ରାଜ୍ୟ |

ପ୍ରସଙ୍ଗ ନ ଥିଲେ ମୋ କାର୍ଯ୍ୟାଳୟ ଉପରେ ଆକ୍ରମଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୧(ବ୍ୟୁରୋ)ଯେତେବେଳେ କୌଣସି ପ୍ରସଙ୍ଗ ନ ଥାଏ, ସେତେବେଳେ ସେମାନେ ମୋ କାର୍ଯ୍ୟାଳୟକୁ ଟାର୍ଗେଟ କରିଥାନ୍ତି। ଏଥିରେ କୌଣସି ନୂତନତ୍ୱ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗୁରୁବାର ନିଜ ନିର୍ବାଚନମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରାପଡା ଏମ୍‌ପି ବୈଜୟନ୍ତ ପଣ୍ଡା ତୃତୀୟ ମହଲାକୁ ଟାର୍ଗେଟ କରି ମନ୍ତବ୍ୟ ଦେଇଥିଲେ। ଏ ଘଟଣା ନେଇ ଶୁକ୍ରବାର ଗଣମାଧ୍ୟମର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ମନ୍ତବ୍ୟ ରଖିବା ସହ କାର୍ଯ୍ୟାନୁଷ୍ଠାନକୁ ସମ୍ପୂର୍ଣ୍ଣ ଏଡାଇ ଯାଇନାହାନ୍ତି। ସେ କହିଛନ୍ତି ଯେ, ଦଳ ପାଇଁ ଯାହା ଠିକ୍‌ ହେବ, ସେହି ନିଷ୍ପତ୍ତି ନିଆଯିବ। ମୁଁ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟସ୍ତ ରହୁଛି। ଏକଥା ସାଧାରଣଜନତାଙ୍କୁ ଭଲ ଭାବରେ ଜଣା ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପରେ ମଧ୍ୟ ଘଟଣାରେ ପୂର୍ଣ୍ଣଚ୍ଛେଦ ପଡିନାହିଁ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ଉଦ୍ଧୃତ କରି ବୈଜୟନ୍ତ ଟୁଇଟରରେ ପୁନଶ୍ଚ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଅତ୍ୟନ୍ତ ମର୍ମାହତ। ଦୁର୍ନୀତିଗ୍ରସ୍ତ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଯେତେବେଳେ ବିଜୁବାବୁ ଦାବି କରୁଥିଲେ, ସେତେବେଳେ କ’ଣ ତାଙ୍କ ପାଖରେ କୌଣସି ପ୍ରସଙ୍ଗ ନ ଥିଲା । ଯଦି ସେଭଳି କୌଣସି ପ୍ରସଙ୍ଗ ନଥିଲା ତେବେ ମାହାଙ୍ଗାରେ କ’ଣ ପାଇଁ ୫ ପ୍ଲାଟୁନ୍‌ ପୋଲିସ ଥିଲେ।

ମୁଁ କ’ଣ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି କି। ମୁଁ କ’ଣ ମୋର କାର୍ଯ୍ୟ ଶାନ୍ତିପୂର୍ଣ୍ଣଭାବେ କରୁ ନଥିଲି କି ବୋଲି ବୈଜୟନ୍ତ ଟୁଇଟ୍‌ କରିଛନ୍ତି। ସର୍ବଶେଷରେ ସମଗ୍ର ଘଟଣା ଉପରେ ଦଳର ନେତା ଅନୁଧ୍ୟାନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପରେ ବୈଜୟନ୍ତଙ୍କ ଟୁଇଟ୍‌କୁ ନେଇ ବିଜେଡିରେ କେତେକ ନେତା ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ନିଜକୁ ଗଣମାଧ୍ୟମରେ ରଖିବା ପାଇଁ ଏହା ବୈଜୟନ୍ତଙ୍କ ଅଭିନବ କୌଶଳ ବୋଲି ଏହି ନେତାମାନେ ମନେ କରୁଛନ୍ତି। ଏମିତି କି ସୋସିଆଲ ମିଡିଆରେ ବୈଜୟନ୍ତଙ୍କ ଭାଜପା ଲିଙ୍କ୍‌ ନେଇ ପୁନର୍ବାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପଞ୍ଚାୟତ ନିର୍ବାଚନରେ କିଛି ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ବିଜେଡି ବିଗତ ୧୦ ମାସରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ଦଳରେ ସାମାନ୍ୟ ସୁଧାର ଆସୁଥିବା ବେଳେ ଏମ୍‌ପି ବୈଜୟନ୍ତଙ୍କ ଏଭଳି ମନ୍ତବ୍ୟ ଦଳପ୍ରତି ବିପଦ ସୃଷ୍ଟି କରୁଛି ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି। ଗଣମାଧ୍ୟମରେ ଚାପସୃଷ୍ଟି କରି ନିଜ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ କରାଇ ରାଜନୈତିକ ମାଇଲେଜ୍‌ ନେବା ବୈଜୟନ୍ତଙ୍କ ମତଲବ ବୋଲି କୁହାଗଲାଣିି। ରାଜନୈତିକ ସମୀକ୍ଷକଙ୍କ ମତ ସହ ବିଜେଡି ମଧ୍ୟ ଏକମତ ହୋଇଛି। ଏହା ଉପରେ ପ୍ରତିକ୍ରିୟା ରଖି ଦଳର ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି ଯେ, ଯେବେଠୁୁ ମୋଦି ତାଙ୍କ କାନ୍ଧରେ ହାତ ରଖିଛନ୍ତି, ସେବେଠୁ ସେ ଏମିତି ହେଉଛନ୍ତି। ଆଗାମୀ ଦିନରେ ସେ ଯେଉଁ ରାଜନୈତିକ କାର୍ଯ୍ୟକଳାପ କରିବାକୁ ଚାହୁଛନ୍ତି, ତାହାର ନମୁନା ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି । ମାତ୍ର ତାଙ୍କ ଯୋଜନା ଅନୁସାରେ ସେମିତି କିଛି ହେଉନାହିଁ। ତାଙ୍କ ସହ କେହି ବି ଅସନ୍ତୁଷ୍ଟ ବିଜେଡି ନେତା ନାହାନ୍ତି। ଗୋଳିଆ ପାଣିରୁ ମାଛ ଧରିିବାକୁ ଲକ୍ଷ୍ୟ ରଖିଥିବା ଏମ୍‌ପିଙ୍କୁ କଙ୍କଡା ମିଳିବା ସାର ହେବ ବୋଲି ସେ କହିଛନ୍ତି।

All Right Reserved By

Model This Week

Model This Week

ରାଜ୍ୟ |

ଆନନ୍ଦପୁର ଥାନା ଅଧିକାରୀଙ୍କ ନାମରେ ପୋଷ୍ଟର

ଆନନ୍ଦପୁର ଥାନା ଅଧିକାରୀଙ୍କ ନାମରେ ପୋଷ୍ଟର

ଘସିପୁରା,୨୬।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିକାରୀ ସୁଦର୍ଶନ ପଣ୍ଡାଙ୍କ ନାମରେ ଏକ ପୋଷ୍ଟର ଏବେ ସର୍ବସାଧାରଣରେ ଘୂରିବୁଲୁଛି। ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ସଡ଼କ ସୁରକ୍ଷା ସପ୍ତାହରେ ରକ୍ତଦାନ, ଚକ୍ଷୁ ପରୀକ୍ଷା

ସଡ଼କ ସୁରକ୍ଷା ସପ୍ତାହରେ ରକ୍ତଦାନ, ଚକ୍ଷୁ ପରୀକ୍ଷା

ଭଦ୍ରକ ଅଫିସ,୨୬।୪: ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଭଦ୍ରକ ବନ୍ତଛକଠାରେ ଗୁରୁବାର ଏକ ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବସ୍‌ ସିଣ୍ଡିକେଟ ଓ ପରିବହନ ବିଭାଗର ମିଳିତ ଉଦ୍ୟମରେ ବସ୍‌ଷ୍ଟାଣ୍ଡ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଚଉଠି ରାତିରେ ନବବିବାହିତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଚଉଠି ରାତିରେ ନବବିବାହିତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ ଅଫିସ,୨୬।୪: ଭଦ୍ରକ ଜିଲା ବାଂଶଡ଼ା ଥାନା ଅନ୍ତର୍ଗତ ହଟପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଚଉଠି ରାତିରେ ଜଣେ ନବବିବାହିତଙ୍କୁ ତାଙ୍କ ଘର ପଛପାଖ ପୋଖରୀ ନିକଟସ୍ଥ ଏକ ନିମଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି।

ଘରେ କେହି ନ ଥିବା ବେଳେ ଚୋରି, ଲକ୍ଷାଧିକ ଟଙ୍କାର ସୁନାଗହଣା, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଘରେ କେହି ନ ଥିବା ବେଳେ ଚୋରି, ଲକ୍ଷାଧିକ ଟଙ୍କାର ସୁନାଗହଣା, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବଡବିଲ,୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଧୋବି ହଟିଂସ୍ଥିତ ଗାୟତ୍ରୀ ନିବାସର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଥିବା ବଡବିଲ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗହଣା ଦୋକାନରୁ ଅଭିନବ ଉପାୟରେ ଚୋରି, ତାଲା ଭାଙ୍ଗି ଦୋକାନ ଆଗରେ ବାନ୍ଧିଲେ ଜରିପାଲ

ଗହଣା ଦୋକାନରୁ ଅଭିନବ ଉପାୟରେ ଚୋରି, ତାଲା ଭାଙ୍ଗି ଦୋକାନ ଆଗରେ ବାନ୍ଧିଲେ ଜରିପାଲ

କେନ୍ଦୁଝର,୨୬।୪(ସ୍ବ.ପ୍ର.): କେନ୍ଦୁଝର ସହର ମୁଖ୍ୟ ରାସ୍ତା କଡରେ ଥିବା ପ୍ରଦୀପ ଅଳଙ୍କାର ଦୋକାନରୁ ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଚୋରି କରିଛନ୍ତି। ଦୋକାନର ଶୋ’ କେସରେ ଥିବା ରୁପା ଅଳଙ୍କାର ସହ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ଚୋରି ହୋଇଥିବା ଅଭିଯୋଗ ହୋଇଛି। ତେବେ ସେମାନେ ଲକର ଭାଙ୍ଗିବାରେ ସକ୍ଷମ ହୋଇପାରି ନ ଥିବାରୁ ସେଥିରେ ଥିବା ପାଖାପାଖି ଅଢ଼େଇ ଲକ୍ଷ ଟଙ୍କାର ସୁନାଗହଣା ଅଳ୍ପକେ ବର୍ତ୍ତିଯାଇଛି। ଗୁରୁବାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଗ୍ନିକାଣ୍ଡରେ ୪ ପରିବାରର ୬ ବଖରା ଧ୍ୱଂସ

ଅଗ୍ନିକାଣ୍ଡରେ ୪ ପରିବାରର ୬ ବଖରା ଧ୍ୱଂସ

ନୟାଗଡ ଅଫିସ, ୨୬।୪: ନୟାଗଡ ଏନ୍‌ଏସି ପୁରୁଣା ସହରଠାରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୬ ବଖରା ଘର ଧ୍ୱଂସ ହୋଇଯାଇଛି। ବିପନ୍ନ କିଷାନ ଓ ଅଶୋକଙ୍କ ଦୁଇ ବଖରା ଲେଖାଏ ପୋଡି ଯାଇଥିବା ବେଳେ ଲକ୍ଷ୍ମୀ ନାରାୟଣ ଓ ଚୈତନ୍ୟଙ୍କ ଗୋଟିଏ ଲେଖାଏ ଘର ପୋଡି ଯାଇଛି।

ଲତାଦେଇପୁର ଗ୍ରାମରେ ଦନ୍ତା ଆତଙ୍କ, ଆକ୍ରମଣରେ ୩ ଆହତ

ଲତାଦେଇପୁର ଗ୍ରାମରେ ଦନ୍ତା ଆତଙ୍କ, ଆକ୍ରମଣରେ ୩ ଆହତ

ଢେଙ୍କାନାଳ ଅଫିସ,୨୬।୪: ଢେଙ୍କାନାଳ ଷଢ଼ଙ୍ଗୀ ରେଞ୍ଜର ଲତାଦେଇପୁର ଗ୍ରାମରେ ଗୁରୁବାର ସକାଳ ୬ଟାରେ ଏକ ଦନ୍ତାହାତୀ ଆକ୍ରମଣେରେ ୩ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଗ୍ରାମର ସଞ୍ଜୀବ କର(୪୨), ଭୂତ ମଲିକ(୬୫), ସବିତା ଶତପଥୀ(୫୨)। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସଞ୍ଜୀବଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଜମିକୁ ମାଡୁନି କେନାଲ ପାଣି, ରାସ୍ତାକୁ ଓହ୍ଲାଇଲେ ଚାଷୀ

ଜମିକୁ ମାଡୁନି କେନାଲ ପାଣି, ରାସ୍ତାକୁ ଓହ୍ଲାଇଲେ ଚାଷୀ

ବରଗଡ ଅଫିସ,୨୬।୪: ବରଗଡ ଜିଲା ଅତାବିରା ନିର୍ବାଚନ ମଣ୍ଡଳୀ ଅଧୀନ ଭେଡେନ ବ୍ଲକର ଅନେକ ଚାଷଜମିକୁ କେନାଲ ପାଣି ମାଡୁନାହିଁ। ଫଳରେ ରବି ଫସଲ ଉଜୁଡି ଯାଇଛି। ଉକ୍ତ ବ୍ଲକକୁ ହୀରାକୁଦ ଜଳସେଚିତ ଅଞ୍ଚଳ କୁହାଯାଉଥିବାବେଳେ ଏଠାରେ ଏଭଳି ସମସ୍ୟା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। କେନାଲ ଥିଲେ ମଧ୍ୟ ତଳମୁଣ୍ଡକୁ ପାଣି ପହଞ୍ଚୁ ନ ଥିବା ଯୋଗୁ ପ୍ରତିବର୍ଷ ଶହ ଶହ ହେକ୍ଟର ଫସଲ ଧୂଳିସାତ ହେଉଛି।

ପାଟଣାଗଡ଼ ପାର୍ସଲ ବୋମା ଘଟଣା: ପୁଞ୍ଜିଲାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ପାଟଣାଗଡ଼ ପାର୍ସଲ ବୋମା ଘଟଣା: ପୁଞ୍ଜିଲାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର ଅଫିସ,୨୬।୪: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଯଥା ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଞ୍ଚ ଗୁରୁବାର ପୂର୍ବାହ୍ନରେ ୬ଦିନିଆ ରିମାଣ୍ଡରେ ନେଇଛି।

ଶଙ୍ଖ ଧରିଲେ ଭାଜପା ନେତା ନୀଳମଣି

ଶଙ୍ଖ ଧରିଲେ ଭାଜପା ନେତା ନୀଳମଣି

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଭାଜପା ନେତା ନୀଳମଣି ସାମଲ ଗୁରୁବାର ବିଜେଡିରେ ଯୋଗଦେଇଛନ୍ତି। ୨୦୧୪ରେ ସେ ବରୀ ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢ଼ିଥିଲେ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସଠାରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି।

ମହିଳାଙ୍କୁ ବନ କର୍ମଚାରୀଙ୍କ ଅସଦାଚରଣ ଘଟଣା: ଆଦିବାସୀ ମେଳି, ରାଜପଥ ଅବରୋଧ

ମହିଳାଙ୍କୁ ବନ କର୍ମଚାରୀଙ୍କ ଅସଦାଚରଣ ଘଟଣା: ଆଦିବାସୀ ମେଳି, ରାଜପଥ ଅବରୋଧ

ସଜନାଗଡ଼,୨୬।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ତେଣ୍ଡା ଗ୍ରାମରେ ଜନୈକ ମହିଳାଙ୍କୁ ବନ କର୍ମଚାରୀ ଅସଦାଚରଣ କରିଥିବା ଘଟଣାର ପ୍ରତିବାଦରେ ଗୁରୁବାର ସକାଳ ୬ଟାରୁ ନୀଳଗିରି-କପ୍ତିପଦା ୧୯ ନମ୍ବର ରାଜ୍ୟ ରାଜପଥକୁ ସଜନାଗଡ଼ ଛକଠାରେ ଅବରୋଧ କରାଯାଇଥିଲା।

ଚର୍ଚ୍ଚାରେ ଧୋନୀଙ୍କ ରନିଂ

ଚର୍ଚ୍ଚାରେ ଧୋନୀଙ୍କ ରନିଂ

ବାଙ୍ଗାଲୋର, ୨୬।୪(ପି.ଟି.)- ନିଜର ଅବିଶ୍ୱସନୀୟ ଫିଟ୍‌ନେସ୍‌ ପାଇଁ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି କ୍ରିକେଟର ମହେନ୍ଦ୍ର ସିଂ ଧୋନୀ। ବୁଧବାର ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଘରୋଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ସେ ଯେଉଁଭଳି କିପିଂ ପ୍ୟାଡ୍‌ ଓ ଗ୍ଲୋଭ୍ସ ପିନ୍ଧି ବାଉଣ୍ଡରୀ ପର୍ଯ୍ୟନ୍ତ ଦୌଡ଼ି ଚୌକାକୁ ଅଟକାଇଥିଲେ ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।