ବାଲେଶ୍ୱର

ବାଲି ବୋଝେଇ ଗାଡ଼ି ଜବତ, ଜରିମାନା ଆଦାୟ

ବାଲି ବୋଝେଇ ଗାଡ଼ି ଜବତ, ଜରିମାନା ଆଦାୟ

ଭଣ୍ଡାରିପୋଖରୀ,୧୩।୧(ଡି.ଏନ୍‌.ଏ.) -ଶୁକ୍ରବାର ସ୍ଥାନୀୟ ତହସିଲ ପକ୍ଷରୁ ୧୬ ନଂ ଜାତୀୟ ରାଜପଥର ଡାହାଲା ଛକ ନିକଟରେ ଚଢାଉ କରାଯାଇ ୯ଟି ବାଲି ବୋଝେଇ ଗାଡ଼ି ଜବତ କରାଯାଇଛି। ଏହି ଗାଡି ଗୁଡିକରେ ବୈତରଣୀ ନଦୀର ବିଭିନ୍ନ ବାଲି ଘାଟ ନେରଡା, ଆଖୁଆପଦା ଓ ଷଠିପୁର ଆଦି ଅଞ୍ଚଳରୁ ବେଆଇନ ଭାବେ ବାଲି ବୋଝେଇ ହୋଇ ଆସୁଥିଲା। ଆବଶ୍ୟକ କାଗଜପତ୍ର ଦେଖାଇ ନ ପାରିବାରୁ ଉକ୍ତ ଗାଡି ଗୁଡିକରୁ ଜରିମାନା ବାବଦକୁ ୧ ଲକ୍ଷ ୧୫ ହଜାର ୫୫୦ ଟଙ୍କା ଏବଂ ରେଡକ୍ରସ ବାବଦକୁ ୧୩ ହଜାର ଟଙ୍କା ଆଦାୟ କରାଯାଇଛି। ଚଢାଉରେ ଭଣ୍ଡାରିପୋଖରୀ ତହସିଲଦାର ପ୍ରଣୟ କୁମାର ଜେନା ଓ ଅନ୍ୟ ତହସିଲ କର୍ମଚାରୀ ସାମିଲ ଥିଲେ ।

All Right Reserved By

ବାଲେଶ୍ୱର

ନାଳରେ ଭାସି ଚାଷୀଙ୍କ ମୃତ୍ୟୁ

ନାଳରେ ଭାସି ଚାଷୀଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୧୫।୮(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ ମଢ଼ିଆଳି ଗ୍ରାମର ଗୟାଧର ବେହେରା (୬୫)ନାମକ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ଗୟାଧର ମଙ୍ଗଳବାର ଅପରାହ୍ନରେ ବିଲକୁ କାମ କରିବାକୁ ଯାଇ ଅପରାହ୍ନରେ ଫେରୁଥିଲେ। ଗାଁ ମୁଣ୍ଡରେ ଥିବା ବୈତରଣୀ ନଦୀର ଶାଖାନାଳ ଶଙ୍ଖମୁଣ୍ଡାରେ ଭାସିଯାଇ ନିଖୋଜ ଥିଲେ। ଗ୍ରାମବାସୀ ବହୁ ଖୋଜାଖୋଜି କରି ମଧ୍ୟ ଉଦ୍ଧାର କରିପାରି ନ ଥିଲେ। 

 କେନ୍ଦୁଝରରେ ସ୍ବାଧୀନତା ଦିବସ ପାଳିତ

କେନ୍ଦୁଝରରେ ସ୍ବାଧୀନତା ଦିବସ ପାଳିତ

କେନ୍ଦୁଝର, ୧୫।୮ (ସ୍ବ.ପ୍ର.)-କେନ୍ଦୁଝର ଷ୍ଟାଡିୟମଠାରେ ୭୨ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଶିଳ୍ପ ଉଚ୍ଚ ଶିକ୍ଷା ଓ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଅନନ୍ତ ଦାସ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ପୋଲିସ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। 

ଖଣି କର୍ମଚାରୀଙ୍କ ତ୍ରିରଙ୍ଗା ଯାତ୍ରା

ଖଣି କର୍ମଚାରୀଙ୍କ ତ୍ରିରଙ୍ଗା ଯାତ୍ରା

କେନ୍ଦୁଝର,୧୫।୮ (ସ୍ବ.ପ୍ର.)- ସମସ୍ତଙ୍କ ମଧ୍ୟରେ ଦେଶାତ୍ମବୋଧକ ଭାବନା ଜାଗ୍ରତ ସୃଷ୍ଟି କରିବାପାଇଁ ଝାଡ଼ଖଣ୍ଡ ସୀମା ଗୁଆଠାରେ ଥିବା ଘାଟକୁରୀ ଲୁହାଖଣିର କର୍ମଚାରୀମାନେ ସ୍ବାଧୀନତା ଦିବସ ପାଳନ କରିଛନ୍ତି। ଏହି ଉପଲକ୍ଷେ କର୍ମଚାରୀମାନେ ଏକ ବାଇକ ସଚେତନତା ଯାତ୍ରା କରିଥିଲେ।  ସକାଳ ୫ଟାରୁ ୨୦ଜଣ କର୍ମଚାରୀ ୧୦ ବାଇକରେ ତ୍ରିରଙ୍ଗା ପତାକା ଧରି ବାହାରିଥିଲେ। 

ବ୍ଲକ ଶିକ୍ଷାଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ବ୍ଲକ ଶିକ୍ଷାଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ବନ୍ତ, ୧୫।୮(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଶିକ୍ଷାଧିକାରୀ ହରମନ ଟପୋଙ୍କୁ ମିଳିତ ଶିକ୍ଷକ ମଞ୍ଚ ପକ୍ଷରୁ ବୁଧବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ବନ୍ତ ସ୍ଥିତ ମହତାବ ଏମଇ ସ୍କୁଲରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ନିଗମାନନ୍ଦ ମିଶ୍ର , ସୁରଥ କୁମାର ସାହୁ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜୟ କୁମାର ପୃଷ୍ଟି ଯୋଗ ଦେଇଥିଲେ।

 ଭଞ୍ଜକିଆ ଷ୍ଟାଡିୟମରେ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ

ଭଞ୍ଜକିଆ ଷ୍ଟାଡିୟମରେ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ

ଭଞ୍ଜକିଆ, ୧୫।୮(ଡି.ଏନ.ଏ.)-ଭଞ୍ଜକିଆ ରରୁଆଁ ବ୍ଲକ ଅନ୍ତର୍ଗତ ୭୨ ତମ ସ୍ବାଧୀନତା ଦିବସ ଅବସରରେ ୩୦ତମ ଜେଡି କ୍ରୀଡ଼ା ଆସୋସିଏଶନ ଆନୁକୂଲ୍ୟରେ ଏହି ଟୁର୍ଣ୍ଣମେଣ୍ଟର ଉଦ୍‌ଘାଟନ ହୋଇଛି।

୭୨ ତମ ସ୍ବାଧୀନତା ଦିବସ ପାଳିତ

୭୨ ତମ ସ୍ବାଧୀନତା ଦିବସ ପାଳିତ

କୋଷ୍ଠା,୧୫।୮-ମୟୂରଭଞ୍ଜ ଜିଲା କୋଷ୍ଠାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୭୨ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠାନର ପରମ ହିତୈଶି ମାନ୍ୟବର ଧ୍ୟାନେନ୍ଦ୍ର ନାଥ ପାଣି ଜାତୀୟ ପତାକା ଉତ୍ତୋଳନ କରିଥିଲେ  । 

ପୋଖରୀରେ ବୁଡ଼ି ୨ ସାଙ୍ଗ ମୃତ

ପୋଖରୀରେ ବୁଡ଼ି ୨ ସାଙ୍ଗ ମୃତ

ରେମୁଣା,୧୫।୮(ଡି.ଏନ.ଏ.)- ବୁଧବାର ପୂର୍ବାହ୍ନରେ ଏକ ବଡ଼ ଅଘଟଣ ଘଟିଯାଇଛି। ସବୁଆଡ଼େ ସ୍ବାଧୀନତା ଦିବସ ପାଇଁ ଖୁସିର ମାହୋଲ ଚାଲିଥିବାବେଳେ ଦୁଇ ସାଙ୍ଗ ହାତ ଧରାଧରି ହୋଇ ପାଣିରେ ବୁଡ଼ି ଯାଇଛନ୍ତି। ଏହିପରି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲା ରେମୁଣା ବ୍ଲକ ପତ୍ରପାଳ ପଞ୍ଚାୟତ ଅନ୍ତର୍ଗତ ଚକୁଳିଆ ଗ୍ରାମରେ। ଲଷ୍ମୀଧର ବିନ୍ଧାଣୀଙ୍କ ଝିଅ ରାଇମଣୀ ବିନ୍ଧାଣୀ (୮), ବରଜୁ ମୁର୍ମୁ (୯) ନାମକ ୨ ନାବାଳିକା ବୁଧବାର ପୂର୍ବାହ୍ନ ୧୧ଟାବେଳେ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି।

   ପାଳନ ହେଲା ସ୍ବାଧୀନତା ଦିବସ

ପାଳନ ହେଲା ସ୍ବାଧୀନତା ଦିବସ

କୋଳିମାଟି,୧୫।୮-କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି , ବୁଢୀକୁଦ, ଧକୋଠା, ବୀରଗୁବିନ୍ଦପୁର, ଗୁହିରା ପଞ୍ଚାୟତରେ  ରହିଥିବା ସମସ୍ତ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି, ସରକାରୀ ଅଫିସରେ ଖୁବ ଆଡମ୍ବର ସହିତ ୭୨ ତମ ସ୍ବାଧୀନତା ଦିବସ ପାଳନ ହୋଇଛି। ଗାଁ ମଝିରେ ସୁନ୍ଦର ଭାବେ ସାଜସଜ୍ଜା କରି ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। 

ଗୋପବନ୍ଧୁ ଯୁବକ ସଂଘର ଚାରା ରୋପଣ

ଗୋପବନ୍ଧୁ ଯୁବକ ସଂଘର ଚାରା ରୋପଣ

ଭଣ୍ଡାରିପୋଖରୀ, ୧୫।୮(ଡି.ଏନ.ଏ.)-ଭଦ୍ରକ ଜିଲା ଷୋଳମପୁର ପଞ୍ଚାୟତ ମଣିନାଥପୁରସ୍ଥିତ ଗୋପବନ୍ଧୁ ଯୁବକ ସଂଘ ପକ୍ଷରୁ ବୁଧବାର ବୃକ୍ଷରୋପଣ କରାଯାଇଛି।

  ଡୁମୁରିଆରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଡୁମୁରିଆରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ପାଟଣା, ୧୫।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡୁମୁରିଆ ପଞ୍ଚାୟତର ୧୦ଟିରୁ ଊର୍ଦ୍ଧ୍ୱ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଡୁମୁରିଆ ଗ୍ରାମ ପରିକ୍ରମା କରିଥିଲା। ଲୋକମାନଙ୍କୁ ପରିମଳ, ଶିକ୍ଷା, ସ୍ବାସ୍ଥ୍ୟ ଓ ମଦ ନ ପିଇବା ପାଇଁ ସଚେତନତା ବାର୍ତ୍ତା ପ୍ରଚାର କରିବା ସହ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର ପରିବେଶକୁ ସଫା କରିଥିଲେ।

ପୁସ୍ତକମେଳା ଉଦ୍‌ଘାଟିତ

ପୁସ୍ତକମେଳା ଉଦ୍‌ଘାଟିତ

ଯୋଡା,୧୫।୮(ଡି.ଏନ.ଏ.)- ଯୋଡା ବ୍ଲକ ବାମେବାରୀ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ମଙ୍ଗଳବାର ପୂର୍ବାହ୍ନ ୧୦ଘଟିକା ସମୟରେ ଏକ ପୁସ୍ତକମେଳା ଉଦ୍‌ଘାଟିତ ହୋଇଯାଇଛି  । 

ଉଡ଼ିଲା ତ୍ରିରଙ୍ଗା

ଉଡ଼ିଲା ତ୍ରିରଙ୍ଗା

ପାଟଣା, ୧୫।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ଷ୍ଟାଡିୟମ ନିକଟ ପଡ଼ିଆରେ ବୁଧବାର ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ହୃଷିକେଶ ନାଏକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। 

Model This Week

ଯସ୍ମିନ୍