
ବମ୍ବେ,୧୩।୧: ବମ୍ବେ ସମୁଦ୍ର ଉପକୂଳର ୨୨ ମାଇଲ ଦୂରରେ ଶନିବାର ସକାଳେ ନିଖୋଜ ହୋଇଯାଇଥିବା ପବନହଂସ ହେଲିକପ୍ଟରର ଭଗ୍ନାବଶେଷ ସହ ୪ ଜଣଙ୍କର ମୃତଦେହ ମିଳିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଦୁଇଜଣ ପାଇଲଟଙ୍କ ସମେତ ୮ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ଏକ ଘରୋଇ ହେଲିକ୍ଟର ବମ୍ବେଠାରେ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ ରୁମର ସମ୍ପର୍କରୁ ବିଚ୍ଛିନ୍ନ ହୋଇ ଯାଇଛି। ୭ ବର୍ଷ ପୁରୁଣା ଭିଟିପିଡବ୍ଲୁଏ ଡୁଫିନ୍ ଏସ୍ ୩୬୫ ଏନ୍୩ ହେଲିକପ୍ଟରଟି ଜୁହୁରୁ ସକାଳ ୧୦.୨୦ ମିନିଟରେ ଉଡାଣ ଆରମ୍ଭ କରିଥିଲା। ଶେଷଥର ପାଇଁ ଏହା ୧୦.୩୫ ମିନିଟରେ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ କରିଥିଲା। ଏଥିରେ ଓଏନ୍ଜିସିର କିଛି କର୍ମଚାରୀ ଗସ୍ତ କରୁଥିବା ସମୟରେ ଏହା ୧୧ଟା ପୂର୍ବରୁ ବମ୍ବେ ହାଇ ନର୍ଥ ଫିଲ୍ଡରେ ଅବତରଣ କରିଥିବା ଅନୁମାନ କରାଯାଉଥିଲା। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।