ଜାତୀୟ |

ଡଙ୍ଗାବୁଡି ୪ ମୃତ

ଡଙ୍ଗାବୁଡି ୪ ମୃତ

ଦହାନୁ,୧୩।୧: ବମ୍ବେଠାରୁ ୧୧୦ କିଲୋମିଟର ଦୂର ମହାରାଷ୍ଟ୍ରର ପାଲଘାରା ଜିଲାର ଦହାନୁରେ ୪୦ ଜଣ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡିଯିବା ଫଳରେ ୪ ଜଣ ପିଲାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ୨୫ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ବସିଥିବାରୁ ଡଙ୍ଗାଟି ବୁଡି ଯାଇଥିବା କୁହାଯାଉଛି।

All Right Reserved By

ଜାତୀୟ |

ଜେଲ୍‌ରେ ଜଣେ କଏଦୀ

ଜେଲ୍‌ରେ ଜଣେ କଏଦୀ

ନୂଆଦିଲ୍ଲୀ,୧୮।୭: ଗୁଜରାଟର ଏକ ଦ୍ୱୀପରେ ରହିଛି ୪୭୨ ବର୍ଷ ପୁରାତନ ଜେଲ୍‌। ଏହି ଦ୍ୱୀପ ହେଉଛି ଦିଓ୍ବ। ଏଠାରେ ଥିବା ଜେଲ୍‌ରେ ଜଣେ କଏଦୀ ରହିଛନ୍ତି।

ରଥଯାତ୍ରା ଲାଗି ଜାତୀୟ କଂଗ୍ରେସର ତ୍ରୁଟିପୂର୍ଣ୍ଣ ଟୁଇଟ

ରଥଯାତ୍ରା ଲାଗି ଜାତୀୟ କଂଗ୍ରେସର ତ୍ରୁଟିପୂର୍ଣ୍ଣ ଟୁଇଟ

ନୂଆଦିଲ୍ଲୀ,୧୮।୭: ରଥଯାତ୍ରା ଲାଗି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ କରାଯାଇଥିବା ତ୍ରୁଟିପୂର୍ଣ୍ଣ ଟୁଇଟ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଉକ୍ତ ଟୁଇଟ୍‌ରେ ମା’ ସୁଭଦ୍ରାଙ୍କୁ ଜଗନ୍ନାଥଙ୍କ ଭାଇ କୁହାଯାଇଥିବାବେଳେ ଗୁଣ୍ଡିଚା ମନ୍ଦିରକୁ ଗୁଣ୍ଡିଚା ଘାଟ ଦର୍ଶାଯାଇଛି। ଦଳ ପକ୍ଷରୁ କରାଯାଇଥିବା ଟୁଇଟ୍‌ରେ କୁହାଯାଇଛି ଯେ,

ଇସ୍ତଫା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ବୈଜୟନ୍ତଙ୍କ ଅନୁରୋଧ

ଇସ୍ତଫା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ବୈଜୟନ୍ତଙ୍କ ଅନୁରୋଧ

ନୂଆଦିଲ୍ଲୀ,୧୮।୭: ଓଡ଼ିଶାରୁ ଲୋକ ସଭାକୁ ନିର୍ବାଚିତ ହୋଇଥିବା ଏମ୍‌ପି ବୈଜୟନ୍ତ ପଣ୍ଡା ମୌସୁମୀ ଅଧିବେଶନ ପୂର୍ବରୁ ମଙ୍ଗଳବାର ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଭେଟି ତାଙ୍କ ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏ ନେଇ ବୁଧବାର ସେ ଟୁଇଟ କରି ସୂଚନା ଦେଇଛନ୍ତି।

ଟାର୍ଗେଟରେ ନୌସେନା: ଆତଙ୍କବାଦୀଙ୍କୁ ମେରାଇନ୍‌ ଟ୍ରେନିଂ ଦେଉଛି ପାକିସ୍ତାନ

ଟାର୍ଗେଟରେ ନୌସେନା: ଆତଙ୍କବାଦୀଙ୍କୁ ମେରାଇନ୍‌ ଟ୍ରେନିଂ ଦେଉଛି ପାକିସ୍ତାନ

ନୂଆଦିଲ୍ଲୀ,୧୮।୭: ଜମ୍ମୁ-କଶ୍ମୀରରେ ଭାରତୀୟ ସୁରକ୍ଷାବଳଙ୍କ ଅପରେଶନ ଅଲଆଉଟ୍‌ ଯୋଗୁ ଆତଙ୍କବାଦୀଙ୍କ କାର୍ଯ୍ୟ କଳାପରେ ବାଧା ସୃଷ୍ଟି ହୋଇଛି। ଏବେ ଆତଙ୍କବାଦୀ ଭାରତୀୟ ନୌସେନାକୁ ଟାର୍ଗେଟ କରିଛନ୍ତି।

ମୌସୁମୀ ଅଧିବେଶନ: ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଗ୍ରହଣ କଲେ ବାଚସ୍ପତି

ମୌସୁମୀ ଅଧିବେଶନ: ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଗ୍ରହଣ କଲେ ବାଚସ୍ପତି

ନୂଆଦିଲ୍ଲୀ,୧୮।୭: ସଂସଦର ମୌସୁମୀ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି। ଊଭୟ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ସାଧାରଣ କାର୍ଯ୍ୟ ସମ୍ଭବ ହୋଇପାରି ନାହିଁ।

ହଟ୍ଟଗୋଳ ମଧ୍ୟରେ ମୌସୁମୀ ଅଧିବେଶନ ଆରମ୍ଭ: ରାଜ୍ୟସଭାରେ ଶପଥ ନେଲେ ରଘୁନାଥ, ସୋନାଲ

ହଟ୍ଟଗୋଳ ମଧ୍ୟରେ ମୌସୁମୀ ଅଧିବେଶନ ଆରମ୍ଭ: ରାଜ୍ୟସଭାରେ ଶପଥ ନେଲେ ରଘୁନାଥ, ସୋନାଲ

ନୂଆଦିଲ୍ଲୀ,୧୮।୭: ସଂସଦର ମୌସୁମୀ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି। ଲୋକ ସଭା ଓ ରାଜ୍ୟ ସଭାରେ ସାମୁହିକ ହିଂସାକୁ ନେଇ ବିରୋଧୀ ଦଳ ସଦସ୍ୟ ବିଭିନ୍ନ ସ୍ଲୋଗାନ ଦେଇ ଉଭୟ ଗୃହର କାର୍ଯ୍ୟକାଳ ଆରମ୍ଭରୁ ହଟ୍ଟଗୋଳ କରିଛନ୍ତି।

ସ୍ବଦେଶରେ ବିଦେଶୀ ସାଜିଛନ୍ତି ୧ କୋଟିରୁ ଅଧିକ ଲୋକ

ସ୍ବଦେଶରେ ବିଦେଶୀ ସାଜିଛନ୍ତି ୧ କୋଟିରୁ ଅଧିକ ଲୋକ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୭: ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ୧ କୋଟିରୁ ଅଧିକ ଲୋକ ସ୍ବଦେଶରେ ସାଜିଛନ୍ତି ବିଦେଶୀ। ସେମାନଙ୍କ ପାଖରେ ନାହିଁ କୌଣସି ଦେଶର ନାଗରିକତା।

ର଼୍ୟାମ୍ପ୍‌ରେ ସ୍ତନ୍ୟପାନ କରାଇ ଅଡୁଆରେ ମଡେଲ

ର଼୍ୟାମ୍ପ୍‌ରେ ସ୍ତନ୍ୟପାନ କରାଇ ଅଡୁଆରେ ମଡେଲ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୭: ଏକ ର଼୍ୟାମ୍ପ୍‌ ଶୋ’ରେ ଜଣେ ମଡ଼େଲ୍‌ ସ୍ତନ୍ୟପାନ କରାଇ ଅଡୁଆରେ ପଡ଼ିଛନ୍ତି। ସେ ହେଉଛନ୍ତି ମାର୍ଟ ମାର୍ଟିନ୍‌। ମିଆମିଠାରେ ସେ ସୁଇମିଂ ସୁଟ୍‌ରେ ଏପରି କରିଛନ୍ତି।

ମୌସୁମୀ ଅଧିବେଶନ: ୬୭ ବିଲ୍‌, ୧୯୮ ଘଣ୍ଟାର କାର୍ଯ୍ୟକାଳ

ମୌସୁମୀ ଅଧିବେଶନ: ୬୭ ବିଲ୍‌, ୧୯୮ ଘଣ୍ଟାର କାର୍ଯ୍ୟକାଳ

ନୂଆଦିଲ୍ଲୀ,୧୮।୭: ଚଳିତ ମୌସୁମୀ ଅଧିବେଶନରେ ୧୮ ଦିନର କାର୍ଯ୍ୟ ଦିବସ ରହିଛି। ଏହି ଧାର୍ଯ୍ୟ ଦିବସ ମଧ୍ୟରେ ୧୯୮ ଘଣ୍ଟାର କାର୍ଯ୍ୟକାଳ ରହିଛି।

ହାତର ମେହେନ୍ଦୀ  ପଡ଼ିଲା ଫିକା: ଭିଜା ନ ମିଳିବାରୁ ବାହାଘର ବନ୍ଦ

ହାତର ମେହେନ୍ଦୀ ପଡ଼ିଲା ଫିକା: ଭିଜା ନ ମିଳିବାରୁ ବାହାଘର ବନ୍ଦ

ପାଟନା/କରାଚି,୧୮।୭: ବିହାର ବାଙ୍କା ଜିଲାରେ ବାସ କରୁଥିବା ମେହଦତ୍‌ଙ୍କ ହାତର ମେହେନ୍ଦୀ ଫିକା ପଡ଼ିଛି। ଭିଜା ନ ମିଳିବାରୁ ତାଙ୍କର ବାହାଘର ହୋଇ ପାରିନାହିଁ। ପାକିସ୍ତାନରେ ରହୁଥିବା ଅସହର ହୁସେନଙ୍କ ସହିତ ତାଙ୍କର ବାହାଘର ହେବାର ଥିଲା।

ଗ୍ରେଟର ନୋଏଡ଼ାରେ ଭୁଶୁଡ଼ିଲା ୨ କୋଠା

ଗ୍ରେଟର ନୋଏଡ଼ାରେ ଭୁଶୁଡ଼ିଲା ୨ କୋଠା

ନୂଆଦିଲ୍ଲୀ, ୧୮।୭: ଗ୍ରେଟର ନୋଏଡ଼ା ଶାହବେରୀ ଗାଁରେ ଘଟିଛି ଏକ ଅଘଣଟ। ଏଠାରେ ଏକ ନିର୍ମାଣଧୀନ କୋଠା ଉପରେ ପୁରୁଣା କୋଠା ଭୁଶୁଡ଼ି ପଡ଼ିଛି।

୩୦ ହଜାର ପାକିସ୍ତାନୀ ଭାରତରେ କିଣି ପାରନ୍ତି ସମ୍ପତ୍ତି

୩୦ ହଜାର ପାକିସ୍ତାନୀ ଭାରତରେ କିଣି ପାରନ୍ତି ସମ୍ପତ୍ତି

ନୂଆଦିଲ୍ଲୀ,୧୭।୭: କେନ୍ଦ୍ର ସରକାର ୨୦୧୮ରେ ୬ହଜାର ୯୨ ଜଣ ପାକିସ୍ତାନୀଙ୍କୁ ଲଙ୍ଗ ଟର୍ମ ଭିଜା(ଏଲ୍‌ଟିଭି) ପ୍ରଦାନ କରିଛନ୍ତି। ୨୦୧୧ରୁ ଏପର୍ଯ୍ୟନ୍ତ ପ୍ରାୟ ୩୦ ହଜାର ପାକିସ୍ତାନୀଙ୍କୁ ଏହି ଭିଜା ପ୍ରଦାନ କରାଗଲା

Model This Week

ରୂପେଶ