ରାଜ୍ୟ |

ନନ୍ଦନକାନନରେ ୨ ବାଘ ଶାବକ ଜନ୍ମ: ଜନ୍ମଦିନରେ ଶାବକ ଜନ୍ମକଲା ଅଙ୍କିତା, ଅଣ୍ଡିରା ବାଘ ଶାବକର ମୃତ୍ୟୁ

ନନ୍ଦନକାନନରେ ୨ ବାଘ ଶାବକ ଜନ୍ମ: ଜନ୍ମଦିନରେ ଶାବକ ଜନ୍ମକଲା ଅଙ୍କିତା, ଅଣ୍ଡିରା ବାଘ ଶାବକର ମୃତ୍ୟୁ

ବାରଙ୍ଗ,୧୩ା୧(ଡି.ଏନ.ଏ.)-ପ୍ରାଣୀ ଉଦ୍ୟାନ ନନ୍ଦନକାନନର ବାଘୁଣୀ ଅଙ୍କିତା ଶୁକ୍ରବାର ରାତିରେ ସାଧାରଣ ରଙ୍ଗର ୨ଟି ଛୁଆ ଜନ୍ମ ଦେଇଛି। ୧୨ା୧ା୧୨ରେ ରିଷି ଓ ସାରାର ଔରଷରୁ ଆଶା, ଅଙ୍କିତା ଓ ଶୁଭଶ୍ରୀ ଜନ୍ମଗ୍ରହଣ କରିଥିଲେ। ଶୁକ୍ରବାର ଥିଲା ଅଙ୍କିତାର ଜନ୍ମଦିନ। ଜନ୍ମଦିନରେ ଅଙ୍କିତା ୨ଟି ସାଧାରଣ ରଙ୍ଗର ଶାବକୁ ଜନ୍ମ ଦେଇଥିବାରୁ ନନ୍ଦନକାନନ ପାଇଁ ଶୁଭ ସୂଚନା ବୋଲି କୁହାଯାଇଛି। ପ୍ରଥମଥର ପାଇଁ ମା’ ହୋଇଛି ୬ ବର୍ଷିୟା ବାଘୁଣୀ ଅଙ୍କିତା। ଅଙ୍କିତାର ଗର୍ଭଧାରଣ ପରେ ତା’ ଉପରେ କର୍ତ୍ତୃପକ୍ଷ ସତର୍କ ଦୃଷ୍ଟି ରଖିଥିଲେ। ଅଙ୍କିତା ରହୁଥିବା ୨୮ ସି ନଂ. ଏନ୍‌କ୍ଲୋଜରକୁ ଯାତାୟାତ ବନ୍ଦ କରାଯାଇଥିଲା। ସିସିଟିଭି ଲଗାଯାଇ ଅଙ୍କିତାର ଗତିବିଧିକୁ ଲକ୍ଷ୍ୟ କରାଯାଉଥିଲା। ଶନିବାର ସକାଳେ ଅଙ୍କିତା ମା’ ହୋଇଥିବା ଜଣାପଡିଥିଲା। ଅଙ୍କିତା ଜନ୍ମିତ ଶାବକଦ୍ୱୟକୁ ଠିକ୍‌ ଭାବେ ଯତ୍ନ ଦେବା ସହ କ୍ଷୀର ଖାଇବାକୁ ଦେଉଥିବା ଏସିଏଫ ଅଞ୍ଜନ କୁମାର ମହାନ୍ତି କହିଛନ୍ତି। ବାଘ ବଂଶ ବୃଦ୍ଧି କରିବା ଲକ୍ଷ୍ୟରେ ହାଇଦ୍ରାବାଦରୁ ଆସିଥିବା ବାଘ ସେଫ ସହ ଅଙ୍କିତାର ମିଳନ କରାଯାଇଥିଲା। ଏମାନଙ୍କଠାରୁ ୨ ଶାବକ ଜନ୍ମ ନେଇଛନ୍ତି। ମା’ ଓ ଦୁଇ ଶାବକଙ୍କୁ ସିସିଟିଭି କ୍ୟାମେରାରେ ୭୨ ଘଣ୍ଟା ପର୍ଯ୍ୟନ୍ତ ନଜରରେ ରଖାଯାଉଛି। ଯେହେତୁ ପ୍ରଥମ ଥର ପାଇଁ ଅଙ୍କିତା ମା’ ହୋଇଛି, ସେ ତା’ର ଶାବକଙ୍କୁ ଠିକ୍‌ ଭାବେ ଗ୍ରହଣ କରୁଛି ନା ନାହିଁ ତାକୁ ଏବେ ଗୁରୁତ୍ୱ ଦିଆଯାଉଛି ବୋଲି ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି। ଅଙ୍କିତାର ୨ ଛୁଆ ଜନ୍ମ ପରେ ବାଘ ସଂଖ୍ୟା ବୃଦ୍ଧି ପାଇ ୨୬ରେ ପହଞ୍ଚତ୍ଥିଲା। ସେଥିମଧ୍ୟରେ ୧୬ ସାଧାରଣ ରଙ୍ଗର ମହାବଳ ବାଘ, ୮ ଧଳା ବାଘ ଓ ୨ଟି କଳା ଲୋମଯୁକ୍ତ ବାଘ ରହିଛନ୍ତି। ପରବର୍ତ୍ତୀ ଖବରରୁ ପ୍ରକାଶ ଯେ, ଅପରାହ୍ନ ୪ଟା ୧୦ଟାରେ ଅଣ୍ଡିରା ବାଘ ଶାବକଟିର ମୃତ୍ୟୁ ଘଟିଛି। ରାତି ୧୦ଟାରେ ମା’ ଅଙ୍କିତା ନିକଟରୁ ଦୁଇ ଶାବକଙ୍କୁ ଅଲଗା କରାଯାଇଥିଲା। ମାଈ ବାଘ ଛୁଆକୁ ଅନ୍ୟତ୍ର ରଖାଯାଇ ତା’ର ଯତ୍ନ ନିଆଯାଉଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ଦାସ ସୂଚନା ଦେଇଛନ୍ତି।

All Right Reserved By

Model This Week

ନିକିତା

ରାଜ୍ୟ |

ଶିକ୍ଷକଙ୍କୁ ସମୂହ ଅବସରକାଳୀନ ସମ୍ବର୍ଦ୍ଧନା

ଶିକ୍ଷକଙ୍କୁ ସମୂହ ଅବସରକାଳୀନ ସମ୍ବର୍ଦ୍ଧନା

କୃଷ୍ଣପ୍ରସାଦ, ୨୦।୪(ଡ଼ି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଉଦୟଗିରି ପ୍ରାଥମିକ ବିଦ୍ୟାଳୟରେ ୩ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀଙ୍କୁ ଶୁକ୍ରବାର ସମୂହ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସେମାନେ ହେଲେ ଅନିରୁଦ୍ଧ ମହାରଣା, ପ୍ରକାଶ ଚନ୍ଦ୍ର ରଥ, ବିଜୟ କୁମାର ନନ୍ଦ ଏବଂ ଗୀତାଞ୍ଜଳି ଦାସ।

ଏଟିଏମ୍‌ରୁ ଟଙ୍କା ମିଳୁନି: ଶନିବାର ବିଜେଡିର ୨ ଘଣ୍ଟିଆ ଧାରଣା

ଏଟିଏମ୍‌ରୁ ଟଙ୍କା ମିଳୁନି: ଶନିବାର ବିଜେଡିର ୨ ଘଣ୍ଟିଆ ଧାରଣା

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ଭାରତର ବିଭିନ୍ନ ରାଜ୍ୟରେ ଏବେ ନଗଦ ଅଭାବ ଦେଖାଦେଇଛି। ଏଟିଏମ୍‌ ଗୁଡିକରୁ ଟଙ୍କା ମିଳୁନାହିଁ। ଏହି ଅବସ୍ଥା ମଧ୍ୟ ଓଡ଼ିଶାରେ ଦେଖାଦେଲାଣି। ଏହାର ପ୍ରତିବାଦରେ ବିଜୁ ଜନତା ଦଳ(ବିଜେଡି) ଶନିବାର ବିଭିନ୍ନ ରିଜର୍ଭ ବ୍ୟାଙ୍କର ଭୁବନେଶ୍ୱର କାର୍ଯ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ୨ ଘଣ୍ଟିଆ ଧାରଣା ଦେବ।

ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ: ଜେଲରୁ ମୁକୁଳିବେ ରାଜା ଆଚାର୍ଯ୍ୟ

ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ: ଜେଲରୁ ମୁକୁଳିବେ ରାଜା ଆଚାର୍ଯ୍ୟ

କଟକ ଅଫିସ, ୨୦।୪: ଗ୍ୟାଙ୍ଗଷ୍ଟାର ରାଜା ଓରଫ ସନ୍ଦିପ ଆଚାର୍ଯ୍ୟଙ୍କୁ ଶୁକ୍ରବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ତାଙ୍କ ଉପରେ ସର୍ତ୍ତାରୋପ କରିବେ। ପୂର୍ବରୁ ସମସ୍ତ ମାମଲାରେ ରାଜାଙ୍କୁ ଜାମିନ ମିଳିସାରିଛି।

 ବଗପାଟିଆକୁ ଆସିଲେ ମା’ପଞ୍ଚୁବରାହି

ବଗପାଟିଆକୁ ଆସିଲେ ମା’ପଞ୍ଚୁବରାହି

ରାଜନଗର, ୨୦।୪(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକର ବଙ୍ଗୋପସାଗର କୂଳରେ ଥିବା ମା’ପଞ୍ଚୁବରାହି ଠାକୁରାଣୀଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମା’ଙ୍କ ପାଇଁ ବଗପାଟିଆଠାରେ ନିର୍ମାଣ କରାଯାଇଥିବା ନୂତନ ମନ୍ଦିରରେ ଶୁକ୍ରବାର ସନ୍ଧ୍ୟାରେ ପୂଜାର୍ଚ୍ଚନା କରି ଠାକୁରାଣୀଙ୍କୁ ସ୍ଥାପନ କରାଯିବ।

୬ ଜିଲାରେ ନିର୍ମାଣ ହେବ କର୍ମଜୀବୀ ମହିଳା ନିବାସ

୬ ଜିଲାରେ ନିର୍ମାଣ ହେବ କର୍ମଜୀବୀ ମହିଳା ନିବାସ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): କର୍ମଜୀବୀ ମହିଳାଙ୍କ ପାଇଁ ରାଜ୍ୟରେ ୧୩ଟି କର୍ମଜୀବୀ ମହିଳା ନିବାସ ରହିଛି। ଏଥିରେ ୮୧୦ଟି ସଜ୍ୟା ରହିଛି। ଏହି ସବୁ ନିବାସରେ ୫୬୩ କର୍ମଜୀବୀ ମହିଳା ରହୁଛନ୍ତି। ଆହୁରୀ ୨୪୭ଟି ସଜ୍ୟା ଫାଙ୍କା ରହିଛି। କର୍ମଜୀବୀ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଆଉ ୬ଟି ଜିଲାରେ ନୂତନ କର୍ମଜୀବୀ ମହିଳା ନିବାସ ନିର୍ମାଣ କରିବାକୁ ନିସ୍ପତ୍ତି ନେଇଛନ୍ତି।

ପୁରୀ ସହର ମାମଲା: ଶୁକ୍ରବାର ଏନ୍‌ଜିଟିରେ ଶୁଣାଣି

ପୁରୀ ସହର ମାମଲା: ଶୁକ୍ରବାର ଏନ୍‌ଜିଟିରେ ଶୁଣାଣି

ପୁରୀ ଅଫିସ, ୨୦।୪: ପୁରୀ ସହରର ବିଭିନ୍ନ ସମସ୍ୟା ଓ ପ୍ରଦୂଷଣକୁ ନେଇ କଲିକତାର ସୁବାସ ଦତ୍ତ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଏକ ମାମଲା ରୁଜୁ କରିଥିଲେ। ୨୦୧୩ ମସିହାରୁ ଏହି ମାମଲା ବିଚାରାଧିନ ଥିବାବେଳେ ଶୁକ୍ରବାର ମାମଲାର ଶୁଣାଣି ହେବାର ରହିଛି।

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦୀପଦାନ

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦୀପଦାନ

ପୁରୀ ଅଫିସ, ୨୦।୪: ହାଇକୋର୍ଟଙ୍କ ରାୟକୁ ସ୍ବାଗତକରି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଇଛି। ଶ୍ରୀମନ୍ଦିର ନୀତିକାନ୍ତିରେ ହାଇକୋର୍ଟ ହସ୍ତଖେପ କରିବେ ନାହିଁ ବୋଲି ଯେଉଁ ରାୟ ଦେଇଛନ୍ତି ତାହାକୁ ଜଗନ୍ନାଥ ସେନା ପକ୍ଷରୁ ସ୍ବାଗତ କରାଯାଇଛି।

ସରକାର ନ ଚେତିଲେ ଛତିଶଗଡ଼ରେ ମିଶିଯିବ ଲଖନପୁରର ୧୯ ମୌଜା

ଭୁବନେଶ୍ୱର,୨୦ ।୪(ବ୍ୟୁରୋ)-ଓଡ଼ିଶାର ଦକ୍ଷିଣ ସୀମାରେ ରହିଥିବା ଜିଲାଗୁଡ଼ିକ ଉପରେ ଏବେ ପଡ଼ୋଶୀ ରାଜ୍ୟର ନଜର ରହିଛି। ରାଜ୍ୟର ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ସେମାନେ କବ୍‌ଜା କରିବାକୁ ପ୍ରଚେଷ୍ଟା ଚଳାଇଛନ୍ତି। ପ୍ରଥମେ କୋରାପୁଟ ଜିଲାର କୋଟିଆ ଓ ତା’ ପରେ ଗଜପତି ଜିଲାରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ବଳପୂର୍ବକ ରାସ୍ତା ନିର୍ମାଣ କରିଥିବା ବେଳେ ମାଲକାନଗିରି ଜିଲାର ଅଧିବାସୀ ଛତିଶଗଡ଼ ରାଜ୍ୟମୁହଁ। ହେବା ଓଡ଼ିଶା ପାଇଁ ବିପଦ ସୃଷ୍ଟି କରିଛି।

ହ୍ରାସ ପାଇବାରେ ଲାଗିଛି ପଞ୍ଚାୟତର ଆୟ

ରସୁଲପୁର,୨୦।୪(ଡି.ଏନ୍‌.ଏ.):ରସୁଲପୁର ବ୍ଲକର ୨୮ଟି ପଞ୍ଚାୟତର ୨୦୧୭-୧୮ ଆର୍ଥକ ବର୍ଷରେ ଆୟ ୭ଲକ୍ଷ,୯୦ହଜାର, ୭୨୫ଟଙ୍କା ରହିଛି। ପଞ୍ଚାୟତ ଗୁଡ଼ିକୁ ସ୍ବାବଲମ୍ବୀ କରିବା ପାଇଁ ସରକାର ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ପଞ୍ଚାୟତର ନିଜସ୍ବ ଆୟର କଳେବରରେ ଆଖିଦୃଶିଆ ପରିବର୍ତ୍ତନ ଘଟୁନାହିଁ। ଏହି ବ୍ଲକର ୧୧ଟି ପଞ୍ଚାୟତର ବାର୍ଷିକ ଆୟ ୧୦ହଜାର ତଳକୁ ରହିଛି। ବ୍ଲକ ଅଧୀନରେ ୫ଟି ପଞ୍ଚାୟତରେ ବଳିଷ୍ଠ ଭିତ୍ତିଭୂମି ରହିଛି। ହେଲେ ରାଜସ୍ବ ଆଦାୟ ସନ୍ତୋଷଜନକ ହୋଇପାରୁନାହିଁ। ବ୍ଲକ ପ୍ରଶାସନ ଓ ପଞ୍ଚାୟତ ଅଧିକାରୀଙ୍କ ରାଜସ୍ବ ବୃଦ୍ଧି ଦିଗରେ କୌଣସି ଆନ୍ତରିକତା ଦେଖାଯାଉ ନାହିଁ।

ମଉଳିଗଲା ବିଶୁଦ୍ଧ ପାନୀୟ ଜଳ ଆଶା

ମଉଳିଗଲା ବିଶୁଦ୍ଧ ପାନୀୟ ଜଳ ଆଶା

ଯାଜପୁର ଅଫିସ,୨୦।୪ :ଯାଜପୁର ଜିଲାର ଦୁଇ ପ୍ରମୁଖ ସହର ଯାଜପୁର ଓ ବ୍ୟାସନଗରରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା ଚଳିତ ଗ୍ରୀଷ୍ମମାସ ପୂର୍ବରୁ ଦୂରୀଭୂତ ହେବ ବୋଲି ସହରବାସୀ ଆଶା ରଖିଥିଲେ। ହେଲେ ତାହା ସବୁ ଫସର ଫାଟିଛି। ବ୍ୟାସନଗର ପୌରାଞ୍ଚଳରେ ୨୦୧୧ ମସିହାରୁ ଅର୍ବାନ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଫର ସ୍ମଲ ଆଣ୍ଡ ମିଡିୟମ ଟାଉନ (ୟୁଆଇଡିଏସଏମଟି) ଯୋଜନାରେ ୧୪.୫୧କୋଟି ଟଙ୍କା ବ୍ୟୟ ଅଟକଳରେ ଖରସ୍ରୋତା-ମୁଣ୍ଡମାଳା ଟ୍ରିଟମେଣ୍ଟ ପ୍ଲାନ ଆରମ୍ଭ ହୋଇଥିଲା।

କପିଳାସ ଚନ୍ଦନଯାତ୍ରାରେ ମହାବିଭ୍ରାଟ:ଡଙ୍ଗାସହ ପାଣିରେ ବୁଡ଼ିଗଲେ ଠାକୁର

ଢେଙ୍କାନାଳ ଅଫିସ, ୨୦।୪-ବ୍ୟବସ୍ଥିତ ହୋଇପାରୁନାହିଁ କପିଳାସ କ୍ଷେତ୍ରାଧିପତି ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ନୀତି। ପବିତ୍ର ଚନ୍ଦନଯାତ୍ରା ମଧ୍ୟ ମହାବିଭ୍ରାଟରୁ ବାଦ୍‌ ପଡ଼ିନି। ବୁଧବାର ଏବଂ ଗୁରୁବାର ଚାପ ଖେଳ ସମୟରେ ଡଙ୍ଗାରେ ପାଣି ପଶିଯିବାରୁ ମହାପ୍ରଭୁ ଏବଂ ମା’ ପାର୍ବତୀଙ୍କ ଚଳନ୍ତି ବିଗ୍ରହ ଦୁଇଥର ପାଣିରେ ବୁଡ଼ିଯାଇଥିଲେ। ଏପରି ଅଘଟଣ ଉପସ୍ଥିତ ଭକ୍ତଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି। ସେବାୟତମାନେ ପାଣି ମଧ୍ୟରୁ ଠାକୁରଙ୍କୁ ଉଦ୍ଧାର କରିବା ପରେ ପୋଖରୀ ନିକଟରେ ଥିବା ପାଣିଘରେ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ହେଲେ ଡଙ୍ଗା ବୁଡ଼ିଯିବା ଘଟଣାକୁ ଦେବୋତ୍ତର ବିଭାଗ ଅତି ହାଲ୍‌କା ଭାବେ ନେଇଛି।

ଗୋଟିଏ ରାତିରେ ୮ ହଜାରରୁ ଊର୍ଦ୍ଧ୍ୱ କଇଁଛଙ୍କ ଗଣ ଅଣ୍ଡାଦାନ

ଗୋଟିଏ ରାତିରେ ୮ ହଜାରରୁ ଊର୍ଦ୍ଧ୍ୱ କଇଁଛଙ୍କ ଗଣ ଅଣ୍ଡାଦାନ

ବ୍ରହ୍ମପୁର ଅଫିସ,୨୦।୪:ଓଡିଶାରେ ଦେବୀ ନଦୀ ମୁହାଣ, ଗହୀରମଥା ଓ ଋଷିକୁଲ୍ୟା ମୁହାଣ କଇଁଛଙ୍କ ଅଣ୍ଡାଦାନର ପ୍ରକୃଷ୍ଟ ସ୍ଥାନ ହୋଇଥିବା ବେଳେ ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାଣ ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଉପଯୁକ୍ତ ସ୍ଥାନ ହୋଇଛି। ତେଣୁ ଚଳିତବର୍ଷ ଏଠାରେ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ ମାତ୍ରାଧିକଭାବେ ବୃଦ୍ଧି ପାଇଛି। ସାଧାରଣତଃ ଫେବୃୟାରୀ ମାସରେ କଇଁଛଙ୍କ ଅଣ୍ଡାଦାନ ସମୟ ରହିଥିବା ବେଳେ ଏବେ ଋଷିକୁଲ୍ୟା ମୁହାଣରେ ହଜାର ହଜାର ସଂଖ୍ୟାର କଇଁଛ ଅଣ୍ଡାଦାନ ପାଇଁ ପହଞ୍ଚୁଛନ୍ତି। ଯାହା ରାଜ୍ୟରେ ଏପରି ଘଟଣା ରେକର୍ଡ ବୋଲି କୁହାଯାଉଛି।