ମେଟ୍ରୋ |

ବଡ଼ ଓଡ଼ିଆ ମଠ ଦେଲା ଚଉସରା ମାଳ

ବଡ଼ ଓଡ଼ିଆ ମଠ ଦେଲା ଚଉସରା ମାଳ

ପୁରୀ ଅଫିସ,୧୩।୧: ନବାଙ୍କରେ ଠାକୁରଙ୍କ ଫୁଲ ମେଲାଣ ହୁଏ। ମହଲକ୍ଷ୍ମୀଙ୍କ ଘରୁ ଆସିଥିବା କୁସୁମ ତଥା ଗେଣ୍ଡୁ ଫୁଲ ଲାଗି ହୋଇଥାଏ। ମହାଲକ୍ଷ୍ମୀଙ୍କ ପକ୍ଷରୁ ପରମ୍ପରା ଅନୁଯାୟୀ, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସମୟରୁ ବଡ଼ ଓଡ଼ିଆ ମଠ ଫୁଲର ଚଉସରା ମାଳ ଯୋଗାଇ ଆସୁଛି। ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ବାମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶନିବାର ଗେଣ୍ଡୁ ଫୁଲ ଏବଂ ତୁଳସୀରେ ଚଉସରା ମାଳ ପ୍ରସ୍ତୁୁତ କରାଯାଇଥିଲା। ଜଗନ୍ନାଥଙ୍କ ଲାଗି ୧୬ ହାତ ଲମ୍ବ, ବଳଭଦ୍ରଙ୍କ ଲାଗି ୧୪ ହାତ ଏବଂ ସୁଭଦ୍ରାଙ୍କ ଲାଗି ୧୨ହାତ ଲମ୍ବର ଚଉସରା ମାଳ ପ୍ରସ୍ତୁତ କରାଯାଇଥିଲା। ଅପରାହ୍ନରେ ମଠରୁ ଫୁଲ ଚାଙ୍ଗୁଡିକୁ ପଟୁଆରରେ ଶ୍ରୀମନ୍ଦିରକୁ ନିଆଯାଇଥିଲା। ବଡ଼ସିଂହାର ବେଶରେ ଠାକୁରଙ୍କୁ ଏହି ଚଉସରା ମାଳ ଲାଗି କରାଯାଇଥାଏ।

All Right Reserved By

ମେଟ୍ରୋ |

ସିଂହଦ୍ୱାରରେ ତାଳଧ୍ୱଜ: ଗହଳ ଲଗାଇ ଆସୁଛନ୍ତି ଜଗନ୍ନାଥ

ସିଂହଦ୍ୱାରରେ ତାଳଧ୍ୱଜ: ଗହଳ ଲଗାଇ ଆସୁଛନ୍ତି ଜଗନ୍ନାଥ

ପୁରୀ ଅଫିସ,୨୨।୭: ସିଂହଦ୍ୱାରରେ ପହଞ୍ଚିଛି ବଡ଼ଠାକୁର ବଳଭଦ୍ରଙ୍କ ରଥ। ମାଉସୀ ମା’ ମନ୍ଦିରଠାରେ ପୋଡ଼ପିଠା ଖାଇ ଯାତ୍ରା ଆରମ୍ଭ କରିବା ପରେ ଅପରାହ୍ନ ୩.୩୦ରେ ତାଳଧ୍ୱଜ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି।

୪ ଫୁଟ ଲମ୍ବ ସୁଡ଼ଙ୍ଗ କରି ଜୁଏଲାରୀ ଦୋକାନରୁ ଚୋରି

୪ ଫୁଟ ଲମ୍ବ ସୁଡ଼ଙ୍ଗ କରି ଜୁଏଲାରୀ ଦୋକାନରୁ ଚୋରି

ଜଟଣୀ,୨୨।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ ରାଜବଜାର ଅଞ୍ଚଳରେ ଥିବା ଗୋଲ୍ଡ ପ୍ଲାଜା ନାମକ ଜୁଏଲାରି ଦୋକାନରୁ ଶନିବାର ବିଳମ୍ବିତ ରାତିରେ ବଡ ଧରଣର ଚୋରୀ ହୋଇଛି। ନିକଟରେ ଥିବା ଡ୍ରେନ୍‌ ଭିତରୁ ଜୁଏଲାରୀ ଦୋକାନ ପର୍ଯ୍ୟନ୍ତ ୪ ଫୁଟ ଲମ୍ବର ସୁଡଙ୍ଗ କରି ଦୁର୍ବୃତ୍ତମାନେ ଏହି ଚୋରି କରିଥିବା ଜଣାପଡ଼ିଛି।

ଦବିଥିବା ଲୁଣାବନ୍ଧ ମରାମତି ଆରମ୍ଭ

ଦବିଥିବା ଲୁଣାବନ୍ଧ ମରାମତି ଆରମ୍ଭ

କାକଟପୁର,୨୨।୭(ଡି.ଏନ୍‌.ଏ.): ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିବାରୁ ବେଳଙ୍ଗ-କେଉଟଜଙ୍ଗା ଲୁଣାବନ୍ଧର ବିଭିନ୍ନ ସ୍ଥାନ ଦବିଯାଇଥିଲା। ଫଳରେ ନଦୀ ତଟବର୍ତ୍ତୀ ଗ୍ରାମର ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଥିଲେ।

ଜଳବନ୍ଦି ଗ୍ରାମ ପରିଦର୍ଶନ କଲେ କାକଟପୁର ବିଧାୟକ

ଜଳବନ୍ଦି ଗ୍ରାମ ପରିଦର୍ଶନ କଲେ କାକଟପୁର ବିଧାୟକ

କାକଟପୁର,୨୨।୭(ଡି.ଏନ୍‌.ଏ.): ଲଘୁଚାପ ପ୍ରଭାବରେ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଏହାର ଅନେକ ଅଞ୍ଚଳ ଜଳବନ୍ଦି ହୋଇ ରହିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରବିବାର କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ବ୍ଲକ ଅଧ୍ୟକ୍ଷା ମନୋରମା ସ୍ବାଇଁ, କାକଟପୁର ବିଡିଓ ସୁଧିର କୁମାର ନାୟକ ପ୍ରମୁଖ ଜଳବନ୍ଦି ହୋଇଥିବା ବିଭିନ୍ନ ଗାଁ ପରିଦର୍ଶନ କରିଥିଲେ।

ବଡ଼ଦାଣ୍ଡରେ ଗଡୁଛି ତିନି ରଥ

ବଡ଼ଦାଣ୍ଡରେ ଗଡୁଛି ତିନି ରଥ

ପୁରୀ ଅଫିସ,୨୨।୭: ନିର୍ଦ୍ଧାରିତ ସମୟର ୨ ଘଣ୍ଟା ପୂର୍ବରୁ ମହାପ୍ରଭୁଙ୍କ ଆରମ୍ଭ ହୋଇଛି ରଥଟଣା। ବିଗତ ବର୍ଷମାନଙ୍କ ତୁଳନାରେ ଚଳିତ ବର୍ଷ ସଅଳ ରଥଟଣା ହୋଇଛି। ଛେରାପହଁରା ନୀତି ବଢ଼ିବା ପରେ ରଥରୁ ଚାରମାଳ ଫିଟାଯାଇ ଘୋଡାଗୁଡ଼ିଙ୍କୁ ଲଗାଯାଇଥିଲା।

ଜଳିଗଲା ଟ୍ରାନ୍ସପୋର୍ଟ କମ୍ପାନୀ ଗୋଦାମ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଜଳିଗଲା ଟ୍ରାନ୍ସପୋର୍ଟ କମ୍ପାନୀ ଗୋଦାମ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କଟକ ରୋଡ,୨୨।୭(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଓଭରବ୍ରିଜ ନିକଟରେ ଥିବା ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀରେ ରବିବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।

ଭାଙ୍ଗିଲା ସ୍କୁଲ ପାଚେରୀ

ଭାଙ୍ଗିଲା ସ୍କୁଲ ପାଚେରୀ

ନିରାକାରପୁର,୨୨।୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲା ଟାଙ୍ଗି ବ୍ଲକ ସରକାରୀ ପଞ୍ଚାୟତ ସରପାରୀ ଗ୍ରାମରେ ଥିବା ଏକ ସ୍କୁଲର ପାଚେରୀ ଭାଙ୍ଗିଛି।

ଜଳବନ୍ଦିରେ ଲେଣ୍ଡୋ ପଞ୍ଚାୟତ: ଭାଙ୍ଗିଲା ଘର, ବାତ୍ୟା ଆଶ୍ରୟସ୍ଥଳରେ ଦିନ କାଟୁଛନ୍ତି ଗ୍ରାମବାସୀ

ଜଳବନ୍ଦିରେ ଲେଣ୍ଡୋ ପଞ୍ଚାୟତ: ଭାଙ୍ଗିଲା ଘର, ବାତ୍ୟା ଆଶ୍ରୟସ୍ଥଳରେ ଦିନ କାଟୁଛନ୍ତି ଗ୍ରାମବାସୀ

ନିରାକାରପୁର,୨୨।୭(ଡି.ଏନ୍‌.ଏ.): ଶୁକ୍ରବାରଠାରୁ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା। ଏଥିଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଖୋର୍ଦ୍ଧା ଜିଳା ଟାଙ୍ଗି ବ୍ଲକ ଲେଣ୍ଡୋ ପଞ୍ଚାୟତର ପ୍ରାୟ ସମସ୍ତ ଗାଁ ପାଣି ଘେରରେ ରହିଛି।

ଶେଷ ହେଲା ଛେରାପହଁରା: ଗଡ଼ିଲା ତାଳଧ୍ୱଜ

ଶେଷ ହେଲା ଛେରାପହଁରା: ଗଡ଼ିଲା ତାଳଧ୍ୱଜ

ପୁରୀ ଅଫିସ,୨୨।୭: ଶେଷ ହେଲା ଛେରାପହଁରା। ବଡ଼ଠାକୁର ବଳଭଦ୍ର, କାଳିଆ ଠାକୁରଙ୍କ ପରେ ଭଉଣୀ ସୁଭଦ୍ରାଙ୍କ ରଥରେ ଛେରାପହଁରା ଶେଷ କରିଛନ୍ତି ଗଜପତି ମହାରାଜ। ରବିବାର ଅପରାହ୍ନ ୧.୧୨ରେ ସୁଭଦ୍ରାଙ୍କ ରଥରେ ଛେରାପହଁରା ଶେଷ ହେବା ପରେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ଅପରାହ୍ନ ୪ଟାରେ ରଥଟଣା ହେବା ନିର୍ଦ୍ଧାରିତ ହୋଇଥିବା ବେଳେ ସମୟ ପୂର୍ବରୁ ଅର୍ଥାତ ୧.୨୨ରେ ରଥଟଣା ଆରମ୍ଭ ହୋଇଛି।

ସରିଲା ବାହୁଡ଼ା ପହଣ୍ଡି: ବଡ଼ ଠାକୁରଙ୍କ ରଥରୁ ଛେରାପହଁରା ଆରମ୍ଭ

ସରିଲା ବାହୁଡ଼ା ପହଣ୍ଡି: ବଡ଼ ଠାକୁରଙ୍କ ରଥରୁ ଛେରାପହଁରା ଆରମ୍ଭ

ପୁରୀ ଅଫିସ,୨୨।୭: ଶେଷ ହୋଇଛି ଚତୁର୍ଦ୍ଧା ବିଗ୍ରହଙ୍କ ଆଡ଼ପ ମଣ୍ଡପ ଲୀଳା। ଜନ୍ମବେଦିରେ ୬ ଦିନର ରହଣୀ ପରେ ରବିବାର ଭଉଣୀଭାଇଙ୍କୁ ସାଙ୍ଗରେ ଧରି ବାହୁଡ଼ୁଛନ୍ତି କାଳିଆ ସାଆନ୍ତ। ପୂର୍ବାହ୍ନ ୧୧.୨୦ରେ ଶ୍ରୀଜଗନ୍ନାଥ ନନ୍ଦିଘୋଷକୁ ବିଜେ କରିବା ପରେ ୧୧.୩୦ରେ ବାହୁଡ଼ା ପହଣ୍ଡି ଶେଷ ହୋଇଛି। ଏହାପରେ ଗଜପତି ମହାରାଜ ୧୨.୨୫ରେ ବଡ଼ ଠାକୁରଙ୍କ ରଥରୁ ଛେରାପହଁରା ନୀତି ଆରମ୍ଭ କରିଛନ୍ତି। ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରଥରେ ଛେରାପହଁରା କାର୍ଯ୍ୟ କରାଯିବ।

ଶେଷହେଲା ପହଣ୍ଡି: ନନ୍ଦିଘୋଷକୁ ବିଜେକଲେ କଳାଠାକୁର

ଶେଷହେଲା ପହଣ୍ଡି: ନନ୍ଦିଘୋଷକୁ ବିଜେକଲେ କଳାଠାକୁର

ପୁରୀ ଅଫିସ,୨୨।୭: ଧାଡ଼ି ପହଣ୍ଡିରେ ଆସି ସୁଦର୍ଶନଙ୍କ ସମେତ ତିନି ଠାକୁର ରଥାରୂଢ଼ ହୋଇଛନ୍ତି। ପୂର୍ବାହ୍ନ ୧୧ଟା୨୦ରେ ଶ୍ରୀଜଗନ୍ନାଥ ନନ୍ଦିଘୋଷକୁ ବିଜେ କରିଛନ୍ତି। ଏଥିସହ ପହଣ୍ଡି ୧୧ଟା ୨୦ ସୁଦ୍ଧା ଶେଷ ହୋଇଛି।

ଗୁଜୁରାଟରେ ଶ୍ରମିକ ନିର୍ଯାତନା ଘଟଣା: ମୁଖ୍ୟମନ୍ତ୍ରୀ, ଏଲ୍‌ସିଙ୍କ ନିକଟରେ ଅଭିଯୋଗ

ପୁରୀ ଅଫିସ,୨୨।୭: ତାମିଲନାଡୁ ପରେ ଗୁଜୁରାଟରେ ପୁରୀ ଜିଲାର କେତେଜଣ ଶ୍ରମିକ ନିର୍ଯାତନା ଶିକାର ହୋଇଥିବା ଜଣାପଡ଼ିଛି। କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଦୁଇ ମାସ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ