ଖେଳ |

ଦ୍ୱିତୀୟ ଟେଷ୍ଟ: ଦ.ଆଫ୍ରିକା ୨୬୯/୬

ଦ୍ୱିତୀୟ ଟେଷ୍ଟ: ଦ.ଆଫ୍ରିକା ୨୬୯/୬

ସେଞ୍ଚୁରିଅନ୍‌,୧୩ା୧(ପି.ଟି.)- ସ୍ଥାନୀୟ ସୁପରସ୍ପୋର୍ଟ ପାର୍କ ଗ୍ରାଉଣ୍ଡରେ ପେସ୍‌ ଓ ବାଉନ୍ସ ହେବା ନେଇ ଚର୍ଚ୍ଚା ଏବଂ ପୂର୍ବାନୁମାନ କରାଯାଉଥିଲେ ମଧ୍ୟ ଶେଷରେ ତାହା ଭୁଲ ପ୍ରମାଣିତ ହୋଇଛି। ଶନିବାରଠାରୁ ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଭାରତୀୟ ଦଳକୁ ଏକ ପ୍ରକାର ଘରୋଇ ପରିବେଶ ମିଳିଛି। ନୀଳ ଆକାଶ ତଳେ ଓ ବାଦାମି ରଙ୍ଗର ପିଚ୍‌ରେ ଭାରତ ମ୍ୟାଚର ପ୍ରଥମ ଦିବସରେ ମିଶ୍ର ପ୍ରଦର୍ଶନ କରିଛି। ପ୍ରଥମ ଦୁଇଟି ସେସନରେ ଘରୋଇ ଦଳ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ଅନ୍ତିମ ସେସନରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା। ମାତ୍ର ୫ ରନରେ ୩ ଉଇକେଟର ପତନ ଘଟିଥିଲା। ଫଳରେ ଦ. ଆଫ୍ରିକା ପ୍ରଥମ ଦିନ ଶେଷବେଳକୁ ୯୦ ଓଭରରେ ୬ ଉଇକେଟ ହରାଇ ୨୬୯ ରନ ସଂଗ୍ରହ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଡୁପ୍ଲେସି ୨୪ ଓ କେଶବ ମହାରାଜ ୧୦ ରନ କରି ଅପରାଜିତ ରହିଛନ୍ତି। ଟସ୍‌ ଜିତି ଦ.ଆଫ୍ରିକା ଅଧିନାୟକ ଫାଫ୍‌ ଡୁପ୍ଲେସି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ଓପନର ଡିନ ଏଲଗାର ଓ ଏଡେନ ମାରକ୍ରାମ ଏହି ନିଷ୍ପତ୍ତିକୁ ଯଥାର୍ଥତା ପ୍ରତିପାଦନ କରିଥିଲେ। ପ୍ରଥମ ଉଇକେଟ ଯୋଡିରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୮୫ ରନ ସଂଗ୍ରହ କରିଥିଲେ ଓ ଭାରତୀୟ ଦ୍ରୁତ ବୋଲରମାନେ ନିରାଶ ହୋଇଥିଲେ। ତେବେ ଏଲଗାର ୩୧ ରନ କରିଥିବା ବେଳେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲରେ ମୁରଲୀ ବିଜୟଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ସେହିପରି ମାରକ୍ରାମ ୯୪ ରନ କରିଥିବାବେଳେ ଅଶ୍ୱିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ଓ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ସେ ଉଇକେଟ କିପର ପାର୍ଥତ୍ବ ପଟେଲଙ୍କ ହାତରେ ଧରା ପଡିଥିଲେ। ଏହା ପରେ ଅଭିଜ୍ଞ ଏବି ଡିଭିଲର୍ସ ୨୦ ରନ କରିଥିବା ବେଳେ ଇଶାନ୍ତ ଶର୍ମାଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଅଭିଜ୍ଞ ହାସିମ ଅମଲା ୮୨ ରନ କରି ଶତକର ନିକତର ହେଉଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟଙ୍କ ଦ୍ୱାରା ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ ହୋଇଥିଲେ। ଏହା ପରେ ଉଇକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ୍‌ ଖାତା ଖୋଲିବା ପୂର୍ବରୁ ଅଶ୍ୱିନଙ୍କ ବଲରେ ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଭର୍ନନ ଫିଲାଣ୍ଡର ପ୍ରଥମ ଦିନର ଶେଷ ଉଇକେଟ ଭାବେ କୌଣସି ରନ ନ କରି ପାଣ୍ଡ୍ୟାଙ୍କ ଥ୍ରୋରେ ପାର୍ଥିବଙ୍କ ଦ୍ୱାରା ରନ ଆଉଟ ହୋଇଥିଲେ। ବୋଲିଂରେ ଭାରତ ତରଫରୁ ଅଶ୍ୱିନ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ସେ ସର୍ବାଧିକ ୩ଟି ଉଇକେଟ ନେଇଥିଲେ। ଈଶାନ୍ତ ଗୋଟିଏ ସଫଳତା ପାଇଥିବା ବେଳେ ଦୁଇଜଣ ଦ. ଆଫ୍ରିକା ବ୍ୟାଟ୍ସମ୍ୟାନ ରନଆଉଟ ହୋଇଥିଲେ। ଉଲ୍ଲେଖଥାଉ କି, କେପ୍‌ ଟାଉନ୍‌ରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ୭୨ ରନରେ ପରାସ୍ତ ହୋଇଥିଲା ଓ ୩ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୧-୦ରେ ପଛରେ ପଡିଛି।

All Right Reserved By

Model This Week

Model This Week

ଖେଳ |

ପାକିସ୍ତାନ ହକି ଲିଜେଣ୍ଡଙ୍କୁ ଭାରତରେ ଫ୍ରି ଚିକିତ୍ସା

ପାକିସ୍ତାନ ହକି ଲିଜେଣ୍ଡଙ୍କୁ ଭାରତରେ ଫ୍ରି ଚିକିତ୍ସା

ବମ୍ବେ,୨୭।୪- ବିଶ୍ୱକପ୍‌ ଚାମ୍ପିୟନ୍‌ ପାକିସ୍ତାନ ହକି ଦଳର ଗୋଲ୍‌କିପର ମନସୁର ଅହମ୍ମଦଙ୍କୁ ଭାରତରେ ବିନା ଶୁଳ୍କରେ ଚିକିତ୍ସା ପାଇଁ ପ୍ରସ୍ତାବ ଦିଆଯାଇଛି। ୪୯ ବର୍ଷୀୟ ପୂର୍ବତନ ଖେଳାଳିଙ୍କୁ ଏବେ ଦୃହୟ ପ୍ରତ୍ୟାରୋପଣର ଆବଶ୍ୟକତା ରହିଛି। ଏଥିନେଇ ସେ ଭାରତୀୟ ସରକାରଙ୍କୁ ଭିଜା ମଞ୍ଜୁର କରିବା ପାଇଁ ନିବେଦନ କରିଛନ୍ତି। ମାଡ୍ରାସସ୍ଥିତ ଫୋର୍ଟିସ ମେଡିକାଲ ପକ୍ଷରୁ ହୃଦୟ ପ୍ରତ୍ୟାରୋପଣ ପାଇଁ ପ୍ରସ୍ତାବ ସହ ସମ୍ପୂର୍ଣ୍ଣ ଚିକିତ୍ସା ବିନା ଅର୍ଥରେ କରାଯିବା ନେଇ ଆଶ୍ୱାସନା ଦିଆଯାଇଛି।

ଫିଫା ବିଶ୍ୱକପ୍‌କୁ ଫେରିବେ ନାହିଁ ଇବ୍ରାମୋବିଚ୍‌

ଫିଫା ବିଶ୍ୱକପ୍‌କୁ ଫେରିବେ ନାହିଁ ଇବ୍ରାମୋବିଚ୍‌

ଷ୍ଟକହାମ,୨୭।୪- ଗତ ୨୦୧୬ ଅନ୍ତର୍ଜାତୀୟ ଫୁଟ୍‌ବଲରୁ ଅବସର ନେଇଥିବା ଷ୍ଟାର ଷ୍ଟ୍ରାଇକର ଜ୍ଲାଟାନ ଇବ୍ରାହିମୋବିଚ୍‌ ରୁଷିଆରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ ଖେଳିବେ ନାହିଁ। ଏ ନେଇ ସ୍ବିଡିଶ ଫୁଟ୍‌ବଲ ଫେଡେରେଶନ୍‌ ପକ୍ଷରୁ ଶୁକ୍ରବାର କୁହାଯାଇଛି।

ଷ୍ଟୁଟଗାର୍ଟ ଓପନ୍‌: କର୍ବର, ମୁଗୁରୁଜା ଆଉଟ୍‌

ଷ୍ଟୁଟଗାର୍ଟ ଓପନ୍‌: କର୍ବର, ମୁଗୁରୁଜା ଆଉଟ୍‌

ଷ୍ଟୁଟଗାର୍ଟ(ଜର୍ମାନୀ), ୨୭।୪- ଏଠାରେ ଚାଲିଥିବା ଷ୍ଟୁଟଗାର୍ଟ ଗ୍ରଁା ପ୍ରି ଟେନିସ୍‌ ଟୁର୍ନାମେଣ୍ଟ ମଧ୍ୟରୁ ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ଖେଳାଳି ଆଞ୍ଜେଲିକ କର୍ବର ଓ ଓ୍ବିମ୍ବେଲଡନ୍‌ ଓପନ୍‌ ଚାମ୍ପିୟନ୍‌ ଗାର୍ବିନ ମୁଗୁରୁଜା ଓହରି ଯାଇଛନ୍ତି।

‘ଉଇକେଟ କିପର ଅଧା ଅଧିନାୟକ ଦାୟିତ୍ୱ ତୁଲାଇଥାଏ’

‘ଉଇକେଟ କିପର ଅଧା ଅଧିନାୟକ ଦାୟିତ୍ୱ ତୁଲାଇଥାଏ’

ଭାରତୀୟ କ୍ରିକେଟର ପୂର୍ବତନ ଉଇକେଟକିପର ତଥା ବ୍ୟାଟ୍ସମ୍ୟାନ କିରଣ ମୋରେ ଗୁରୁବାର କଟକ ଆସିଥିଲେ। ବୋଷ ଗ୍ରାଉଣ୍ଡରେ ୧୩ତମ ପି.ଭି.ଆର ମୂର୍ତ୍ତି ସ୍ମାରକୀ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟର ଉଦ୍‌ଯାପନୀ ଉତ୍ସବରେ ସେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଏକ ସାକ୍ଷାତ୍‌କାରରେ ସେ ଓଡ଼ିଶାର କ୍ରିକେଟ ଓ ତାଙ୍କର କିଛି ସ୍ମରଣୀୟ ମୁହୂର୍ତ୍ତ ସମ୍ପର୍କରେ କହିଥିଲେ।

ସନ୍‌ରାଇଜର୍ସ ୧୩ ରନରେ ବିଜୟୀ

ସନ୍‌ରାଇଜର୍ସ ୧୩ ରନରେ ବିଜୟୀ

ହାଇଦ୍ରାବାଦ, ୨୭।୪-ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଗୁରୁବାର ଅନୁଷ୍ଠିତ ଏକ ଲୋ ସ୍କୋରିଂ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୧୩ ରନରେ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ହରାଇ ଦେଇଛି। ସନ୍‌ରାଇଜର୍ସ ପକ୍ଷରୁ ଧାର୍ଯ୍ୟ ୧୩୩ ରନ ବିଜୟ ଲକ୍ଷ୍ୟର ପିଛା କରି କିଙ୍ଗ୍ସ ଇଲେଭେନ ୧୯.୨ ଓଭରରେ ୧୧୯ ରନ କରି ଅଲଆଉଟ ହୋଇଯାଇଥିଲା।

ଥ୍ରୋ ବଲ୍‌ ଚାମ୍ପିୟନଶିପ୍‌ ୨୮ରୁ

କଟକ ଅଫିସ,୨୭।୪-ଓଡ଼ିଶା ରାଜ୍ୟ ଥ୍ରୋ ବଲ ଆସୋସିଏଶନ ଆନୁକୂଲ୍ୟରେ ଆସନ୍ତା ୨୮ରୁ କଟକସ୍ଥିତ ରେଳବାଇ ମିନି ଷ୍ଟାଡିୟମରେ ୪ର୍ଥ ରାଜ୍ୟସ୍ତରୀୟ ପ୍ରଜ୍ଞା ସ୍ମାରକୀ ଓ ୩ୟ କେ.ସି ମହାନ୍ତି ସ୍ମାରକୀ ଥ୍ରୋ ବଲ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିରେ ଉଭୟ ପୁରୁଷ ଓ ମହିଳା ବର୍ଗର ୮ଟି ଲେଖାଏ ଦଳ ଅଂଶଗ୍ରହଣ କରିବେ। ଏ ନେଇ ଗୁରୁବାର ଅପରାହ୍ନରେ କଲେଜଛକସ୍ଥିତ ଏକ ହୋଟେଲରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ପିଭିଆର୍‌ ମୂର୍ତ୍ତି ଆନ୍ତଃ ବିଦ୍ୟାଳୟ କ୍ରିକେଟ: କିସ୍‌ ଚାମ୍ପିୟନ

ପିଭିଆର୍‌ ମୂର୍ତ୍ତି ଆନ୍ତଃ ବିଦ୍ୟାଳୟ କ୍ରିକେଟ: କିସ୍‌ ଚାମ୍ପିୟନ

କଟକ ଅଫିସ,୨୭।୪-ୟୁନିୟନ ସ୍ପୋର୍ଟିଂ ଆନୁକୂଲ୍ୟରେ ବୋଷ ଗ୍ରାଉଣ୍ଡରେ ଚାଲିଥିବା ୧୩ତମ ପିଭିଆର ମୂର୍ତ୍ତି ସ୍ମାରକୀ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଭୁବନେଶ୍ୱରର କିସ୍‌ ୯୫ରନ୍‌ରେ କଟକର ସିଡିଏ ଡିଏଭିକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ୫ବର୍ଷ ଧରି ଏହି ୨ଦଳ ଫାଇନାଲ ଖେଳି ଆସୁଛନ୍ତି। କ୍ରମାଗତ ୨ବର୍ଷ ହେଲା ଚାମ୍ପିୟନ ହୋଇଥିବା ଡିଏଭି ଏଥର ହ୍ୟାଟ୍ରିକ ଚାମ୍ପିୟନ ଲକ୍ଷ୍ୟରେ ରହିଥିଲା। ମାତ୍ର କିସ୍‌ ଏହି ଦଳକୁ ସେଥିରୁ ବଞ୍ଚତ୍ତ କରିଛି।

ଜୁନିୟର ଚୟନ କମିଟି ମୁଖ୍ୟ ଆଶିଷ କାପୁର

ଜୁନିୟର ଚୟନ କମିଟି ମୁଖ୍ୟ ଆଶିଷ କାପୁର

ନୂଆଦିଲ୍ଲୀ,୨୭।୪(ପି.ଟି.)- ପୂର୍ବତନ ଭାରତୀୟ ଅଫ୍‌ ସ୍ପିନର ଆଶିଷ କାପୁରଙ୍କୁ ସର୍ବଭାରତୀୟ ଜୁନିୟର ଚୟନ କମିଟି ମୁଖ୍ୟ ପଦରେ ନିଯୁକ୍ତ କରାଯାଇଛି। ଏ ନେଇ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। କାପୁରଙ୍କ ବ୍ୟତୀତ ଚୟନ କମିଟିର ସଦସ୍ୟ ଭାବେ ଜ୍ଞାନେନ୍ଦ୍ର ପାଣ୍ଡେ ଓ ରାକେଶ ପାରିଖଙ୍କୁ ଚୟନ କରାଯାଇଛି।

ଇଷ୍ଟ ବେଙ୍ଗଲ କୋଚ୍‌ ଖଲିଦ ଜମିଲ ବିଦା

ଇଷ୍ଟ ବେଙ୍ଗଲ କୋଚ୍‌ ଖଲିଦ ଜମିଲ ବିଦା

କଲିକତା,୨୭।୪(ପି.ଟି.)- ଇଷ୍ଟ ବେଙ୍ଗଲ ଦଳ ଗୁରୁବାର ମୁଖ୍ୟକୋଚ୍‌ ଖଲିଦ ଜମିଲଙ୍କୁ ବିତାଡ଼ିତ କରିଛି। ନିକଟ ଅତୀତରେ ଆଶାନୁଯାୟୀ ଖେଳ ପ୍ରଦର୍ଶନ କରିବାରେ ବିଫଳ ହେବାରୁ ଦଳ ପକ୍ଷରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ସୁଭାଷ ଭୋମିକ ଟେକନିକାଲ ଡିରେକ୍ଟର ଭାବେ କାର୍ଯ୍ୟ କରିବେ।

ଚାମ୍ପିୟନ୍ସ ଟ୍ରଫି ବଦଳରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବ: ଆଇସିସି

ଚାମ୍ପିୟନ୍ସ ଟ୍ରଫି ବଦଳରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବ: ଆଇସିସି

କଲିକତା, ୨୬।୪ (ପି.ଟି.)- ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ୍‌ (ଆଇସିସି) ଭାରତରେ ଆୟୋଜନ ହେବାକୁଥିବା ୫୦ ଓଭର ବିଶିଷ୍ଟ ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟକୁ ଟି୨୦ ବିଶ୍ୱକପ୍‌ରେ ପରିଣତ କରିଛି। ଆଇସିସିର ୫ ଦିନିଆ ବୋର୍ଡ ବୈଠକ ଶେଷରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭ ରିଚାର୍ଡସନ ଏ ନେଇ ସୂଚନା ଦେଇଛନ୍ତି।

ଆଇଏଏଏଫ୍‌ର ନୂଆ ‘ଜେଣ୍ଡର’ ନିୟମରେ ଦୂତୀ ଆଶ୍ୱସ୍ତି

ଆଇଏଏଏଫ୍‌ର ନୂଆ ‘ଜେଣ୍ଡର’ ନିୟମରେ ଦୂତୀ ଆଶ୍ୱସ୍ତି

ନୂଆଦିଲ୍ଲୀ, ୨୬ା୪ (ପି.ଟି.)-ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ) ପକ୍ଷରୁ ଗୁରୁବାର ନୂଆ ଲିଙ୍ଗଭେଦ ଅବା ଜେଣ୍ଡର ନିୟମ ଘୋଷଣା କରାଯାଇଛି। ଫଳରେ ବିଶେଷକରି ଦୀର୍ଘ ୪ବର୍ଷ ହେଲା ପୁରୁଣା ନିୟମର ଶିକାର ହୋଇ ମାନସିକ ଯନ୍ତ୍ରଣା ପାଇ ଆସିଥିବା ଭାରତର ଓଡ଼ିଆ ସ୍ପ୍ରିଣ୍ଟ କୁଇନ ଦୂତୀ ଚାନ୍ଦଙ୍କୁ ଆଶ୍ୱସ୍ତି ମିଳିଛି।

ଏବିସି କ୍ୱାର୍ଟରରେ ସାଇନା, ସିନ୍ଧୁ, ଶ୍ରୀକାନ୍ତ

ଏବିସି କ୍ୱାର୍ଟରରେ ସାଇନା, ସିନ୍ଧୁ, ଶ୍ରୀକାନ୍ତ

ଉହାନ (ଚାଇନା), ୨୬।୪(ପି.ଟି.)- ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜୟିନୀ ସାଇନା ନେହ୍ବାଲ ଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ଏସିଆ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ (ଏବିସି) ପ୍ରତିଯୋଗିତାରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଟପ୍‌ ସିଡ୍‌ କିଡାମ୍ବୀ ଶ୍ରୀକାନ୍ତ ଓ ବିଶ୍ୱର ୧୦ ନମ୍ବର ଖେଳାଳି ଏଚ୍‌.ଏସ୍‌. ପ୍ରଣୟ ମଧ୍ୟ ପୁରୁଷ ସିଙ୍ଗଲ୍ସର ଅନ୍ତିମ-୮ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି।