ଅନ୍ତର୍ଜାତୀୟ |

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ୩ ଆତଙ୍କବାଦୀ ମୃତ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ୩ ଆତଙ୍କବାଦୀ ମୃତ

ଢାକା,୧୩।୧: ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ବାଂଲାଦେଶ ପୋଲିସ ର଼୍ୟାପିଡ ଆକ୍ସନ ବାଟାଲିୟନ(ଆର୍‌ଏବି)ର ଗୁଳିରେ ବାଂଲାଦେଶର ଜମାତୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଙ୍ଗଠନର ଉକ୍ତ ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଥିଲା। ଶୁକ୍ରବାର ପଶ୍ଚିମ ନକାଲପୁରା ଅଞ୍ଚଳରେ ଥିବା ଏକ ୬ ମହଲା କୋଠାର ୪ ମହଲାରେ ଚାଲିଥିବା ତଲାସି ଅଭିଯାନ ସମୟରେ ଏହି ଘଟଣା ଘଟିଥିବା ପ୍ରକାଶ। ଆତଙ୍କବାଦୀଙ୍କ ଉପସ୍ଥିତିର ସୂଚନା ପାଇ ଏହି ତଲାସି ଅଭିଯାନ କରାଯାଇଥିବା ପୋଲିସ ପ୍ରକାଶ କରିଛି। ଏଥିରେ ଅନେକ ବିସ୍ଫୋରକ ସମେତ କିଛି ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି। ଏହି ମାମଲାରେ ଉକ୍ତ କୋଠାର କେୟାର ଟେକର୍‌ଙ୍କ ସମେତ ୫ ଜଣଙ୍କୁ ପଚରା ଉଚରା ପାଇଁ ପୋଲିସ ହେପାଜତକୁ ନିଆଯାଇଛି।

All Right Reserved By

ଅନ୍ତର୍ଜାତୀୟ |

ଫ୍ରାନ୍ସରେ ପରିସ୍ଥିତି ଅସମ୍ଭାଳ

ଫ୍ରାନ୍ସରେ ପରିସ୍ଥିତି ଅସମ୍ଭାଳ

ପ୍ୟାରିସ,୧୬।୭(ଏଏଫ୍‌ପି)- ଫ୍ରାନ୍ସ ଫିଫା ବିଶ୍ୱକପ୍‌ ଚାମ୍ପିୟନ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଦୀର୍ଘ ୨୦ ବର୍ଷ ପରେ ବିଶ୍ୱକପ୍‌ ଜିତିବା ପରେ ଭାରତୀୟ ସମୟ ପ୍ରାୟ ରାତି ୧୦.୩୦ ବେଳେ ପ୍ରଶଂସକଙ୍କ ଖୁସି ମନାଇବା ପାଇଁ ରାସ୍ତାକୁ ହାତରେ ଜାତୀୟ ପତାକା ଧରି ଚାଲି ଆସିଥିଲେ।

କାବୁଲରେ ଆତ୍ମଘାତୀ ବିସ୍ଫୋରଣ: ୮ ମୃତ, ୧୭ ଆହତ

କାବୁଲରେ ଆତ୍ମଘାତୀ ବିସ୍ଫୋରଣ: ୮ ମୃତ, ୧୭ ଆହତ

କାବୁଲ,୧୬।୭: ଆଫଗାନିସ୍ତାନର ରାଜଧାନୀ କାବୁଲର ସରକାରୀ ମନ୍ତ୍ରଣାଳୟ ନିକଟରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହେବା ସହ ୧୭ ଆହତ ହୋଇଥିବା ଜଣାପଡିଛି।

ନିକାରାଗୁଆରେ ସୁରକ୍ଷାବଳ-ପ୍ରଦର୍ଶନକାରୀ ମୁହାଁମୁହିଁ

ନିକାରାଗୁଆରେ ସୁରକ୍ଷାବଳ-ପ୍ରଦର୍ଶନକାରୀ ମୁହାଁମୁହିଁ

ମାନାଗୁଆ,୧୬।୭: ନିକାରାଗୁଆରେ ସୁରକ୍ଷାବଳ ଏବଂ ସରକାର ବିରୋଧରେ ପ୍ରଦର୍ଶନ କରୁଥିବା ସାଧାରଣ ଜନତା ମୁହାଁମୁହିଁ ହୋଇଛନ୍ତି।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୮ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୮ ମୃତ

ଇସଲାମାବାଦ୍‌,୧୬।୭: ପାକିସ୍ତାନ ସିନ୍ଧ୍‌ ପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆତଙ୍କବାଦୀ ଆକ୍ରମଣରେ ୧୦ ମୃତ

ଆତଙ୍କବାଦୀ ଆକ୍ରମଣରେ ୧୦ ମୃତ

ବାମାକୋ,୧୬।୭: ମାଲିର ଉତ୍ତରପୂର୍ବରେ ନାଇଜର ସୀମାବର୍ତ୍ତୀ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ୧୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।

ଆଣ୍ଟି ଟେରର୍‌ ଡ୍ରିଲ୍‌ରେ ମିଳିତ ଭାବେ ଭାଗନେବେ ଭାରତ-ପାକିସ୍ତାନ

ଆଣ୍ଟି ଟେରର୍‌ ଡ୍ରିଲ୍‌ରେ ମିଳିତ ଭାବେ ଭାଗନେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ/ମସ୍କୋ,୧୬।୭: ରୁଷରେ ଆସନ୍ତା ମାସରେ ସାଙ୍ଘାଇ କୋଅପରେଶନ ଅର୍ଗାନାଇଜେଶନ୍‌(ଏସ୍‌ସିଓ) ଦ୍ୱାରା ଆୟୋଜିତ ଏକ ମେଗା ଆଣ୍ଟି ଟେରର୍‌ ଡ୍ରିଲରେ ମିଳିତ ଭାବେ ଭାରତ ଓ ପାକିସ୍ତାନ ପ୍ରଥମ ଥର ଲାଗି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆଫଗାନ ଗୃହ ଯୁଦ୍ଧ: ୬ ମାସରେ ୧,୬୯୨ ଲୋକଙ୍କ ମୃତ୍ୟୁ

ଆଫଗାନ ଗୃହ ଯୁଦ୍ଧ: ୬ ମାସରେ ୧,୬୯୨ ଲୋକଙ୍କ ମୃତ୍ୟୁ

କାବୁଲ, ୧୬।୭: ଆଫଗାନୀସ୍ତାନରେ ଜାରି ରହିଥିବା ଗୃହଯୁଦ୍ଧରେ ଗତ ୬ମାସ ମଧ୍ୟରେ ୧,୬୯୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏନେଇ ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି।

ଚଳିତ ବର୍ଷ ଶେଷ ସୁଦ୍ଧା ସମରାଭ୍ୟାସ କରିବେ ଭାରତ-ଆମେରିକା ସେନା

ଚଳିତ ବର୍ଷ ଶେଷ ସୁଦ୍ଧା ସମରାଭ୍ୟାସ କରିବେ ଭାରତ-ଆମେରିକା ସେନା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୭: ଭାରତ ଓ ଆମେରିକାର ୩ ସେନାଙ୍କ ମଧ୍ୟରେ ଚଳିତ ବର୍ଷ ଶେଷ ସୁଦ୍ଧା ସମରାଭ୍ୟାସ ହେବା ଅନୁମାନ କରାଯାଉଛି। ଏହା ପୂର୍ବରୁ ଯଦିଓ ଆମେରିକା ସେନା ସହ ଭାରତୀୟ ସେନା ସମରାଭ୍ୟାସ କରି ସାରିଛନ୍ତି ତଥାପି ଏକାସାଙ୍ଗରେ ସ୍ଥଳ ସେନା, ବାୟୁ ସେନା ଓ ନୌସେନାଙ୍କର ସମରାଭ୍ୟାସ ଇତିହାସରେ ପ୍ରଥମ ଥର ହେବ।

ନିର୍ବାଚନ ପୂର୍ବରୁ ହାଫିଜଙ୍କୁ ଝଟ୍‌କା

ନିର୍ବାଚନ ପୂର୍ବରୁ ହାଫିଜଙ୍କୁ ଝଟ୍‌କା

ଲାହୋର,୧୫।୬: ପାକିସ୍ତାନ ସାଧାରଣ ନିର୍ବାଚନ ପୂର୍ବରୁ ମିଲ୍ଲି ମୁସଲିମ୍‌ ଲିଗ୍‌(ଏମ୍‌ଏମ୍‌ଏଲ୍‌)ନେତା ତଥା ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‌ ସୟିଦଙ୍କୁ ଲାଗିଛି ଝଟ୍‌କା।

ଉତ୍ତର-ପୂର୍ବ ରାଜ୍ୟରେ ବଢୁଛି ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କାଘାତ ରୋଗୀଙ୍କ ସଂଖ୍ୟା

ଉତ୍ତର-ପୂର୍ବ ରାଜ୍ୟରେ ବଢୁଛି ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କାଘାତ ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ/ଟରୋଣ୍ଟୋ,୧୫।୭: ଦେଶର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କାଘାତ ରୋଗୀଙ୍କ ସଂଖ୍ୟା ବଢୁଛି। ପରିବର୍ତ୍ତିତ ଜୀବନଶୈଳୀ ଏବଂ ଅନ୍ୟ କେତେକ କାରଣରୁ ଏହା ହେଉଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଟୁଇଟରକୁ ପୂରିଲା ୧୨ ବର୍ଷ

ଟୁଇଟରକୁ ପୂରିଲା ୧୨ ବର୍ଷ

ସାନ୍‌ ଫ୍ରାନ୍ସିସ୍‌କୋ,୧୫।୭: ସୋସିଆଲ ମିଡ଼ିଆ ସାଇଟ୍‌ ଟୁଇଟରକୁ ୧୨ ବର୍ଷ ପୂରିଛି। ୨୦୦୬ ଜୁଲାଇ ୧୫ରେ ଏହାର ଶୁଭାରମ୍ଭ ହୋଇଥିଲା। ୨୦୦୬ ମାର୍ଚ୍ଚ ୨୧ରେ ଏହାର ପ୍ରତିଷ୍ଠା ହୋଇଥିଲା।

ମ୍ୟାନମାର୍‌ରେ ଭୂସ୍ଖଳନ

ମ୍ୟାନମାର୍‌ରେ ଭୂସ୍ଖଳନ

ନାପିଦ୍ୱ,୧୫।୭: ଉତ୍ତର ମ୍ୟାନମାର୍‌ରେ ଭୂସ୍ଖଳନ ଘଟିଛି। ଏକ ପୁରୁଣା ଖଣିରେ ଶ୍ରମିକ କାମ କରୁଥିବାବେଳେ ଘଟିଛି ଏହି ଅଘଟଣ।

Model This Week

ରୂପେଶ