Dharitri News
ରାଜ୍ୟ | ବାଲେଶ୍ୱର

ବୋହୂଙ୍କୁ ବଳାତ୍କାର, ହତ୍ୟା ଉଦ୍ୟମ: ଶ୍ୱଶୁର ଅଟକ

ବୋହୂଙ୍କୁ ବଳାତ୍କାର, ହତ୍ୟା ଉଦ୍ୟମ: ଶ୍ୱଶୁର ଅଟକ ରାଇରଙ୍ଗପୁର,୧୩।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁରରେ ଏକ ଅମାନବୀୟ ଘଟଣା ସାମନାକୁ ଆସିଛି। ନିଆଁରେ ପୋଡ଼ି ଦମ୍ପତ୍ତି ଆହତ ହେବା ଘଟଣା ନୂଆମୋଡ଼ ନେଇଛି। ଉକ୍ତ ଘଟଣାରେ ଶ୍ୱଶୁର ବୋହୂକୁ ବଳାତ୍କାର କରିବା ପରେ କିରୋସିନି ଢାଳି ପୋଡ଼ି ମାରିବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଜାମସେଦପୁର ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଘଟଣା ଅନୁଯାୟୀ, ଶୁକ୍ରବାର ଘରେ କେହି ନ ଥିବା ବେଳେ ଶ୍ୱଶୁର ବୋହୂଙ୍କୁ ବଳାତ୍କାର କରିଥିଲେ। କଥା ପ୍ରଘଟ ହେବା ଆଶଙ୍କାରେ ପରେ ସେ ବୋହୂଙ୍କୁ କିରୋସିନି ଢାଳି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଚିତ୍କାର କରିବାରୁ ପୀଡ଼ିତାଙ୍କ ସ୍ବମୀ ତାଙ୍କୁ ବଞ୍ଚାଇବାକୁ ଆସି ଆହତ ହୋଇଥିଲେ। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ବୋହୂଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜାମସେଦପୁରକୁ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ ଜଣାପଡ଼ିବା ପରେ ମହିଳାଙ୍କ ବାପଘର ଲୋକେ ତାଙ୍କ ଶ୍ୱଶୁରକୁ ମାଡ଼ ମାରି ପୋଲିସ ଜିମା ଦେଇଥିବା ଜଣାପଡ଼ିଛି।

ରାଜ୍ୟ | ବାଲେଶ୍ୱର

୫୦ ଭାଜପା କର୍ମୀ ଅଟକ

୫୦ ଭାଜପା କର୍ମୀ ଅଟକ

ଭୁବନେଶ୍ୱର,୨୪।୧(ବ୍ୟୁରୋ): କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ନେଇ ବୁଧବାର ଭାଜପା ପକ୍ଷରୁ ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ହରତାଳ କରାଯାଉଛି।

ସତ୍ୟବାଦୀ, ସମ୍ବଲପୁର ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା

ସତ୍ୟବାଦୀ, ସମ୍ବଲପୁର ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୨୪।୧(ବ୍ୟୁରୋ): ସତ୍ୟବାଦୀ ଓ ସମ୍ବଲପୁର ସଡ଼କ ଦୁର୍ଘଟଣାରେ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଦେବା ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍‌: ୪ ମୃତ, ୩୨ ଉଦ୍ଧାର

ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍‌: ୪ ମୃତ, ୩୨ ଉଦ୍ଧାର

ସମ୍ବଲପୁର/ମାନେଶ୍ୱର/ପଡିଆବାହାଲ, ୨୪।୧ (ବ୍ୟୁରୋ/ଡି.ଏନ.ଏ.)-ସମ୍ବଲପୁର ଜିଲା ପଡିଆବାହାଲ ନିକଟସ୍ଥ ଗଉଡପାଲି ବ୍ରିଜ୍‌ ଉପରୁ ମଙ୍ଗଳବାର ରାତିରେ ମାଳତି ନଦୀ ତଳକୁ ଏକ ଯାତ୍ରୀବାହୀ ବସ୍‌ ଖସି ପଡିଛି । ବୈଷ୍ଣୋଦେବୀ ନାମକ ଏହି ଯାତ୍ରୀବାହୀ ବସ୍‌ (ଓଡି ୧୫ ଏଫ୍‌-୯୦୧୧)ଟି ସମ୍ବଲପୁରରୁ କେନ୍ଦୁଝର ଯାଉଥିଲା। ହେଲେ ରାତି ପ୍ରାୟ ୧୦ ଟା ୪୫ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୫୨ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୮ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍‌ ଭିତରୁ ୩୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

ଆଜି କଂଗ୍ରେସର ୧୨ଘଣ୍ଟିଆ ଓଡ଼ିଶା ବନ୍ଦ

ଆଜି କଂଗ୍ରେସର ୧୨ଘଣ୍ଟିଆ ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୨୪।୧(ବ୍ୟୁରୋ):କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଏନେଇ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପ୍ରସାଦ ହରିଚନ୍ଦନ ସୂଚନା ଦେଇଛନ୍ତି।

୨୮ଘଣ୍ଟା ପରେ ଶେଷକୃତ୍ୟ

୨୮ଘଣ୍ଟା ପରେ ଶେଷକୃତ୍ୟ

ପଟ୍ଟାଙ୍ଗି,୨୪।୧(ଡି.ଏନ୍‌.ଏ.): କୁନ୍ଦୁଲି ପୀଡ଼ିତା ମେଡିକାଲରେ ଥିବାବେଳେ ଯେପରି ହୀନସ୍ତା ହୋଇଥିଲେ, ମୃତ୍ୟୁ ପରେ ବି ତାଙ୍କର ମୃତଦେହ ସେଥିରୁ ବାଦ୍‌ ପଡ଼ିନାହିଁ।

ଫେବୃୟାରୀ ୨୪ରେ ବିଜେପୁର ଭୋଟ୍‌

ଫେବୃୟାରୀ ୨୪ରେ ବିଜେପୁର ଭୋଟ୍‌

ଭୁବନେଶ୍ୱର, ୨୪।୧(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣାରେ କାହିଁକି ବିଳମ୍ବ ହେଉଛି ବୋଲି ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିବାର ୨୪ଘଣ୍ଟା ପରେ ଓଡିଶାର ଏହି ଆସନ ସକାଶେ କମିଶନ ମଙ୍ଗଳବାର ତାରିଖ ଘୋଷଣା କରିଛନ୍ତି।

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟ ଧକ୍କା

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟ ଧକ୍କା

ନୂଆଦିଲ୍ଲୀ,୨୪ା୧(ସ୍ବ.ପ୍ର.): ଓଡ଼ିଶାର ଜୀବନରେଖା ମହାନଦୀକୁ ନେଇ ସୁପ୍ରିମକୋର୍ଟ ମଙ୍ଗବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

କୃଷକମାନଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ: ମୁଖ୍ୟମନ୍ତ୍ରୀ

କୃଷକମାନଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧ (ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ ମାସକ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜଧାନୀରେ ଭାଜପା କର୍ମୀ-ପୋଲିସ ଧସ୍ତାଧସ୍ତି

ରାଜଧାନୀରେ ଭାଜପା କର୍ମୀ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର, ୨୪।୧(ବ୍ୟୁରୋ): କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଘଟଣାରେ ରାଜ୍ୟ ରାଜନୀତି ଜୋର୍‌ ଧରିଛି। ମଙ୍ଗଳବାର ରାଜଧାନୀ ମଧ୍ୟ ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା।

କାର୍ଯ୍ୟକ୍ଷମ ହେଲା ଗୋପାଳପୁର ଡପ୍‌ଲାର ରାଡାର

କାର୍ଯ୍ୟକ୍ଷମ ହେଲା ଗୋପାଳପୁର ଡପ୍‌ଲାର ରାଡାର

ଭୁବନେଶ୍ୱର, ୨୩ା୧(ବ୍ୟୁରୋ)- ଗୋପାଳପୁରଠାରେ ସ୍ଥାପିତ ଡପ୍‌ଲାର ରାଡାର କାର୍ଯ୍ୟକ୍ଷମ ହୋଇଛି। କିନ୍ତୁ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। ମଙ୍ଗଳବାରଠାରୁ ୭ ଦିନ ପର୍ଯ୍ୟନ୍ତ ଏହାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ କରାଯାଇଛି। ଠିକ୍‌ଠାକ ଚାଲିଲେ ଫେବ୍ୟୟାରୀ ପ୍ରଥମ ସପ୍ତାହରେ ଏହାର ଉଦ୍‌ଘାଟନ କରାଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି।

ଯୁକ୍ତ୩ ପ୍ରଥମ ସେମିଷ୍ଟର ପରୀକ୍ଷା ବାତିଲ

ଯୁକ୍ତ୩ ପ୍ରଥମ ସେମିଷ୍ଟର ପରୀକ୍ଷା ବାତିଲ

ଭୁବନେଶ୍ୱର, ୨୩।୧(ବ୍ୟୁରୋ)- କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାକୁ ପ୍ରସଙ୍ଗ କରି ଭାଜପା ଏବଂ କଂଗ୍ରେସ ପକ୍ଷରୁ ବୁଧବାର ହରତାଳ ଏବଂ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।

ଥଣ୍ଡା କମିଲା, କୁହୁଡ଼ି ବଢ଼ିବ

ଥଣ୍ଡା କମିଲା, କୁହୁଡ଼ି ବଢ଼ିବ

ଭୁବନେଶ୍ୱର, ୨୩।୧(ବ୍ୟୁରୋ)- ଗତ କିଛିଦିନ ଧରି ଲାଗି ରହିଥିବା ଶୀତ ପ୍ରକୋପ ହଠାତ କମିଯାଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।