ରାଜ୍ୟ |

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶା ଏକ ନମ୍ବର

ଭୁବନେଶ୍ୱର,୧୨।୧(ବ୍ୟୁରୋ)ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)କୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶରେ ଶୀର୍ଷସ୍ଥାନ ହାସଲ କରିଛି। ଶୁକ୍ରବାର ଏନେଇ ସଚିବାଳୟରେ ବସିଥିବା ରାଜ୍ୟସ୍ତରୀୟ ମଞ୍ଜୁରୀ କମିଟି ବୈଠକରୁ ଜଣାପଡିଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ। ଗ୍ରାମ୍ୟ ଉନ୍ନୟନ ସଚିବ ବିଷ୍ଣୁପଦ ସେଠୀ ଯୋଜନାର ଅଗ୍ରଗତି ନେଇ ବିବରଣୀ ରଖିଥିଲେ। ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ଆହୁରି ୩୫୦୦ କିମି ସଡ଼କ ନିର୍ମାଣ କରାଯିବ। ରାସ୍ତା ନିର୍ମାଣ କାର୍ଯ୍ୟରେ ଗୁଣାତ୍ମକ ଦିଗ ପ୍ରତି ଦୃଷ୍ଟି ଦେବାସହ ପ୍ରତିଦିନ ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଗ୍ରାମକୁ ସଡକ ନିର୍ମାଣ ଦ୍ୱାରା ଯୋଡିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି।ସର୍ବୋଚ୍ଚ ଯନ୍ତ୍ରୀ ଭରତ ଚନ୍ଦ୍ର ପ୍ରଧାନଙ୍କ ତଥ୍ୟ ଅନୁସାରେ ପିଏମ୍‌ଜିଏସ୍‌ୱାଇରେ ୪୩,୨୨୨ କିଲୋମିଟର ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏହା ରାଜ୍ୟର ବିଭିନ୍ନ ଅଞ୍ଚଳର ୧୯,୮୬୨ଟି ଜନବସତିକୁ ସଂଯୋଗ କରୁଛି। ଗତ ଡିସେମ୍ବର ଶେଷ ସୁଦ୍ଧା ଏଥିପାଇଁ ୧୮,୬୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କହିଛନ୍ତି। ଚଳିତ ବର୍ଷ ୭ ହଜାର କିଲୋମିଟର ନୂଆ ରାସ୍ତା ନିର୍ମାଣ କରାଯିବା ସକାଶେ ଲକ୍ଷ୍ୟ ରଖାଯାଇଛି। ଏଥିମଧ୍ୟରୁ ୩୫୦୦ କିମି କାମ ଶେଷ ହୋଇଛି। ଆଗାମୀ ମାର୍ଚ୍ଚ ଶେଷ ସୁଦ୍ଧା ବାକି ୩୫୦୦ କିମି ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ମଞ୍ଜୁରୀ କମିଟି ଦ୍ୱାରା ୧୬୫ଟି ନୂଆ ରାସ୍ତା ,୩୬ଟି ପୋଲ ନିର୍ମାଣକୁ ଅନୁମୋଦନ ମିଳିଛି। ଏ ଏହି ପୋଲ ଗୁଡିକ ୫୮୨ କିମି ରାସ୍ତା ମଧ୍ୟରେ ନିର୍ମାଣ ହେବ। ଏହିସବୁର ବ୍ୟୟ ଅଟକଳ ୫୦୦ କୋଟି ଟଙ୍କା ବୋଲି ଜଣାପଡିଛି। ପରବର୍ତ୍ତୀ ଆର୍ଥିକ ବର୍ଷରେ ୧୪ ହଜାର କିମି ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ଯଥାକ୍ରମେ ୬୦ ଏବଂ ୪୦ ପ୍ରତିଶତ ଅର୍ଥବ୍ୟୟ କରୁଛନ୍ତି। ବୈଠକରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ପ୍ରଧାନ ନୂତନ ଗ୍ରୀନ ଟେକ୍ନୋଲୋଜି ଉପସ୍ଥାପନ କରିଥିଲେ।

All Right Reserved By

ରାଜ୍ୟ |

ଲଘୁଚାପ ସକ୍ରିୟ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଲଘୁଚାପ ସକ୍ରିୟ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଥିବା ଜଣାପଡ଼ିଛି।

ମହିମା ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

ମହିମା ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

କଟକ ଅଫିସ, ୧୬।୭: ଶିଳ୍ପପତି ମହିମା ନନ୍ଦ ମିଶ୍ରଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ସୋମବାର ୨ଟି ମାମଲାରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ।

ଡକାୟତି ଯୋଜନା ପଣ୍ଡ, ୨ ଗିରଫ

ଡକାୟତି ଯୋଜନା ପଣ୍ଡ, ୨ ଗିରଫ

କଟକ ଅଫିସ, ୧୬।୭: କଟକ ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ମଙ୍ଗଳାବାଗ ପୋଲିସ ଚଢ଼ାଉ କରି ସୋମବାର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ୱର ରେମୁଣା ଅଞ୍ଚଳର ସନ୍ତୋଷ ଦାସ ଓରଫ୍‌ ସନ୍ତୁ ଏବଂ କ୍ୟାଣ୍ଟନମେଣ୍ଟ ଅଞ୍ଚଳର ଅଭିଷେକ ନାଇଡୁ ଓରଫ ରାଜା।

ରାସ୍ତା ମଝିରେ ଯୁବକଙ୍କୁ ହତ୍ୟା

ରାସ୍ତା ମଝିରେ ଯୁବକଙ୍କୁ ହତ୍ୟା

କାଶୀନଗର,୧୬।୭(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ବ୍ଲକ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତାର ଖାଇଡ଼ା-ସୀତାପୁର ମଧ୍ୟରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ଭୂପତି ଲକ୍ଷ୍ମୀପୁର ଗ୍ରାମର ଚିପୁରୁ ସଞ୍ଜୀବ ପାରଳାଖେମୁଣ୍ଡି ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ରାସ୍ତାରେ ଅଟକାଇ କାତିରେ ଆକ୍ରମଣ କରି ହତ୍ୟା କରିଛନ୍ତି।

ଖଟିଆରେ ୧୦କିମି ବୁହାହେଲେ ଗର୍ଭବତୀ

ଖଟିଆରେ ୧୦କିମି ବୁହାହେଲେ ଗର୍ଭବତୀ

ପାପଡ଼ାହାଣ୍ଡି,୧୬।୭(ଡି.ଏନ୍‌.ଏ.): ଗତ ଚାରି ଦିନ ଧରି ନବରଙ୍ଗପୁର ଜିଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଲୋକେ ଘରୁ ବାହାରିପାରୁ ନାହାନ୍ତି। ସୋମବାର ସକାଳୁ ୧୦୨ ଆମ୍ବୁଲାନ୍ସ ଆସି ନ ପାରିବାରୁ ଦୀର୍ଘ ୧୦ କି.ମି. ରାସ୍ତା ଖଟିଆରେ ବୁହା ହୋଇ ଡାକ୍ତରଖାନା ଆସିଛନ୍ତି ଗର୍ଭବତୀ।

ଫେଲ୍‌ ମାରିଲା ଜଳସେଚନ ଯୋଜନା : ୨୫୦ ହେକ୍ଟର ଚାଷ ଜମି ପଡ଼ିଆ

ସମ୍ବଲପୁର,୧୬।୭(ବ୍ୟୁରୋ) ସମ୍ବଲପୁର ଜିଲା ଜୁଜୁମୁରା ବ୍ଳକ ଦେବଝରନ ଜଳପ୍ରପାତର ପ୍ରବାହିତ ପାଣିକୁ ଡ୍ୟାମ ନିର୍ମାଣ କରି ଚାଷ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ହୋଇଥିଲା ଯୋଜନା। ପ୍ରାୟ ୪୫ ବର୍ଷ ତଳେ ଡ୍ୟାମ ସହ କେନାଲ ନିର୍ମାଣ କରାଯାଇ ଜୁଜୁମୁରା ଅଞ୍ଚଳର ଚାଷୀମାନଙ୍କ ଜମିରେ ପାଣି ବ୍ୟବହାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ପ୍ରକଳ୍ପ ଆରମ୍ଭରୁ ଲକ୍ଷ୍ୟଧାର୍ଯ୍ୟ ଜମିରେ ଚାଷ ହୋଇପାରିନାହିଁ। ବର୍ଷତମାମ୍‌ ଡ୍ୟାମରେ ପାଣି ଥିବା ବେଳେ କେନାଲଗୁଡ଼ିକ ଶୁଖିଲା ପଡ଼ିଛି। ଫଳରେ ଜୁଜୁମୁରା ଅଞ୍ଚଳରେ ୨୫୦ ହେକ୍ଟର ଜମି ପଡ଼ିଆ ପଡ଼ିଛି। ପ୍ରାୟ ୫୫୦ରୁ ଅଧିକ ଛୋଟବଡ଼ ଚାଷୀ ପ୍ରଭାବିତ ହୋଇଛନ୍ତି। ଚାଷୀମାନେ ପ୍ରତିବର୍ଷ ଜଳକର ଦେଉଛନ୍ତି ହେଲେ ଜଳ ତାଙ୍କ ପାଖରେ ପହଞ୍ଚତ୍ପାରୁନାହିଁ। ଚାଷ ଜମିରେ ପାଣି ନ ମାଡ଼ିଲେ ମଧ୍ୟ ଜଳକର ଦେଉଥିବାରୁ ଅଞ୍ଚଳରେ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସ୍ବାମୀଙ୍କ ଋଣ ବୋଝ, ୩ ପିଲାଙ୍କ ଭରଣପୋଷଣ ଚିନ୍ତା : ଅସହାୟା ସୁଜାତାଙ୍କୁ ସରକାରୀ ସହାୟତା ଲୋଡ଼ା

ସ୍ବାମୀଙ୍କ ଋଣ ବୋଝ, ୩ ପିଲାଙ୍କ ଭରଣପୋଷଣ ଚିନ୍ତା : ଅସହାୟା ସୁଜାତାଙ୍କୁ ସରକାରୀ ସହାୟତା ଲୋଡ଼ା

ପଡିଆବାହାଲ,୧୬।୭(ଡି.ଏନ.ଏ.) ଦୁହିତା ଦୁଇ କୂଳକୁ ହିତା। ଏହି ଉକ୍ତିଟି କିନ୍ତୁ ସ୍ବାମୀଙ୍କୁ ହରାଇଥିବା ଜଣେ ଅସହାୟା ମହିଳା ସୁଜାତାଙ୍କ ପକ୍ଷେ ଓଲଟା ହୋଇଛି। ସ୍ବାମୀ ଆରପାରିକୁ ଗଲାପରଠୁ ସେ ଶାଶୁଘର ଓ ବାପଘର ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ଶାଶୁଘର ଲୋକେ ଦୂର୍‌ଦୂର୍‌ ଭାଗ୍‌ଭାଗ୍‌ କରିବା ପରେ ୩ ପାଠପଢ଼ୁଆ ପିଲାଙ୍କୁ ଧରି ସୁଜାତା ବାପଘର କବରାପାଲି ପଞ୍ଚାୟତ କୁଟୁରାଜୁରୀ ଗଁ।କୁ ଚାଲିଆସିଛନ୍ତି। ସେଠାରେ ବାପା ଦେଇଥିବା ଏକ ମାଟିର କୁଡ଼ିଆ ଘରେ ମୁଣ୍ଡ ଗେଞ୍ଜିଛନ୍ତି। ବିନା କାହାର ସହାୟତାରେ ଏକୁଟିଆ ଜୀବନର ପ୍ରତିଟି ମୁହୂର୍ତ୍ତ ସହ ସଂଗ୍ରାମ ଚଳାଇଛନ୍ତି। ହତଭାଗା ସୁଜାତା ଜୟନ୍ତପୁର ପଞ୍ଚାୟତ ଫଟାବାହାଲ ଗାଁର ବିଦେଶୀ ବଢ଼େଇଙ୍କୁ ବିବାହ କରିଥିଲେ। ବୈବାହିକ ଜୀବନରେ କୌଣସି ସମସ୍ୟା ନଥିଲା। ଦୁଃଖେ କଷ୍ଟେ ଦୁହେଁ ସଂସାର ଡଙ୍ଗା ଚଳାଇଥିଲେ। ତାଙ୍କ ୩ ସନ୍ତାନ ମଧ୍ୟ ସ୍କୁଲ ଯାଉଥିଲେ। ହେଲେ ଜୀବନଯାତ୍ରାର ଝଡ଼ଝଞ୍ଜା ଭିତରେ ଅର୍ଥାଭାବ କଣ୍ଟକ ସାଜିଥିଲା। ମୁଣ୍ଡ ଉପରେ ପରିବାର ବୋଝ ଯୋଗୁ ବିଦେଶୀ ଋଣଗ୍ରସ୍ତ ହେଲେ। ଶେଷରେ ଶୁଝି ନ ପାରି କୀଟନାଶକ ଖାଇ ସୁବଦିନ ପାଇଁ ଆଖି ବୁଜିଦେଲେ। ଆଉ ସୁଜାତା ଶାଶୁଘର ପାଇଁ ଯେପରି ଅଭିଶାପ ପାଲଟିଗଲେ। ସେ ହେଲେ ନିର୍ଯାତିତା।

ସବୁଆଡେ ଜଳାର୍ଣ୍ଣବ, ରାସ୍ତା ଉପରେ ଆଣ୍ଠୁଏ ପାଣି

ସବୁଆଡେ ଜଳାର୍ଣ୍ଣବ, ରାସ୍ତା ଉପରେ ଆଣ୍ଠୁଏ ପାଣି

ଚନ୍ଦ୍ରଶେଖରପୁର,୧୬।୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ସୋମବାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। କଲୋନୀଠାରୁ ଆରମ୍ଭ କରି ବସ୍ତିବାସିନ୍ଦାଙ୍କ ଘର ଭିତରେ ପାଣି ପଶିଯାଇଛି। ଫଳରେ ଛୋଟ ଛୋଟ ପିଲାଙ୍କୁ ଧରି ପ୍ରବଳ ବର୍ଷାରେ ବାଧ୍ୟହୋଇ ଲୋକେ ରାସ୍ତା ଉପରେ ଛିଡା ହୋଇଛନ୍ତି।

ଜନନୀ ସୁରକ୍ଷା ଯୋଜନା ଫେଲ: ୨୪ ଘଣ୍ଟାରେ ୩ ମହିଳାଙ୍କ ଅସୁରକ୍ଷିତ ପ୍ରସବ

ଜନନୀ ସୁରକ୍ଷା ଯୋଜନା ଫେଲ: ୨୪ ଘଣ୍ଟାରେ ୩ ମହିଳାଙ୍କ ଅସୁରକ୍ଷିତ ପ୍ରସବ

ପାଟଣା,୧୬।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦବଜା ଗ୍ରମାରେ ରବିବାର ପୂର୍ବାହ୍ନରେ ଜଣେ ମହିଳା ଏକ ଅଟୋରେ ପ୍ରସବ କରିବାର ୨୪ ଘଣ୍ଟା ନ ପୂରୁଣୁ ସୋମବାର ପୁଣି ୨ ଜଣ ଡାକ୍ତରଖାନା ଅଣାଯିବା ରାସ୍ତାରେ ପ୍ରସବ କରିଛନ୍ତି। ଉକ୍ତ ମହିଳା ଦ୍ୱୟ ହେଲେ କଳେଇପଶି ପଞ୍ଚାୟତ ସିଲିଦା ଗ୍ରାମର ଲତା ମୁଣ୍ଡା ଏବଂ ଡୁମୁରିଆ ପଞ୍ଚାୟତ ରହିଣିଦୁମା ଗ୍ରାମର କୁସୁମିତା ମହାନ୍ତ।

ଜଣେ ଭକ୍ତଙ୍କ ଅନୁଭୂତି: କାଳିଆର ପ୍ରେମ ନିଆରା

ଜଣେ ଭକ୍ତଙ୍କ ଅନୁଭୂତି: କାଳିଆର ପ୍ରେମ ନିଆରା

ପୁରୀ ଅଫିସ,୧୬।୭ : ଗତ କିଛି ବର୍ଷ ହେବ ମୁଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରଥ ଉପରେ ଦର୍ଶନ କରିବାକୁ ପୁରୀ ଆସୁଛି। ଯେତେ ଅସୁବିଧା ହେଉ ପଛେ ରଥଯାତ୍ରାରେ ମହାପ୍ରଭୁମାନଙ୍କୁ ନ ଦେଖିଲେ ମୋତେ ସାରା ବର୍ଷ ଭଲ ଲାଗେ ନାହିଁ। ଚଳିତବର୍ଷ ଘୋଷଯାତ୍ରାରେ ଆସିପାରିଲି ନାହିଁ। କିନ୍ତୁ ମନ ମାନିଲା ନାହିଁ। ତା’ ପର ଦିନ ସକାଳୁ ସକାଳୁ ପୁରୀରେ ପହଞ୍ଚତ୍ ଯାଇଥିଲି।

ନୟାଗଡ଼ ସହରରେ ବାଇପାସ୍‌ ରାସ୍ତା ପ୍ରସଙ୍ଗ: ମାର୍ଚ୍ଚ ୨୦୨୦ ସୁଦ୍ଧା ହୋଇପାରେ କାର୍ଯ୍ୟକାରୀ

ନୟାଗଡ଼ ଅଫିସ,୧୬।୭- ନୟାଗଡ଼ ସହର ଦେଇ ଯାଇଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥ ଓ ୨୧ନଂ. ରାଜ୍ୟ ରାଜପଥ। ତେଣୁ ପ୍ରତିଦିନ ଶତାଧିକ ଯାନବାହନ ଏହି ରାସ୍ତାରେ ଚଳାଚଳ କରୁଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ଯାଇଥିବାରୁ ଅନେକ ସମୟରେ ଭିନ୍ନ ଭିନ୍ନ ସଙ୍ଗଠନ ତରଫରୁ ବିକ୍ଷୋଭ ଓ ଧାରଣା ହୋଇଥାଏ।

ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା

ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା

ରଣପୁର,୧୬।୭(ସ୍ବ.ପ୍ର.)- ଘୋଷଯାତ୍ରାରେ ରଣପୁର ଜଗନ୍ନାଥ ମନ୍ଦିରରୁ ଶ୍ରୀଜୀଉମାନେ ରଥାରୂଢ ହୋଇ ଜନ୍ମମାଟି ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଥିଲେ। ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଭକ୍ତମାନେ ଟାଣିନେଇ ମାଉସୀମା’ ମନ୍ଦିର ରଥଖଳାରେ ପହଞ୍ଚାଇଥିଲେ।

Model This Week

ରୂପେଶ