Dharitri News
ମେଟ୍ରୋ |

ଗଙ୍ଗା ସାଗର ଯାତ୍ରୀଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳ

ଗଙ୍ଗା ସାଗର ଯାତ୍ରୀଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳ ପୁରୀ ଅଫିସ,୧୩।୧: ପୁରୀ ଲଜିଂ ହାଉସ୍‌ ଫଣ୍ଡ ପକ୍ଷରୁ ଗଙ୍ଗାସାଗର ଯାତ୍ରୀଙ୍କ ପାଇଁ ବଗଲା ଧର୍ମଶାଳା ପରିସରରେ ଅସ୍ଥାୟୀ ଆଶ୍ରୟସ୍ଥଳ ଖୋଲାଯାଇଛି। ୧୪ ତାରିଖଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଏହା ଖୋଲା ରହିବ। ଯାତ୍ରୀମାନେ ମାଗଣାରେ ଏଠାରେ ରହିପାରିବେ। ଚଳିତବର୍ଷ ଅତ୍ୟଧିକ ଶୀତ ପଡୁଥିବାରୁ ଲଜିଂ ହାଉସ୍‌ ଫଣ୍ଡ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ଲଜିଂ ହାଉସ ଫଣ୍ଡ ସଭାପତି ସବ୍ୟସାଚୀ ମହାପାତ୍ର ଜଣାଇଛନ୍ତି। ସୂଚନାଯୋଗ୍ୟ, ଗଙ୍ଗାସାଗରରେ ବୁଡ଼ ପକାଇବା ପରେ ଲକ୍ଷାଧିକ ଯାତ୍ରୀ ପୁରୀକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୦ ହଜାରରୁ ଊର୍ଦ୍ଧ୍ୱ ଯାତ୍ରୀ ପୁରୀରେ ପହଞ୍ଚତ୍ଲେଣି।

ମେଟ୍ରୋ |

ଜଳୁଛି କୁନ୍ଦୁଲି ନିଆଁ: ପୋଲିସ ସହ ଧସ୍ତାଧସ୍ତି

କଟକ ଅଫିସ, ୨୪।୧: କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ସୃଷ୍ଟି ହୋଇଥିବା ଝଡ଼ ଘନୀଭୂତ ହେବାରେ ଲାଗିଛି। ପୋଲିସ ମୁଖ୍ୟାଳୟ ସମ୍ମୁଖରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।

ପୁରୀରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ

ପୁରୀରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ

ପୁରୀ ଅଫିସ, ୨୪।୧: କୋରାପୁଟ କୁନ୍ଦୁଲି ପୀଡ଼ିତା ନ୍ୟାୟ ନ ପାଇ ଆତ୍ମହତ୍ୟା କରିଥିବା ଅଭିଯୋଗରେ ବୁଧବାର କଂଗ୍ରେସ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଏବଂ ଭାଜପା ହରତାଳ ଡାକରା ଦେଇଛି। ଏହାର ଆଂଶିକ ପ୍ରଭାବ ପୁରୀରେ ପଡ଼ିଛି। ସହରରେ ଦୋକାନ ବଜାର କାଁଭାଁ ବନ୍ଦ ରହିଛି।

ନେତାଜୀ ଆଦର୍ଶ ହୋଇ ରହିଛନ୍ତି, ରହିବେ

ନେତାଜୀ ଆଦର୍ଶ ହୋଇ ରହିଛନ୍ତି, ରହିବେ

ପୁରୀ ଅଫିସ, ୨୩।୧: ପୁରୀ ଜିଲା ମାଖନଲାଲ ହାଲ୍‌ଦାର ସ୍ମୃତି ସମିତି ପକ୍ଷରୁ ଭିଆଇପି ରୋଡ ନେତାଜୀ ଛକଠାରେ ମଙ୍ଗଳବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲାପାଳ ବିଭୂତି ଭୂଷଣ ଦାଶ ଯୋଗଦେଇ ନେତାଜୀଙ୍କ ଆଦର୍ଶ ଓ ନୀତିକୁ ମନେରଖିବାକୁ ଛାତ୍ରୀଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ।

ପୁରୀ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ପୁରୀ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ସାକ୍ଷୀଗୋପାଳ,୨୩।୧(ଡି.ଏନ୍‌.ଏ.): ପୁରୀ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ମଙ୍ଗଳବାର ସାକ୍ଷୀଗୋପାଳ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗଦେଇ ଜଳସମ୍ପଦର ସୁବିନିଯୋଗ ପାଇଁ ଉପସ୍ଥିତ କୃଷକ ଓ ପାଣି ପଞ୍ଚାୟତ କର୍ମକର୍ତ୍ତାମାନଙ୍କୁ ଆହ୍ବାନ ଦେଇଥିଲେ।

ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

ଚୌଦ୍ୱାର,୨୩।୧(ଡି.ଏନ୍‌.ଏ.): କଟକ ଚୌଦ୍ୱାର ଥାନା ଅନ୍ତର୍ଗତ କୁସ୍‌ପାଙ୍ଗୀ ନିକଟରେ ମଙ୍ଗଳବାର ଏକ ଟ୍ରକ୍‌ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟଛି। ମୃତ ଶିକ୍ଷକ ହେଲେ ଜମ୍ବେଶ୍ୱର ଦାସ।

ନେତାଜୀ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ

ନେତାଜୀ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ

କଟକ ଅଫିସ,୨୩।୧: ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ଆୟୋଜିତ ନେତାଜୀ ଜୟନ୍ତୀ ସମାରୋହରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିବାସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।

ନେତାଜୀ ମ୍ୟୁଜିୟମ ସମ୍ମୁଖରେ ବିକ୍ଷୋଭ

ନେତାଜୀ ମ୍ୟୁଜିୟମ ସମ୍ମୁଖରେ ବିକ୍ଷୋଭ

ପୁରୀ ଅଫିସ,୨୩।୧: ନେତାଜୀ ସୁଭାଷ ବୋଷ ମ୍ୟୁଜିୟମ ଖୋଲିବା ଦାବି ନେଇ ସ୍ଥାନୀୟ ଗୋପାଳବଲ୍ଲଭ ରେଡ୍‌ସ୍ଥିତ ନେତାଜୀ ସ୍ମୃତି ମ୍ୟୁଜିୟମ ସମ୍ମୁଖରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନେତାଜୀ ଜୟନ୍ତୀ କମିଟି ପକ୍ଷରୁ ମ୍ୟୁଜିୟମ ଫାଟକ ସମ୍ମୁଖରେ ଏହି ବିକ୍ଷୋଭ କରାଯିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।

ହୋଟେଲ ଅନନ୍ୟାରେ ଅଗ୍ନିକାଣ୍ଡ

ହୋଟେଲ ଅନନ୍ୟାରେ ଅଗ୍ନିକାଣ୍ଡ

ପୁରୀ ଅଫିସ,୨୩।୧: ସ୍ଥାନୀୟ ଭିଆଇପି ରୋଡସ୍ଥିତ ହୋଟେଲ ପ୍ରାଇଡ଼୍‌ ଅନନ୍ୟାରେ ମଙ୍ଗଳବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ହୋଟେଲର ଚତୁର୍ଥ ମହଲାରେ ଥିବା ପ୍ୟାଣ୍ଟ୍ରି ଷ୍ଟୋରରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଏହି ଅଘଟଣ ଘଟିଛି।

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ପୁରୀ ଅଫିସ, ୨୨।୧: ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କ ଚାଚେରି ବେଶ ଓ ଭୋଗ ପରେ ଶ୍ରୀଦେବୀ, ଭୂଦେବୀ ଏବଂ ଦୋଳଗୋବିନ୍ଦ ଆଜ୍ଞାମାଳ ପାଇ ବେଣ୍ଟ(ଶିକାର) ନୀତି ନିମନ୍ତେ ବିମାନରେ ବିଜେ ହୋଇଥିଲେ।

ଛତିଶା ନିଯୋଗ ବୈଠକ: ଚନ୍ଦ୍ରଗ୍ରହଣ ନୀତି ଚୂଡ଼ାନ୍ତ

ଛତିଶା ନିଯୋଗ ବୈଠକ: ଚନ୍ଦ୍ରଗ୍ରହଣ ନୀତି ଚୂଡ଼ାନ୍ତ

ପୁରୀ ଅଫିସ, ୨୨।୧: ଆସନ୍ତା ୩୧ ତାରିଖରେ ମାଘ ପୂର୍ଣ୍ଣିମା। ଏହିଦିନ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ ସାଙ୍ଗକୁ ରାହୁ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ମଧ୍ୟ ପଡୁଛି। ତେଣୁ ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହିଦିନର ନୀତି ନିର୍ଘଣ୍ଟ କରାଯାଇଛି।

ପଲିଥିନଜନିତ ପ୍ରଦୂଷଣକୁ ନେଇ ଏନ୍‌ଜିଟିଙ୍କ ଅସନ୍ତୋଷ

ପଲିଥିନଜନିତ ପ୍ରଦୂଷଣକୁ ନେଇ ଏନ୍‌ଜିଟିଙ୍କ ଅସନ୍ତୋଷ

ପୁରୀ ଅଫିସ, ୨୨।୧: ପୁରୀ ସହରରେ ପଲିଥିନ ଏବଂ ପ୍ରଦୂଷଣକୁ ନେଇ ଅସନ୍ତୋଷ ବ୍ୟକ୍ତି କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)। ପଲିଥିନ ବ୍ୟବହାର ରୋକିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେବାକୁ ପୁରୀ ପୌରସଂସ୍ଥାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୧(ବ୍ୟୁରୋ)- ପୁନେର ଏମ୍‌ଆଇଟି-ଡବ୍ଲ୍ୟୁପିୟୁ କ୍ୟାମ୍ପସ୍‌ରେ ୮ମ ଭାରତୀୟ ଛାତ୍ର ସଂସଦ ଅବସରରେ ରବିବାର ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି।