ଅପରାଧ | ବାଲେଶ୍ୱର

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ

ଭଦ୍ରକ ଅଫିସ,୧୩।୧: ଭଦ୍ରକ ଟାଉନ ପୋଲିସ ଶନିବାର ଚରମ୍ପା ଅଞ୍ଚଳରୁ ୨୦ ଗ୍ରାମ୍‌ ବ୍ରାଉନସୁଗାର ଓ ଗୋଟିଏ ଟ୍ରାଭେରା ଗାଡ଼ି ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ବାଲେଶ୍ୱରରୁ ବ୍ରାଉନସୁଗାର ଆଣି ଅଭିଯୁକ୍ତମାନେ ଭଦ୍ରକ ଅଞ୍ଚଳରେ ବ୍ୟବସାୟ କରୁଥିଲେ। ଜବତ ବ୍ରାଉନସୁଗାରର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

All Right Reserved By

Model This Week

ନିକିତା

ଅପରାଧ | ବାଲେଶ୍ୱର

ଚୋରା କୋଇଲା ଜବତ ଘଟଣା: ଜଣେ ଗିରଫ

ବାସୁଦେବପୁର,୧୯।୪(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିରସ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଗତ ୩ ଦିନ ତଳେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଚଢ଼ାଉ କରାଯାଇ ପ୍ରାୟ ୬ ହଜାର କୁଇଣ୍ଟାଲ ଚୋରା କୋଇଲା ଜବତ ହୋଇଥିଲା।

ବଳାତ୍କାରଙ୍କୁ ୭ ବର୍ଷ ଜେଲ୍‌

ବଳାତ୍କାରଙ୍କୁ ୭ ବର୍ଷ ଜେଲ୍‌

ଅନୁଗୋଳ ଅଫିସ, ୧୯।୪- ଅନୁଗୋଳ ଜିଲା କିଶୋରନଗର ଥାନା ଅଙ୍ଗପଡା ପଞ୍ଚାୟତ ହରିଡାନାଳୀ ଗ୍ରାମର ବସନ୍ତ ଦେହୁରୀଙ୍କୁ ଗୁରୁବାର ଅନୁଗୋଳ ସ୍ପେସିଆଲ ଜଜ୍‌ ସୌଭାଗିନୀ ମଲ୍ଲିକ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ନକଲି ନୋଟ ର଼୍ୟାକେଟ ସକ୍ରିୟ

ନକଲି ନୋଟ ର଼୍ୟାକେଟ ସକ୍ରିୟ

ରାଇସୁଆଁ,୧୯।୪(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ଅଞ୍ଚଳରେ ନକଲି ନୋଟ ର଼୍ୟାକେଟ ସକ୍ରିୟ ହୋଇଛନ୍ତି। କେତେକ ଅସାଧୁ ବ୍ୟକ୍ତି ନୀରକ୍ଷର, ଅନ୍ଧାରର ସୁଯୋଗ ନେଇ ଦୋକାନ ଗୁଡିକରେ ଭିଡଥିବା ସମୟରେ ନକଲି ନୋଟ ଦେଇ ଲୋକଙ୍କୁ ଠକୁଛନ୍ତି। ରାଇସୁଆଁ, ପଦ୍ମପୁର, ଗୋବର୍ଦ୍ଧନ, ବେଲଦା ହାଟ, ପଳାଶପଙ୍ଗା, ନରଣପୁର ଆଦି ଅଞ୍ଚଳରେ କେତେ ଦିନ ହେଲା ନକଲି ନୋଟ ଦେଖିବାକୁ ମିଳୁଥିବା ଅଭିଯୋଗ ହେଉଛି।

ବେଆଇନ ଗୋ-ଚାଲାଣ: ୮ ଗିରଫ

ବେଆଇନ ଗୋ-ଚାଲାଣ: ୮ ଗିରଫ

କଟକ ଅଫିସ,୧୯।୪: ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରୁ ଗୁରୁବାର ୭୫ ଗୋରୁ ବୋଝେଇ ଏକ କଣ୍ଟେନରକୁ ପୋଲିସ ଜବତ କରିଛି। ଏହି ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି।

ବେଆଇନ ମଦ ବିକ୍ରି ଅଭିଯୋଗରେ ୨ ଗିରଫ

ବେଆଇନ ମଦ ବିକ୍ରି ଅଭିଯୋଗରେ ୨ ଗିରଫ

ପୁରୀ ଅଫିସ ୧୮ା୪: ଆଗକୁ ରଥଯାତ୍ରା। ସେହି ଦୃଷ୍ଟିରୁ ଅବକାରୀ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବେଆଇନଭାବେ ମଦ ବିକ୍ରି ଅଭିଯୋଗରେ ପୁରୀ ଅବକାରୀ ପୋଲିସ ବୁଧବାର ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିତେଇପୁର ଗ୍ରାମର ପ୍ରସନ୍ନ କୁମାର ବେହେରା(୪୬) ଓ ରମେଶ ବେହେରା(୨୬)।

ଛତିଶଗଡ଼ ସୁନା ଦୋକାନରୁ ଡକାୟତି ଘଟଣା: କଟକରୁ ରିସିଭର ଗିରଫ

ଛତିଶଗଡ଼ ସୁନା ଦୋକାନରୁ ଡକାୟତି ଘଟଣା: କଟକରୁ ରିସିଭର ଗିରଫ

କଟକ ଅଫିସ,୧୮।୪: ଛତିଶଗଡ଼ ସାରିଆ ଥାନା ଅଞ୍ଚଳରେ ଘଟିଥିବା ସୁନା ଦୋକାନ ଡକାୟତି ଘଟଣାରେ କଟକର ଲିଙ୍କ୍‌ ଥିବା ସୂଚନା ମିଳିଥିଲା।

ଆନ୍ତଃରାଜ୍ୟ ବାଇକ୍‌ ଚୋରି ର଼୍ୟାକେଟ ଠାବ:୩ ଅଭିଯୁକ୍ତ ଗିରଫ, ୨୫ ବାଇକ୍‌ ଉଦ୍ଧାର,ମହାସମୁଦକୁ ଲମ୍ବିଥିଲା ଚୋରଙ୍କ ବିସ୍ତାର,ର଼୍ୟାକେଟ ଠାବରେ ଥିଲେ ୩ପୋଲିସ ଟିମ୍‌

ଆନ୍ତଃରାଜ୍ୟ ବାଇକ୍‌ ଚୋରି ର଼୍ୟାକେଟ ଠାବ:୩ ଅଭିଯୁକ୍ତ ଗିରଫ, ୨୫ ବାଇକ୍‌ ଉଦ୍ଧାର,ମହାସମୁଦକୁ ଲମ୍ବିଥିଲା ଚୋରଙ୍କ ବିସ୍ତାର,ର଼୍ୟାକେଟ ଠାବରେ ଥିଲେ ୩ପୋଲିସ ଟିମ୍‌

ବରଗଡ଼ ଅଫିସ୍‌,୧୮। ୪:ବରଗଡ଼ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ପୋଲିସ ଏକ ଆନ୍ତଃରାଜ୍ୟ ବାଇକ୍‌ ଚୋରି ର଼୍ୟାକେଟକୁ ଠାବ କରିଛି। ଉକ୍ତ ର଼୍ୟାକେଟର ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ, ବିଜେପୁର ଥାନା ବୁଡ଼ାପାଲି ଗ୍ରାମର ପ୍ରଫୁଲ୍ଲ ମେହେର(୩୦), ବାବୁଲାଲ ମେହେର(୩୧) ଏବଂ ବରପାଲି ଥାନା ରକ୍ସା ଗ୍ରାମର ଅଷ୍ଟୁ ସୁନା(୨୫)। ପୋଲିସ ତାଙ୍କଠାରୁ ଜିଲା ତଥା ଜିଲା ବାହାରୁ ଚୋରି ହୋଇଥିବା ୨୫ବାଇକ୍‌ ଜବତ କରିଛି। ଜବତ ହୋଇଥିବା ବାଇକ୍‌ଗୁଡ଼ିକର ମାଲିକଙ୍କୁ ଚିହ୍ନଟ କରି ହସ୍ତାନ୍ତର କରାଯିବା ସହ ଗିରଫ ଅଭିଯୁକ୍ତମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।

ଜାଲ୍‌ ନୋଟ୍‌ କାରବାରର ପର୍ଦ୍ଦାଫାଶ:ମାଷ୍ଟର ମାଇଣ୍ଡ ସମତେ ୪ ଗିରଫ,୩ ବାଇକ୍‌, ଗୋଟିଏ କାର୍‌, ଲାପ୍‌ଟପ୍‌, କଲର ପ୍ରିଣ୍ଟର ଜବତ

ଜାଲ୍‌ ନୋଟ୍‌ କାରବାରର ପର୍ଦ୍ଦାଫାଶ:ମାଷ୍ଟର ମାଇଣ୍ଡ ସମତେ ୪ ଗିରଫ,୩ ବାଇକ୍‌, ଗୋଟିଏ କାର୍‌, ଲାପ୍‌ଟପ୍‌, କଲର ପ୍ରିଣ୍ଟର ଜବତ

ବୌଦ୍ଧ,୧୭।୪(ସ୍ବ.ପ୍ର.)- ଜାଲ୍‌ ନୋଟ୍‌ କାରବାର ମାମଲାରେ ବୌଦ୍ଧ ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଏହି କାରବାରରେ ସମ୍ପୃକ୍ତ ଏକ ଆନ୍ତଃରାଜ୍ୟ ରାକେଟର ମାଷ୍ଟର ମାଇଣ୍ଡ ସମେତ ୪ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନେ ହେଲେ ସୁବର୍ଣ୍ଣପୁର ଜିଲା ସାଗରପାଲି ଗ୍ରାମର ଭଗବାନ ମେହେର, ବରଗଡ଼ ଜିଲା ଗାଇସିଲେଟ ଥାନା କେନ୍ଦୁଭଟା ଗ୍ରାମର ବିଶ୍ୱପତି ସାହୁ (୩୦), ପଦ୍ମପୁର ଥାନା ଖୁଣ୍ଟପାଲି ଗ୍ରାମର ବିନୋଦ କୁମାର ଶାହା (୧୯) ଓ ବରପାଲି ଥାନା ମହତମପଡ଼ା ଗ୍ରାମର ବଳରାମ ମେହେର (୩୨)। ଏମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ଜାଲ୍‌ ନୋଟ୍‌, ୩ଟି ବାଇକ୍‌, ଗୋଟିଏ କାର୍‌, ଲାପ୍‌ଟପ୍‌ ଓ କଲର ପ୍ରିଣ୍ଟର ଜବତ କରାଯାଇଥିବା ଅତିରିକ୍ତ ଏସ୍‌ପି ସୁଶିଳ କୁମାର ପାଣିଗ୍ରାହୀ ମଙ୍ଗଳବାର ବୌଦ୍ଧ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଡାକ୍ତରୀମାଇନା ସମୟରେ ଅଭିଯୁକ୍ତ ହଟହଟା

୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଡାକ୍ତରୀମାଇନା ସମୟରେ ଅଭିଯୁକ୍ତ ହଟହଟା

ସଜନାଗଡ,୧୭।୪(ଡି.ଏନ୍‌.ଏ.): ଜଣେ ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରିବା ମାମଲାରେ ଭଦ୍ରକରୁ ଗିରଫ ହୋଇଥିବା ଅଭିଯୁକ୍ତ ନିତ୍ୟ ଚନ୍ଦନ ଜେନାଙ୍କ ମଙ୍ଗଳବାର ଡାକ୍ତରୀ ମାଇନା କରାଯାଇଥିଲା। ବାଲେଶ୍ୱର ଏସ୍‌ପି ଯୁଗଳ କିଶୋର କୁମାରଙ୍କ ନିର୍ଦ୍ଦେଶରେ ନୀଳଗିରି ଡାକ୍ତରଖାନାରେ ତାଙ୍କର ଡାକ୍ତରୀ ମାଇନା ହୋଇଥିଲା। ତେବେ ସେ ଡାକ୍ତରଖାନା ଆସିଥିବା ସମୟରେ ହଟହଟା ହୋଇଥିଲେ।

୭ ବନ୍ଧୁକ ବେପାରୀ ଗିରଫ: ୪ ବନ୍ଧୁକ, ୮ ବାଇକ୍‌ ଜବତ

୭ ବନ୍ଧୁକ ବେପାରୀ ଗିରଫ: ୪ ବନ୍ଧୁକ, ୮ ବାଇକ୍‌ ଜବତ

ଭୁବନେଶ୍ୱର, ୧୭।୪(ବ୍ୟୁରୋ): ରାଜଧାନୀରେ ଚୋରା ବନ୍ଧୁକ ବେପାର କରୁଥିବା ଏକ ର଼୍ୟାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ସୋମବାର ବିଳମ୍ବିତ ରାତିରେ ପୋଲିସ ଏହି ଗ୍ୟାଙ୍ଗର ୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ପରିଚୟ ମିଳିନାହିଁ। ଅଭିଯୁକ୍ତଙ୍କ ନିକଟରୁ ୪ ବନ୍ଧୁକ ଜବତ କରାଯାଇଛି।

ଡକାୟତି ଉଦ୍ୟମ ପଣ୍ଡ, ୭ ଗିରଫ

ଡକାୟତି ଉଦ୍ୟମ ପଣ୍ଡ, ୭ ଗିରଫ

ଭୁବନେଶ୍ୱର, ୧୭।୪(ବ୍ୟୁରୋ): ଡକାୟତି ଯୋଜନା କରୁଥିବା ଏକ ଲୁଟେରା ଗ୍ୟାଙ୍ଗର ୭ ଅଭିଯୁକ୍ତଙ୍କୁ ନୟାପଲ୍ଲୀ ପୋଲିସ ମଙ୍ଗଳବାର ଗିରଫ କରିଛି। ସେମାନେ ହେଲେ ଶ୍ରୀରାମନଗରର କାଶୀନାଥ ପାତ୍ର, ବସ୍ତିବିକାଶ ପରିଷଦର ଗଙ୍ଗା ରେଡ୍ଡୀ, ଏକାମ୍ରଭିଲ୍ଲାର ଜିତେନ୍ଦ୍ର ପ୍ରଧାନ, ସଞ୍ଜୟ କୁମାର ଦାସ, ବିଶ୍ୱଜିତ୍‌ ଦାସ, ସୁମନ୍ତ ଦିଗଲ ଓ କାଶୀନାଥ ରେଡ୍ଡୀ। ସେମାନଙ୍କ ନିକଟରୁ ୪ କଟୁରି, ୨ କ୍ଷୁୁର, ୯ ମୋବାଇଲ ଫୋନ୍‌ ପୋଲିସ ଜବତ କରିଛି।

ଘର ବାହାର ପଟୁ ତାଲା ପକାଇ ନିଆଁ ଲଗାଇ ଦେଲେ: ମହିଳା ମୃତ

ଘର ବାହାର ପଟୁ ତାଲା ପକାଇ ନିଆଁ ଲଗାଇ ଦେଲେ: ମହିଳା ମୃତ

ବଅଁରପାଳ, ୧୭।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ବଳରାମପ୍ରସାଦଠାରେ ସୋମବାର ରାତି ପ୍ରାୟ ୧୨ଟା ସମୟରେ ନିଆଁରେ ପୋଡି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ଦ୍ରୌପଦୀ ପ୍ରଧାନ (୫୫)।