ମେଟ୍ରୋ |

ସରିଲା ଫାଇନାଲ ରାଉଣ୍ଡ: ଜୁରିଙ୍କ କଲମରେ ଗ୍ଲୋରିକୁଇନଙ୍କ ଭାଗ୍ୟ

ସରିଲା ଫାଇନାଲ ରାଉଣ୍ଡ: ଜୁରିଙ୍କ କଲମରେ ଗ୍ଲୋରିକୁଇନଙ୍କ ଭାଗ୍ୟ

ପୁରୀ ଅଫିସ, ୧୨। ୧: ଏକ ମନୋଲୋଭା ପରିବେଶରେ ଶେଷ ହୋଇଛି ଗ୍ଲୋରିଫେଷ୍ଟର ଗ୍ଲୋରିକୁଇନ୍‌ ଫାଇନାଲ ରାଉଣ୍ଡ। ପୁରୀ ପୌର ସଦନରେ ତିନିଦିନ ଧରି ବିଭିନ୍ନ ପ୍ରତିଯୋଗିତା ଶେଷ ହୋଇଥିବାବେଳେ ଶୁକ୍ରବାର ପୁରୀ ବେଳାଭୂମିରେ ଦେଖିବାକୁ ମିଳିଥିଲା ଗ୍ଲୋରିଫେଷ୍ଟର ଦ୍ୱିତୀୟ ମଞ୍ଚ। ସମୁଦ୍ର କୂଳର ଶୀତୁଆ ପବନ ସାଙ୍ଗକୁ ଖୋଲା ଆକାଶ ତଳେ ଦର୍ଶକ ଦେଖିଥିଲେ ଆକର୍ଷଣୀୟ ଗ୍ଲୋରିକୁଇନ୍‌ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡ। ବହୁ ପ୍ରତୀକ୍ଷିତ ଗ୍ଲୋରିକୁଇନ୍‌ ଟାଇଟଲ କିଏ ଜିତିବ ତାହା ଏବେ ଜୁରିଙ୍କ କଲମ ମୁନରେ ସିଲ୍‌ ହୋଇଯାଇଛି। ଶନିବାର ଏକ ରଙ୍ଗାରଙ୍ଗ ସନ୍ଧ୍ୟାରେ ବେଳାଭୂମି ମଞ୍ଚରେ ଜଣେ ସର୍ବଗୁଣାସମ୍ପନ୍ନ ପ୍ରତିଯୋଗୀ ପିନ୍ଧିବେ ଗ୍ଲୋରୀକୁଇନ-୨୦୧୮ ମୁକୁଟ।
ପ୍ରିଲିମ୍‌ନାରୀ ରାଉଣ୍ଡରେ ୨୦ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ବଛାଯାଇଥିବା ୧୦ ଆଶାୟୀ ଗ୍ଲୋରିକୁଇନ୍‌ ଦେଖାଇଥିଲେ ତାଙ୍କ ପ୍ରତିଭା ଏବଂ ବୁଦ୍ଧିମତ୍ତା। ମ୍ୟୁଜିକ୍‌ର ତାଳେ ତାଳେ ଜଣକ ପରେ ଜଣେ ବେଶ୍‌ ଆକର୍ଷଣୀୟ ପରିପାଟୀରେ ମଞ୍ଚକୁ ପ୍ରବେଶ କରିଥିଲେ। କିଏ ହାତ ହଲାଇ ତ ପୁଣି କିଏ ଅଣ୍ଟା ହଲାଇ ମଞ୍ଚକୁ ଆସି ସମସ୍ତଙ୍କୁ ପ୍ରଣାମ ଜଣାଇଥିଲେ। ପ୍ରତିଯୋଗୀଙ୍କ ଚାଲିରୁ ଆରମ୍ଭ କରି ଅଙ୍ଗଭଙ୍ଗୀ, କଥା କହିବାର ଶୈଳୀ ଏବଂ ବୁଦ୍ଧିମତ୍ତା ଆଦି ପରଖିଥିଲେ ମଞ୍ଚ ସଞ୍ଚାଳକ ଏବଂ ବିଚାରକମଣ୍ଡଳୀ। ଏଥିସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ଆଶାୟୀ ଗ୍ଲୋରିକୁଇନମାନେ।

All Right Reserved By

ମେଟ୍ରୋ |

ଜନ୍ମବେଦୀରେ ଚତୁର୍ଦ୍ଧାବିଗ୍ରହ

ଜନ୍ମବେଦୀରେ ଚତୁର୍ଦ୍ଧାବିଗ୍ରହ

ପୁରୀ ଅଫିସ, ୧୬ା୭: ଘୋଷଯାତ୍ରାରେ ବାହାରିଥିବା ଚତୁର୍ଦ୍ଧାବିଗ୍ରହ ଏବେ ଜନ୍ମବେଦୀରେ। ବଡ଼ଦାଣ୍ଡରେ ତିନିଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବା ପରେ ସୋମବାର ଆଡପମଣ୍ଡପକୁ ବିଜେ କରିଛନ୍ତି ମହାପ୍ରଭୁ। ମଙ୍ଗଳବାରଠାରୁ ଜନ୍ମବେଦୀରେ ଦାରୁଦିଅଁଙ୍କ ଦର୍ଶନ ପାଇବେ ଭକ୍ତ। ମିଳିବ ଆଡପ ଅବଢ଼ା। ଏଥିସହ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।

ଟ୍ରେନରୁ ମୋବାଇଲ, ଟଙ୍କା ଲୁଟ: ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୬ା୭(ବ୍ୟୁରୋ)- ଟ୍ରେନରେ ଯାତ୍ରୀଙ୍କଠାରୁ ମୋବାଇଲ ଫୋନ ଓ ଟଙ୍କା ଲୁଟ କରିଥିବା ୨ ଅଭିଯୁକ୍ତଙ୍କୁ ଜିଆରପି ଥାନା ପୋଲିସ ସୋମବାର ଗିରଫ କରିଛି।

ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି: ରାତି ୮ଟାଠାରୁ ଦର୍ଶନ ବନ୍ଦ

ପୁରୀ ଅଫିସ,୧୬ା୭: ମଙ୍ଗଳବାର ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାୟ ରାତି ୮ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।

ଐତିହ୍ୟ ଅବହେଳିତ, ବିପଦରେ ପଞ୍ଚତୀର୍ଥ: ଭୁଶୁଡିଲା ମାର୍କଣ୍ଡେୟ ପୁଷ୍କରିଣୀ ପାଚେରି

ଐତିହ୍ୟ ଅବହେଳିତ, ବିପଦରେ ପଞ୍ଚତୀର୍ଥ: ଭୁଶୁଡିଲା ମାର୍କଣ୍ଡେୟ ପୁଷ୍କରିଣୀ ପାଚେରି

ପୁରୀ ଅଫିସ,୧୬ା୭: ବିପଦରେ ପୁରୀର ପଞ୍ଚତୀର୍ଥ। ପ୍ରଶାସନର ଆନ୍ତରିକତା ଅଭାବରୁ ସହରର ତୀର୍ଥ ପୁଷ୍କରିଣୀଗୁଡ଼ିକ ଦୟନୀୟ ଅବସ୍ଥାରେ ରହିଛି। ସୋମବାର ମାର୍କଣ୍ଡେୟ ପୁଷ୍କରିଣୀ ପାଚେରି ଭୁଶୁଡି ପଡିବା ଘଟଣା ଏହାକୁ ସ୍ପଷ୍ଟ କରିଛି।

ଶ୍ରୀମନ୍ଦିରରେ ଯୁଗ୍ମ କମିଟିର ଯାଞ୍ଚ: ମୁଖ୍ୟମନ୍ଦିର ପ୍ରଥମ ମହଲାରୁ ଗଳୁଛି ପାଣି

ଶ୍ରୀମନ୍ଦିରରେ ଯୁଗ୍ମ କମିଟିର ଯାଞ୍ଚ: ମୁଖ୍ୟମନ୍ଦିର ପ୍ରଥମ ମହଲାରୁ ଗଳୁଛି ପାଣି

ପୁରୀ ଅଫିସ,୧୬ା୭: ୧୯୯୩ ମସିହାରେ ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ଖସିଥିଲା। ସେତେବେଳେ ଠାକୁରଙ୍କୁ ସ୍ଥାନାନ୍ତରିତ କରାଯାଇ ଏହାର ମରାମତି କରାଯାଇଥିଲା। ଏହା ପରଠାରୁ ପ୍ରତିବର୍ଷ ଗର୍ଭଗୃହର ଯାଞ୍ଚ କରାଯାଉଛି।

ଲଘୁଚାପ ସକ୍ରିୟ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଲଘୁଚାପ ସକ୍ରିୟ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଥିବା ଜଣାପଡ଼ିଛି।

ମହିମା ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

ମହିମା ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

କଟକ ଅଫିସ, ୧୬।୭: ଶିଳ୍ପପତି ମହିମା ନନ୍ଦ ମିଶ୍ରଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ସୋମବାର ୨ଟି ମାମଲାରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ।

ଡକାୟତି ଯୋଜନା ପଣ୍ଡ, ୨ ଗିରଫ

ଡକାୟତି ଯୋଜନା ପଣ୍ଡ, ୨ ଗିରଫ

କଟକ ଅଫିସ, ୧୬।୭: କଟକ ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ମଙ୍ଗଳାବାଗ ପୋଲିସ ଚଢ଼ାଉ କରି ସୋମବାର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ୱର ରେମୁଣା ଅଞ୍ଚଳର ସନ୍ତୋଷ ଦାସ ଓରଫ୍‌ ସନ୍ତୁ ଏବଂ କ୍ୟାଣ୍ଟନମେଣ୍ଟ ଅଞ୍ଚଳର ଅଭିଷେକ ନାଇଡୁ ଓରଫ ରାଜା।

ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷାପାଣି

ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷାପାଣି

ସାକ୍ଷୀଗୋପାଳ, ୧୬।୭( ଡି.ଏନ୍‌.ଏ.): ଦୁଇଦିନ ଧରି ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ପୁରୀ ଜିଲା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବର୍ଷା ପାଣି ଜମି ରହିଛି।

ସବୁଆଡେ ଜଳାର୍ଣ୍ଣବ, ରାସ୍ତା ଉପରେ ଆଣ୍ଠୁଏ ପାଣି

ସବୁଆଡେ ଜଳାର୍ଣ୍ଣବ, ରାସ୍ତା ଉପରେ ଆଣ୍ଠୁଏ ପାଣି

ଚନ୍ଦ୍ରଶେଖରପୁର,୧୬।୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ସୋମବାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। କଲୋନୀଠାରୁ ଆରମ୍ଭ କରି ବସ୍ତିବାସିନ୍ଦାଙ୍କ ଘର ଭିତରେ ପାଣି ପଶିଯାଇଛି। ଫଳରେ ଛୋଟ ଛୋଟ ପିଲାଙ୍କୁ ଧରି ପ୍ରବଳ ବର୍ଷାରେ ବାଧ୍ୟହୋଇ ଲୋକେ ରାସ୍ତା ଉପରେ ଛିଡା ହୋଇଛନ୍ତି।

ଜଣେ ଭକ୍ତଙ୍କ ଅନୁଭୂତି: କାଳିଆର ପ୍ରେମ ନିଆରା

ଜଣେ ଭକ୍ତଙ୍କ ଅନୁଭୂତି: କାଳିଆର ପ୍ରେମ ନିଆରା

ପୁରୀ ଅଫିସ,୧୬।୭ : ଗତ କିଛି ବର୍ଷ ହେବ ମୁଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରଥ ଉପରେ ଦର୍ଶନ କରିବାକୁ ପୁରୀ ଆସୁଛି। ଯେତେ ଅସୁବିଧା ହେଉ ପଛେ ରଥଯାତ୍ରାରେ ମହାପ୍ରଭୁମାନଙ୍କୁ ନ ଦେଖିଲେ ମୋତେ ସାରା ବର୍ଷ ଭଲ ଲାଗେ ନାହିଁ। ଚଳିତବର୍ଷ ଘୋଷଯାତ୍ରାରେ ଆସିପାରିଲି ନାହିଁ। କିନ୍ତୁ ମନ ମାନିଲା ନାହିଁ। ତା’ ପର ଦିନ ସକାଳୁ ସକାଳୁ ପୁରୀରେ ପହଞ୍ଚତ୍ ଯାଇଥିଲି।

ଆହୁରି ୨ଦିନ ବର୍ଷିବ

ଆହୁରି ୨ଦିନ ବର୍ଷିବ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରବିବାର ରାୟଗଡା, କଳାହାଣ୍ଡି ଏବଂ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ରାୟଗଡାର ନାଗାବଳୀ ନଦୀରେ ବର୍ଷାପାଣି ମାଡି ଆସିିବାରୁ ଗାଧୋଉ ଥିବାବେଳେ ଜଣେ ବ୍ୟକ୍ତି ଭାସି ଯାଇଥିବା ଜଣାପଡିଛି।

Model This Week

ରୂପେଶ