ମେଟ୍ରୋ |

ନବାଙ୍କ ଶେଷ, ବଡ଼ଦେଉଳରେ ମକର ଆଜି

ନବାଙ୍କ ଶେଷ, ବଡ଼ଦେଉଳରେ ମକର ଆଜି

ପୁରୀ ଅଫିସ, ୧୩।୧: ଶ୍ରୀମନ୍ଦିରରେ ଶନିବାର ନବାଙ୍କ ନୀତି ଶେଷ ହୋଇଛି। ରବିବାର ବଡ଼ଦେଉଳରେ ମକର ପର୍ବ ପାଳିତ ହେବ। ତିନିଠାକୁରଙ୍କୁ ମକରଚୂଳ ଲାଗି କରାଯିବ। ପରମ୍ପରା ଅନୁଯାୟୀ, ଧନୁ ସଂକ୍ରାନ୍ତିଠାରୁ ମା’ ମହାଲକ୍ଷ୍ମୀ ବାପଘରକୁ ଯାଇଥିଲେ। ନବାଙ୍କ ଅବସରରେ ମହାଲକ୍ଷ୍ମୀ ଧାନ, ଚାଉଳ, ଫୁଲ ଓ ଚୂଳ ଆଦି ଭାର ନେଇ ବାପଘରୁ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି। ଭାର ପହଞ୍ଚତ୍ବା ପରେ ଶ୍ରୀମନ୍ଦିର ଉତ୍ସବ ମୁଖର ହୋଇପଡିଛି।
ନବାଙ୍କ ଅବସରରେ ଦାରୁବିଗ୍ରହଙ୍କ ଅବକାଶ ମଇଲମ ସରି ଘୋଡ଼ଲାଗି ହୋଇଥିଲା। ସନ୍ଧ୍ୟା ଆଳତି ବଢିବା ପରେ ଚାଉଳ ମେଲାଣ ପାଇଁ ସିଂହଦ୍ୱାର ଚକଡ଼ାରେ ପାହାଡ଼ା ପଡିଥିଲା। ବୋରୋଭୋଇ ପଧାନ ଚାଉଳ ଧରି ସିଂହଦ୍ୱାର ଚକଡ଼ାରେ ବିଜେ କରାଇଥିଲେ। ସେଠାରେ ପଧାନ ଭୋଇ ବାଘମୁହଁ ବାନ୍ଧି ୩ଟି ଥାଳିରେ ପାଞ୍ଚମାଣ ଲେଖାଏ ଚାଉଳ ମପାଇଥିଲେ। କୋଠଭୋଗ ଯୋଗାଣିଆ ବାଘମୁହଁା ବାନ୍ଧି ତଳିଚ୍ଛ ପଟୁଆରରେ ବଡ଼ଦେଉଳକୁ ବେଢାଏ ବୁଲି ଇନ୍ଦ୍ରାଣୀ ବେଢାରେ ରଖିଥିଲେ। ଚାଉଳ ମେଲାଣ ପରେ ଫୁଲ ମେଲାଣ ନିମନ୍ତେ ମାଳୀମାନେ ବାଘମୁହଁା ବାନ୍ଧି ମାଳଚୂଳ ଜଳ କବରମାଳ ଘେନି ତଳିଚ୍ଛ ପଟୁଆରରେ ବଡ଼ଦେଉଳକୁ ବେଢାଏ ବୁଲି ବେହେରଣ ତଢ଼ଉ ଦରଶୁଆ କରି ପାଳିଆ ଖୁଣ୍ଟିଆ ମାର୍ଫତରେ ଦେଇଥିଲେ। ଖୁଣ୍ଟିଆ ଉକ୍ତ ମାଳମାନ ନେଇ ସନ୍ଧ୍ୟା ଆଳତି ବେଶରେ ଲାଗି କରାଇଥିଲେ। ଏହାପରେ ସନ୍ଧ୍ୟା ଆଳତି ଓ ସନ୍ଧ୍ୟାଧୂପ ବଢିଥିଲା। ପୂର୍ବରୁ ଭୋଗମଣ୍ଡପ ଘର ଆଗରୁ ଧୋ ପଖାଳ ହୋଇ ଚାନ୍ଦୁଆ ବନ୍ଧା ହୋଇଥିଲା। ପ୍ରଧାନ ଯୋଗାଣିଆ ୩ଟି ବାଉଁଶିଆରେ ଚାଉଳ ପୂରାଇ କୋଠ ଶୁଅଁାସିଆ ଦେଇଥିବା ଭଦ୍ରାସନ ଉପରେ ୩ଟି ମୁରୁଜ କାଟିବା ପରେ ଉକ୍ତ ଚାଉଳ ବାଉଁଶିଆମାନ ରଖାଯାଇଥିଲା। ଏହା ଉପରେ ଚମେଡି, ଫୁଲ, ଚନ୍ଦନ ଦେଇ ଅଧିବାସ କରାଇଥିଲେ। ତଡାଉ ଦୁଆରମାନ ମୁଦ କରିବା ପରେ ବଡ଼ସିଂହାର ବେଶ ବା ନବାଙ୍କ ବେଶ ହୋଇଥିଲା। ଏହି ବେଶରେ ଖଣ୍ଡେ ଆଜ୍ଞା ମାଳ ଲାଗି ହୋଇଥିଲା। ବେଶ ବଢି ପାଣି ପଡ଼ି ବଡସିଂହାର ଭୋଗ ଆସିବା ପରେ ଦକ୍ଷିଣୀ ଘରୁ ମଦନମୋହନ ଭିତର ସିଂହାସନକୁ ବିଜେ କରିଥିଲେ। ଭିତର ଭୋଗ ସରି ପଣ୍ଡା ଶ୍ରୀଅଙ୍ଗରରୁ ଆଜ୍ଞାମାଳ ଦେବା ପରେ ମହାଜନେ ମଦନମୋହନଙ୍କୁ ବଟମୂଳେ ବିମାନରେ ବିଜେ କରାଇଥିଲେ। ଟେରା ପଡିଥିବା ସମୟରେ ବେଢା ହେଉଥିଲା। ପ୍ରତିଥର ବେଢାକୁ ପ୍ରଧାନୀ କଳାହାଟ ଦ୍ୱାରଠାରେ ଥାଇ କାହାଳିଆକୁ ଡାକଦେଇଥିଲେ। ଠାକୁରଙ୍କୁ ବିମାନ ବଡୁମାନେ ଘଣ୍ଟ, ଛତା, କାହାଳୀ ସହ ବଡ଼ଦେଉଳକୁ ଚାରିବେଢା ବୁଲାଇ ବଟମୂଳେ ବିମାନ ରଖିଥିଲେ। ମହାଜନେ ରୁନ୍ଧା ଫିଟାଇ ହାତରେ ବିଜେ କରାଇ ଆଣି ଜୟବିଜୟ ଦ୍ୱାର ଲଣ୍ଡାବର୍ତ୍ତି ଉପରେ ରହିଥିଲେ। ସେଠାରେ ପ୍ରସାଦ ଲାଗି ଓ ବନ୍ଦାପନା ହୋଇ ଦକ୍ଷିଣୀ ଘରକୁ ବିଜେ କରିଥିଲେ। ଏହାପରେ ଅନ୍ୟାନ୍ୟ ନୀତି ବଢିଥିଲା।

All Right Reserved By

ମେଟ୍ରୋ |

ସବୁଆଡେ ଜଳାର୍ଣ୍ଣବ, ରାସ୍ତା ଉପରେ ଆଣ୍ଠୁଏ ପାଣି

ସବୁଆଡେ ଜଳାର୍ଣ୍ଣବ, ରାସ୍ତା ଉପରେ ଆଣ୍ଠୁଏ ପାଣି

ଚନ୍ଦ୍ରଶେଖରପୁର,୧୬।୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ସୋମବାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। କଲୋନୀଠାରୁ ଆରମ୍ଭ କରି ବସ୍ତିବାସିନ୍ଦାଙ୍କ ଘର ଭିତରେ ପାଣି ପଶିଯାଇଛି। ଫଳରେ ଛୋଟ ଛୋଟ ପିଲାଙ୍କୁ ଧରି ପ୍ରବଳ ବର୍ଷାରେ ବାଧ୍ୟହୋଇ ଲୋକେ ରାସ୍ତା ଉପରେ ଛିଡା ହୋଇଛନ୍ତି।

ଜଣେ ଭକ୍ତଙ୍କ ଅନୁଭୂତି: କାଳିଆର ପ୍ରେମ ନିଆରା

ଜଣେ ଭକ୍ତଙ୍କ ଅନୁଭୂତି: କାଳିଆର ପ୍ରେମ ନିଆରା

ପୁରୀ ଅଫିସ,୧୬।୭ : ଗତ କିଛି ବର୍ଷ ହେବ ମୁଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରଥ ଉପରେ ଦର୍ଶନ କରିବାକୁ ପୁରୀ ଆସୁଛି। ଯେତେ ଅସୁବିଧା ହେଉ ପଛେ ରଥଯାତ୍ରାରେ ମହାପ୍ରଭୁମାନଙ୍କୁ ନ ଦେଖିଲେ ମୋତେ ସାରା ବର୍ଷ ଭଲ ଲାଗେ ନାହିଁ। ଚଳିତବର୍ଷ ଘୋଷଯାତ୍ରାରେ ଆସିପାରିଲି ନାହିଁ। କିନ୍ତୁ ମନ ମାନିଲା ନାହିଁ। ତା’ ପର ଦିନ ସକାଳୁ ସକାଳୁ ପୁରୀରେ ପହଞ୍ଚତ୍ ଯାଇଥିଲି।

ଆହୁରି ୨ଦିନ ବର୍ଷିବ

ଆହୁରି ୨ଦିନ ବର୍ଷିବ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରବିବାର ରାୟଗଡା, କଳାହାଣ୍ଡି ଏବଂ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ରାୟଗଡାର ନାଗାବଳୀ ନଦୀରେ ବର୍ଷାପାଣି ମାଡି ଆସିିବାରୁ ଗାଧୋଉ ଥିବାବେଳେ ଜଣେ ବ୍ୟକ୍ତି ଭାସି ଯାଇଥିବା ଜଣାପଡିଛି।

ଓ୍ବିଫି ଇଣ୍ଟରନେଟର ୯ମ ବର୍ଷ ପୂର୍ତ୍ତି

ଓ୍ବିଫି ଇଣ୍ଟରନେଟର ୯ମ ବର୍ଷ ପୂର୍ତ୍ତି

ଭୁବନେଶ୍ୱର, ୧୬-୭: ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଣ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ଓ୍ବିଫି ଇଣ୍ଟରନେଟ ୯ମ ବର୍ଷ ପୂର୍ତ୍ତି ପାଳନ କରୁଛି। ସ୍ଥାନୀୟ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ସେବା ଆରମ୍ଭ କରିଥିବା କମ୍ପାନୀ ବର୍ତ୍ତମାନ ରାଜ୍ୟର ଅନ୍ୟ ସ୍ଥାନଗୁଡିକୁ ସେବା ସମ୍ପ୍ରସାରଣ ନେଇ ଲକ୍ଷ୍ୟ ରଖିଛି।

ଯୋଗସାଧନା କେନ୍ଦ୍ରର ବାର୍ଷିକ ଉତ୍ସବ : ଯୋଗ ସ୍ବାସ୍ଥ୍ୟ ରକ୍ଷାର ବିଜ୍ଞାନ

ଭୁବନେଶ୍ୱର, ୧୬ା୭ (ବ୍ୟୁରୋ)- ଭାରତୀୟ ଯୋଗ ସଂସ୍ଥାନ ନୂଆଦିଲ୍ଲୀ ପକ୍ଷରୁ ପରିଚାଳିତ ନିଃଶୁଳ୍କ ଯୋଗସାଧନା କେନ୍ଦ୍ରର ତ୍ରୟୋଦଶ ବାର୍ଷିକ ଉତ୍ସବ ଶନିବାର ବିଜୁ ପଟ୍ଟନାୟକ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍‌ ତଥା ଅବସରପ୍ରାପ୍ତ ପ୍ରଫେସର ଉମାଶଙ୍କର ମିଶ୍ର ଯୋଗଦେଇ କହିଲେ, ଯୋଗ ସ୍ବାସ୍ଥ୍ୟ ରକ୍ଷାର ବିଜ୍ଞାନ।

ଘରୁ ୫ଲକ୍ଷ ଟଙ୍କା ଅଳଙ୍କାର ଚୋରି

ଘରୁ ୫ଲକ୍ଷ ଟଙ୍କା ଅଳଙ୍କାର ଚୋରି

ଚନ୍ଦ୍ରଶେଖରପୁର, ୧୬ା୭ (ଡି.ଏନ୍‌.ଏ.)- ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପ୍ରଶାନ୍ତି ବିହାରରେ ବଡ଼ଧରଣର ଚୋରି ହୋଇଛି। ପ୍ଲଟ୍‌ ନଂ. ଏଲ୍‌ପି-୧୬୯ରେ ରହୁଥିବା ଭାରତ ଦାସ ଓ ପରିବାର ସଦସ୍ୟ ଶନିବାର ଅପରାହ୍ନରେ ନିକଟସ୍ଥ କିସ୍‌ ରଥଯାତ୍ରା

ଫାଇନ୍‌ ଆଳରେ ଟଙ୍କା ଆଦାୟ ଅଭିଯୋଗ ଟ୍ରାଫିକ ପୋଲିସର ଦାଦାଗିରି

ଫାଇନ୍‌ ଆଳରେ ଟଙ୍କା ଆଦାୟ ଅଭିଯୋଗ ଟ୍ରାଫିକ ପୋଲିସର ଦାଦାଗିରି

ଭୁବନେଶ୍ୱର,୧୬ା୭(ବ୍ୟୁରୋ)- ସାଧାରଣ ଲୋକଙ୍କ ଉପରେ ଟ୍ରାଫିକ ପୋଲିସର ଜୁଲମ ରୋକିବା ପାଇଁ କମିଶନ୍‌ରେଟ ପୋଲିସ ପକ୍ଷରୁ ବଡି କ୍ୟାମେରାର ବ୍ୟବସ୍ଥା ହେଲା। ହେଲେ ଫାଇନ୍‌ କାଟୁଥିବା ଟ୍ରାଫିକ ପୋଲିସ ଏହାକୁ ଏବେ ବ୍ୟବହାର ନ କରି ନାନା ବାହାନାରେ ଟଙ୍କା ଆଦାୟରେ ବ୍ୟସ୍ତ ରହୁଛନ୍ତି।

ସ୍ପଷ୍ଟ କଲେ ରଘୁନାଥ ଦ୍ୱିତୀୟ କୋଣାର୍କ ନୁହେଁ, ଆଦିତ୍ୟ ନାରାୟଣ ମନ୍ଦିର

ଭୁବନେଶ୍ୱର,୧୬।୭(ବ୍ୟୁରୋ)- ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ରାଜ୍ୟ ସଭାକୁ ନିର୍ବାଚିତ ହେବା ପରେ ପୁଣିଥରେ ଦ୍ୱିତୀୟ କୋଣାର୍କ ନିର୍ମାଣକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି।

ନନ୍ଦିଘୋଷ ରଥକୁ ଚଢ଼ିଲେ ଶ୍ରଦ୍ଧାଳୁ

ନନ୍ଦିଘୋଷ ରଥକୁ ଚଢ଼ିଲେ ଶ୍ରଦ୍ଧାଳୁ

ପୁରୀ ଅଫିସ, ୧୬ା୭: ଶରଧାବାଲିରେ ଲାଗିଛି ତିନିରଥ। ରଥ ତଳେ ରହି ରଥାରୂଢ ଠାକୁରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ରବିବାର ପୂର୍ବାହ୍ନରେ ସେବାୟତ ବେଶରେ ଜଣେ ଅଣସେବାୟତ ନନ୍ଦିଘୋଷ ରଥକୁ ଚଢ଼ିଥିଲେ। ରଥର ଘୋଡ଼ା ପର୍ଯ୍ୟନ୍ତ ଚଢ଼ିଥିବା ବେଳେ ଏହା ଜାଣିପାରି ଜେଟିପିମାନେ ତାଙ୍କୁ ଓହ୍ଲାଇ ଦେଇଥିଲେ।

 କାର୍ଯ୍ୟକାରୀ ହୋଇପାରୁନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ , ଦାନଦକ୍ଷିଣା ଆଦାୟ ରୋକିବାରୁ ଉତ୍ତେଜନା

କାର୍ଯ୍ୟକାରୀ ହୋଇପାରୁନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ , ଦାନଦକ୍ଷିଣା ଆଦାୟ ରୋକିବାରୁ ଉତ୍ତେଜନା

ପୁରୀ ଅଫିସ, ୧୬ା୭: ମହାପ୍ରଭୁଙ୍କ ଜଗନ୍ନାଥଙ୍କ ନାମରେ କୌଣସି ସେବକ ସିଧାସଳଖ ଦାନଦକ୍ଷିଣା ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଦାନଦକ୍ଷିଣା ଯେଭଳି ସେବକ ଆଦାୟ ନ କରନ୍ତି ତାହାକୁ ନିଶ୍ଚିତ କରାଇବାକୁ ଶ୍ରୀମନ୍ଦିର ପ୍ରଶାସନକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଗର୍ଭଗୃହ ଯାଞ୍ଚ

ପୁରୀ ଅଫିସ, ୧୬ା୭: ନାଟମଣ୍ଡପର ଗରୁଡ଼ ସ୍ତମ୍ବ ଉପର ଭାଗ ବିମ୍‌ ଦୁର୍ବଳ ଅବସ୍ଥାରେ ରହିଛି। ଜଗମୋହନ-ନାଟମଣ୍ଡପର ସଂଯୋଗସ୍ଥଳ ସଙ୍ଗିନ୍‌ ସ୍ଥିତିରେ ରହିଛି। ନାଟମଣ୍ଡପ-ଭୋଗମଣ୍ଡପ ସଂଯୋଗ ସ୍ଥଳରୁ ପାଣି ଗଳୁଛି। ସୋମବାର ସବୁ ବର୍ଷ ଭଳି ଗର୍ଭଗୃହ ଯାଞ୍ଚ ହେବ।

ଶରଧାବାଲିରେ ତିନି ରଥ , ଆଜି ଆଡ଼ପ ମଣ୍ଡପ ବିଜେ

ଶରଧାବାଲିରେ ତିନି ରଥ , ଆଜି ଆଡ଼ପ ମଣ୍ଡପ ବିଜେ

ପୁରୀ ଅଫିସ, ୧୬ା୭: ଘୋଷଯାତ୍ରାରେ ବାହାରି ବଡ଼ଦାଣ୍ଡରେ ଅଟକି ଥିବା କାଳିଆ ଠାକୁର ରବିବାର ସକାଳେ ବର୍ଷାରେ ଭିଜି ଭିଜି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚତ୍ଛନ୍ତି। ଏବେ ଶରଧାବାଲିରେ ରହିଛି ତିନିରଥ। ରଥାରୂଢ ଠାକୁରଙ୍କୁ ତଳେ ରହି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

Model This Week

ରୂପେଶ