ଫୁରସତ |

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି
ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା ଅନୁବାଦିକା ମିନତି ପଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା କୁହୁଡିରେ ଆମ ଗାଁ। କୁହୁଡି ଜନତା ହାଇସ୍କୁଲ୍‌ରୁ ୮ମ ପଢିବା ପରେ ରାଉରକେଲାସ୍ଥିତ ଉଦିତ୍‌ନଗର ହାଇସ୍କୁଲ୍‌ରେ ନାଁ ଲେଖାଇଥିଲି। କାରଣ ରାଉରକେଲାରେ ବାପା ଚାକିରି କରୁଥିଲେ। ୧୯୬୫ରେ ସେଠାରୁ ଏକାଦଶ ପାସ୍‌ କରିବା ପରେ ସମ୍ବଲପୁର ମହିଳା ମହାବିଦ୍ୟାଳୟରୁ ପି.ୟୁ ସାରି ପୁରୀ ମହିଳା ମହାବିଦ୍ୟାଳୟରେ ବି.ଏ. ପଢିଥିଲି। ତା’ପରେ ବନାରସରେ ଏମ୍‌.ଏ. କରିବା ପାଇଁ ପ୍ରସ୍ତୁତି ଆରମ୍ଭ କଲାବେଳକୁ କୌଣସି କାରଣ ପାଇଁ ତାହା ସମ୍ଭବ ହୋଇପାରିଲା ନାହିଁ। ଏହି ସମୟରେ ରାଉରକେଲାର ସେଣ୍ଟ ଯୋସେଫ୍‌ ବାଳିକା ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କରିବାର ସୁଯୋଗ ମୋତେ ମିଳିଗଲା। ଦରମା ମାସିକ ୨୫୦ ଟଙ୍କା । ଭାଇଭଉଣୀଙ୍କ ଭିତରେ ମୁଁ ଥିଲି ବଡ଼। କିନ୍ତୁ ଘରର ଚଳଣି ଭଲ ଥିବା ଯୋଗୁ ଘରେ ମୋ ଦରମାର ଆବଶ୍ୟକତା ପଡୁ ନ ଥିଲା। ତା’ଛଡ଼ା ମୁଁ ବହୁତ ଖର୍ଚ୍ଚୀ ଥିଲି। ଦରମା ଟଙ୍କା ମିଳିଲା ମାତ୍ରେ ସାଙ୍ଗମାନଙ୍କ ସହ ମାର୍କେଟ୍‌ ଯାଇ ମନଇଚ୍ଛା କିଣୁଥିଲି। ବେଳେବେଳେ ପରିସ୍ଥିତି ଏମିତି ହେଉଥିଲା କି ଘରକୁ ଫେରିଲା ବେଳକୁ ରିକ୍ସା ଭଡ଼ା ଦେବାକୁ ମୋ ପାଖରେ ପଇସା ବଳୁ ନ ଥିଲା। ଘରେ ପହଞ୍ଚତ୍ ବାପାଙ୍କଠାରୁ ପଇସା ଆଣି ରିକ୍ସା ଭଡ଼ା ଦେଉଥିଲି। ତେବେ ମୋ ପ୍ରଥମ ଦରମାରେ ପରିବାରରେ ଯାହାର ଯାହା ପସନ୍ଦ ସମସ୍ତଙ୍କ ପାଇଁ ସେଇ ଜିନିଷ ଆଣିବା ସହ ସାଙ୍ଗମାନଙ୍କ ପାଇଁ ବି କିଛି ନା କିଛି ଗିଫ୍ଟ କିଣିଥିଲି। ମାତ୍ର ଛଅମାସ ଏହି ସ୍କୁଲ୍‌ରେ ରହିବା ପରେ ମୁଁ ବନାରସରେ ଏମ୍‌.ଏ. କରିବା ପାଇଁ ଚାଲିଗଲି। ସେଠି ସଂସ୍କୃତରେ ଏମ୍‌.ଏ. କଲି। କିନ୍ତୁ ଫାଇନାଲ୍‌ ରେଜଲ୍ଟ ବାହାରି ନ ଥାଏ, ତା’ ଭିତରେ ମୋତେ ରାଉରକେଲାସ୍ଥିତ ସୁଶୀଳାବତୀ ଓମେନ୍ସ କଲେଜରେ ସଂସ୍କୃତ ଅଧ୍ୟାପିକା ଭାବେ ନିଯୁକ୍ତି ମିଳିଯାଇଥାଏ। ଏହା ୧୯୭୩ ମସିହାର କଥା। ସେତେବେଳେ ଏହି କଲେଜଟି ପ୍ରାଇଭେଟ୍‌ ଥିଲା ଆଉ ତା’ର ନାଁ ଥିଲା ସୁଶୀଳାବତୀ ଡିଏଭି ଓମେନ୍ସ କଲେଜ। ୧୯୮୯ରେ କଲେଜଟି ସରକାରୀ ମାନ୍ୟତା ପାଇଲା ଆଉ ତା’ର ନାଁ ହେଲା ସୁଶୀଳାବତୀ ଗଭର୍ନମେଣ୍ଟ ଓମେନ୍ସ କଲେଜ। ତା’ସହିତ ମୋତେ ବି ସରକାରୀ ସଂସ୍କୃତ ଅଧ୍ୟାପିକାର ପରିଚୟ ମିଳିଲା। ମଝିରେ ମାତ୍ର ଗୋଟିଏ ବର୍ଷ ପାଇଁ ସମ୍ବଲପୁର ଓମେନ୍ସ କଲେଜକୁ ମୋର ଟ୍ରାନ୍ସଫର୍‌ ହୋଇଥିଲା। ପୁଣିଥରେ ସେଠୁ ଆସି ସୁଶୀଳାବତୀ କଲେଜରେ ଜଏନ୍‌ କଲି ଆଉ ଶେଷର ୨୦୦୫ରେ ଏହି କଲେଜରୁ ସଂସ୍କୃତ ପ୍ରାଧ୍ୟାପିକା ଭାବେ ଚାକିରିରୁ ଅବସର ନେଇଥିଲି। ଏ ତ ଥିଲା ମୋ ଚାକିରି ଜୀବନ କଥା। ପିଲାଦିନୁ କବିତା ଲେଖିବା ମୋର ଅଭ୍ୟାସ। ମଝିରେ ମଝିରେ ଗପ ବି ଲେଖିଥାଏ। ତା’ଛଡ଼ା ୟା’ ଭିତରେ ମୋର ମହାଭୋଜି, ବହୁତ ନାଚିଲ ଗୋପାଳ, ଋତୁରାଜ ନାମକ ୩ଟି ଅନୁବାଦ ପୁସ୍ତକ ମଧ୍ୟ ପ୍ରକାଶ ପାଇସାରିଲାଣି। ସେହିପରି ଗୋଟିଏ ଗଳ୍ପ ସଂକଳନ ବି କରିଛି, ଯେଉଁଥିରେ ୮ଟି ଅନୁବାଦ ଗପ ସହ ମୋର ନିଜର ୮ଟି ଗପ ମଧ୍ୟ ଅଛି। ଲେଖାଲେଖି ମୋର ଏବେ ବି ଜାରି ରହିଛି।
All Right Reserved By

ଫୁରସତ |

ଲକ୍ଷ୍ମୀଙ୍କ  କୃପା ପାଇବା ପାଇଁ ମନିପର୍ସରେ ରଖନ୍ତୁ ଏସବୁ...

ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ମନିପର୍ସରେ ରଖନ୍ତୁ ଏସବୁ...

ଦିନରାତି ପରିଶ୍ରମ କରି ମଧ୍ୟ  ଅର୍ଥାଭାବ ଲାଗି ରହୁଥିଲେ, ଏହି ସମସ୍ୟାର ସମାଧାନ ପାଇଁ ଜ୍ୟୋତିଷ ଶାସ୍ତ୍ରରେ କେତେକ ସହଜ ଉପାୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି। 

ଟାଟୁ କଲେ ମାଗଣାରେ ମିଳେ ପିଜା...

ଟାଟୁ କଲେ ମାଗଣାରେ ମିଳେ ପିଜା...

କେତେକ କମ୍ପାନୀ ନିଜ ବ୍ୟବସାୟ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ଆକର୍ଷଣୀୟ ଯୋଜନାର ପ୍ରଚଳନ କରିଥାନ୍ତି। ଇଂଲଣ୍ଡର ଏକ ପିଜା କମ୍ପାନୀ କାରବାର ବୃଦ୍ଧି ଲାଗି ଏକ ସ୍ବତନ୍ତ୍ର ଅଫର ପ୍ରତିବର୍ଷ ଲାଗୁ କରିଥାଏ। 

ମାଟିର ନଭଶ୍ଚୁମ୍ବୀ ଅଟ୍ଟାଳିକା

ମାଟିର ନଭଶ୍ଚୁମ୍ବୀ ଅଟ୍ଟାଳିକା

ମଧ୍ୟପ୍ରାଚ୍ୟର ୟେମେନରେ ଥିବା ଶିବମ୍‌ ସହରକୁ  ମରୁଭୂମିର ପ୍ରାସାଦ ସହର କୁହାଯାଏ। ଏଠାରେ ରହିଛି ଏକାଧିକ ନଭଶ୍ଚୁମ୍ବୀ ଅଟ୍ଟାଳିକା। ଏସବୁ ମାଟିରେ ନିର୍ମିତ। 

ଯେଉଁ ଅଫିସ୍‌ରେ ଶୋଇବାକୁ ମିଳେ ଅନୁମତି

ଯେଉଁ ଅଫିସ୍‌ରେ ଶୋଇବାକୁ ମିଳେ ଅନୁମତି

ଜାପାନରେ କୌଣସି ଅଫିସରେ କାମ କରିବା ସମୟରେ ଯଦି ନିଦ ଆସିଥାଏ ତେବେ ସେହିଠାରେ ହିଁ କର୍ମଚାରୀ ନିଜର ନିଦ ପୂରା କରିପାରିବେ।

ଫିଶ୍‌ ସ୍ପା ହାତ ପାଦକୁ କରେ ସୁନ୍ଦର

ଫିଶ୍‌ ସ୍ପା ହାତ ପାଦକୁ କରେ ସୁନ୍ଦର

ହାତ ଓ ପାଦକୁ ସୁନ୍ଦର କରାଇବା ପାଇଁ ଫିଶ ସ୍ପା ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଫିଶ ସ୍ପା ଦ୍ୱାରା ହାତ ପାଦକୁ ମିଳିଥାଏ ଆରାମ। ଫିଶ୍‌ ସ୍ପାରେ ଏକ ପ୍ରକାର ସ୍ବତନ୍ତ୍ର ଧରଣର ମାଛଙ୍କ ଦ୍ୱାରା ଚିକିତ୍ସା କରାଯାଇଥାଏ। 

ଅଫିସ ସାଜୁଛି ବିବାହ ବିଚ୍ଛେଦର କାରଣ

ଅଫିସ ସାଜୁଛି ବିବାହ ବିଚ୍ଛେଦର କାରଣ

ବିବାହିତ ଦମ୍ପତିମାନଙ୍କ ମଧ୍ୟରେ ଅନେକ ଛୋଟ ବଡ଼ କାରଣକୁ ନେଇ ମନୋମାଳିନ୍ୟ ହୋଇଥାଏ। ଏଥିପାଇଁ କେତେକ ସମୟରେ ବିବାହ ବିଚ୍ଛେଦ ହୋଇଥାଏ। ତେବେ ଏହି ବିବାହ ବିଚ୍ଛେଦର କେତେକ କାରଣ ମଧ୍ୟରୁ ଅଫିସ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ଜଣାପଡ଼ିଛି। ନିକଟରେ ୧୯୮୧ରୁ ୨୦୦୨ ମଧ୍ୟରେ ବିବାହ କରିଥିବା ଦମ୍ପତି ମାନଙ୍କୁ ନେଇ କରାଯାଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। 

ଦାମୀ ଚକୋଲେଟ୍‌

ଦାମୀ ଚକୋଲେଟ୍‌

ଛୋଟରୁ ବଡ ସଭିଙ୍କର ପ୍ରିୟ ଚକୋଲେଟ୍‌। ଦୋକାନରେ ଦେଖିଦେବା ମାତ୍ରେ ପିଲାଟିଏ ଜିଦ୍ଦି କରେ ତାକୁ ନେବା ପାଇଁ। ହେଲେ କିଛି ଚକୋଲେଟ୍‌ ଅଛି ଯଦି ତା’ ପାଇଁ ପିଲାଟିଏ ଜିଦ୍ଦି କରେ ତେବେ ତାକୁ କିଣିବା ଅସମ୍ଭବ ମନେ ହେବ। କାରଣ ସେସବୁ ହେଉଛି ପୃଥିବୀର ସବୁଠୁ ଦାମୀ ଚକୋଲେଟ୍‌...

ଶ୍ରୁତିରୁ ପ୍ରାମାଣିକ

ଶ୍ରୁତିରୁ ପ୍ରାମାଣିକ

ବେଦକୁ ପବିତ୍ର ବୋଲି କୁହାଯାଇଥାଏ। ଏହାର ଆଉ ଏକ ନାମ ଶ୍ରୁତି। କାରଣ, ଏହାକୁ ଶୁଣିଶୁଣି ମନେ ରଖାଯାଇଥାଏ। 

ରାଶି ଅନୁଯାୟୀ ବୃତ୍ତି

ରାଶି ଅନୁଯାୟୀ ବୃତ୍ତି

ମେଷ: ଏହି ରାଶିର ବ୍ୟକ୍ତିମାନେ ସାଧାରଣତଃ ସାହସୀ ଏବଂ ବୀର ସ୍ବଭାବର ହୋଇଥାନ୍ତି। 

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

ବଡୋଦରା: ଏମ୍‌ଏସ୍‌ ୟୁନିଭର୍ସିଟି ଇଞ୍ଜିନିୟରିଂ ଛାତ୍ରଙ୍କ ଉଦ୍‌ଭାବନ ସଡକ ଦୁର୍ଘଟଣାରେ  ଗୋଡ ହରାଇଥିବା କୁକୁରଙ୍କ ପାଇଁ ସାହାରା ହେବ। ମେକାନିକାଲ୍‌ ଇଞ୍ଜିନିୟରିଂ ଷ୍ଟ୍ରିମ୍‌ ଶେଷବର୍ଷର ଦୁଇ ଛାତ୍ର କୁକୁରଙ୍କ ନିମନ୍ତେ ସ୍ବଳ୍ପ ମୂଲ୍ୟର ଆଡଜଷ୍ଟେବଲ୍‌ ହୁଇଲଚେୟାର ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି। 

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ବେଜିଂ: ଖୁବ୍‌ଶୀଘ୍ର ଆକାଶରେ ଆଉ ଏକ ଜହ୍ନ ଝଲସିବାକୁ ଯାଉଛି। ଏହାକୁ ମଧ୍ୟ ଦ୍ୱିତୀୟ ଜହ୍ନ କୁହାଯାଇପାରେ। ଚନ୍ଦ୍ରର ଆଲୋକ ଖୁବ୍‌ ମନମତାଣିଆ ଆଉ ଆକର୍ଷଣୀୟ ହୋଇଥିବା ବେଳେ ସୂର୍ଯ୍ୟାଲୋକର ୪ଲକ୍ଷ ଭାଗରୁ ୧ଭାଗ ହିଁ ଆମେ ପାଇଥାଉ। ଚନ୍ଦ୍ର ବାସ୍ତବରେ ରାତ୍ରିର ଅନ୍ଧାର ସମ୍ପୂର୍ଣ୍ଣ ଭାବରେ ଦୂରୀଭୂତ କରିବାକୁ ସମର୍ଥ ନୁହେଁ। ଏହାକୁ ଦୃଷ୍ଟିରେ ରଖି ଚାଇନାର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଏକ କୃତ୍ରିମ ଜହ୍ନ ଆକାଶକୁ ଛାଡ଼ିବାକୁ ଯାଉଛନ୍ତି।