ଖେଳ |

ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌: ଭାରତର ବୃହତ ବିଜୟ

ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌: ଭାରତର ବୃହତ ବିଜୟ

ୟୁଏଇ, ୧୩।୧(ପି.ଟି.)- ଏଠାରେ ଚାଲିଥିବା ଦୃଷ୍ଟିହୀନ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ୫ମ ସଂସ୍କରଣର ଏକ ମ୍ୟାଚରେ ଶନିବାର ଭାରତ ବୃହତ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଭାରତ ୧୦ ଉଇକେଟ୍‌ରେ ପଡ଼ୋଶୀ ବାଂଲାଦେଶକୁ ପରାସ୍ତ କରିଛି। ଅଧିନାୟକ ଅଜୟ କୁମାର ରେଡ୍ଡୀ ଓ ସୁନୀଲ ରମେଶ ଅପରାଜିତ ଶତକୀୟ ଇନିଂସ ଖେଳି ଭାରତୀୟ ବିଜୟରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଭାରତର ଏହା ୩ୟ ବିଜୟ। ବାଂଲାଦେଶ ଟସ୍‌ ଜିତି ନିର୍ଦ୍ଧାରିତ ୪୦ ଓଭରରେ ୮ ଉଇକେଟ ହରାଇ ୨୨୬ ରନ କରିଥିଲା। ଦଳ ପକ୍ଷରୁ ମହମ୍ମଦ ଅବଦୁଲ ମଲିକ ୪୮, ଆରିଫ୍‌ ଉଲ୍ଲା ୩୬ ରନ କରିଥିବାବେଳେ ଭାରତୀୟ ବୋଲରମାନେ ଅତିରିକ୍ତ ଆକାରରେ ୫୬ ରନ ପ୍ରଦାନ କରିଥିଲେ। ଭାରତ ପକ୍ଷରୁ ବୋଲିଂରେ ଅଧିନାୟକ ଅଜୟ ସର୍ବାଧିକ ୪ଟି ଉଇକେଟ୍‌ ଅକ୍ତିଆର କରିଥିଲେ। ସେହିଭଳି ଓଡ଼ିଆ ତାରକା ପଙ୍କଜ ଭୁଏ ୨ଟି ଏବଂ ଦୀପକ ମଲିକ ୨ଟି ଉଇକେଟ୍‌ ନେଇଥିଲେ। ଜବାବରେ ଭାରତ ୧୮.୪ ଓଭରରେ କୌଣସି ଉଇକେଟ୍‌ ନ ହରାଇ ଟାର୍ଗେଟ୍‌ ହାସଲ କରିନେଇଥିଲା। ବୋଲିଂ ପରି ବ୍ୟାଟିଂରେ ମଧ୍ୟ ଅଜୟ ୬୦ ବଲର ୧୪ ଛକା ସହାୟତାରେ ୧୦୧ ରନ ଏବଂ ସୁନୀଲ ୫୭ ବଲରୁ ୧୦୫ ରନ କରି ଅପରାଜିତ ରହିଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ଲାଗି ଅଜୟଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ରବିବାର ନେପାଳକୁ ଭେଟିବ।

All Right Reserved By

Model This Week

ନିକିତା

ଖେଳ |

ସାଉଥ ଏସିଆନ୍‌ ସିନିୟର ଚାମ୍ପିୟନ୍‌ଶିପ୍‌ ଭାରତୀୟ ଜୁଡୋକାଙ୍କୁ ୧୦ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୩।୪(ପି.ଟି.)- ନେପାଳର ଲାଲିତପୁରଠାରେ ଅନୁଷ୍ଠିତ ୮ମ ସାଉଥ୍‌ ଏସିଆନ୍‌ ସିନିୟର ଜୁଡୋ ଚାମ୍ପିୟନ୍‌ଶିପ୍‌ରେ ଭାରତୀୟ ପ୍ରତିନିଧି ଦଳକୁ ୧୦ଟି ସ୍ବର୍ଣ୍ଣ ସମେତ ମୋଟ ୧୩ଟି ପଦକ ମିଳିଛି। ପଦକ ତାଲିକାରେ ୩ଟି ବ୍ରୋଞ୍ଜ ରହିଛି। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ୭ ମହିଳା ଆଥ୍‌ଲେଟ୍‌ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ମହିଳା ବ୍ରାଜିଲ ଦଳକୁ ୭ମ କୋପା ଡେଲ ରେ

ମହିଳା ବ୍ରାଜିଲ ଦଳକୁ ୭ମ କୋପା ଡେଲ ରେ

ସାଣ୍ଟିଗୋ, ୨୩।୪(ଏଏଫ୍‌ପି)- ଚଳିତ ମହିଳା କୋପା ଡେଲ ରେ’ ଫୁଟ୍‌ବଲ ଟୁର୍ନାମେଣ୍ଟରେ ବ୍ରାଜିଲ ଚାମ୍ପିୟନ୍‌ ହୋଇଛି। ଫଳରେ ଟୁର୍ନାମେଣ୍ଟର ୮ମ ସଂସ୍କରଣରେ ବ୍ରାଜିଲ ୭ମ ଥର ପାଇଁ ଟାଇଟଲ ଜିତିବା ସ୍ପଷ୍ଟ ହୋଇଛି। ଏଥିସହ ବ୍ରାଜିଲ ଫ୍ରାନ୍ସରେ ହେବାକୁ ଥିବା ୨୦୧୯ ମହିଳା ଫିଫା ବିଶ୍ୱକପ୍‌ ଓ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛି।

ମହମଦ ସାଲା ଶ୍ରେଷ୍ଠ ପ୍ରିମିୟର ଲିଗ୍‌ ଖେଳାଳି

ମହମଦ ସାଲା ଶ୍ରେଷ୍ଠ ପ୍ରିମିୟର ଲିଗ୍‌ ଖେଳାଳି

ଲଣ୍ଡନ,୨୩।୪- ମହମଦ ସାଲାଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ପ୍ରିମିୟର ଲିଗ୍‌ ଖେଳାଳି ପୁରସ୍କାର ମିଳିଛି। ଲିଭରପୁଲ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ମହମ୍ମଦ ଚଳିତ ସିଜନରେ ସର୍ବାଧିକ ୪୧ଟି ଗୋଲ ଦେଇଛନ୍ତି। ସେ ମାଞ୍ଚେଷ୍ଟର ସିଟି କେଭିନ ଡେ ବ୍ରୁନେଙ୍କୁ ପଛରେ ପକାଇ ଏହି ସଫଳତା ପାଇଛନ୍ତି।

ତ୍ରୁଟିପୂର୍ଣ୍ଣ ଅମ୍ପାୟରିଂ ଯୋଗୁ ହାରିଲା ହାଇଦ୍ରାବାଦ

ତ୍ରୁଟିପୂର୍ଣ୍ଣ ଅମ୍ପାୟରିଂ ଯୋଗୁ ହାରିଲା ହାଇଦ୍ରାବାଦ

ନୂଆଦିଲ୍ଲୀ, ୨୩।୪- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅମ୍ପାୟରିଂ ସ୍ଥର ଉପରେ ପୁଣି ପ୍ରଶ୍ନ ଉଠିଛି। ରବିବାର ହାଇଦ୍ରାବାଦଠାରେ ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଅନ୍ତିମ ଓଭରରେ ଫିଲ୍ଡ ଅମ୍ପାୟର ବିନିତ କୁଲକର୍ନି ଏକ ନୋ ବଲ୍‌ ନିଷ୍ପତ୍ତି ଦେଇ ନ ଥିଲେ। ଫଳରେ ଘରୋଇ ଦଳ ଏକ ଅତିରିକ୍ତ ରନ୍‌ ସହ ଫ୍ରି ହିଟ୍‌ ହରାଇଥିଲା, ଯାହାକି ତାଙ୍କ ପରାଜୟର କାରଣ ପାଲଟି ଥିଲା।

ମାର୍କୁଏଜଙ୍କୁ ୬ଷ୍ଠ ମୋଟୋଜିପି ଟାଇଟଲ

ମାର୍କୁଏଜଙ୍କୁ ୬ଷ୍ଠ ମୋଟୋଜିପି ଟାଇଟଲ

ଓ୍ବାଶିଂଟନ,୨୩।୪- ଡିଫେଣ୍ଡିଂ ଚାମ୍ପିୟନ୍‌ ମାର୍କ ମାର୍କୁଏଜ କ୍ରମାଗତ ୬ଷ୍ଠ ଥର ପାଇଁ ଆମେରିକାର ମୋଟୋଜିପି ଗ୍ରଁା ପ୍ରି ଟାଇଟଲ ଜିତିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ସେ ୪ର୍ଥ ସ୍ଥାନରେ ରହିବା ସତ୍ତ୍ୱେ ତାଙ୍କୁ ରେସ୍‌ ଜିତିବାରୁ କୌଣସି ଡ୍ରାଇଭର ରୋକି ପାରି ନ ଥିଲେ। ୨୦୧୩ରେ ପ୍ରଥମ ମୋଟୋଜିପି ରେସ ଜିତିଥିବା ସ୍ପାନିଶ ଡ୍ରାଇଭର କ୍ରମାଗତ ୬ ବର୍ଷ ଧରି ଏହି ରେସ୍‌ ଜିତି ଆସୁଛନ୍ତି।

ଭାରୋତ୍ତୋଳକଙ୍କୁ ମିଳିନାହିଁ ଘୋଷିତ ଅର୍ଥରାଶି

ଭାରୋତ୍ତୋଳକଙ୍କୁ ମିଳିନାହିଁ ଘୋଷିତ ଅର୍ଥରାଶି

ଲୁଧିଆନା, ୨୩।୩- ନିକଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିବା ଭାରତୀୟ ଭାରୋତ୍ତୋଳକ ବିକାଶ ଠାକୁରଙ୍କୁ ଏ ପର୍ଯ୍ୟନ୍ତ କୌଣସି ପୁରସ୍କାର ରାଶି ମିଳିନାହିଁ। ସେ ପୁରୁଷ ବିଭାଗର ୯୪ କିଗ୍ରା ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ। କିନ୍ତୁ ତାଙ୍କୁ ପଞ୍ଜାବ କ୍ରୀଡ଼ା ବିଭାଗ ପକ୍ଷରୁ ପୁରସ୍କୃତ କରାଯାଇ ନାହିଁ। ଏଥିନେଇ ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଦୁଃଖ ପ୍ରକାଶ କରିଛନ୍ତି।

୨୦୧୯ ବିଶ୍ୱକପ୍‌ ପରେ ଅବସର ନିଷ୍ପତ୍ତି ନେବି-ଯୁବି

୨୦୧୯ ବିଶ୍ୱକପ୍‌ ପରେ ଅବସର ନିଷ୍ପତ୍ତି ନେବି-ଯୁବି

ନୂଆଦିଲ୍ଲୀ,୨୩।୪- ଆଗାମୀ ବର୍ଷ ଇଂଲଣ୍ଡ ଓ ଓ୍ବେଲ୍ସଠାରେ ହେବାକୁ ଥିବା ବିଶ୍ୱକପ୍‌ ପରେ ଅବସର ସମ୍ପର୍କରେ ନିଷ୍ପତ୍ତି ନେବି ବୋଲି ଭାରତୀୟ ଅଲରଉଣ୍ଡର ଯୁବରାଜ ସିଂ କହିଛନ୍ତି। ଯୁବରାଜ ଅନ୍ତିମ ଥର ଗତ ବର୍ଷ ଅନ୍ତର୍ଜାତୀୟ ସ୍ତରରେ ଖେଳିଥିଲେ।

ଲଣ୍ଡନ ମାରାଥନ କିପ୍‌ଚୋଗେ,ଚେରୁୟଟଙ୍କୁ ଟାଇଟଲ

ଲଣ୍ଡନ ମାରାଥନ କିପ୍‌ଚୋଗେ,ଚେରୁୟଟଙ୍କୁ ଟାଇଟଲ

ଲଣ୍ଡନ,୨୩ା୪-ରବିବାର ଅନୁଷ୍ଠିତ ଲଣ୍ଡନ ମାରାଥନରେ ଅଲିମ୍ପିକ ଚାମ୍ପିୟନ ତଥା କେନିୟାର ଏଲିଉଡ୍‌ କିପ୍‌ଚୋଗେ ରବିବାର ତୃତୀୟ ଥରପାଇଁ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି। ବ୍ରିଟେନର ମୋ ଫାରା (୨:୦୪:୪୯) ତୃତୀୟ ସ୍ଥାନ ଅଧିକାର କରିଥିଲେ। କେନିୟାର ଭିଭିଆନ ଚେରୁୟଟ୍‌ ଆଶ୍ଚର୍ଯ୍ୟଜନକ ଭାବେ ମହିଳା ଟାଇଟଲ ହାସଲ କରିଛନ୍ତି।

ନାଡାଲଙ୍କୁ ୧୧ତମ ମଣ୍ଟେ କାର୍ଲୋ ଟାଇଟଲ

ନାଡାଲଙ୍କୁ ୧୧ତମ ମଣ୍ଟେ କାର୍ଲୋ ଟାଇଟଲ

ମଣ୍ଟେ କାର୍ଲୋ,୨୩।୪(ଏଏଫ୍‌ପି)- ବିଶ୍ୱର ଶୀର୍ଷ ର଼୍ୟାଙ୍କଧାରୀ ଖେଳାଳି ରାଫାଲ ନାଡାଲ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ଟୁର୍ନାମେଣ୍ଟରେ ଟାଇଟଲ ଅର୍ଜନ କରିଛନ୍ତି। ସେ ଜାପାନର କେଇ ନିଶିକୋରିଙ୍କୁ ୬-୩, ୬-୨ ସେଟ୍‌ରେ ହରାଇ ଏହି ସଫଳତା ପାଇଛନ୍ତି।

ସିପକଟାକ୍ର ଫେଡେରେଶନ୍‌ କପ୍‌: ଓଡ଼ିଶା ରନର୍ସଅପ

ସିପକଟାକ୍ର ଫେଡେରେଶନ୍‌ କପ୍‌: ଓଡ଼ିଶା ରନର୍ସଅପ

କଟକ ଅଫିସ, ୨୩ା୪- ଚଣ୍ଡୀଗଡ଼ଠାରେ ଅନୁଷ୍ଠିତ ହୋଇଥିବା ୮ମ ସିପକଟାକ୍ର ଫେଡେରେଶନ୍‌ କପ୍‌ରେ ଓଡ଼ିଶା ମହିଳା ଦଳ ଫାଇନାଲରେ ହାରି ରନର୍ସଅପ ହେବା ସହ ରୌପ୍ୟ ପଦକ ବିଜୟୀ ହୋଇଛି । ଏସ୍‌ଏସ୍‌ବି(ସଶସ୍ତ୍ରୀ ସୀମା ଦଳ) ବିପକ୍ଷରେ ଖେଳିଥିବା ପ୍ରତିଯୋଗିତାର ଫାଇନାଲ ମୁକାବିଲାରେ ଓଡ଼ିଶା ୨-୦ ସେଟ୍‌ରେ ପରାସ୍ତ ହୋଇଥିଲା ।

ଜୁନିୟର ବାସ୍କେଟବଲ ଭୁବନେଶ୍ୱର, ଆରଏସ୍‌ପି ଚାମ୍ପିୟନ

ଜୁନିୟର ବାସ୍କେଟବଲ ଭୁବନେଶ୍ୱର, ଆରଏସ୍‌ପି ଚାମ୍ପିୟନ

କଟକ ଅଫିସ, ୨୩ା୪- ଓଡ଼ିଶା ବାସ୍କେଟବଲ ଆସୋସିଏଶନ ଆନୁକୂଲ୍ୟରେ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ଜୁନିୟର ବାସ୍କେଟବଲ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି ।

ମୁମ୍ବାଇକୁ ହରାଇଲେ ଗୋଥାମ

ମୁମ୍ବାଇକୁ ହରାଇଲେ ଗୋଥାମ

ଜୟପୁର, ୨୩ା୪- ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ ପରେ କ୍ରିଷ୍ଣାପ୍ପା ଗୋଥାମଙ୍କ ବିସ୍ଫୋରକ ୧୧ ବଲ୍‌ରୁ ୩୩(୪ ଚୌକା, ୨ ଛକା) ରନ ବଳରେ ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩ ଉଇକେଟରେ ହରାଇ ଦେଇଛି। ୧୬୮ ରନର ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ରୟାଲ୍ସ ୧୯.୪ ଓଭରରେ ୭ ଉଇକେଟ ହରାଇ ହାସଲ କରି ନେଇଥିଲା।