ବାଲେଶ୍ୱର

ବାଲି ଗାଡ଼ି ଜବତ: ଜରିମାନା ଆଦାୟ

ବାଲି ଗାଡ଼ି ଜବତ: ଜରିମାନା ଆଦାୟ
ଭଣ୍ଡାରିପୋଖରୀ,୧୩।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ବିଭିନ୍ନ ସମୟରେ ବେଆଇନ ଭାବେ ବାଲି ପରିବହନ ହେଉଥିବାବେଳେ ଶୁକ୍ରବାର ତହସିଲ ପକ୍ଷରୁ ୧୬ନମ୍ବର ଜାତୀୟ ରାଜପଥର ଡାହାଲା ଛକ ନିକଟରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ବୈତରଣୀ ନଦୀର ବିଭିନ୍ନ ବାଲି ଘାଟରୁ ବାଲି ବୋଝେଇ କରି ଆସୁଥିବା ୯ଟି ଟ୍ରକ, ଡମ୍ପର, ହାଇଓ୍ବା ଓ ମିନିଟ୍ରକ ଜବତ କରାଯାଇଥିଲା। ଉକ୍ତ ଗାଡ଼ି ଗୁଡିକ ଆବଶ୍ୟକ କାଗଜପତ୍ର ଦେଖାଇ ନ ପାରିବାରୁ ସେଗୁଡ଼ିକରୁ ଜରିମାନା ବାବଦକୁ ୧ଲକ୍ଷ ୧୫ହଜାର ୫୫୦ଟଙ୍କା ଏବଂ ରେଡ଼କ୍ରସ ବାବଦକୁ ୧୩ହଜାର ଟଙ୍କା ଆଦାୟ କରାଯାଇଥିଲା। ଉକ୍ତ ଚଢ଼ାଉରେ ଭଣ୍ଡାରିପୋଖରୀ ତହସିଲଦାର ପ୍ରଣୟ କୁମାର ଜେନା ଓ ତହସିଲ କର୍ମଚାରୀ ସାମିଲ ଥିଲେ। ଏହି ଚଢ଼ାଉ ବାଲି ପରିବହନ କରୁଥିବା ଗାଡ଼ି ମାଲିକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।
All Right Reserved By

ବାଲେଶ୍ୱର

ନାବାଳିକା ବଳାତ୍କାର ମାମଲା: ୨ ଦୋଷୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌

ନାବାଳିକା ବଳାତ୍କାର ମାମଲା: ୨ ଦୋଷୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌

ବାଲେଶ୍ୱର ଅଫିସ, ୧୭।୧-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ସ୍ପେଶାଲ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଗୁରୁବାର ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଆଦେଶ ଦିଆଯାଇଛି। ଜରିମାନା ଅନାଦେୟ ଆଉ ୩ମାସ ଜେଲ୍‌ ଭୋଗିବାକୁ ରାୟରେ କୁହାଯାଇଛି। 

ବିଷାକ୍ତ ମଦ ପିଇ ଯୁବକ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ବିଷାକ୍ତ ମଦ ପିଇ ଯୁବକ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଚାନ୍ଦବାଲି, ୧୭।୧ (ଡି.ଏନ.ଏ.) - ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନ ଚଡଦିଆ ପଞ୍ଚାୟତରେ ବୁଧବାର ବିଳମ୍ବିତ ରାତିରେ ବିଷାକ୍ତ ମଦ ପିଇ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଚଡଦିଆ ଗ୍ରାମର ମହେଶ୍ୱର ମାଝି(୩୬)। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଅନ୍ୟ ୩ଟି ଦାବି ନେଇ ସ୍ଥାନୀୟ ଲୋକେ ଗୁରୁବାର ଚଡଦିଆ ବଜାର ବନ୍ଦ କରିଥିଲେ। 

ମକର ବୁଲିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌:୨ ମୃତ, ୪୦ରୁ ଊର୍ଦ୍ଧ୍ୱ ଆହତ

ମକର ବୁଲିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌:୨ ମୃତ, ୪୦ରୁ ଊର୍ଦ୍ଧ୍ୱ ଆହତ

ବାରିପଦା ଅଫିସ,୧୭।୧: ମୟୁରଭଞ୍ଚ ଜିଲା ଖୁଣ୍ଟା ଥାନା ଅଧୀନସ୍ଥ କହ୍ନୋଇନ୍ଦ ଧାନଘେରା ରାସ୍ତାରେ  ଗୁରୁବାର ଏକ ପିକ୍‌ ଅପ୍‌ ଭ୍ୟାନ ଓଲଟି ପଡ଼ିବା ଫଳରେ ୨ଜଣ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।  ଏଥିସହ  ଡ୍ରାଇଭର ସମେତ ୪୦ ରୁ ଉର୍ଦ୍ଧ ଆହତ ହୋଇଛନ୍ତି ।

ଅଖିଳ ଭାରତୀୟ କୃଷକ ସଂଗଠନର ବିକ୍ଷୋଭ ସଭା

ଅଖିଳ ଭାରତୀୟ କୃଷକ ସଂଗଠନର ବିକ୍ଷୋଭ ସଭା

ବାସୁଦେବପୁର, ୧୭।୧(ଡି.ଏନ.ଏ): ଭଦ୍ରକ ଜିଲା ବାସୁଦେବପୁର ତହସିଲ ସାମ୍ନାରେ ଅଖିଳ ଭାରତ କୃଷକ ସଂଗଠନ ପକ୍ଷରୁ ନଅଦଫା ଦାବି ନେଇ ଶତାଧିକ ଚାଷୀ ପ୍ରତିବାଦ ସଭା ଓ ଶୋଭାଯାତ୍ରା ଗୁରୁବାର ମଧ୍ୟାହ୍ନରେ କରିଛନ୍ତି। 

ଗୋଟିଏ ପଡିଆରେ ଦୁଇଟି ପିଠା କାର୍ଯ୍ୟକ୍ରମ: ଦୁଇଗୋଷ୍ଠୀ ମୁହାଁମୁହିଁ

ଗୋଟିଏ ପଡିଆରେ ଦୁଇଟି ପିଠା କାର୍ଯ୍ୟକ୍ରମ: ଦୁଇଗୋଷ୍ଠୀ ମୁହାଁମୁହିଁ

ଭଦ୍ରକ ଅଫିସ,୧୭।୧: ଭଦ୍ରକ ଜିଲା ବେନ୍ତlଳ ପଞ୍ଚାୟତ କାସଲ ପଡିଆରେ ଦୁଇଟି  ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଯନ୍ତ୍ରଣାରେ ଛଟପଟ ପରୀ: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଯନ୍ତ୍ରଣାରେ ଛଟପଟ ପରୀ: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଡସାହି,୧୭।୧(ସ୍ବ.ପ୍ର)-ରାଜ୍ୟରେ ଶିଶୁଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ରୋକିବା ପାଇଁ ଓଡିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ। ଏହାରି ମାଧ୍ୟମରେ ରାଜ୍ୟର ଗଳିକନ୍ଦିରେ ପରୀ ଏକ୍ସପ୍ରେସ ପରିକ୍ରମା କରି ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ଯୌନ ଉପତ୍ୀଡନ, ନିର୍ଯାତନା ଓ ଅତ୍ୟାଚାରକୁ ନେଇ ସଚେତନତା କରାଯାଇଥିଲା ା

ଉତ୍ତର ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି: ୩ ଦିନ କୋର୍ଟ ବନ୍ଦ, ଓକିଲଙ୍କ ଶୋଭାଯାତ୍ରା

ଉତ୍ତର ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି: ୩ ଦିନ କୋର୍ଟ ବନ୍ଦ, ଓକିଲଙ୍କ ଶୋଭାଯାତ୍ରା

ବାରିପଦା ଅଫିସ,୧୭।୧: ଉତ୍ତର ଓଡ଼ିଶା ଲାଗି ବାରିପଦାଠାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ କରିବା ଲାଗି ଦୀର୍ଘଦିନରୁ ଦାବି ହୋଇ ଆସୁଛି। ମାତ୍ର ମୁଖ୍ୟମନ୍ତ୍ରୀ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଏଣୁ ରାଜ୍ୟ ସରକାର ଉତ୍ତର ଓଡ଼ିଶାକୁ ଅବହେଳା କରୁଥିବା ଜିଲା ଓକିଲ ସଂଘ ଅଭିଯୋଗ କରିଛି।

ବାରିପଦା ସହରରେ ବଢ଼ୁଛି ଚୋରି ଓ ଲୁଟ ଘଟଣା: ସନ୍ଦେହରେ ୯ ଅଟକ

ବାରିପଦା ସହରରେ ବଢ଼ୁଛି ଚୋରି ଓ ଲୁଟ ଘଟଣା: ସନ୍ଦେହରେ ୯ ଅଟକ

ବାରିପଦା ଅଫିସ,୧୭।୧: ବାରିପଦା ସହରରେ କିଛି ଦିନ ହେବ ଚୋରି ଓ ଲୁଟ ମାମଲା ବୃଦ୍ଧି ପାଇଛି। ଟାଉନ ପୋଲିସ ପକ୍ଷରୁ ପାଟ୍ରୋଲିଂ ହେଉ ନ ଥିବାରୁ ଏଭଳି ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ ହେଉଥିଲା। ଏହାପରେ ପୋଲିସ ପକ୍ଷରୁ ସହରରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବା ପରେ ବୁଧବାର ରାତିରେ ପୋଲିସକୁ ସଫଳତା ମିଳିଛି। 

କୁଡୁମୀ ସମ୍ପ୍ରଦାୟର ନାଚଗୀତରେ ଆନନ୍ଦ ଉଠାଇଲେ ଦର୍ଶକ

କୁଡୁମୀ ସମ୍ପ୍ରଦାୟର ନାଚଗୀତରେ ଆନନ୍ଦ ଉଠାଇଲେ ଦର୍ଶକ

ପାଟଣା,୧୭।୧(ସ୍ବ.ପ୍ର): କେନ୍ଦୁଝର ଜିଲା ପାଟଣା ବ୍ଲକ ମିରିଗିଖୋଜି ପଞ୍ଚାୟତ ଅସନାହାଳି ଗ୍ରାମର ବୈତରଣୀ ନଦୀ ପାଖରେ ସିନ୍ଦୁରଗୌରୀ ପୀଠରେ ବୁଧବାର ସିନ୍ଦୁରଗୌରୀ ଯୁବକ ସଙ୍ଘ ତରଫରୁ ମକର ମେଳା ଅନୁଷ୍ଠିତ ହୋଇଛି।

ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଧାରଣା

ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଧାରଣା

ଭଦ୍ରକ ଅଫିସ, ୧୭।୧ - ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଚାନ୍ଦବାଲି ଥାନା ଅନ୍ତର୍ଗତ ପଳାଶପୁର ଗଁାର ସସ୍ମିତା ନାୟକଙ୍କ ପରିବାର ଓ ପଡୋଶୀ ବୁଧବାର ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ।

ତ୍ରୁଟିପୂର୍ଣ୍ଣ ପରୀକ୍ଷାକେନ୍ଦ୍ରକୁ ନେଇ ଅସନ୍ତୋଷ

ତ୍ରୁଟିପୂର୍ଣ୍ଣ ପରୀକ୍ଷାକେନ୍ଦ୍ରକୁ ନେଇ ଅସନ୍ତୋଷ

ଭଦ୍ରକ ଅଫିସ, ୧୭।୧ - ତ୍ରୁଟିପୂର୍ଣ୍ଣ ପରୀକ୍ଷାକେନ୍ଦ୍ରକୁ ନେଇ ପରୀକ୍ଷାର୍ଥୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଭଦ୍ରକ ଜିଲାର ପରୀକ୍ଷାର୍ଥୀଙ୍କୁ ସରକାରୀ ଚାକିରି ନ ଦେବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ଅଭିଭାବକ ଓ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି।

ଦାମୋଦର ମେଳା ଆରମ୍ଭ:   ସାମୂହିକ ଭାବେ ହେଲା  ଅସ୍ଥି ବିସର୍ଜନ

ଦାମୋଦର ମେଳା ଆରମ୍ଭ: ସାମୂହିକ ଭାବେ ହେଲା ଅସ୍ଥି ବିସର୍ଜନ

ବାରିପଦା ଅଫିସ,୧୭।୧- ମୟୂରଭଞ୍ଜ ଜିଲାର ଗଣପର୍ବ ଭାବେ ପରିଚିତ ମକର  ଅବସରରେ ବାରୁଣୀ ଘାଟରେ ଆରମ୍ଭ ହୋଇଛି  ଦାମୋଦର ମେଳା। ବାରିପଦା ସହରସ୍ଥିତ ବୁଢ଼ାବଳଙ୍ଗ, ଜରାଳୀ ଓ ସରାଳୀର ସଙ୍ଗମ ସ୍ଥଳ ହେଉଛି ବାରୁଣୀ ଘାଟ।