ନାମ ଶ୍ରୀ ହଟକେଶ୍ୱର ଦେବ ପୀଠ ହୋଇଛି ବୋଲି କୁହାଯାଏ। ଏହି ପୀଠରେ ଏକ ଉଦ୍ୟାନ, ହନୁମାନ ମନ୍ଦିର, ଧର୍ମଶାଳା, ରୋଷଘର ରହିଛି। ନିକଟରେ କାମଦେବଙ୍କ ମନ୍ଦିର ବି ଅଛି। ଅବିବାହିତ ପୁଅଝିଅଙ୍କ ଶୀଘ୍ର ବିବାହ ପାଇଁ ଏଠାରେ ମାନସିକ କଲେ ତାହା ପୂରଣ ହୋଇଥାଏ ବୋଲି ଧର୍ମବିଶ୍ୱାସ ରହିଛି। ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ଏଠି ଆୟୋଜିତ ହୋଇଥାଏ। ପୂର୍ବେ ରଣପୁର ରାଜାଙ୍କ ଅଧୀନ ଅଟଳ ନାମକ ଜଣେ କନ୍ଧ ସର୍ଦ୍ଧାର ଏହି ଅଞ୍ଚଳର ଶାସକ ଥିଲେ ଆଉ ତାଙ୍କରି ନାମାନୁସାରେ ସ୍ଥାନୀୟ ଗାଁର ନାମ ଅଟଳ ରଖାଯାଇଥିଲା। ସମୟକ୍ରମେ ଅଟଳ ନାମଟି ଅପଭ୍ରଂଶ ହୋଇ ଅଟ୍ରି ହୋଇଥିବା ବିଶ୍ୱାସ କରାଯାଏ। ମକର ମେଳା: ଏହି ପୀଠରେ ଦୋଳ, ଚନ୍ଦନଯାତ୍ରା, ଶିବରାତ୍ର, ଶୀତଳ ଷଷ୍ଠୀ ଇତ୍ୟାଦି ପର୍ବ ପାଳିତ ହୋଇଥାଏ। ସେହିପରି ମକର ସଂକ୍ରାନ୍ତିକୁ ଖୁବ୍‌ ଧୁମଧାମରେ ଏଠି ପାଳନ କରାଯାଇଥାଏ। ଏହିଦିନ ପାରମ୍ପରିକ ରୀତିନୀତିରେ ମକର ଚାଉଳ ପୂଜାର୍ଚ୍ଚନା କରାଯାଇ ଭକ୍ତମାନଙ୍କୁ ବଣ୍ଟନ କରାଯାଏ। ତା’ଛଡ଼ା ପ୍ରାୟ ୧ ମାସ ଧରି ଏଠି ମକର ମେଳା ଚାଲେ। ଅନେକ ଦୋକାନ ବଜାର ଖୋଲାଯାଇ ବିଭିନ୍ନ ଘରକରଣା, ଖେଳନା, ପଥର ସାମଗ୍ରୀ, କାଠ ଜିନିଷ, ଶଗଡ଼ ଚକ ଇତ୍ୟାଦି ବିକ୍ରି କରାଯାଏ। ଚଳିତବର୍ଷ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ମକର ମିଳନ ଉତ୍ସବ ଓ ମକର ମହୋତ୍ସବ ଏଠାରେ ଅନୁଷ୍ଠିତ ହେଉଅଛି। କୁଆକୁଣ୍ଡ ଓ ଗୁଆଖୋଜା କୁଣ୍ଡ: ଏହି ଦୁଇ କୁଣ୍ଡ ସମ୍ପର୍କରେ ଜନଶ୍ରୁତି ମଧ୍ୟ ରହିଛି। ଅଟ୍ରି ଗାଁରେ ଜଣେ ବ୍ରାହ୍ମଣ ରହୁଥିଲେ ଆଉ ସେ ବହୁତ ପାପକର୍ମ କରୁଥିଲେ। ଥରେ ସେ ହଟକେଶ୍ୱରଙ୍କ ମନ୍ଦିରକୁ ଆସି ଠାକୁରଙ୍କ ଦର୍ଶନ କରୁଥିବାବେଳେ ହଠାତ୍‌ କେଉଁଆଡ଼ୁ ଏକ କାଉ ଉଡ଼ି ଆସି ବ୍ରାହ୍ମଣଙ୍କ ଦେହରେ ବାଜି ପୁଣି ଉଡ଼ି ଯାଇଥିଲା। ସେତିକିବେଳେ ସେହି ବ୍ରାହ୍ମଣଙ୍କ ମନରେ ଏକ ବିଶ୍ୱାସ ସୃଷ୍ଟି ହେଲା ଯେ, ସେ ଆଉ କେବେ ପାପକାମ କରିବେ ନାହିଁ। ଏଥିପାଇଁ ସେ ଶପଥ ମଧ୍ୟ କଲେ। ଅନ୍ୟପକ୍ଷେ ତାଙ୍କ ଦେହରେ ବାଜି ଉଡିଯାଇଥିବା କାଉଟି ମୁଖଶାଳା ଉପରେ ବସିଥାଏ। ହଠାତ୍‌ ତା’ଦେହରେ ଏକ ଟେକା ବାଜିଲା ଆଉ କାଉଟି ଆସି ନିକଟରେ ଥିବା ଏକ ପାଣି କୁଣ୍ଡରେ ଖସି ପଡ଼ିଲା। ତାହା ଥିଲା ଏକ ପୂଜା କୁଣ୍ଡ। ମାତ୍ର କାଉ ସେଥିରେ ପଡ଼ିଥିବାରୁ ସେହିଦିନଠାରୁ ଏହାର ନାମକରଣ କୁଆକୁଣ୍ଡ ଭାବେ ଲୋକମୁଖରେ ପ୍ରଚଳିତ ହେଲା। ବିଶ୍ୱାସ ରହିଛି ଯେଉଁମାନେ ନିଃସନ୍ତାନ ସେମାନେ ମାନସିକ କରି କୁଆକୁଣ୍ଡରେ ଗୁଆ ପକାଇଥାନ୍ତି। ସେହିପରି ଏଠାରେ ଏକ ଗୁଆଖୋଜା କୁଣ୍ଡ ବି ରହିଛି। ଏହି କୁଣ୍ଡରୁ ମାନସିକଧାରୀମାନେ ଗୁଆଖୋଜି ପାଇଥାନ୍ତି। ଏହାଦ୍ୱାରା ସେମାନଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ଧର୍ମବିଶ୍ୱାସ ରହିଛି। -ବନବିହାରୀ ବେହେରା, ଫଟୋ: ହରପ୍ରସନ୍ନ ପଣ୍ଡା
All Right Reserved By

ଫୁରସତ |

ଲକ୍ଷ୍ମୀଙ୍କ  କୃପା ପାଇବା ପାଇଁ ମନିପର୍ସରେ ରଖନ୍ତୁ ଏସବୁ...

ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ମନିପର୍ସରେ ରଖନ୍ତୁ ଏସବୁ...

ଦିନରାତି ପରିଶ୍ରମ କରି ମଧ୍ୟ  ଅର୍ଥାଭାବ ଲାଗି ରହୁଥିଲେ, ଏହି ସମସ୍ୟାର ସମାଧାନ ପାଇଁ ଜ୍ୟୋତିଷ ଶାସ୍ତ୍ରରେ କେତେକ ସହଜ ଉପାୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି। 

ଟାଟୁ କଲେ ମାଗଣାରେ ମିଳେ ପିଜା...

ଟାଟୁ କଲେ ମାଗଣାରେ ମିଳେ ପିଜା...

କେତେକ କମ୍ପାନୀ ନିଜ ବ୍ୟବସାୟ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ଆକର୍ଷଣୀୟ ଯୋଜନାର ପ୍ରଚଳନ କରିଥାନ୍ତି। ଇଂଲଣ୍ଡର ଏକ ପିଜା କମ୍ପାନୀ କାରବାର ବୃଦ୍ଧି ଲାଗି ଏକ ସ୍ବତନ୍ତ୍ର ଅଫର ପ୍ରତିବର୍ଷ ଲାଗୁ କରିଥାଏ। 

ମାଟିର ନଭଶ୍ଚୁମ୍ବୀ ଅଟ୍ଟାଳିକା

ମାଟିର ନଭଶ୍ଚୁମ୍ବୀ ଅଟ୍ଟାଳିକା

ମଧ୍ୟପ୍ରାଚ୍ୟର ୟେମେନରେ ଥିବା ଶିବମ୍‌ ସହରକୁ  ମରୁଭୂମିର ପ୍ରାସାଦ ସହର କୁହାଯାଏ। ଏଠାରେ ରହିଛି ଏକାଧିକ ନଭଶ୍ଚୁମ୍ବୀ ଅଟ୍ଟାଳିକା। ଏସବୁ ମାଟିରେ ନିର୍ମିତ। 

ଯେଉଁ ଅଫିସ୍‌ରେ ଶୋଇବାକୁ ମିଳେ ଅନୁମତି

ଯେଉଁ ଅଫିସ୍‌ରେ ଶୋଇବାକୁ ମିଳେ ଅନୁମତି

ଜାପାନରେ କୌଣସି ଅଫିସରେ କାମ କରିବା ସମୟରେ ଯଦି ନିଦ ଆସିଥାଏ ତେବେ ସେହିଠାରେ ହିଁ କର୍ମଚାରୀ ନିଜର ନିଦ ପୂରା କରିପାରିବେ।

ଫିଶ୍‌ ସ୍ପା ହାତ ପାଦକୁ କରେ ସୁନ୍ଦର

ଫିଶ୍‌ ସ୍ପା ହାତ ପାଦକୁ କରେ ସୁନ୍ଦର

ହାତ ଓ ପାଦକୁ ସୁନ୍ଦର କରାଇବା ପାଇଁ ଫିଶ ସ୍ପା ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଫିଶ ସ୍ପା ଦ୍ୱାରା ହାତ ପାଦକୁ ମିଳିଥାଏ ଆରାମ। ଫିଶ୍‌ ସ୍ପାରେ ଏକ ପ୍ରକାର ସ୍ବତନ୍ତ୍ର ଧରଣର ମାଛଙ୍କ ଦ୍ୱାରା ଚିକିତ୍ସା କରାଯାଇଥାଏ। 

ଅଫିସ ସାଜୁଛି ବିବାହ ବିଚ୍ଛେଦର କାରଣ

ଅଫିସ ସାଜୁଛି ବିବାହ ବିଚ୍ଛେଦର କାରଣ

ବିବାହିତ ଦମ୍ପତିମାନଙ୍କ ମଧ୍ୟରେ ଅନେକ ଛୋଟ ବଡ଼ କାରଣକୁ ନେଇ ମନୋମାଳିନ୍ୟ ହୋଇଥାଏ। ଏଥିପାଇଁ କେତେକ ସମୟରେ ବିବାହ ବିଚ୍ଛେଦ ହୋଇଥାଏ। ତେବେ ଏହି ବିବାହ ବିଚ୍ଛେଦର କେତେକ କାରଣ ମଧ୍ୟରୁ ଅଫିସ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ଜଣାପଡ଼ିଛି। ନିକଟରେ ୧୯୮୧ରୁ ୨୦୦୨ ମଧ୍ୟରେ ବିବାହ କରିଥିବା ଦମ୍ପତି ମାନଙ୍କୁ ନେଇ କରାଯାଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। 

ଦାମୀ ଚକୋଲେଟ୍‌

ଦାମୀ ଚକୋଲେଟ୍‌

ଛୋଟରୁ ବଡ ସଭିଙ୍କର ପ୍ରିୟ ଚକୋଲେଟ୍‌। ଦୋକାନରେ ଦେଖିଦେବା ମାତ୍ରେ ପିଲାଟିଏ ଜିଦ୍ଦି କରେ ତାକୁ ନେବା ପାଇଁ। ହେଲେ କିଛି ଚକୋଲେଟ୍‌ ଅଛି ଯଦି ତା’ ପାଇଁ ପିଲାଟିଏ ଜିଦ୍ଦି କରେ ତେବେ ତାକୁ କିଣିବା ଅସମ୍ଭବ ମନେ ହେବ। କାରଣ ସେସବୁ ହେଉଛି ପୃଥିବୀର ସବୁଠୁ ଦାମୀ ଚକୋଲେଟ୍‌...

ଶ୍ରୁତିରୁ ପ୍ରାମାଣିକ

ଶ୍ରୁତିରୁ ପ୍ରାମାଣିକ

ବେଦକୁ ପବିତ୍ର ବୋଲି କୁହାଯାଇଥାଏ। ଏହାର ଆଉ ଏକ ନାମ ଶ୍ରୁତି। କାରଣ, ଏହାକୁ ଶୁଣିଶୁଣି ମନେ ରଖାଯାଇଥାଏ। 

ରାଶି ଅନୁଯାୟୀ ବୃତ୍ତି

ରାଶି ଅନୁଯାୟୀ ବୃତ୍ତି

ମେଷ: ଏହି ରାଶିର ବ୍ୟକ୍ତିମାନେ ସାଧାରଣତଃ ସାହସୀ ଏବଂ ବୀର ସ୍ବଭାବର ହୋଇଥାନ୍ତି। 

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

ବଡୋଦରା: ଏମ୍‌ଏସ୍‌ ୟୁନିଭର୍ସିଟି ଇଞ୍ଜିନିୟରିଂ ଛାତ୍ରଙ୍କ ଉଦ୍‌ଭାବନ ସଡକ ଦୁର୍ଘଟଣାରେ  ଗୋଡ ହରାଇଥିବା କୁକୁରଙ୍କ ପାଇଁ ସାହାରା ହେବ। ମେକାନିକାଲ୍‌ ଇଞ୍ଜିନିୟରିଂ ଷ୍ଟ୍ରିମ୍‌ ଶେଷବର୍ଷର ଦୁଇ ଛାତ୍ର କୁକୁରଙ୍କ ନିମନ୍ତେ ସ୍ବଳ୍ପ ମୂଲ୍ୟର ଆଡଜଷ୍ଟେବଲ୍‌ ହୁଇଲଚେୟାର ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି। 

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ବେଜିଂ: ଖୁବ୍‌ଶୀଘ୍ର ଆକାଶରେ ଆଉ ଏକ ଜହ୍ନ ଝଲସିବାକୁ ଯାଉଛି। ଏହାକୁ ମଧ୍ୟ ଦ୍ୱିତୀୟ ଜହ୍ନ କୁହାଯାଇପାରେ। ଚନ୍ଦ୍ରର ଆଲୋକ ଖୁବ୍‌ ମନମତାଣିଆ ଆଉ ଆକର୍ଷଣୀୟ ହୋଇଥିବା ବେଳେ ସୂର୍ଯ୍ୟାଲୋକର ୪ଲକ୍ଷ ଭାଗରୁ ୧ଭାଗ ହିଁ ଆମେ ପାଇଥାଉ। ଚନ୍ଦ୍ର ବାସ୍ତବରେ ରାତ୍ରିର ଅନ୍ଧାର ସମ୍ପୂର୍ଣ୍ଣ ଭାବରେ ଦୂରୀଭୂତ କରିବାକୁ ସମର୍ଥ ନୁହେଁ। ଏହାକୁ ଦୃଷ୍ଟିରେ ରଖି ଚାଇନାର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଏକ କୃତ୍ରିମ ଜହ୍ନ ଆକାଶକୁ ଛାଡ଼ିବାକୁ ଯାଉଛନ୍ତି।