ରାଜ୍ୟ |

ଜେଡିସିଏ ଅନ୍ତର୍ଜାଜାତୀୟ ଚଳଚ୍ଚିତ୍ର ମହୋତ୍ସବ: ନିରଦ ମହାପାତ୍ରଙ୍କୁ ମନେପକାଇଲା ‘ମାୟା ମିରିଗ’

ଜେଡିସିଏ ଅନ୍ତର୍ଜାଜାତୀୟ ଚଳଚ୍ଚିତ୍ର ମହୋତ୍ସବ: ନିରଦ ମହାପାତ୍ରଙ୍କୁ ମନେପକାଇଲା ‘ମାୟା ମିରିଗ’

ଭୁବନେଶ୍ୱର, ୧୩।୧(ବ୍ୟୁରୋ)- ଓଡ଼ିଆ ସିନେମା ଇତିହାସର ବହୁଚର୍ଚ୍ଚିତ ଫିଲ୍ମ ‘ମାୟା ମିରିଗ’। ଏକ ପାରିବାରିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ୮୦ ଦଶକରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚହଳ ସୃଷ୍ଟି କରିଥିଲା। ୧୯୮୪ରେ ଯୌଥ ପରିବାରର ପ୍ରଥାକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ର ପ୍ରତ୍ୟେକ ଓଡ଼ିଆଙ୍କ ମନରେ ଏକ ନିଆରା ସ୍ଥାନ ସୃଷ୍ଟି କରିଥିଲା। ‘ମାୟା ମିରିଗ’ର ସେହି ଅଭୁଲା ଦୃଶ୍ୟକୁ ଶନିବାର ଉଜ୍ଜିବୀତ କରିଥିଲା ଜେ.ଡି. ସେଣ୍ଟର ଅଫ୍‌ ଆର୍ଟ(ଜେଡିସିଏ) ପକ୍ଷରୁ ସ୍ଥାନୀୟ ଇଡ୍‌କଲ ଅଡିଟୋରିୟମ୍‌ଠାରେ ଚାଲିଥିବା ଦ୍ୱାଦଶ ଅନ୍ତର୍ଜାତୀୟ କଳା ଓ କଳାକାର ପ୍ରାମାଣିକ ଚଳଚ୍ଚିତ୍ର ମହୋତ୍ସବ। ଜେଡିସିଏ ‘ମିଟ୍‌ ଦ ଆର୍ଟିଷ୍ଟ’ କାର୍ଯ୍ୟକ୍ରମର ଏକ ଅଂଶଭାବେ ଓଡ଼ିଶାର ଖ୍ୟାତନାମା ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସ୍ବର୍ଗତ ନିରଦ ମହାପାତ୍ରଙ୍କ ସ୍ମୃତିରେ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ମାୟାମିରିଗ’ ପ୍ରଦର୍ଶିତ ହୋଇଥିଲା। ଏହାସହ ନିରଦଙ୍କ ନିର୍ମିତ ଆଉଏକ ଚଳଚ୍ଚିତ୍ର ‘ମୟୂରଭଞ୍ଜର ଛଉନୃତ୍ୟ’ ମଧ୍ୟ ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ସ୍ବତନ୍ତ୍ର ଆଲୋଚନାରେ ନିରଦ ମହାପାତ୍ରଙ୍କ ସାନଭାଇ ତଥା ସାମ୍ବାଦିକ ଓ ସମ୍ପାଦକ ସମ୍ପଦ ମହାପାତ୍ର, ଚଳଚ୍ଚିତ୍ର ନିର୍ମାତା ସୁଶାନ୍ତ ମିଶ୍ର, କମଲ ସ୍ବରୂପ, ସୁଧୀର ଟଣ୍ଡନ ପ୍ରମୁଖ ଅଂଶଗ୍ରହଣ କରି ଓଡ଼ିଆ ଫିଲ୍ମ ପ୍ରତି ତାଙ୍କର ରହିଥିବା ଅବଦାନ ସମ୍ପର୍କରେ କହିଥିଲେ।
ଉତ୍ସବର ଦ୍ବିତୀୟ ଦିବସରେ ପ୍ରଦର୍ଶିତ ହୋଇଥିବା ଆଉଏକ ଆଦୃତ ଚଳଚ୍ଚିତ୍ର ଥିଲା ସୁପ୍ରସିଦ୍ଧ ଫିଲ୍ମ ନିର୍ମାତା କମଲ ସ୍ବରୂପଙ୍କ ଦ୍ୱାରା ନିର୍ମିତ ‘ଅତୁଲ୍‌’। ଫିଲ୍ମ ପ୍ରଦର୍ଶନ ପରେ କମଲ୍‌ ସ୍ବରୂପ ଦର୍ଶକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହାସହ ଓସ୍କାର ପୁରସ୍କାରପ୍ରାପ୍ତ ଇରାନର ଅସ୍‌ଘର ଫର୍‌ହାଦିଙ୍କ ନିର୍ମିତ ଚଳଚ୍ଚିତ୍ର ‘ସେଲ୍‌ସମ୍ୟାନ୍‌’, ଟମ୍‌ ଲୁଏଙ୍କ ଆମେରୀକିୟ ଚଳଚ୍ଚିତ୍ର ‘ଟାଇମ୍‌ ସ୍ପେସେସ୍‌’, ରୁଷିୟ ଚଳଚ୍ଚିତ୍ର ନିର୍ମାତା ସ୍ମିର୍‌ନୋଭ୍‌ ଇଗୋରଙ୍କ ‘ଉଡେନ୍‌ ଟେମ୍ପଲସ୍‌ ଅଫ୍‌ ଦ ଲେନିନ୍‌ଗ୍ରାଦ୍‌ ରିଜିନ୍‌’, ଓ.ପି. ଶ୍ରୀବାସ୍ତବଙ୍କ ‘ଗିରିଶ କସାରାଭାଲି’ ଏବଂ ଅଭିଜିତ ଏମ୍‌. କିଶୋରଙ୍କ ଦ୍ୱାରା ନିର୍ମିତ ‘ନୋଷ୍ଟାଲ୍‌ଜିଆ ଫର ଦ ଫ୍ୟୁଚର୍‌’ ଭଳି ବହୁଚର୍ଚ୍ଚିତ ଓ ଜାତୀୟ, ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ରମାନ ପ୍ରଦର୍ଶିତ ହୋଇଥିଲା। ବମ୍ବେର ଲୋକପ୍ରିୟ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାତା ଅଭିଜିତ ଏମ୍‌. କିଶୋରଙ୍କ ଦ୍ୱାରା ସ୍ଥାପତ୍ୟ କଳା ଉପରେ ନିର୍ମିତ ‘ନୋଷ୍ଟାଲ୍‌ଜିଆ ଫର ଦ ଫ୍ୟୁଚର୍‌’କୁ ଉପସ୍ଥିତ ଦର୍ଶକମାନେ ବେଶ ଉପଭୋଗ କରିଥିଲେ। ସେହିଭଳି ଓଡ଼ିଶାର ଜନଜାତି କଳା, ସଂସ୍କୃତି ଓ ସେମାନଙ୍କ ହସ୍ତଶିଳ୍ପ ଉପରେ ବିଷଦ୍‌ ଗବେଷଣା କରିଥିବା ଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନ୍‌ଗୋଙ୍କ ଜୀବନ ଉପରେ ସଞ୍ଜୟ ଭଟ୍ଟଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ରଙ୍ଗ ରସିକ’ ମଧ୍ୟ ଅନ୍ୟତମ ଆକର୍ଷଣ ଥିଲା। ସୁପ୍ରସିଦ୍ଧ ଓଡ଼ିଆ କବି ସୌଭାଗ୍ୟ ମିଶ୍ରଙ୍କ ଉପରେ ସଞ୍ଜୟ ଭଟ୍ଟଙ୍କ ଦ୍ୱାରା ନିର୍ମିତ ଆଉଏକ ଚଳଚ୍ଚିତ୍ର ‘ସୌଭାଗ୍ୟ ମିଶ୍ର’ ଏବଂ ସାନ୍ତାଳ ଜନଜାତିଙ୍କ ଜୀବନଶୈଳୀ ଉପରେ ଅଭୟ ନାୟକଙ୍କ ତଥ୍ୟଭିତ୍ତିକ ଚଳଚ୍ଚିତ୍ର ‘ସାନ୍ତାଳ’ ଶନିବାର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଥିଲା। ଏହାସହ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ନନ୍ଦନ ସକ୍ସେନାଙ୍କ ‘ଡିଜିଟାଲ ଫିଲ୍ମମେକିଂ’ ଉପରେ ଆୟୋଜିତ କର୍ମଶାଳା ଏବଂ କାନାଡ଼ାରୁ ଆସିଥିବା ଶିଳ୍ପୀ ବ୍ରିଆନ୍‌ ମଲ୍‌ଭିହିଲ୍‌ଙ୍କ ‘କାଲିଗ୍ରାଫି’ ଉପରେ ଅନୁଷ୍ଠିତ କର୍ମଶାଳା ପ୍ରମୁଖ ଆକର୍ଷଣ ରହିଥିଲା। ପ୍ରଦର୍ଶିତ ଚଳଚ୍ଚିତ୍ରକୁ କଳା ଓ ସାହିତ୍ୟ ପ୍ରେମୀ ଦର୍ଶକଙ୍କ ସହ ବି.କେ. କଲେଜ ଅଫ୍‌ ଆର୍ଟ, ଖଲ୍ଲିକୋଟ ଆର୍ଟ କଲେଜ, ଜୟପୁର କଲେଜ ଅଫ୍‌ ଆର୍ଟ, ଉତ୍କଳ ସଂସ୍କୃତି ମହାବିଦ୍ୟାଳୟର ସଂସ୍କୃତି ଓ ଚାରୁକଳା ବିଭାଗ, ବିଜୁ ପଟ୍ଟନାୟକ ଟେଲିଭିଜନ ଆଣ୍ଡ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ର ଛାତ୍ରୀଛାତ୍ରମାନେ ଦେଖିଥିଲେ।

All Right Reserved By

ରାଜ୍ୟ |

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ସିମୁଳିଆ,୧୮।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯିବା ଅଭିଯୋଗକୁ ଚପାଇ ଦେବା ଲାଗି ଉଦ୍ୟମ ହେଉଥିବା କଂଗ୍ରେସ ଅଭିଯୋଗ କରିଛି।

‘ସ୍କିଲ ଅନ୍‌ ହୁଇଲ୍ସ’ର ଶୁଭାରମ୍ଭ

‘ସ୍କିଲ ଅନ୍‌ ହୁଇଲ୍ସ’ର ଶୁଭାରମ୍ଭ

ଭୁବନେଶ୍ୱର, ୧୮।୭(ବ୍ୟୁରୋ)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ମାଧ୍ୟମିକ ଶିକ୍ଷା ମିଶନ ଏବଂ ଲେଣ୍ଡ୍‌-ଏ-ହ୍ୟାଣ୍ଡ୍‌ ଇଣ୍ଡିଆର ମିଳିତ ଉଦ୍ୟମରେ ଭ୍ରାମ୍ୟମାଣ ବହୁମୁଖୀ ଦକ୍ଷତା ବିକାଶ ପ୍ରୟୋଗଶାଳା ‘ସ୍କିଲ୍‌ ଅନ୍‌ ହୁଇଲ୍ସ’ର ବୁଧବାର ଶୁଭାରମ୍ଭ ହୋଇଛି। ଏହା ଜରିଆରେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଯନ୍ତ୍ରପାତିର ସଫଳ ପ୍ରୟୋଗ ସମ୍ପର୍କରେ ଶିକ୍ଷା ମିଳିବ।

ଲାଞ୍ଚ ନେଇ ଏସ୍‌ସିବି କନିଷ୍ଠ କିରାଣୀ ଗିରଫ

ଲାଞ୍ଚ ନେଇ ଏସ୍‌ସିବି କନିଷ୍ଠ କିରାଣୀ ଗିରଫ

କଟକ ଅଫିସ, ୧୮।୭- ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଏସ୍‌ସିବି ମେଡିକାଲର କନିଷ୍ଠ କିରାଣୀ ଦିଲୀପ କୁମାର ରାଉତ। ମଙ୍ଗଳାବାଗ କାଠଗୋଲା ସାହିର ରୋହିତ କୁମାର ନାୟକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଦିଲୀପ ପୂର୍ବ ଦାବି ମୁତାବକ ଏହି ଲାଞ୍ଚ ଗ୍ରହଣ କରୁଥିଲେ। ରୋହିତଙ୍କ ଜେଜେମା ସାଗର ଦେଈ ଏସ୍‌ସିବି ମେଡିକାଲର ଜଣେ ଅବସରପ୍ରାପ୍ତ କର୍ମଚାରୀ।

ପ୍ରେମିକା ସହ ସ୍ବାମୀ ଫେରାର

ପ୍ରେମିକା ସହ ସ୍ବାମୀ ଫେରାର

ବାରିପଦା ଅଫିସ,୧୮।୭- ପ୍ରାୟ ୧୫ ଦିନ ପୂର୍ବେ ପ୍ରେମିକା ସହ ଫେରାର ହୋଇଯାଇଥିବା ସ୍ବାମୀଙ୍କୁ ଠାବ କରିବାରେ ବିଫଳ ହୋଇଛନ୍ତି ଖୁଣ୍ଟା ଥାନା ଅଞ୍ଚଳର ଜଣେ ମହିଳା। ସ୍ବାମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଖୁଣ୍ଟା ଥାନା ପୋଲିସ ଦ୍ୱାରସ୍ଥ ହୋଇ ମଧ୍ୟ ନିରାଶ ହୋଇଛନ୍ତି।

ଆଇସୋଲେଶନ ୱାର୍ଡକୁ ସ୍ଥାନାନ୍ତର ହେଲେ ବାଲେଶ୍ୱର ରୋଗୀ: ୫ଜଣଙ୍କ ଲିଭରରେ ରହିଛି ସମସ୍ୟା

ଆଇସୋଲେଶନ ୱାର୍ଡକୁ ସ୍ଥାନାନ୍ତର ହେଲେ ବାଲେଶ୍ୱର ରୋଗୀ: ୫ଜଣଙ୍କ ଲିଭରରେ ରହିଛି ସମସ୍ୟା

କଟକ ଅଫିସ, ୧୮।୭- ଅଜଣା ରୋଗରେ ଆକ୍ରାନ୍ତ ହୋଇ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଜିଲାର ୮ଜଣ ରୋଗୀଙ୍କୁ ବୁଧବାର ଆଇସୋଲେଶନ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ରକ୍ତ ପରୀକ୍ଷାରେ ଡେଙ୍ଗୁ ନେଗେଟିଭ୍‌ ବାହାରିଥିବାବେଳେ ସ୍ବାଇନ୍‌ ଫ୍ଲୁ ପାଇଁ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି)କୁ ପଠାଯାଇଛି।

ବଢ଼ୁଛି ଋଷିକୁଲ୍ୟା ଜଳସ୍ତର, ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ବଢ଼ୁଛି ଋଷିକୁଲ୍ୟା ଜଳସ୍ତର, ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ଗଞ୍ଜାମ,୧୮।୭(ଡି.ଏନ.ଏ.)- ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ସହରକୁ ଲାଗିଥିବା ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଛି। ଅନ୍ୟପଟେ ଆସନ୍ତା ୨୦ରେ ଆଉ ଏକ ଲଘୁଚାପ ଆସୁଥିବା ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ପରେ ଋଷିକୁଲ୍ୟା ନଦୀତଟବର୍ତ୍ତୀ ଅଞ୍ଚଳ ପୁରୁଣାବନ୍ଧ, ପୋଡ଼ମପେଟା, ନିଉପୋଡ଼ମପେଟା ଏବଂ ଋଷିକୁଲ୍ୟା ବ୍ରିଜ ନିକଟବର୍ତ୍ତୀ ଦାମୋଦରପୁର ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି।

ବିଭିନ୍ନ ସମସ୍ୟାର ଭିଜିଲାନ୍ସ ତଦନ୍ତ ଦାବିରେ ବିକ୍ଷୋଭ

ବିଭିନ୍ନ ସମସ୍ୟାର ଭିଜିଲାନ୍ସ ତଦନ୍ତ ଦାବିରେ ବିକ୍ଷୋଭ

ବାଲିଆପାଳ,୧୮।୭(ଡି.ଏନ.ଏ.)- ବାଲିଆପାଳ ବ୍ଲକ କୁଣ୍ଡୁଳୀ ପଞ୍ଚାୟତ ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବିରେ ବୁଧବାର ପଞ୍ଚାୟତବାସୀ ବିଶାଳ ଗଣଧାରଣାରେ ବସିଛନ୍ତି। ପଞ୍ଚାୟତବାସୀ ଜିଲାପାଳ, ଭିଜିଲାନ୍ସ ଏସ୍‌.ପି. ପ୍ରମୁଖଙ୍କୁ ଏ ନେଇ ଜଣାଇଥିଲେ ବି କୌଣସି ପ୍ରତିକାର ହୋଇ ନାହିଁ।

ବୀରବର ବେହେରା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ବୀରବର ବେହେରା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ବିରିଡି,୧୮।୭(ଡି.ଏନ.ଏ.): ବିରିଡି ଥାନା ଅଧୀନ କୁଳ କଇଜଙ୍ଗା ଗ୍ରାମର ବୀରବର ବେହେରା ହତ୍ୟାକାଣ୍ଡ ଘଟଣାରେ ହାଇକୋର୍ଟଙ୍କ ଦ୍ୱାରା ଦଣ୍ଡିତ ମୁଖ୍ୟ ଅଭିଯୁକ୍ତ ଶୁକଦେବ ବେହରାଙ୍କୁ ଜଗତ୍‌ସିଂହପୁର ଜିଲା ପୋଲିସ ମଙ୍ଗଳବାର ରାତିରେ ଗିରଫ କରିଛି। ତାଙ୍କର ୨ ସହଯୋଗୀ ସେହି ଗ୍ରାମର ବୁଲା ଓରଫ ନରେନ୍ଦ୍ର ଦାସ, ଏବଂ ହିପି ଓରଫ ଉମେଶ ବେହେରା ଫେରାର ହୋଇ ଯାଇଛନ୍ତି।

ସେକ୍ସ ର଼୍ୟାକେଟ, ଯୁବତୀ ଚାଲାଣ ଅଭିଯୋଗରେ ୨ ଅଟକ

ସେକ୍ସ ର଼୍ୟାକେଟ, ଯୁବତୀ ଚାଲାଣ ଅଭିଯୋଗରେ ୨ ଅଟକ

ପାଟଣାଗଡ,୧୮।୭(ଡି.ଏନ.ଏ.)-ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମରୁ ଯୁବତୀ ଚାଲାଣ ଅଭିଯୋଗରେ ଲରମ୍ଭା ପୋଲିସ ୨ ଜଣଙ୍କୁ ଅଟକ ରଖିଛି। ଜଣେ ଯୁବତୀଙ୍କୁ ନିଜ ସମ୍ପର୍କୀୟ କହି କିଛି ଦିନ ହେଲା ଏମାନେ ଘରେ ରଖି ଦେହ ବେପାର ଚଳାଉଥିଲେ ବୋଲି ଲୋକେ ଅଭିଯୋଗ କରିଛନ୍ତି।

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ସିମୁଳିଆ,୧୮।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯିବା ଅଭିଯୋଗକୁ ଚପାଇ ଦେବା ଲାଗି ଉଦ୍ୟମ ହେଉଥିବା କଂଗ୍ରେସ ଅଭିଯୋଗ କରିଛି। ଜଣେ ଜନପ୍ରତିନିଧି, ଜଣେ ଶିକ୍ଷକ ଓ ୨ ପୋଲିସ କର୍ମଚାରୀ ଏହି ଘଟଣାରେ ସହଯୋଗ କରିଥିବା ଦର୍ଶାଯିବା ପରେ ଏହା ଅଧିକ ସମ୍ବେଦନଶୀଳ ହୋଇପଡିଛି।

ପ୍ରେମିକାଙ୍କୁ ଭେଟିବାକୁ ଆସି ପୋଲିସ ଜାଲରେ ଆନ୍ତଃରାଜ୍ୟ ଡକାୟତ

ପ୍ରେମିକାଙ୍କୁ ଭେଟିବାକୁ ଆସି ପୋଲିସ ଜାଲରେ ଆନ୍ତଃରାଜ୍ୟ ଡକାୟତ

ମୁନିଗୁଡ଼ା,୧୮।୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ପୋଲିସ ଏକ ଆନ୍ତଃରାଜ୍ୟ ରାଜପଥ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି। ସେ ହେଲେ ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୂର୍ଷୀଖୁମା ଗ୍ରାମର ଉଗ୍ରସେନ ବାଗ୍‌। ଉଗ୍ରସେନକୁ ଦୀର୍ଘଦିନ ଧରି ପୋଲିସ ଖୋଜାଖୋଜି କରୁଥିବା ବେଳେ ସେ କେରଳରେ ଲୁଚି ରହିଥିଲେ। ଚଳିତ ବର୍ଷ ରଥଯାତ୍ରାରେ ନିଜ ପ୍ରେମିକାଙ୍କୁ ଉଗ୍ରସେନ ଭେଟିବାକୁ ଆସିଥିଲେ।

ବିଧାନ ପରିଷଦ ପ୍ରସଙ୍ଗ: ଅନୁଧ୍ୟାନ କରି ଫେରିଲା କମିଟି

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ବିଧାନ ପରିଷଦ ଗଠନ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବିହାର ଏବଂ ତେଲେଙ୍ଗାନା ଗସ୍ତ କରିଥିବା କମିଟି ଇତି ମଧ୍ୟରେ ଓଡ଼ିଶା ଫେରିଛି।

Model This Week

ରୂପେଶ