
ପୁରୀ ଅଫିସ,୧୩।୧: ଏକମାସ ବାପଘରେ କଟାଇ ଶ୍ରୀମନ୍ଦିରକୁ ଫେରିଛନ୍ତି ଲକ୍ଷ୍ମୀ ଠାକୁରାଣୀ। ରବିବାର ମକର ସଂକ୍ରାନ୍ତି। ଶନିବାର ବଡ଼ଦେଉଳରେ ପହଞ୍ଚତ୍ଛି ମକରତାଡ଼। ମହାପ୍ରଭୁଙ୍କ ପାଖରେ ପବିତ୍ର ମକର ସଂକ୍ରାନ୍ତିରେ ମକର ଚାଉଳ ଓ ମକର ଚଉରାଶି ଭୋଗ ଲାଗି ହେବ। ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ବଢିଲା ପରେ କୁମ୍ଭାର ବିଶୋୟୀ ସେବକମାନେ ବାଘମୁହଁ। ବାନ୍ଧି ମା’ ଆଲାମଚଣ୍ଡୀ ଠାକୁରାଣୀଙ୍କ ପୀଠରୁ ଘଣ୍ଟ, କାହାଳୀ ସହିତ ମକର ତାଡ଼ ଶ୍ରୀମନ୍ଦିରକୁ ବିଜେ କରାଇଥିଲେ। ମକର ତାଡ଼ ଶ୍ରୀମନ୍ଦିର ଭିତର ବେଢାରେ ଗୋଟିଏ ଥର ବୁଲାଇ ଅଚିନ୍ତା ପହଣ୍ଡି ରୋଷ ବେହେରଣଠାରେ ରଖାଯାଇଥିଲା।