ରାଜ୍ୟ |

ହାଇସ୍କୁଲ ଯିବାକୁ ଅରାଜି

ଭୁବନେଶ୍ୱର, ୧୩।୧(ବ୍ୟୁରୋ)ଜୁନିୟର କଲେଜଗୁଡିକରୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଅଲଗା ହୋଇ ଗଣଶିକ୍ଷା ବିଭାଗ ଅଧୀନ ହାଇସ୍କୁଲଗୁଡିକୁ ଆସିବ। ଜୁନିୟର କଲେଜର କନିଷ୍ଠ ଅଧ୍ୟାପକମାନେ ୨୦୧୮-୧୯ ଶିକ୍ଷାବର୍ଷରୁ ହାଇସ୍କୁଲକୁ ଆସି ଛାତ୍ରୀଛାତ୍ରଙ୍କୁ ପାଠ ପଢାଇବେ। ଗତ ବର୍ଷ ଡିସେମ୍ବରରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗକୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହି ନିଷ୍ପତ୍ତି ପରଠାରୁ କନିଷ୍ଠ ଅଧ୍ୟାପକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କନିଷ୍ଠ ଅଧ୍ୟାପକମାନେ ସରକାରଙ୍କ ବିରୋଧରେ ମେଳି ବାନ୍ଧିବାରେ ଲାଗିଛନ୍ତି। ଓଡ଼ିଶା ପ୍ରଶାସନିକ ସେବା ଆୟୋଗ(ଓପିଏସ୍‌ସି) ଅଧୀନରେ ଲିଖିତ ଓ ମୌଖିକ ପରୀକ୍ଷା ଦେଇ ନିଯୁକ୍ତି ପାଇଛୁ। ହାଇସ୍କୁଲକୁ ଯିବୁ ନାହିଁ ବୋଲି ଜୁନିୟର କଲେଜର କନିଷ୍ଠ ଅଧ୍ୟାପକମାନେ ରୋକଠୋକ୍‌ ଶୁଣାଇ ଦେଇଛନ୍ତି। ହାଇସ୍କୁଲକୁ ଆସି ଅଧ୍ୟାପକମାନେ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଦେବାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏ ପ୍ରସଙ୍ଗରେ ସରକାରଙ୍କୁ କନିଷ୍ଠ ଅଧ୍ୟାପକମାନେ କୌଣସି ମତେ ସହଯୋଗ କରିବେ ନାହିଁ। ଦରକାର ପଡିଲେ ସେମାନେ ସରକାରଙ୍କ ବିରୋଧରେ କୋର୍ଟ ଯିବାକୁ ପଛଘୁଞ୍ଚା ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି। ଜୁନିୟର କଲେଜର ଜଣେ କନିଷ୍ଠ ଅଧ୍ୟାପକ କହିଛନ୍ତି, ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଚଳିତବର୍ଷର ନିଷ୍ପତ୍ତି ନୁହେଁ। ଶିକ୍ଷାବର୍ଷ ୨୦୧୫-୧୬ରୁ କଲେଜଗୁଡିକରୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ହାଇସ୍କୁଲକୁ ଚାଲି ଆସିଛି ବୋଲି ସରକାର କାଗଜପତ୍ରରେ ଦର୍ଶାଉଛନ୍ତି। ୧୦୩୨ ପୋଷ୍ଟ ଗ୍ରାଜୁଏଟ୍‌ ଟିଚର(ପିଜିଟି) ନିଯୁକ୍ତି ପାଇଁ ସେତେବେଳେ ସରକାର ନିଷ୍ପତ୍ତି ନେଇଥିଲେ। ୩ବର୍ଷ ହେଲା ସରକାର ପିଜିଟି ଶିକ୍ଷକ ନିଯୁକ୍ତ କରିବେ ବୋଲି କହି ଆସୁଛନ୍ତି। କିନ୍ତୁ କରୁ ନାହାନ୍ତି। ଫଳରେ ଦୀର୍ଘ ୩ବର୍ଷ ହେବ କଲେଜଗୁଡିକରୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ହାଇସ୍କୁଲକୁ ଆଣୁନାହାନ୍ତି। ଉକ୍ତ ସମୟରେ ସରକାର ପିଜିଟି ଟିଚର ନିଯୁକ୍ତ ନ କରି ପୁଣି କନିଷ୍ଠ ଅଧ୍ୟାପକମାନଙ୍କୁ ହାଇସ୍କୁଲରେ ଆଣି ଖଟେଇବାକୁ ଚାହୁଁଛନ୍ତି। ଏହାକୁ କନିଷ୍ଠ ଅଧ୍ୟାପକମାନେ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଅଧ୍ୟାପକମାନେ ପିଜି, ପିଏଚ୍‌.ଡି ଭଳି ଶିକ୍ଷାଗତ ଯୋଗ୍ୟତା ଲାଭ କରିଛନ୍ତି। ପୁଣି ଓଡ଼ିଶା ପ୍ରଶାସନିକ ସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ସରକାରୀ କଲେଜଗୁଡିକରେ ସ୍ଥାୟୀ ନିଯୁକ୍ତି ପାଇଛନ୍ତି। ହାଇସ୍କୁଲରେ ପାଠ ପଢାଇବା ଅଧ୍ୟାପକଙ୍କ ପ୍ରତି ସରକାରଙ୍କ ଅପମାନଜନକ ପଦକ୍ଷେପ ବୋଲି ସେ କହିଛନ୍ତି।ସେ ଆହୁରି କହିଛନ୍ତି, ସରକାର ୨୦୧୮-୧୯ ଶିକ୍ଷାବର୍ଷରୁ ରାଜ୍ୟର ୧୩ଟି ଜିଲା ମୁଖ୍ୟ ହାଇସ୍କୁଲରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ହେବା ନେଇ ନିଷ୍ପତ୍ତି ନେଇଛନ୍ତି। ଯୁକ୍ତ୨ ପ୍ରଥମବର୍ଷ ଛାତ୍ରୀଛାତ୍ର ହାଇସ୍କୁଲର ଏକାଦଶ ଶ୍ରେଣୀରେ ନାମ ଲେଖାଇବେ। ୨ୟ ବର୍ଷ ଛାତ୍ରୀଛାତ୍ର କଲେଜରେ ରହି ପାଠ ପଢିବେ। ଫଳରେ ଅଧ୍ୟାପକମାନେ ସପ୍ତାହକୁ ୩ଦିନ ହାଇସ୍କୁଲ ଓ ଆଉ ୩ ଦିନ କଲେଜକୁ ଯାଇ ଶିକ୍ଷାଦାନ କରିବେ। ଏହାକୁ କନିଷ୍ଠ ଅଧ୍ୟାପକମାନେ ବିରୋଧ କରୁଛନ୍ତି। ସେହିପରି କଲେଜଗୁଡିକରେ ଆଡହକ୍‌ ଓ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଛନ୍ତି। ଓପିଏସ୍‌ସି ଅଧୀନରେ ସେମାନେ ଲିଖିତ କି ମୌଖିକ ପରୀକ୍ଷା ଦେଇନାହାନ୍ତି। ଉକ୍ତ ଅଧ୍ୟାପକମାନେ ଡିଗ୍ରୀ କଲେଜରେ ବର୍ଷ ବର୍ଷ ଧରି ଅଧ୍ୟାପନା କରୁଛନ୍ତି। କିନ୍ତୁ ଓପିଏସ୍‌ସି ଅଧୀନରେ ଲିଖିତ ଓ ମୌଖିକ ପରୀକ୍ଷା ଦେଇ କନିଷ୍ଠ ଅଧ୍ୟାପକମାନେ ସ୍ଥାୟୀ ନିଯୁକ୍ତି ପାଇଥିଲେ ମଧ୍ୟ ସେମାନଙ୍କୁ ଡିଗ୍ରୀ କଲେଜକୁ ଉତ୍ତୀର୍ଣ୍ଣ କରାଯାଉ ନାହିଁ। ବରଂ ହାଇସ୍କୁଲକୁ ଆଣି ପାଠ ପଢାଇବାକୁ କୁହାଯାଉଛି।
All Right Reserved By

ରାଜ୍ୟ |

ନେତାଜୀ ଜୟନ୍ତୀରେ ସ୍ବତନ୍ତ୍ର ଲଫାପା ଉନ୍ମୋଚିତ

ନେତାଜୀ ଜୟନ୍ତୀରେ ସ୍ବତନ୍ତ୍ର ଲଫାପା ଉନ୍ମୋଚିତ

କଟକ ଅଫିସ୍‌, ୨୩।୧: ନେତାଜୀ ଜୟନ୍ତୀ ଅବସରରେ କଟକ ଜିପିଓ ଡାକ ଘରେ ସାଇକେଲ ରିକ୍ସା ବାହିତ ସ୍ବତନ୍ତ୍ର ଲଫାପା ଉନ୍ମୋଚିତ ହୋଇଛି।

ବିଧାୟକଙ୍କୁ ଗିରଫ ଦାବି: ବେଗୁନିଆ ଥାନାରେ ଭଙ୍ଗାରୁଜା

ବିଧାୟକଙ୍କୁ ଗିରଫ ଦାବି: ବେଗୁନିଆ ଥାନାରେ ଭଙ୍ଗାରୁଜା

ଖୋର୍ଦ୍ଧା ଅଫିସ/ବେଗୁନିଆ, ୨୩।୧(ଡି.ଏନ୍‌.ଏ.): ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କୁ ଗିରଫ ଦାବିରେ ବୁଧବାର ବେଗୁନିଆ ଥାନାରେ ପଶି ଲୋକେ ଭଙ୍ଗାରୁଜା କରିଛନ୍ତି।  ଏଥିସହ ସେମାନେ ବେଗୁନିଆ ଦେଇ ଯାଇଥିବା ୫୭ ନଂ. ଜାତୀୟ ରାଜପଥକୁ ଅବରୋଧ କରିଥିବା ଜଣାପଡ଼ିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେନାବନୀ ଦେଇଛନ୍ତି।

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ମହିଳା ମୋର୍ଚ୍ଚା ଟିମ୍‌

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ମହିଳା ମୋର୍ଚ୍ଚା ଟିମ୍‌

ଅନୁଗୋଳ ଅଫିସ,୨୩।୧: ଅନୁଗୋଳ ଉପକଣ୍ଠରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ପଥରରେ ଛେଚି ହତ୍ୟା କରାଯିବା ଘଟଣାରେ ରାଜ୍ୟ ଭାଜପା ମହିଳା ମୋର୍ଚ୍ଚାର ଏକ ଟିମ୍‌ ବୁଧବାର ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

ନାବାଳିକାଙ୍କ ସହ ପ୍ରେମସମ୍ପର୍କ ରଖିବା ଯୋଗୁ ଜୀବନ ଗଲା, ଧରାକୋଟରେ ବ୍ୟାଙ୍କ କ୍ୟାଶିୟରଙ୍କୁ ହତ୍ୟା

ନାବାଳିକାଙ୍କ ସହ ପ୍ରେମସମ୍ପର୍କ ରଖିବା ଯୋଗୁ ଜୀବନ ଗଲା, ଧରାକୋଟରେ ବ୍ୟାଙ୍କ କ୍ୟାଶିୟରଙ୍କୁ ହତ୍ୟା

ଧରାକୋଟ,୨୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ମୁଣ୍ଡମରାଇ ଗ୍ରାମରେ ଥିବା ଆନ୍ଧ୍ରା ବ୍ୟାଙ୍କରେ କାର୍ଯ୍ୟରତ କ୍ୟାଶିୟର ବିନୟ କୁମାର ବେହେରାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ବୁଧବାର ଉଦ୍ଧାର କରାଯାଇଛି। ବିନୟଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

ସଂଗ୍ରହାଳୟରେ ନେତାଜୀ ଜୟନ୍ତୀ

ସଂଗ୍ରହାଳୟରେ ନେତାଜୀ ଜୟନ୍ତୀ

ପୁରୀ ଅଫିସ,୨୩ା୧: ନେତାଜୀ ସୁଭାଷ ବୋଷଙ୍କ ୧୨୨ତମ ଜୟନ୍ତୀ ବୁଧବାର ସ୍ଥାନୀୟ ନେତାଜୀ ସଂଗ୍ରହାଳୟ ପରିସରରେ ପାଳିତ ହୋଇଯାଇଛି । ଏଥିରେ ଜିଲାପାଳ ଜ୍ୟୋତିପ୍ରକାଶ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ନେତାଜୀଙ୍କ ସଂଗ୍ରାମୀ ଜୀବନୀ ଉପରେ ଆଲୋକପାତ କରିଥିଲେ । 

ନଡ଼ା ବୋହିବା ବେଳେ ଟ୍ରାକ୍ଟରରେ ଲାଗିଲା ନିଆଁ, ଲିଭାଇବା ଲାଗି ଗାଡ଼ିକୁ ପୋଖରୀରେ ପଶାଇଲେ ଡ୍ରାଇଭର

ନଡ଼ା ବୋହିବା ବେଳେ ଟ୍ରାକ୍ଟରରେ ଲାଗିଲା ନିଆଁ, ଲିଭାଇବା ଲାଗି ଗାଡ଼ିକୁ ପୋଖରୀରେ ପଶାଇଲେ ଡ୍ରାଇଭର

ମହାକାଳପଡ଼ା,୨୩।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ବାରଡ଼ାଙ୍ଗ ପଞ୍ଚାୟତର ନନ୍ତାର ଗ୍ରାମରେ ବିଦ୍ୟୁତ ତାର ଲାଗି ଏକ ନଡ଼ା ବୋଝେଇ ଟ୍ରାକ୍ଟରରେ ନିଆଁ ଲାଗିଯାଇଥିଲା। ମାତ୍ର ଟ୍ରାକ୍ଟର ଡ୍ରାଇଭର ଟିଟୁ ଜେନାଙ୍କ ଯୋଗୁ ଗାଡ଼ିଟି ଜଳିବାରୁ ରକ୍ଷା ପାଇଯାଇଛି। 

କାଠବାରୀ ଗ୍ରାମ ରାସ୍ତାକଡ଼ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କାଠବାରୀ ଗ୍ରାମ ରାସ୍ତାକଡ଼ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୨୩।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା କାଠବାରୀ ଗ୍ରାମ ରାସ୍ତା କଡ଼ରୁ ବୁଧବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଉକ୍ତ ଗ୍ରାମର ଜାପାନୀ ନାଏକ ହୋଇଥିବା ଜଣାପଡ଼ିଛି।

ରାଜନଗରରେ କୁହୁଡ଼ି ଯୋଗୁ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ

ରାଜନଗରରେ କୁହୁଡ଼ି ଯୋଗୁ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ

ରାଜନଗର,୨୩।୧(ଡି.ଏନ୍‌.ଏ.): ରାଜନଗରରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବା ଦ୍ୱିିବେଦୀ ଟ୍ରାଭେଲ୍ସ(୯୩୯) ବସ୍‌ ବୁଧବାର ଏକ ନିଶ୍ଚିନ୍ତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ବସ୍‌ଟି ସକାଳ ୬ଟାରେ ରାଜନଗରରୁ ଯାତ୍ରା ଆରମ୍ଭ କରି ୫ଶହ ମିଟର ଆସିବା ପରେ ରାଜନଗର-ମଦନପୁର ରାସ୍ତାର ତିଳକ ନଗର ନିକଟରେ ପ୍ରବଳ କୁହୁଡ଼ି ଯୋଗୁ ରାସ୍ତା କଡ଼କୁ ଖସି ପଡ଼ିଥିଲା। 

ଘନ କୁହୁଡ଼ିରେ ବୁଡ଼ିଯିବ ଉପକୂଳ,  ୧୨ ଜିଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଘନ କୁହୁଡ଼ିରେ ବୁଡ଼ିଯିବ ଉପକୂଳ, ୧୨ ଜିଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୩।୧(ବ୍ୟୁରୋ)-ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାକୁ ଘନ କୁହୁଡି ଘେରିଯିବ। ୧୦୦ ମିଟର ଯାଏ ମଧ୍ୟ ଦେଖିବା ସମ୍ଭବ ହେବ ନାହିଁ।  ଯାନବାହନ ଚଳାଇବା ବେଳେ ସାବଧାନତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ୧୨ ଜିଲାକୁ ସତର୍କ ସୂଚନା ଜାରି କରିଛି। ଦୁଇଦିନ ପର୍ଯ୍ୟନ୍ତ କୁହୁଡିର ପ୍ରଭାବ ଜାରି ରହିବ।

 କୋଷ୍ଟାଲ ହାଇୱେ ବାବଦରେ ଧର୍ମେନ୍ଦ୍ରଙ୍କ ଖବରଦାତା ସମ୍ମିଳନୀ  ପ୍ରାୟୋଜିତ, ‘ନିର୍ବାଚନୀ ଚାନ୍ଦା ପାଇଁ ଭାଜପାର ଅଭିସନ୍ଧି’: ପ୍ରତାପ ଜେନା

କୋଷ୍ଟାଲ ହାଇୱେ ବାବଦରେ ଧର୍ମେନ୍ଦ୍ରଙ୍କ ଖବରଦାତା ସମ୍ମିଳନୀ ପ୍ରାୟୋଜିତ, ‘ନିର୍ବାଚନୀ ଚାନ୍ଦା ପାଇଁ ଭାଜପାର ଅଭିସନ୍ଧି’: ପ୍ରତାପ ଜେନା

ଭୁବନେଶ୍ୱର,୨୩।୧(ବ୍ୟୁରୋ)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିଲ୍ଲୀରେ ଓଡ଼ିଶାର ଉପକୂଳ ରାଜପଥ (କୋଷ୍ଟାଲ ହାଇୱେ) ବାବଦରେ କରିଥିବା ଖବରଦାତା ସମ୍ମିଳନୀ କେତେକ ଠିକାଦାରଙ୍କ ଦ୍ୱାରା ପ୍ରାୟୋଜିତ। ଭାଜପା ଏବଂ କେନ୍ଦ୍ରମନ୍ତ୍ରୀ ଅଭ୍ୟାସଗତ ଭାବେ ମିଛୁଆ। ତାଙ୍କ ଦ୍ୱାରା କୋଷ୍ଟାଲ ହାଇୱେ ସମ୍ପର୍କରେ ଦିଲ୍ଲୀରେ ରଖାଯାଇଥିବା ମନ୍ତବ୍ୟ ତାହା ଅମୂଳକ ଓ ଭିତ୍ତିହୀନ।

ସାଧାରଣ ନିର୍ବାଚନ ୨୦୧୯; ବିଜେଡି ବହୁତ ଭଲ ପ୍ରଦର୍ଶନ କରିବ:ମୁଖ୍ୟମନ୍ତ୍ରୀ

ସାଧାରଣ ନିର୍ବାଚନ ୨୦୧୯; ବିଜେଡି ବହୁତ ଭଲ ପ୍ରଦର୍ଶନ କରିବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ସାଧାରଣ ନିର୍ବାଚନକୁ ପ୍ରାୟ ୧୦୦ ଦିନରୁ କମ୍‌ ସମୟ ରହିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୦୪ରୁ ଓଡ଼ିଶାରେ ଲୋକସଭା ସଙ୍ଗରେ ବିଧାନସଭା ନିର୍ବାଚନ ହୋଇଆସୁଛି। ତେଣୁ ରାଜ୍ୟରେ ନିର୍ବାଚନକୁ ନେଇ ଉତ୍ସାହ ଦେଖିବାକୁ ମିଳିଥାଏ। 

ଆଜି ନେତାଜୀ ଜୟନ୍ତୀ: ଝଲସୁଛି ସ୍ମୃତି ସୌଧ

ଆଜି ନେତାଜୀ ଜୟନ୍ତୀ: ଝଲସୁଛି ସ୍ମୃତି ସୌଧ

କଟକ ଅଫିସ,୨୩|୧- ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ। ଏହି ଉପଲକ୍ଷେ ନେତାଜୀଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଓଡ଼ିଆ ବଜାରସ୍ଥିତ ତାଙ୍କ ବାସଭବନ କୋଠା ପରିସର ସହରର ସବୁଠାରୁ ଆକର୍ଷଣୀୟ ସ୍ଥାନ ପାଲଟିଛି।