ବାଲେଶ୍ୱର

ନିଶା ବିରୋଧରେ ଶପଥ ନେଲେ ଯୁବପିଢି

ନିଶା ବିରୋଧରେ ଶପଥ ନେଲେ ଯୁବପିଢି

ବାଲେଶ୍ୱର ଅଫିସ,୧୩।୧-ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ାଠାରେ ଜ୍ଞାନଶ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ ଆନୁକୂଲ୍ୟରେ ନିଶା ନିବାରଣ କାର୍ଯ୍ୟକ୍ରମ ନିଶାନ୍ତ ଅନୁଷ୍ଠିତ ହୋଇଯାଇଛି ।
ସଙ୍ଗଠନ ମୁଖ୍ୟ ପ୍ରଶାନ୍ତ କୁମାର ପଟେଲ ସ୍ବାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ନିଶାନ୍ତ କାର୍ଯ୍ୟକ୍ରମରେ ଆରମ୍ଭ କରାଯାଇଥିବା ନିଶାନ୍ତ ନେଟୱର୍କର ପ୍ରଥମ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିତ୍ଲା । ନିଜେ ଭବିଷ୍ୟତରେ ନିଶା ସେବନ ନ କରିବା ସହିତ ଜ୍ଞାନଶ୍ରୀର ନିଶାନ୍ତ ନେଟୱର୍କରେ ସାମିଲ ହୋଇ ଯୁବଗୋଷ୍ଠୀଙ୍କୁ ନିଶା ବିରୋଧରେ ସଚେତନ କରାଇବାକୁ ୫୦ରୁ ଊର୍ଦ୍ଧ୍ୱ ଯୁବକ ଶପଥ ପାଠ କରିବା ସହିତ ସଂକଳ୍ପ ପତ୍ରରେ ସ୍ବାକ୍ଷର କରିଥିଲେ। ଉପଦେଷ୍ଟା ବସନ୍ତ କୁମାର ପ୍ରଧାନ ଉପସ୍ଥିତ ରହି ବହୁ ସଂଖ୍ୟାରେ ଯୁବଗୋଷ୍ଠୀଙ୍କୁ ଏଥିରେ ସାମିଲ କରି କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ । ସହର ଏବଂ ଗ୍ରାମାଞ୍ଚଳରେ ନିଶା ନିବାରଣ ନାଟକ ‘ନିଶାନ୍ତ’ ପରିବେଷଣ କରାଯିବା ସହିତ ବିଭିନ୍ନ ସଚେତନତାମୂଳକ କାର୍ଯକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସଦସ୍ୟ ରାଜୀବ ମିଶ୍ର, ଅଜୟ ସିଂ, ଜଗନ୍ନାଥ ଗିରି, ପ୍ରଦୀପ ବାରିକ, ଶିବ ଶଙ୍କର ପରିଡା, ପ୍ରକାଶ କୁମାର ପାଢୀ, ଶ୍ରୀତମ ମଲ୍ଲିକ, କ୍ରିଷ୍ଣମୋହନ ବାରିକ, ବବ୍‌ଲୁ ଦାସ, ଅନୀଲ କୁମାର ମଲିକ, ମାନସ ଜେନା, କେଦାର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନିଶାନ୍ତର ସଂଯୋଜକ ଶକ୍ତିସାଧନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

All Right Reserved By
Karnatak Exit Poll

Model This Week

ସନ୍ତୋଷ

ବାଲେଶ୍ୱର

୫ ଜୀବନ ଗଲାପରେ ଚେତିଲା ପ୍ରଶାସନ ରାସ୍ତାରୁ ହଟାଗଲା ଗଛ

୫ ଜୀବନ ଗଲାପରେ ଚେତିଲା ପ୍ରଶାସନ ରାସ୍ତାରୁ ହଟାଗଲା ଗଛ

ଧାମନଗର,୨୨।୫(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟରାସ୍ତାର ଡିଲୋ ଛକ ନିକଟରେ ରାସ୍ତା ଉପରକୁ ମାଡ଼ି ଆସିଥିବା ବହୁ ପୁରୁଣା ବରଗଛ ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହୋଇଛି। ନିକଟରେ ଏହି ଗଛରେ ପିଟି ହୋଇ ୨ ଯୁବକ ପ୍ରାଣ ହରାଇଥିଲେ। ଏପରିକି ଏହି ଗଛ ଯୋଗୁ ଦୁର୍ଘଟଣାରେ ପ୍ରାୟ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ଚେତିଛି। ରାସ୍ତାରୁ ଗଛ ହଟାଯିବା କାମ ଆରମ୍ଭ ହୋଇଛି।

ହୋଟେଲ ବ୍ୟବସାୟ ସହ ପାଠପଢ଼ା

ହୋଟେଲ ବ୍ୟବସାୟ ସହ ପାଠପଢ଼ା

ସ୍ବାବଲମ୍ବୀ ହେବାର ସ୍ବପ୍ନ ତାଙ୍କର ପିଲାଟିବେଳୁ। ତେଣୁ ପାଠପଢା ସହ ହୋଟେଲ ବ୍ୟବସାୟକୁ ସେ ଆପଣେଇ ନେଇଛନ୍ତି। ଯେତେ ଝଡ଼ଝଞ୍ଜା ଆସିଲେ ସେ କେବେ ଥକି ଯାଇନାହାନ୍ତି। ଜୀବନର ଲକ୍ଷ୍ୟ ହାସଲ ଦିଗରେ ଆଗେଇ ଚାଲିଛନ୍ତି।

‘ଅନ୍ୟାୟ ବିରୋଧରେ ସ୍ବର ଉଠାଅ’

‘ଅନ୍ୟାୟ ବିରୋଧରେ ସ୍ବର ଉଠାଅ’

ବନ୍ତ,୨୨।୫-ବିଭିନ୍ନ କ୍ଷେତ୍ର ପାଇଁ ବନ୍ତ ଅଞ୍ଚଳ ସମଗ୍ର ରାଜ୍ୟରେ ପ୍ରସିଦ୍ଧିଲାଭ କରିଛି। ଏପରିକି ଏହି ବ୍ଲକର ସନ୍ତାନ ଡ. ହରେକୃଷ୍ଣ ମହତାବ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାରେ ସଫଳତା ଅର୍ଜନ କରିଛନ୍ତି। ବନ୍ତ ମହୋତ୍ସବର ସ୍ବତନ୍ତ୍ର ବିଶେଷତ୍ୱ ରହିଛି ବୋଲି ତିନିଦିନ ବ୍ୟାପୀ ଚାଲିଥିବା ଏହି ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ।

ଦାଉ ସାଧୁଛି କାଳବୈଶାଖୀ

ଦାଉ ସାଧୁଛି କାଳବୈଶାଖୀ

ବନ୍ତ,୨୨।୫(ସ୍ବ.ପ୍ର.)-ବୈଶାଖ ମାସ ସରିଯାଇଥିଲେ ବି ଭଦ୍ରକ ଜିଲା ବନ୍ତ ଅଞ୍ଚଳରେ ବିଲକୁ ଖତ ଯାଇପାରି ନାହିଁ କି ଖରାଟିଆ ଶୁଖିଲା ହଳ ହୋଇପାରି ନାହିଁ। ଗତ ଦୁଇ ମାସ ଧରି କାଳବୈଶାଖୀ ବର୍ଷା ଲାଗି ରହିଥିବାରୁ ଚଳିତବର୍ଷ ଖରିଫ ଚାଷ ବ୍ୟାହତ ହେବା ନେଇ ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ବିଲରେ ଧାନ ବୁଣିବା ପାଇଁ ପ୍ରତିବର୍ଷ ବୈଶାଖ ମାସରେ ସମସ୍ତ ପ୍ରସ୍ତୁତି ସରିଯାଇଥାଏ।

ଚାଷଜମିକୁ ମାଡ଼ିପାରୁନି ପାଣି

ଚାଷଜମିକୁ ମାଡ଼ିପାରୁନି ପାଣି

ଝୁମ୍ପୁରା, ୨୨ା୫(ଡି.ଏନ.ଏ.): ଝୁମ୍ପୁରା ପଞ୍ଚାୟତ ପୁରୁଣା ବନ୍ଧ ଭାବେ ପରିଚିତ ଝୁମ୍ପୁରା ବଡ଼ବନ୍ଧ (ପୋଖରୀ)ର ପୁନରୁଦ୍ଧାର କରାଯାଉନି। ବାରମ୍ବାର ଦାବି ସତ୍ତ୍ୱେ କିଛି ବର୍ଷ ହେବ ପୁନରୁଦ୍ଧାର କାର୍ଯ୍ୟ ହେଉ ନ ଥିବାରୁ ବନ୍ଧରେ ପଙ୍କମାଟି ଭର୍ତ୍ତି ହୋଇଛି। ଫଳରେ ତାହା ପୋତିହେବାକୁ ବସିଛି।

ପାଣିରେ ପଡ଼ିଲା ୯୬ ଲକ୍ଷ ଟଙ୍କା

ପାଣିରେ ପଡ଼ିଲା ୯୬ ଲକ୍ଷ ଟଙ୍କା

ଆନନ୍ଦପୁର, ୨୨।୫(ସ୍ବ.ପ୍ର.): ୫୩ନଂ ରାଜ୍ୟ ରାଜପଥ ଓ ୨୧୫ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ହେଉଛି ଆନନ୍ଦପୁର ବୈତରଣୀ ସେତୁ। ସାଧାରଣତଃ ଅସରାଏ ବର୍ଷା ହେଲେ ସେତୁ ଉପରେ ପାଣି ନିଷ୍କାସନ ହୋଇ ନ ପାରି ଜମି ରହୁଛି। ଫଳରେ ଯାତାୟାତରେ ଘୋର ଅସୁବିଧା ହେବାକୁ ପଡୁଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି। ପୂର୍ବରୁ ହୋଇଥିବା ପିଚୁ କାର୍ଯ୍ୟର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଦ୍ୟୁତ୍‌ଠୁ ବଳିପଡୁଛି ପାଣି ସମସ୍ୟା

ବିଦ୍ୟୁତ୍‌ଠୁ ବଳିପଡୁଛି ପାଣି ସମସ୍ୟା

କେନ୍ଦୁଝର, ୨୨।୫(ସ୍ବ.ପ୍ର.): ସ୍ବାଧୀନତାର ୭୦ ବର୍ଷ ପର ବି ଲୋକେ ବିଦ୍ୟୁତ୍‌ ସେବାରୁ ବଞ୍ଚିତ ହୋଇଛନ୍ତି। ଏହାସହ ବିଦ୍ୟୁତ୍‌ଠାରୁ ବଳିପଡୁଛି ପିଇବା ପାଣି ସମସ୍ୟା। ସବୁ ଗ୍ରାମ, ସାହିର ପ୍ରତ୍ୟେକ ଘରକୁ ବିଦ୍ୟୁତ୍‌ ସଂଯୋଗ ହେବା ସହ ବିଶୁଦ୍ଧ ପାନୀୟଜଳ ମିଳିବ ବୋଲି ସରକାର କହୁଥିବା ବେଳେ ତାହା କାର୍ଯ୍ୟକାରୀ କରାଯାଉ ନ ଥିବା ଘଟଗାଁ ବ୍ଲକ ବସନ୍ତପୁର ପଞ୍ଚାୟତ ଉକୁଚାବେଡା ଗ୍ରାମ ଚତୁରିସାହିର ସାହିବାସୀ ଅଭିଯୋଗ କରିଛନ୍ତି।

ପରିଣତ ବୟସରେ ନାତି ନାତୁଣୀଙ୍କ ବୋଝ

ପରିଣତ ବୟସରେ ନାତି ନାତୁଣୀଙ୍କ ବୋଝ

ମୋରଡ଼ା,୨୨ା୫- ବୟସ ୮୦ ଛୁଇଁଲାଣି । ଅଣ୍ଟା ସଳଖି ହେଉ ନ ଥିବା ବେଳେ ମନରେ ବି ଦମ୍ଭ ନାହିଁ। ଅନ୍ୟ ସାହାରାରେ ବଞ୍ଚତ୍ବା ବୟସରେ ସେ ପାଲଟିଛନ୍ତି ୨ କୁନି କୁନି ପିଲାଙ୍କ ସାହାରା। ୩ ଶହ ଟଙ୍କା ଭତ୍ତା ଓ ମିଳୁଥିବା ଚାଉଳରେ ଘର ଚଳାଇବା କଷ୍ଟ ହେଉଥିବା ବେଳେ ଏ ବୟସରେ ବି ଶାଳପତ୍ର ତୋଳି ଖଲି କରି ବିକ୍ରି କରୁଥିବା କହିଛନ୍ତି ଦୁଲାରୀ ବେଶ୍ରା। ଘର ରାସଗୋବିନ୍ଦପୁର ବ୍ଲକ ଅଧୀନ ବଡାମପୁର ପଞ୍ଚାୟତ କେତକିଶୋଳ ଗାଁ।

ପୋଖରୀରେ ଖୋଳାହେଉଛି ଡଗ୍‌ଓ୍ବେଲ

ପୋଖରୀରେ ଖୋଳାହେଉଛି ଡଗ୍‌ଓ୍ବେଲ

ଖୁଣ୍ଟା,୨୨ା୫((ଡି.ଏନ୍‌.ଏ.)- ଖୁଣ୍ଟା ବ୍ଲକ ଅଧୀନ ଗଡିଗାଁ ପଞ୍ଚାୟତ ଦେଉଳାଗଡିଗାଁ ଗ୍ରାମରେ ସରକାରୀ ଅର୍ଥ ବାଟମାରଣା ପାଇଁ ଏକ ପୋଖରୀରେ ଡଗ୍‌ଓ୍ବେଲ ଖୋଳା ଯାଉଥିବା ଦେଖିବାକୁ ମିଳିଛି।

ଦିନକର କାହାଣୀ : ୬୦ଜଣଙ୍କୁ  ସ୍ବାବଲମ୍ବୀ କରିଛନ୍ତି ବୀରକିଶୋର

ଦିନକର କାହାଣୀ : ୬୦ଜଣଙ୍କୁ ସ୍ବାବଲମ୍ବୀ କରିଛନ୍ତି ବୀରକିଶୋର

ଘରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ଦଶମ ଶ୍ରେଣୀରୁ ପାଠପଢାରେ ଡୋରି ବନ୍ଧା ହେଲା। ପରେ ଟଙ୍କା ରୋଜଗାର କରିବାର ପନ୍ଥା ଖୋଜି ଖୋଜି ପେପର ବିତରକ ଭାବେ କାମ କଲେ। ଇତି ମଧ୍ୟରେ ୨୫ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିବା ବେଳେ ସ୍ବାବଲମ୍ବୀ ହୋଇପାରିଛନ୍ତି ବୀର କିଶୋର (୪୧)। ଏବେ ସେ ଖବରକାଗଜ ଏଜେଣ୍ଟ ଭାବେ ବାରିପଦାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।

ଔଷଧୀୟ ଗୁଳ୍ମ ଲଗାଇବାକୁ ଚାଷୀ ଅମଙ୍ଗ

ଔଷଧୀୟ ଗୁଳ୍ମ ଲଗାଇବାକୁ ଚାଷୀ ଅମଙ୍ଗ

ବଡ଼ସାହି,୨୨ା୫(ଡି.ଏନ୍‌.ଏ)- ଷାଠିଏ ଦଶକ ପୂର୍ବରୁ ଗାଁ ଗହଳି ଲୋକେ ଅସୁସ୍ଥ ହେଲେ ଚେରମୂଳି ଉପରେ ନିର୍ଭର କରୁଥିଲେ। ସତୁରୀ ଦଶକ ବେଳକୁ ଧୀରେ ଧୀରେ ହୋମିଓପାଥି ଓ ଏଲୋପାଥି ଔଷଧର ବହୁଳ ପ୍ରସାର ଘଟିଲା। ଭେଷଜ ବିଜ୍ଞାନର ଅଗ୍ରଗତି ଯୋଗୁ ରୋଗକୁ ଚିହ୍ନଟ କରିବା ସହଜ ଓ ନିର୍ଭୁଲ ହେଲା।

ନବନିର୍ମିତ ପୋଲରେ ଜମୁଛି ପାଣି

ନବନିର୍ମିତ ପୋଲରେ ଜମୁଛି ପାଣି

ସୋର, ୨୨।୫(ଡି.ଏନ.ଏ.)- ସୋର ବ୍ଲକ ଟେଣ୍ଟେଇ ପଞ୍ଚାୟତର କାଂଶବାଂଶ ନଦୀ ନିକଟବର୍ତ୍ତୀ ଅଇଁରିଗୁଡ଼ ଗ୍ରାମ ରାସ୍ତାରେ ନବନିର୍ମିତ ପୋଲରେ ପାଣି ଜମି ରହୁଛି। ଏହି ରାସ୍ତା ଦୟାନିଧିପୁର, କଣ୍ଟାବଣିଆ ଗ୍ରାମକୁ ସଂଯୋଗ କରିଛି।