ରାଜ୍ୟ |

ସି-ଶୋର ଚିଟ୍‌ଫଣ୍ଡ ଠକେଇ ମାମଲା: ଦ୍ୱିତୀୟ ଚାର୍ଜଶିଟ୍‌ ଦାଖଲ

ସି-ଶୋର ଚିଟ୍‌ଫଣ୍ଡ ଠକେଇ ମାମଲା: ଦ୍ୱିତୀୟ ଚାର୍ଜଶିଟ୍‌ ଦାଖଲ

ଭୁବନେଶ୍ୱର, ୧୩।୧(ବ୍ୟୁରୋ): ସି-ଶୋର କମ୍ପାନୀର ବହୁକୋଟି ଠକେଇ ମାମଲାରେ ଜାତୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଶନିବାର ଦ୍ୱିତୀୟ ଚାର୍ଜଶିଟ ଦାଖଲ କରିଛି। ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ, ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳ, ଅବସରପ୍ରାପ୍ତ ବରିଷ୍ଠ ଓଏଏସ୍‌ ଅଧିକାରୀ ପ୍ରଦୀପ କୁମାର ହୋତା, ତାଙ୍କ ସ୍ତ୍ରୀ ପ୍ରତୀମା ହୋତା ଏବଂ ସି-ଶୋର କମ୍ପାନୀ ମାଲିକ ପ୍ରଶାନ୍ତ ଦାଶଙ୍କ ନାମ ଚାର୍ଜଶିଟ୍‌ରେ ରହିଛି। ପ୍ରଶାନ୍ତଙ୍କୁ ଛାଡ଼ି ଅନ୍ୟମାନେ କମ୍ପାନୀକୁ ସୁରକ୍ଷା ଓ ସହଯୋଗ କରିଥିବା ଯୋଗୁ କଟକ ଜଗତପୁର ଅଞ୍ଚଳରେ ବ୍ୟବସାୟ କରିବା କମ୍ପାନୀ ପାଇଁ ସହଜ ହୋଇଥିଲା ବୋଲି ୧୦୦ ପୃଷ୍ଟାବିଶିଷ୍ଟ ଏହି ଚାର୍ଜଶିଟ୍‌ରେ ଦର୍ଶାଯାଇଛି। ତେବେ ପ୍ରଶାନ୍ତ ଦାଶଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ମଧ୍ୟ ଏଥିରେ ଉଲ୍ଲେଖ ରହିଛି। ପ୍ରକାଶ ଯେ, ପ୍ରଶାନ୍ତଙ୍କୁ ଢେଙ୍କାନାଳ ପୋଲିସ ରିମାଣ୍ଡରେ ନେଇ ଏବେ ପଚରାଉଚୁରା କରୁଛି।

All Right Reserved By

Model This Week

ନିକିତା

ରାଜ୍ୟ |

ସଡ଼କ ନିରାପତ୍ତା ପାଇଁ ସଚେତନତା କାର୍ଯ୍ୟକ୍ରମ

ସଡ଼କ ନିରାପତ୍ତା ପାଇଁ ସଚେତନତା କାର୍ଯ୍ୟକ୍ରମ

କେନ୍ଦାପଡ଼ା ଅଫିସ୍‌,୨୩।୪- କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରିବହନ କାର୍ଯ୍ୟାଳୟଠାରେ ସୋମବାର ସଡ଼କ ନିରାପତ୍ତା ସପ୍ତାହ ଆରମ୍ଭ ହୋଇଛି। ଜିଲାପାଳ ରେଘୁ ଜୀ. ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଛି।

ସାଇନ ବୋର୍ଡ ମାରିବାକୁ ନେଇ ବିବାଦ, ସଶସ୍ତ୍ର ପୋଲିସ ମୁତୟନ

ଯାଜପୁର ରୋଡ଼,୨୩।୪(ନି.ପ୍ର.)- କୋରେଇ ଥାନା ଅନ୍ତର୍ଗତ ତାହାରପୁର ପଞ୍ଚାୟତ ହାଇସ୍କୁଲ ସମ୍ମୁଖରେ ସାଇନ ବୋର୍ଡ ମାରିବାକୁ ନେଇ ସୋମବାର ଜଇଁନ୍ତଳ ଓ ଖଣ୍ଡୁଆଳ ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଛି। ସୂଚନାଯୋଗ୍ୟ, ପଞ୍ଚାୟତ ହାଇସ୍କୁଲ ଛକ ଜଇଁନ୍ତଳ ଗ୍ରାମବାସୀ ଜନସାଧାରଣଙ୍କୁ ସୂଚନା ଦେବାପାଇଁ ଗାଁ ନାମ ଲେଖି ଏକ ସାଇନବୋର୍ଡ ମାରିଥିଲେ।

କାର୍‌ ଦୁର୍ଘଟଣାରେ ୩ ଆହତ

କାର୍‌ ଦୁର୍ଘଟଣାରେ ୩ ଆହତ

ଚଣ୍ଡିଖୋଲ,୨୩।୪(ଡି.ଏନ୍‌.ଏ)- ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବଡ଼ଚଣା ପେଟ୍ରୋଲ ପମ୍ପ ନିକଟରେ ସୋମବାର କାର୍‌ ଧକ୍କାରେ ୩ ଜଣ ଆହତ ହୋଇଛନ୍ତି।

ବେକରେ ଓଡ଼ଣି ଦେଇ ଆତ୍ମହତ୍ୟା କଲେ ନବବଧୂ

ବେକରେ ଓଡ଼ଣି ଦେଇ ଆତ୍ମହତ୍ୟା କଲେ ନବବଧୂ

ମହାକାଳପଡ଼ା,୨୩।୪(ଡି.ଏନ୍‌.ଏ)- ଜମ୍ବୁ ମେରାଇନ ଥାନା ଅଧୀନ ସ୍ଥାନୀୟ ରାମନଗର ପଞ୍ଚାୟତ ୫ ନଂ. ଓ୍ବାର୍ଡର କାଳାବାଡ଼ିଠାରେ ପାରିବାରିକ କଳହକୁ ନେଇ ରବିବାର ବିଳମ୍ବିତ ରାତିରେ ଜଣେ ନବବଧୂ ବେକରେ ଓଢଣି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ବସ୍‌ ଚକା ତଳେ ପଡ଼ି ବୃଦ୍ଧା ଗୁରୁତର

ବସ୍‌ ଚକା ତଳେ ପଡ଼ି ବୃଦ୍ଧା ଗୁରୁତର

ଓଡ଼ଗାଁ,୨୩।୪(ସ୍ବ.ପ୍ର)- ଓଡ଼ଗାଁ ବସ୍‌ ଷ୍ଟାଣ୍ଡରେ ଏକ ମିନି ବସ୍‌ ଚକା ତଳେ ପଡ଼ି ସୋମବାର ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ନୟାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।ବୃଦ୍ଧା ଜଣକ ନୟାଗଡ଼ ଜିଲା ମେଣ୍ଟୁପଲ୍ଲୀ ଗ୍ରାମର ବୋଲି ପୋଲିସ ସୂଚନାରୁ ଜଣାପଡ଼ିଛି।

୩ ପିସିଆର୍‌ ଭ୍ୟାନ୍‌ ଉଦ୍‌ଘାଟିତ

୩ ପିସିଆର୍‌ ଭ୍ୟାନ୍‌ ଉଦ୍‌ଘାଟିତ

ଝାରସୁଗୁଡ଼ା ଅଫିସ,୨୩।୪: ଝାରସୁଗୁଡା ଜିଲା ମୁଖ୍ୟାଳୟ ପରିସରରେ ସୋମବାର ୩ଟି ପାଟ୍ରୋଲିଂ ପିସିଆର୍‌ ଭ୍ୟାନ୍‌ ଉଦ୍‌ଘାଟିତ ହୋଇଛି। ଜିଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ଓ ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ଏହାକୁ ଉଦ୍‌ଘାଟନ କରିଥିଲେ।

ପଶ୍ଚିମବଙ୍ଗ ଗଲା ଝାରସୁଗୁଡ଼ା ଜିଆର୍‌ପି

ପଶ୍ଚିମବଙ୍ଗ ଗଲା ଝାରସୁଗୁଡ଼ା ଜିଆର୍‌ପି

ଝାରସଗୁଡ଼ା ଅଫିସ,୨୩।୪: ଆଜାଦ ହିନ୍ଦ ଟ୍ରେନରୁ ଡାଇନାମାଇଟ୍‌ ଉଦ୍ଧାର ଘଟଣାର ତଦନ୍ତ ପାଇଁ ଝାରସୁଗୁଡ଼ା ଜିଆରପି ପୋଲିସ ପଶ୍ଚିମବଙ୍ଗ ଯାଇଛି। ରବିବାର ରାତିରେ ଜିଆରପିର ୨ ଜଣ ଅଧିକାରୀ ପଶ୍ଚିମବଙ୍ଗ ଅଭିମୁଖେ ଗସ୍ତ କରିଛନ୍ତି।

ଓପିଏସ୍‌ସି, ଓଏସ୍‌ଏସ୍‌ସି କମିଶନରେ ବହୁ ପଦବୀ ଖାଲି

ଓପିଏସ୍‌ସି, ଓଏସ୍‌ଏସ୍‌ସି କମିଶନରେ ବହୁ ପଦବୀ ଖାଲି

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ଅଧ୍ୟକ୍ଷ ପଦ ସହ ବହୁସଂଖ୍ୟକ ପଦ ଖାଲି ପଡିଛି। ସେଗୁଡିକ ମଧ୍ୟରେ ରହିଛି ୩ ସଦସ୍ୟ ପଦ, ଗୋଟିଏ ସଦସ୍ୟଙ୍କ ବ୍ୟକ୍ତିଗତ ସଦସ୍ୟ, ଗୋଟିଏ ବ୍ୟକ୍ତିଗତ ସହାୟକ, ଗୋଟିଏ ଲାଇବ୍ରେରିଆନ, ୬ ବରିଷ୍ଠ ସହାୟକ, ୩ କନିଷ୍ଠ ସହାୟକ ଇତ୍ୟାଦି।

ସରିପାରୁନି ଜଳସେଚନ ପ୍ରକଳ୍ପ

ସରିପାରୁନି ଜଳସେଚନ ପ୍ରକଳ୍ପ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଜମି ଅଧିଗ୍ରହଣ, ବିସ୍ଥାପନ ଓ ଥଇଥାନ, ଜଙ୍ଗଲ/ପରିବେଶ ମଞ୍ଜୁରୀ, ସିଡବ୍ଲ୍ୟସି ଅନୁମତିରେ ବିଳମ୍ବ, ସ୍ଥାନୀୟ ଜନସାଧାରଙ୍କ ବିରୋଧ ଇତ୍ୟାଦି କାରଣରୁ ରାଜ୍ୟରେ ଚାଲୁଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସରିପାରୁ ନାହିଁ।

ଅଦାଲତ ଭିତରେ ସ୍ବାମୀଙ୍କ ଖଣ୍ଡା ଆକ୍ରମଣରେ ସ୍ତ୍ରୀ ମୃତ, ୨ ଗୁରୁତର, ଅଭିଯୁକ୍ତ ଗିରଫ

ଅଦାଲତ ଭିତରେ ସ୍ବାମୀଙ୍କ ଖଣ୍ଡା ଆକ୍ରମଣରେ ସ୍ତ୍ରୀ ମୃତ, ୨ ଗୁରୁତର, ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୩।୪(ବ୍ୟୁରୋ)-ସମ୍ବଲପୁର ଜିଲା ଫେମିଲି କୋର୍ଟ (ପାରିବାରିକ ଅଦାଲତ)ରେ ସୋମବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ସମସ୍ୟାର ଆଲୋଚନା ପାଇଁ ଉପସ୍ଥିତ ଥିବାବେଳେ ସିନ୍ଦୁରପଙ୍କ ଗ୍ରାମର ରାଜ କୁମ୍ବାରଙ୍କ ଖଣ୍ଡା ଆକ୍ରମଣରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ମହିଳା, ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସଙ୍ଗୀତା ଚୌଧୁରୀ (୧୮)। ଗୁରୁତର ହେଲେ ସଙ୍ଗୀତାଙ୍କ ମା’ ଲଲିତା ଚୌଧୁରୀ (୩୭), ସଙ୍ଗୀତାଙ୍କ ବଡ ଭଉଣୀ ଝିଅ ଶିବାନୀ (୪)। ଅନ୍ୟ ପଟେ ଟାଉନ ଥାନା ପୋଲିସ ଅଭିଯୁକ୍ତ ରାଜ କୁମ୍ବାରଙ୍କୁ ଗିରଫ କରିବା ସହ ବ୍ୟବହୃତ ଖଣ୍ଡା ଜବତ କରିଛି। ଖଣ୍ଡା ଆକ୍ରମଣ ଫଳରେ କୋର୍ଟ ପରିସର ରକ୍ତାକ୍ତ ହୋଇଥିଲା। ସଙ୍ଗୀତା ଓ ଲଲିତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଭୀମସାର ସ୍ଥାନାନ୍ତରଣ କରାଯାଇଥିବାବେଳେ ମଧ୍ୟାହ୍ନରେ ସଙ୍ଗୀତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଶୂନ୍ୟକାଳରେ ନାବାଳିକା ବଳାତ୍କାର ପ୍ରସଙ୍ଗ

ଶୂନ୍ୟକାଳରେ ନାବାଳିକା ବଳାତ୍କାର ପ୍ରସଙ୍ଗ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ବିଧାନସଭା ଶୂନ୍ୟକାଳରେ ସୋମବାର ନାବାଳିକା ବଳାତ୍କାର ପ୍ରସଙ୍ଗ ଉଠିଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇବା ସହ ଏ ନେଇ ପଚରାଯାଉଥିବା ପ୍ରଶ୍ନର ସରକାର ଦାୟିତ୍ୱହୀନ ଉତ୍ତର ଦେଉଥିବା ପ୍ରକାଶ କରିଛନ୍ତି।

୨ ନାବାଳିକା ବଳାତ୍କାର ମାମଲା: ଜେଲ ଗଲେ ଅଭିଯୁକ୍ତ

୨ ନାବାଳିକା ବଳାତ୍କାର ମାମଲା: ଜେଲ ଗଲେ ଅଭିଯୁକ୍ତ

କଟକସଦର,୨୩।୪(ଡି.ଏନ୍‌.ଏ.): ଦୁଇ ନାବାଳିକାଙ୍କୁ ବଳାତ୍କାର ମାମଲାରେ କଟକ ଜିଲା କିଶନନଗର ଥାନା ପୋଲିସ ସୋମବାର ୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।