ଜାତୀୟ |

ଭାରତରେ ସମଲିଙ୍ଗୀ ବିବାହ

ଭାରତରେ ସମଲିଙ୍ଗୀ ବିବାହ
ୟଓ୍ବତ୍‌ମାଲ୍‌(ମହାରାଷ୍ଟ୍ର)ଆମେରିକାରେ ଅବସ୍ଥାପିତ ଜଣେ ଭାରତୀୟ ଇଞ୍ଜିନିୟର ତାଙ୍କର ସମଲିଙ୍ଗୀ ପୁରୁଷ ସାଥୀଙ୍କୁ ବିବାହ କରିଛନ୍ତି। ସମଲିଙ୍ଗୀ ସମ୍ପର୍କ ଅପରାଧୀକରଣର ପୁନର୍ସମୀକ୍ଷା ଲାଗି ସୁପ୍ରିମକୋର୍ଟ ରାଜିହେବାର କିଛିଦିନ ପୂର୍ବରୁ ଏହି ବିବାହ କାର୍ଯ୍ୟ ଡିସେମ୍ବର ୩୦ରେ ସମ୍ପନ୍ନ ହୋଇଛି। ବିବାହ ଉତ୍ସବ ହେଉଥିବା ହୋଟେଲରେ କୌଣସି ଅଘଟଣ ଆଶଙ୍କା କରି ପୋଲିସ ଉପସ୍ଥିତ ଥିଲା। ଅବଶ୍ୟ ଭାରତରେ ସମଲିଙ୍ଗୀ ବିବାହର ଆଇନଗତ ବୈଧତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ୟଓ୍ବତ୍‌ମାଲ୍‌ ନିବାସୀ ହୃଷିମୋହନ କୁମାର ସଦଓ୍ବାନେ (୪୦) ତାଙ୍କର ପୁରୁଷ ସାଥୀ ତଥା ଭିଏତ୍‌ନାମ୍‌ ବାସିନ୍ଦା କୁହାଯାଉଥିବା ଭିନ୍‌ଙ୍କୁ ବିବାହ କରିଥିଲେ। ପୋଲିସ୍‌ ସୁପରିଣ୍ଟେଣ୍ଡେଣ୍ଟ ଦପ୍ତରଠାରୁ ମାତ୍ର କିଛି ଦୂରରେ ଏକ ହୋଟେଲରେ ଏହି ବିବାହକୁ ହୃଷିଙ୍କ ପରିବାର ଓ ବନ୍ଧୁବାନ୍ଧବ ସମର୍ଥନ କରିବା ସହ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି।ସୂଚନାଯୋଗ୍ୟ ଯେ, ହୃଷି ବମ୍ବେରୁ ଆଇଆଇଟି ପାଶ୍‌ କରିଥିବା ଜଣେ ବି.ଟେକ୍‌ ଇଞ୍ଜିନିୟର। ସେ ବର୍ତ୍ତମାନ କାଲିଫର୍ନିଆରେ ବାସ କରୁଛନ୍ତି। ତାଙ୍କ ପାଖରେ ଆମେରିକୀୟ ଗ୍ରୀନ୍‌କାର୍ଡ ରହିଛି। ପ୍ରଥମେ ତାଙ୍କର ମାତାପିତା ଏହି ସମଲିଙ୍ଗୀ ଯୌନ ସମ୍ପର୍କକୁ ବିରୋଧ କରୁଥିଲେ। କିନ୍ତୁ ହୃଷି ମାତାପିତାଙ୍କୁ ମନାଇବାରେ ସଫଳ ହୋଇଥିଲେ।ହୃଷିଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ପଡ଼ିଥିବା ଫଟୋରୁ ଜଣାପଡୁଛି ଯେ, ୨୦୧୭ ଅକ୍ଟୋବରରେ ଆମେରିକାରେ ଏକ ସମଲିଙ୍ଗୀ ବିବାହ ଅନୁଷ୍ଠିତ ହେବା ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।ପରସ୍ପରକୁ ଭେଟିବାର ଏକ ଅବସର ବୋଲି ହୋଟେଲ ମାଲିକ କହୁଥିଲେ ହେଁ ଏହି ଦମ୍ପତିଙ୍କ ସାଙ୍ଗସାଥୀମାନେ ବିବାହ ଉତ୍ସବର ଅନେକ ଫଟୋ ଫେସବୁକ୍‌ରେ ଛାଡ଼ିଛନ୍ତି। ଏଥିପାଇଁ ୟଓ୍ବତ୍‌ମାଲ୍‌ରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବା ସ୍ପଷ୍ଟ ହୋଇଯାଇଛି। ଏହି ଫଟୋଗୁଡିକ ଭାଇରାଲ୍‌ ହେବା ପରେ ଶହ ଶହ ବ୍ୟକ୍ତି ଏହାକୁ ଲାଇକ୍‌ କରିଛନ୍ତି। ତେବେ ଏ ସମ୍ପର୍କରେ ପ୍ରଶ୍ନ ହେବାରୁ ଅତିରିକ୍ତ ଏସ୍‌ପି ଅମରସିଂ ଯାଦବ ଏହା ଉପରେ କୌଣସି ମତାମତ ଦେବାକୁ ମନା କରିଦେଇଥିଲେ। ସମଲିଙ୍ଗୀ ବିବାହର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ସେ ପ୍ରକାଶ କରିଥିଲେ।
All Right Reserved By

ଜାତୀୟ |

ମଦ ବୋତଲରେ ଭୋଟର ସଚେତନତା ବାର୍ତ୍ତା

ମଦ ବୋତଲରେ ଭୋଟର ସଚେତନତା ବାର୍ତ୍ତା

ଭୋପାଳ,୨୧।୧୦: ମଧ୍ୟପ୍ରଦେଶ ଝାବୁଆ ଜିଲାରେ ଭୋଟରଙ୍କୁ ସଚେତନ କରାଇବା ପାଇଁ ମଦବୋତଲରେ ପ୍ରଚାର ଷ୍ଟିକର ଲଗାଯାଇଛି।

ଟ୍ରେନ୍‌ ଦୁର୍ଘଟଣା ମୃତକଙ୍କ ହେଲା ଗଣଦାହ

ଟ୍ରେନ୍‌ ଦୁର୍ଘଟଣା ମୃତକଙ୍କ ହେଲା ଗଣଦାହ

ଅମୃତସର,୨୧।୧୦: ପଞ୍ଜାବର ଅମୃତସରରେ ଟ୍ରେନ୍‌ ଦୁର୍ଘଟଣାରେ  ମୃତ ବ୍ୟକ୍ତିଙ୍କର ଗଣଦାହ କରାଯାଇଛି। ଶନିବାର ୬୧ ଜଣଙ୍କର ମୃତଦେହକୁ ଆଣି ସାମୂହିକ ଭାବେ ଦାହ କରାଯାଇଥିବା ଖବର ମିଳିଛି। 

ସୁରକ୍ଷାକର୍ମୀଙ୍କ କଥା ଶୁଣିଲେନି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ: ଉଠାଇଲେ ବିପଦପୂର୍ଣ୍ଣ ସେଲ୍‌ଫି

ସୁରକ୍ଷାକର୍ମୀଙ୍କ କଥା ଶୁଣିଲେନି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ: ଉଠାଇଲେ ବିପଦପୂର୍ଣ୍ଣ ସେଲ୍‌ଫି

ନୂଆଦିଲ୍ଲୀ,୨୧।୧୦: ବିପଦପୂର୍ଣ୍ଣ ସେଲ୍‌ଫି ନେବାକୁ ବାରଣ କରାଯିବା ସହ ଏହାକୁ ନେଇ ଅନେକ ଥର ପୋଲିସ ପକ୍ଷରୁ ସଚେତନତା ଜାରି କରାଯାଇଛି। ହେଲେ ଏହାକୁ ଏବେ ଖୋଲାଖୋଲି ଭାବେ ଉଲ୍ଲଂଘନ କରିଛନ୍ତି ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ। 

ଦୁର୍ଘଟଣା ନେଇଛି ୩୯ ଲକ୍ଷ ଜୀବନ

ଦୁର୍ଘଟଣା ନେଇଛି ୩୯ ଲକ୍ଷ ଜୀବନ

ନୂଆଦିଲ୍ଲୀ,୨୧।୧୦: ବିଭିନ୍ନ ଦୁର୍ଘଟଣାରେ ୧୨ବର୍ଷ ମଧ୍ୟରେ ୩୯ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ଏନେଇ ନ୍ୟାସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। 

ତେଲୁଗୁ ଅଭିନେତା ଭାଇଜାଗ ପ୍ରସାଦଙ୍କ ପରଲୋକ

ତେଲୁଗୁ ଅଭିନେତା ଭାଇଜାଗ ପ୍ରସାଦଙ୍କ ପରଲୋକ

ହାଇଦ୍ରାବାଦ,୨୧।୧୦: ତେଲୁଗୁ ଚଳଚ୍ଚିତ୍ର ଦୁନିଆର ବରିଷ୍ଠ ଚରିତ୍ର ଅଭିନେତା ଭାଇଜାଗ ପ୍ରସାଦଙ୍କର ରବିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। 

ସପ୍ତମ ଥର ବିବାହ କରିବାକୁ ଯାଉଥିବା ବୃଦ୍ଧଙ୍କୁ ହତ୍ୟା କଲେ ଦଲାଲ୍‌

ସପ୍ତମ ଥର ବିବାହ କରିବାକୁ ଯାଉଥିବା ବୃଦ୍ଧଙ୍କୁ ହତ୍ୟା କଲେ ଦଲାଲ୍‌

ଉଦୟପୁର,୨୧।୧୦: ରାଜସ୍ଥାନ ଉଦୟପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ସପ୍ତମ ଥର ପାଇଁ ବିବାହ କରିବାକୁ ଯାଉଥିବା ଜଣେ ୭୫ ବର୍ଷ ବୟସ୍କ ବୃଦ୍ଧଙ୍କୁ ୫୦ ହଜାର ଟଙ୍କା ପାଇଁ ଦଲାଲ୍‌ ଶରିଫ୍‌ ଏବଂ ଶାହନୂର ହତ୍ୟା କରିଛନ୍ତି। 

କୁଲଗାମ୍‌ରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ

କୁଲଗାମ୍‌ରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୧।୧୦: ଜମ୍ମୁ-କଶ୍ମୀର କୁଲଗାମ୍‌ରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଯବାନ ଆହତ ହୋଇଛନ୍ତି। 

ଆଜାଦ୍‌ ହିନ୍ଦ୍‌ ଫୌଜର ୭୫ ତମ ସ୍ଥାପନା ଦିବସ

ଆଜାଦ୍‌ ହିନ୍ଦ୍‌ ଫୌଜର ୭୫ ତମ ସ୍ଥାପନା ଦିବସ

ନୂଆଦିଲ୍ଲୀ,୨୧।୧୦: ଆଜାଦ୍‌ ହିନ୍ଦ୍‌ ଫୌଜର ୭୫ ତମ ସ୍ଥାପନା ଦିବସ ରବିବାର ପାଳିତ ହୋଇଛି। ଏହାର ଉଦ୍‌ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ପୋଲିସଙ୍କୁ ମୋଦିଙ୍କ ସାଲ୍ୟୁଟ

ପୋଲିସଙ୍କୁ ମୋଦିଙ୍କ ସାଲ୍ୟୁଟ

ନୂଆଦିଲ୍ଲୀ,୨୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜାତୀୟ ପୋଲିସ ସ୍ମାରକ ଦିବସ ଅବସରରେ ରାଜଧାନୀ ଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। 

ନିର୍ମାଣାଧିନ ଦୋକାନ ଭାଙ୍ଗି ୧ ମୃତ, ୫ ଆହତ

ନିର୍ମାଣାଧିନ ଦୋକାନ ଭାଙ୍ଗି ୧ ମୃତ, ୫ ଆହତ

ଉଦ୍ଧମପୁର,୨୧।୧୦: ଜମ୍ମୁ-କଶ୍ମୀର ଉଦ୍ଧମପୁର ଜିଲାର ଜହ୍ନୁ ଅଞ୍ଚଳରେ ନିର୍ମାଣାଧିନ ଏକ ଦୁଇ ମହଲା ଦୋକାନ ଘର ଭୁଷୁଡି ପଡିବା ଫଳରେ ଜଣେ ଶ୍ରମିକ(୧୯)ଙ୍କର ମୁତ୍ୟୁ ହୋଇଛି। 

ପଥର ମାରି ବରିଷ୍ଠ ନାଗରିକଙ୍କୁ ହତ୍ୟା କଲେ ମାଙ୍କଡ଼

ପଥର ମାରି ବରିଷ୍ଠ ନାଗରିକଙ୍କୁ ହତ୍ୟା କଲେ ମାଙ୍କଡ଼

ମିରଟ,୨୦।୧୦: ଉତ୍ତର ପ୍ରଦେଶ ବଗପାତର ଟିକରି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଏକ ମାଙ୍କଡ଼ ଦଳ ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କୁ ପଥର ମାରି ମାରି ଦେଇଛନ୍ତି। 

ତିବ୍ବତରେ ଭୂସ୍ଖଳନ: ଅରୁଣାଚଳ ପ୍ରଦେଶରେ ବନ୍ୟା ସତର୍କ ସୂଚନା

ତିବ୍ବତରେ ଭୂସ୍ଖଳନ: ଅରୁଣାଚଳ ପ୍ରଦେଶରେ ବନ୍ୟା ସତର୍କ ସୂଚନା

ନୂଆଦିଲ୍ଲୀ/ବେଜିଂ, ୨୦।୧୦: ତିବ୍ବତରେ ହୋଇଥିବା ଭୂସ୍ଖଳନ ଫଳରେ ଏକ ନଦୀର ଗତିପଥରେ ଅବରୋଧ ଉପୁଜିଛି। ଫଳରେ ଏକ କୃତ୍ରିମ ହ୍ରଦ ମଧ୍ୟ ସୃଷ୍ଟି ହୋଇଛି। ଏହା ଅରୁଣାଚଳ ପ୍ରଦେଶକୁ ଲାଗି ରହିଥିବା ବ୍ରହ୍ମପୁତ୍ର ନଦୀର ଅବବାହିକାରେ ଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି।