ବାଣିଜ୍ୟ |

ଓଡିଶାରେ ମାନ୍ୟବର ମୋହେର ପ୍ରଥମ ଶୋ’ରୁମ୍‌

ଓଡିଶାରେ ମାନ୍ୟବର ମୋହେର ପ୍ରଥମ ଶୋ’ରୁମ୍‌

ଭୁବନେଶ୍ୱର, ୧୩-୧(ବ୍ୟୁରୋ)
‘ମାନ୍ୟବର ମୋହେ’। ବିବାହ ପୋଷାକ କ୍ଷେତ୍ରରେ ଦେଶର ଏକ ପ୍ରମୁଖ ବ୍ରାଣ୍ଡ୍‌ ଭାବେ ପରିଚିତ। ଶନିବାର ଭୁବନେଶ୍ୱର ଜନପଥ ନିକଟରେ ଏହାର ପ୍ରଥମ ଏକ୍ସକ୍ଲୁସିଭ୍‌ ଶୋ’ରୁମ୍‌ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇଛି। ଖ୍ୟାତନାମା ବଲିଉଡ୍‌ ଅଭିନେତ୍ରୀ କରିସ୍ମା କପୁର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଓଡିଶାକୁ ଦ୍ୱିତୀୟ ଥର ପାଇଁ ଆସି ଏଭଳି ଏକ ଶୋ’ରୁମ୍‌ ଉଦ୍‌ଘାଟନ କରିବାରେ ମୁଁ ବେଶ୍‌ ଉତ୍ସାହିତ।
ମାନ୍ୟବର ମୋହେ ଓଡିଶାର ଗ୍ରାହକଙ୍କୁ ନିଶ୍ଚିତ ପସନ୍ଦ ଆସିବ। ‘ମାନ୍ୟବର’ ପୁରୁଷ ପରିଧାନ ବ୍ରାଣ୍ଡ୍‌ ହୋଇଥିବା ବେଳେ ‘ମୋହେ’ ନାରୀ ପରିଧାନ ବ୍ରାଣ୍ଡ୍‌। ଏଠାରେ ଉଭୟଙ୍କ ପାଇଁ ଆପାଦମସ୍ତକ ବିବାହ ପରିଧାନ ସୁଲଭ ମୂଲ୍ୟରେ ଉପଲବ୍ଧ ବୋଲି ମାନ୍ୟବରର ଜେନେରାଲ୍‌ ମ୍ୟାନେଜର ବିନୋଦ ପାରେଖ ପ୍ରକାଶ କରିଛନ୍ତି। ସେହିପରି ଏହି ଶୋ’ରୁମ୍‌ର ଫ୍ରାଞ୍ଚାଇଜି ଓନର ଯୁଗଲ ଅଗ୍ରଓ୍ବାଲ୍‌ କହିଛନ୍ତି, ବିବାହରେ ନବଦମ୍ପତିଙ୍କୁ ଏହା ନିଶ୍ଚିତ ନିଆରା ଅନୁଭୂତି ପ୍ରଦାନ କରିବ। ଓଡିଶାରେ ଏହା ପ୍ରଥମ ଶୋ’ରୁମ୍‌ ହୋଇଥିବା ବେଳେ ପୂର୍ବାଞ୍ଚଳ ବଜାରକୁ ଏହି ଶୋ’ରୁମ୍‌ ଯଥେଷ୍ଟ ଅବଦାନ ରଖିବ। ମୋହେ ୨୦୧୬ରେ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଏହାର ପାଖାପାଖି ୫୦ଟି ଶୋ’ରୁମ୍‌ ରହିଛି। ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ୱରେ ୧୦୦ରୁ ଊର୍ଦ୍ଧ୍ୱ ଶୋ’ରୁମ୍‌ ଖୋଲିବା ଲକ୍ଷ୍ୟ ରହିଛି। ସେହିପରି ଭାରତ ତଥା ଭାରତ ବାହାରେ ମାନ୍ୟବରର ମୋଟ ୪୫୦ରୁ ଊର୍ଦ୍ଧ୍ୱ ଶୋ’ରୁମ୍‌ ରହିଛି ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ। ମୋହେର ମୂଳ କମ୍ପାନୀ ବେଦାନ୍ତ ଫ୍ୟାଶନ୍ସର ନିର୍ଦ୍ଦେଶିକା ଶିଳ୍ପୀ ମୋଦି କହିଛନ୍ତି, ମାନ୍ୟବର ମୋହେ ଲୋକମାନଙ୍କ ପାଖରେ କେତେ ମାତ୍ରାରେ ଆଦୃତ ହୋଇଛି ଶୋ’ରୁମ୍‌ ସଂଖ୍ୟା ହିଁ ତାହାର ପ୍ରମାଣ। ଏଠାରେ ପୁରୁଷଙ୍କ ପାଇଁ ୧ହଜାର ଟଙ୍କାରୁ ଆରମ୍ଭ ହୋଇ ୫୦ ହଜାର ଟଙ୍କା ମଧ୍ୟରେ ପୋଷାକ ଥିବା ବେଳେ ନାରୀଙ୍କ ପାଇଁ ୫ ହଜାରରୁ ଆରମ୍ଭ କରି ୧ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟର ପୋଷାକ ରହିଛି ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ। ଏହି ଅବସରରେ ଶୋ’ରୁମ୍‌ରେ ଫ୍ରାଞ୍ଚାଇଜି ପାର୍ଟନର ପ୍ରଦୀପ ପନ୍‌ସାରୀ ମଧ୍ୟ ଉପସ୍ଥିତ ଥିଲେ।

All Right Reserved By

Model This Week

ନିକିତା

ବାଣିଜ୍ୟ |

ନରେନ୍ଦ୍ର ମୋଦି ମହିଳାଙ୍କ ସୁରକ୍ଷାକୁ ଧ୍ୟାନ ଦିଅନ୍ତୁ: ଆଇଏମ୍‌ଏଫ୍‌ ମୁଖ୍ୟ

ନରେନ୍ଦ୍ର ମୋଦି ମହିଳାଙ୍କ ସୁରକ୍ଷାକୁ ଧ୍ୟାନ ଦିଅନ୍ତୁ: ଆଇଏମ୍‌ଏଫ୍‌ ମୁଖ୍ୟ

ନୂଆଦିଲ୍ଲୀ, ୨୦-୪:ନିଜ ଦେଶର ମହିଳାମାନଙ୍କ ସୁରକ୍ଷା ପାଇଁ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଥେଷ୍ଟ ଧ୍ୟାନ ଦେବା ଉଚିତ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ମୁଖ୍ୟ ଖ୍ରିଷ୍ଟିଆନେ ଲାଗାର୍ଡ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ନିକଟରେ ଜମ୍ମୁ କଶ୍ମୀରର କଠୁଆ ଏବଂ ଉତ୍ତରପ୍ରଦେଶର ଉନ୍ନାଓଠାରେ ଘଟିଯାଇଥିବା ଲୋମହର୍ଷଣକାରୀ ବଳାତ୍କାର ଘଟଣାରେ ଦୁଃଖ ପ୍ରକାଶ କରି ଲାଗାର୍ଡ ଏହା କହିଛନ୍ତି। ସେ କହିଛନ୍ତି, ଭାରତରେ ଯାହା ଘଟିଯାଇଛି ତାହା ଘୃଣ୍ୟ। ଭାରତ ସରକାର ଏବଂ ଖୋଦ ପ୍ରଧାନମନ୍ତ୍ରୀ ମୋଦି ମହିଳାଙ୍କ ସୁରକ୍ଷା ପାଇଁ ଧ୍ୟାନ ଦେବେ ବୋଲି ମୁଁ ଆଶା କରୁଛି।

ସରକାରୀ ଯୋଜନା ପାଇଁ ଆଧାରର ସର୍ବୋତ୍ତମ ପ୍ରସଙ୍ଗକୁ ନେଇ ଅନିଶ୍ଚିତ: ସୁପ୍ରିମକୋର୍ଟ

ସରକାରୀ ଯୋଜନା ପାଇଁ ଆଧାରର ସର୍ବୋତ୍ତମ ପ୍ରସଙ୍ଗକୁ ନେଇ ଅନିଶ୍ଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦-୪(ପି.ଟି):ସରକାରୀ ଯୋଜନାର ଫାଇଦା ନେବା ଲାଗି ଆଧାର ସର୍ବୋତ୍ତମ ମଡେଲ ବୋଲି ସରକାର କହୁଛନ୍ତି। ଏହାର ବୈଧତା ଉପରେ ବର୍ତ୍ତମାନ ସୁପ୍ରିମକୋର୍ଟରେ ଶୁଣାଣି ଚାଲୁଥିବା ବେଳେ ଆଧାର ମଡେଲ ସର୍ବୋତ୍ତମ କି ନୁହେଁ ଅନିଶ୍ଚିତ ବୋଲି ଗୁରୁବାର ନ୍ୟାୟାଳୟ କହିଛନ୍ତି। ଆଧାର ପାଇଁ ଯଦି କୌଣସି ବ୍ୟକ୍ତି ଯୋଜନାର ଲାଭରୁ ବଞ୍ଚିତ ହେଉଛନ୍ତି ତେବେ ତାକୁ ନେଇ ସେ କର୍ତ୍ତୃପକ୍ଷଙ୍କ ସହ ହାତାହାତି ହେଉଥିବା ସର୍ବୋଚ୍ଚ ନ୍ୟାୟାଳୟ ଉପଲବ୍ଧି କରିଛନ୍ତି।

ହ୍ୟୁଣ୍ଡାଇର ଡିଜିଟାଲ୍‌ ମାର୍କେଟିଂ କ୍ୟାମ୍ପେନ୍‌ ‘ହାଏବାଏ’: ଏକ୍ସେଣ୍ଟ ମଡେଲ ପାଇଁ ଅନ୍‌ଲାଇନ୍‌ କ୍ରୟ ସୁବିଧା

ହ୍ୟୁଣ୍ଡାଇର ଡିଜିଟାଲ୍‌ ମାର୍କେଟିଂ କ୍ୟାମ୍ପେନ୍‌ ‘ହାଏବାଏ’: ଏକ୍ସେଣ୍ଟ ମଡେଲ ପାଇଁ ଅନ୍‌ଲାଇନ୍‌ କ୍ରୟ ସୁବିଧା

ନୂଆଦିଲ୍ଲୀ, ୨୦-୪:ଦେଶର ପ୍ରମୁଖ ଯାନ ନିର୍ମାତା ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌(ଏଚ୍‌ଏମ୍‌ଆଇଏଲ୍‌) ଆରମ୍ଭ କରିଛି ଏହାର ତୃତୀୟ ପର୍ଯ୍ୟାୟ ଡିଜିଟାଲ୍‌ ମାର୍କେଟିଂ କ୍ୟାମ୍ପେନ୍‌ ‘ହାଏବାଏ’ । ଏହି କ୍ୟାମ୍ପେନ୍‌ ‘ହ୍ୟୁଣ୍ଡାଇ ଏକ୍ସେଣ୍ଟ’ ପାଇଁ ଏପ୍ରିଲ ୧୦ରୁ ଆରମ୍ଭ ହୋଇଥିବା ବେଳେ ମେ’ ୧୦ ପର୍ଯ୍ୟନ୍ତ ଚାଲିବ। ଏ ସମ୍ପର୍କରେ ସୂଚନା ଦେଇ କମ୍ପାନୀର ବରିଷ୍ଠ ମହାପ୍ରବନ୍ଧକ ପୁନିତ ଆନନ୍ଦ କହିଛନ୍ତି, ଏହା ଗ୍ରାହକମାନଙ୍କୁ ସୋସିଆଲ୍‌ ମିଡିଆରେ ଯାନ କ୍ରୟ କରିବାର ଏକ ସୁଯୋଗ ଦେଉଛି।

୪ଜିକୁ ଅପ୍‌ଗ୍ରେଡ୍‌ ହେଲେ ମାଗଣା ଡାଟା ଦେବ ଏୟାରଟେଲ

୪ଜିକୁ ଅପ୍‌ଗ୍ରେଡ୍‌ ହେଲେ ମାଗଣା ଡାଟା ଦେବ ଏୟାରଟେଲ

ଭୁବନେଶ୍ୱର,୨୦-୪:ଦେଶର ପ୍ରମୁଖ ଟେଲିକମ୍‌ ସେବା ପ୍ରଦାନକାରୀ ଭାରତୀ ଏୟାରଟେଲ ଏହାର ଗ୍ରାହକମାନଙ୍କ ପାଇଁ ନୂତନ ସୁବିଧା ଘୋଷଣା କରିଛି। ଏହି ସୁବିଧା ଅନ୍ତର୍ଗତ ଯେଉଁ ଗ୍ରାହକମାନେ ୨ଜି ବା ୩ଜି ମୋବାଇଲ ଫୋନ୍‌ ବ୍ୟବହାର କରୁଛନ୍ତି ସେମାନେ ୪ଜି ସ୍ମାର୍ଟଫୋନ୍‌କୁ ଉନ୍ନୀତ ହେଲେ ମାଗଣା ୩୦ ଜିବି ଡାଟା ଲାଭ କରିବେ। ପ୍ରିପେଡ୍‌ ଗ୍ରାହକମାନେ ଦୈନିକ ଏକ ଜିବି ଲେଖାଏ ଡାଟା ୩୦ ଦିନ ପର୍ଯ୍ୟନ୍ତ ଲାଭ କରିବେ। ସେହିପରି ପୋଷ୍ଟପେଡ୍‌ ଗ୍ରାହକମାନେ ସେମାନଙ୍କର ପ୍ରଥମ ବିଲ୍‌ରେ ମାଗଣା ୩୦ ଜିବି ଡାଟା ପାଇପାରିବେ। ଏହି ଅବସରରେ କମ୍ପାନୀର ସିଏମ୍‌ଓ ବାଣି ଭେଙ୍କଟେଶ୍‌ କହିଛନ୍ତି, ବର୍ତ୍ତମାନ ଗ୍ରାହକମାନେ ଫିଚରଫୋନ୍‌ ଏବଂ ୩ଜି ଫୋନରୁ ଅପ୍‌ଗ୍ରେଡ ହେଉଥିବାବେଳେ ଏୟାରଟେଲ୍‌ର ଏହି ପଦକ୍ଷେପ ଗ୍ରାହକଙ୍କ ପାଇଁ ଏକ ଉତ୍ତମ ସୁଯୋଗ। ଏଥିପାଇଁ କମ୍ପାନୀ ଦେଶର ପ୍ରମୁଖ ସ୍ମାର୍ଟଫୋନ୍‌ କମ୍ପାନୀଗୁଡିକ ସହିତ ସହବନ୍ଧିତା କରିଛି।

ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌୯ ଏକ ନମ୍ବର ସ୍ମାର୍ଟଫୋନ୍‌

ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌୯ ଏକ ନମ୍ବର ସ୍ମାର୍ଟଫୋନ୍‌

ଭୁବନେଶ୍ୱର,୨୦-୪:ପ୍ରମୁଖ ସ୍ମାର୍ଟଫୋନ୍‌ ନିର୍ମାତା ସାମ୍‌ସଙ୍ଗ୍‌ ସଦ୍ୟ ବଜାର ପ୍ରବେଶ କରାଇଥିବା ଗାଲାକ୍ସି ଏସ୍‌୯ ଏବଂ ଏସ୍‌୯+ ମଡେଲ୍‌ ବେଶ୍‌ ଲୋକାଦୃତ ହୋଇଛି। ଉତ୍ତମ ପ୍ରଦର୍ଶନ, ଅଡିଓ ଭିଜୁଆଲ୍‌ କ୍ୱାଲିଟି ଏବଂ ଆକର୍ଷଣୀୟ ଫିଚର ପାଇଁ ଗାଲାକ୍ସି ଏସ୍‌୯ ଏକ ନମ୍ବର ମାନ୍ୟତା ପାଇଛି ବୋଲି କଞ୍ଜ୍ୟୁମର ରିପୋଟର୍‌ସ ଡ୍ୟୁରେବିଲିଟି ଟେଷ୍ଟ୍‌ ପକ୍ଷରୁ ପ୍ରକାଶ। ଏହି ରିପୋର୍ଟ ଅନୁସାରେ ଏସ୍‌୯ ଏବଂ ଏସ୍‌୯+ର ସୁରକ୍ଷା ବୈଶିଷ୍ଟ୍ୟ, ସୁପର ସ୍ଲୋ ମୋଶନ ଭିଡିଓ ଏବଂ ଏହାର କ୍ୟାମେରା ପ୍ରତିଯୋଗୀଙ୍କଠାରୁ ଉତ୍ତମ ପ୍ରଦର୍ଶନ କରୁଛି। ସୂଚନା ଅନୁସାରେ ଗାଲାକ୍ସି ଏସ୍‌୮, ଏସ୍‌୮ ଆକ୍ଚିଭ୍‌ ଏବଂ ଏସ୍‌୮+ ମଡେଲଗୁଡ଼ିକ ଯଥାକ୍ରମେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି।

ମହଙ୍ଗା ହେବ ଏଟିଏମ୍‌ରୁ ଟଙ୍କା ଉଠାଣ

ମହଙ୍ଗା ହେବ ଏଟିଏମ୍‌ରୁ ଟଙ୍କା ଉଠାଣ

ନୂଆଦିଲ୍ଲୀ, ୨୦-୪:ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଏଟିଏମ୍‌ଗୁଡିକରେ ବର୍ତ୍ତମାନ ସମସ୍ୟା ଲାଗି ରହିଛି। କେଉଁଠି ଟଙ୍କା ଅଭାବ ତ ଆଉ କେଉଁଠି ମେଶିନ୍‌ ଖରାପ କାରଣରୁ ଲୋକେ ଟଙ୍କା ଉଠାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ସ୍ଥଳେ ଅନ୍ୟ ବ୍ୟାଙ୍କରୁ ଟଙ୍କା ଉଠାଇଲେ ଏବେ ଗ୍ରାହକଙ୍କୁ ଅଧିକ ଦେୟ ବହନ କରିବାକୁ ପଡିପାରେ ବୋଲି କୁହାଯାଉଛି। ଏଟିଏମ୍‌ ଶିଳ୍ପ ମହାସଂଘ(ସିଏଟିଏମ୍‌ଆଇ) ପକ୍ଷରୁ ଦେୟ ବୃଦ୍ଧି ପାଇଁ ଦାବି କରାଯାଇଛି।

ଡଷ୍ଟର ରେଞ୍ଜର ଦର କମାଇଲା ରେନୋ

ଡଷ୍ଟର ରେଞ୍ଜର ଦର କମାଇଲା ରେନୋ

ଭୁବନେଶ୍ୱର,୨୦-୪:ୟୁରୋପିଆନ୍‌ ଅଟୋମୋଟିଭ୍‌ ବ୍ରାଣ୍ଡ୍‌ ରେନୋ ଏହାର ଡଷ୍ଟର ରେଞ୍ଜର ଦର ହ୍ରାସ କରିଛି। ‘ମାଇଁ ୧୮ ଡଷ୍ଟର ରେଞ୍ଜ୍‌’ ନାମରେ କମ୍ପାନୀ ଏହି ନୂତନ ପଦକ୍ଷେପ ଗ୍ରହଣ କରିଛି। ଏହି ଯାନକୁ ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହା ଏକ ନୂତନ କୌଶଳ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ। ଡଷ୍ଟରର ପେଟ୍ରୋଲ୍‌ ଭାରିଆଣ୍ଟ୍‌ ଏବେ ୭ ଲକ୍ଷ ୯୫ ହଜାର ଟଙ୍କା ଏବଂ ଡିଜେଲ୍‌ ଭାରିଆଣ୍ଟ୍‌ ୮ ଲକ୍ଷ ୯୫ ହଜାର ଟଙ୍କାରେ ଉପଲବ୍ଧ ବୋଲି କମ୍ପାନୀ ଘୋଷଣା କରିଛି। ଏହି ସୁବିଧା ଗ୍ରାହକମାନଙ୍କ ପାଇଁ ୨୦୧୮ ମାର୍ଚ୍ଚ ପହିଲାରୁ ଉପଲବ୍ଧ ହେଉଛି। ଏ ସମ୍ପର୍କରେ ରେନୋ ଇଣ୍ଡିଆର ସିଇଓ ତଥା ଏମ୍‌ଡି ସୁମିତ ସାହାଣୀ କହିଛନ୍ତି, ବର୍ତ୍ତମାନ ଡଷ୍ଟର ରେଞ୍ଜର ଦର ହ୍ରାସ କରି ଆମେ ଏହାର ସୁବିଧା ଗ୍ରାହକଙ୍କୁ ପ୍ରଦାନ କରିବାକୁ ଚାହୁଁଛୁ।

ଏସ୍‌ବିଆଇ ଭାରତର ସବୁଠୁ ଭରସାଯୋଗ୍ୟ ବ୍ୟାଙ୍କ

ଏସ୍‌ବିଆଇ ଭାରତର ସବୁଠୁ ଭରସାଯୋଗ୍ୟ ବ୍ୟାଙ୍କ

ନୂଆଦିଲ୍ଲୀ,୨୦-୪- ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଦେଶର ଉଭୟ ଘରୋଇ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରେ ଅଧିକ ଭରସାଯୋଗ୍ୟ ବ୍ୟାଙ୍କ ମାନ୍ୟତା ପାଇଛି। ସେହିଭଳି ଆଇସିଆଇସିଆଇ ଘରୋଇ କ୍ଷେତ୍ର ବ୍ୟାଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛି। ୨୦୧୮ ଟିଆର୍‌ଏ ବ୍ରାଣ୍ଡ ଟ୍ରଷ୍ଟ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଗତବର୍ଷ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ବ୍ୟାଙ୍କିଙ୍ଗ୍‌ ଆଣ୍ଡ ଫାଇନାନ୍ସିଆଲ୍‌ ସର୍ଭିସେସ୍‌ ଇନ୍‌ଷ୍ଟିଚ୍ୟୁଶନ(ବିଏଫ୍‌ଏସ୍‌ଆଇ) ପକ୍ଷରୁ କରାଯାଇଥିବା ବ୍ରାଣ୍ଡ ଟ୍ରଷ୍ଟ ଇଣ୍ଡେକ୍ସ ର଼୍ୟାଙ୍କିଙ୍ଗରେ ୧୩ ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ଏହା ୨୧ତମ ସ୍ଥାନରେ ରହିଛି। ପ୍ରାଇଭେଟ ବ୍ୟାଙ୍କ ଗୁଡିକ ମଧ୍ୟରେ ସମୁଦାୟ ୯ ର଼୍ୟାଙ୍କ ବୃଦ୍ଧି ହୋଇ ଆଇସିଆଇସିଆଇ ବ୍ୟାଙ୍କ ଶୀର୍ଷ ସ୍ଥାନରେ ରହିଛି।

କ୍ୟାଶ ସଙ୍କଟ: ପିଓଏସ୍‌ ମେଶିନ୍‌ରୁ ଉଠାଇହେବ ଟଙ୍କା

କ୍ୟାଶ ସଙ୍କଟ: ପିଓଏସ୍‌ ମେଶିନ୍‌ରୁ ଉଠାଇହେବ ଟଙ୍କା

ନୂଆଦିଲ୍ଲୀ,୨୦-୪(ପି.ଟି.):ଦେଶର କେତେକ ପ୍ରାନ୍ତରେ ସମ୍ପ୍ରତି ଦେଖାଦେଇଥିବା ନଗଦ ସମସ୍ୟାର ସମାଧାନ ଶୁକ୍ରବାର ସୁଦ୍ଧା ହୋଇଯିବ। ଏସବୁ ସ୍ଥାନଗୁଡିକୁ ଯଥେଷ୍ଟ ପରିମାଣରେ କ୍ୟାଶ୍‌ ପରିବହନ କରାଯାଉଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ଅଧ୍ୟକ୍ଷ ରଜନୀଶ କୁମାର ଗୁରୁବାର ପ୍ରକାଶ କରିଛନ୍ତି। କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଏଟିଏମ୍‌ ସମସ୍ୟା ରହିଛି। ନିର୍ଦ୍ଦିଷ୍ଟ ମୂଲ୍ୟାଙ୍କ ନୋଟ୍‌ ଉପଲବ୍ଧତାରେ ସମସ୍ୟା ଅଛି। ଦେଶର ସବୁଆଡେ ଏହି ସ୍ଥିତି ନାହିଁ। ବର୍ତ୍ତମାନ ସୁଦ୍ଧା ଏସବୁ ଅଞ୍ଚଳରେ ଥିବା ୮୬%(୨.୨ ଲକ୍ଷ) ଏଟିଏମ୍‌ ସଚଳ ହୋଇଗଲାଣି। ଶୁକ୍ରବାର ସୁଦ୍ଧା ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହୋଇଯିବ ବୋଲି କୁମାର କହିଛନ୍ତି।

ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣ ଭେଳିକି:ଦେଶର ୧୯ କୋଟି ଯୁବବର୍ଗଙ୍କ ନାହିଁ ବ୍ୟାଙ୍କ ଖାତା

ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣ ଭେଳିକି:ଦେଶର ୧୯ କୋଟି ଯୁବବର୍ଗଙ୍କ ନାହିଁ ବ୍ୟାଙ୍କ ଖାତା

ନୂଆଦିଲ୍ଲୀ,୧୯-୪(ପି.ଟି.) ସରକାର ଗୋଟିଏ ପକ୍ଷରେ ଲୋକଙ୍କୁ ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣରେ ସାମିଲ କରାଇବାକୁ ବିଭିନ୍ନ ଯୋଜନା ଆଣୁଥିବା ବେଳେ ଏହାର ବାସ୍ତବ ଚିତ୍ର ବର୍ତ୍ତମାନ ସାମ୍ନାକୁ ଆସିଛି। ସରକାରଙ୍କ ଏହି ଯୋଜନା କେବଳ ଏକ ଭେଳିକି ବୋଲି ଜଣାଯାଇଛି। ଦେଶର ୧୯ କୋଟି ଯୁବବର୍ଗଙ୍କ ନିକଟରେ ଏବେ ମଧ୍ୟ ବ୍ୟାଙ୍କ ଖାତା ନାହିଁ ବୋଲି ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ପ୍ରକାଶ ପାଇଛି।

ଉପଭୋକ୍ତାଙ୍କୁ ସଚେତନ କରାଇବ ଏଲ୍‌ପିଜି ପଞ୍ଚାୟତ

ଉପଭୋକ୍ତାଙ୍କୁ ସଚେତନ କରାଇବ ଏଲ୍‌ପିଜି ପଞ୍ଚାୟତ

ଭୁବନେଶ୍ୱର,୧୯-୩(ବ୍ୟୁରୋ) ଗ୍ରାମାଞ୍ଚଳରେ ଏଲ୍‌ପିଜି ସଂକ୍ରାନ୍ତ ସଚେତନତା ତଥା ବ୍ୟବହାର ବୃଦ୍ଧିକୁ ଧ୍ୟାନରେ ରଖି ସାରା ଦେଶରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ଏଲ୍‌ପିଜି ପଞ୍ଚାୟତ ଆୟୋଜିତ ହେବ। ଏଲ୍‌ପିଜିର ନିରାପଦ ତଥା ନିରନ୍ତର ବ୍ୟବହାର ଉପରେ ଏଠାରେ ଆଲୋଚନା କରାଯିବ। ଗ୍ରାମୀଣ ଏଲ୍‌ପିଜି ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ତଥା ସେମାନଙ୍କୁ ଛୋଟ ଛୋଟ ଦଳରେ ସାମିଲ କରି ଏଲ୍‌ପିଜି ନିରାପତ୍ତା ସଂକ୍ରାନ୍ତ ବିଭିନ୍ନ ବିଷୟରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଏପ୍ରିଲ ୨୦ରେ ସାରା ଦେଶରେ ଉଜ୍ଜ୍ୱଳା ଦିବସ ପାଳନ ଅବସରରେ ୧୫ ହଜାର ପ୍ରଧାନମନ୍ତ୍ରୀ ଏଲ୍‌ପିଜି ପଞ୍ଚାୟତ ଆୟୋଜନ କରାଯିବ। ଚଳିତ ମାସ ୧୪ରୁ ସାରା ଦେଶରେ ପାଳନ ହେଉଥିବା ଗ୍ରାମ୍ୟ ସ୍ବରାଜ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ଆମ୍ବି ଭ୍ୟାଲି ସମ୍ପତ୍ତି ବିକ୍ରି ପାଇଁ ସାହାରାକୁ ମେ ୧୫ ଯାଏ ମହଲତ

ଆମ୍ବି ଭ୍ୟାଲି ସମ୍ପତ୍ତି ବିକ୍ରି ପାଇଁ ସାହାରାକୁ ମେ ୧୫ ଯାଏ ମହଲତ

ନୂଆଦିଲ୍ଲୀ,୧୯-୪(ପି.ଟି.) ମହାରାଷ୍ଟ୍ରର ଆମ୍ବି ଭ୍ୟାଲି ଅନ୍ତର୍ଗତ କୌଣସି ଏକ ସମ୍ପତ୍ତି ଚୟନ ତଥା ବିକ୍ରି ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଗୁରୁବାର ସାହରା ଗ୍ରୁପକୁ ଆସନ୍ତା ମାସ ୧୫ ପର୍ଯ୍ୟନ୍ତ ମହଲତ ଦେଇଛନ୍ତି।