Dharitri News
ଖେଳ |

ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌: ପାକିସ୍ତାନକୁ ହରାଇଲା ଭାରତ

ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌: ପାକିସ୍ତାନକୁ ହରାଇଲା ଭାରତ ନୂଆଦିଲ୍ଲୀ,୧୨।୧(ପି.ଟି.) ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଭାରତ ୭ ଉଇକେଟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଅତିସହଜରେ ପରାସ୍ତ କରଛି। କ୍ରମାଗତ ଦୁଇଟି ବିଜୟ ପରେ ପାକିସ୍ତାନ ପ୍ରଥମ ପରାଜୟ ବରଣ କରିଛି। ଅନ୍ୟପଟେ ଭାରତ ଟୁର୍ନାମେଣ୍ଟରେ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି। ଅଜମାନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଟସ୍‌ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତର ଉଚ୍ଚକୋଟୀର ବୋଲିଂ ଓ ଫିଲ୍ଡିଂ ଯୋଗୁ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ନିର୍ଦ୍ଧାରିତ ୪୦ ଓଭରରେ ୮ ଉଇକେଟ ହରାଇ ୨୮୨ ରନରେ ସୀମିତ ରହିଥିଲା। ଦଳ ତରଫରୁ ମହମ୍ମଦ ଜାମିଲ ଓ ଅଧିନାୟକ ନିଶାର ଅଲୀ ତୃତୀୟ ଉଇକେଟ ଯୋଡିରେ ୧୩୭ ରନ ସଂଗ୍ରହ କରିଥିଲେ। ନିଶାର ୬୩ ରନ କରିଥିବା ବେଳେ ଅଜୟ ରେଡ୍ଡୀଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ସେହିପରି ଜାମିଲ ୯୪ ରନ କରି ଅପରାଜିତ ରହିଥିଲେ। ଭାରତ ତରଫରୁ ବୋଲିଂରେ ଅଜୟ, ବାସାପ୍ପା, ସୁନି ଓ ରାମବୀର ଓ ଦୀପକ ମଲିକ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ଜବାବରେ ଭାରତ ୩୪.୫ ଓଭରରେ ୩ ଉଇକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା। ହରିୟାଣା ବ୍ୟାଟ୍ସମ୍ୟାନ ଦୀପକ ମଲିକ ୭୧ଟି ବଲ ଖେଳି ୮ଟି ଚୌକା ମାରି ୭୯ ରନ କରି ଅପରାଜିତ ରହିଥିଲେ। ଭେଙ୍କଟେଶ ୫୫ଟି ବଲରୁ ୬୪ ରନ ସଂଗ୍ରହ କରିଥିଲେ। ଅଧିନାୟକ ଅଜୟ ରେଡ୍ଡୀ ୩୪ ବଲରୁ ଦ୍ରୁତ ୪୭ ରନ କରିଥିଲେ। ଚତୁର୍ଥ ଉଇକେଟ ଯୋଡିରେ ଅଜୟ ଓ ଦୀପକ ଅପରାଜିତ ୧୦୬ ରନର ଭାଗୀଦାରି ସ୍ଥାପନ କରି ଦଳକୁ ବିଜୟୀ କରାଇଥିଲେ। ଏହି ଅବସରରେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ ରଚାର୍ଡସନ ମୁଖ୍ୟଅତିଥିରୂପେ ଉପସ୍ଥିତ ରହି ମ୍ୟାଚ ଉପଭୋଗ କରିଥିଲେ।

ଖେଳ |

୨୦୧୮ ମହିଳା ଟି୨୦ ବିଶ୍ୱକପ୍‌ ଓ୍ବେଷ୍ଟଇଣ୍ଡିଜରେ

୨୦୧୮ ମହିଳା ଟି୨୦ ବିଶ୍ୱକପ୍‌ ଓ୍ବେଷ୍ଟଇଣ୍ଡିଜରେ

ଦୁବାଇ, ୨୪।୧(ପି.ଟି.): ମହିଳା ଟି୨୦ ବିଶ୍ୱକପ୍‌ର ୨୦୧୮ ସଂସ୍କରଣ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ଏନେଇ ଘୋଷଣା କରାଯାଇଛି। ଆୟୋଜକ ଓ୍ବେଷ୍ଟଇଣ୍ଡିଜ ଦଳ ଗତ ସଂସ୍କରଣ ଚାମ୍ପିୟନ ହୋଇଥିଲା। ୨୦୧୬ରେ କଲିକତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ୍‌ର ଫାଇନାଲରେ ଓ୍ବେଷ୍ଟଇଣ୍ଡିଜ ୮ ଉଇକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା।

ଦକ୍ଷିଣ ଆଫ୍ରିକା ଟୁର୍‌ ପାଇଁ ଟି୨୦ ଦଳ ହରମନପ୍ରୀତ ଅଧିନାୟିକା

ଦକ୍ଷିଣ ଆଫ୍ରିକା ଟୁର୍‌ ପାଇଁ ଟି୨୦ ଦଳ ହରମନପ୍ରୀତ ଅଧିନାୟିକା

ବମ୍ବେ, ୨୪।୧(ପି.ଟି.) ଫେବୃୟାରୀ ୧୩ରୁ ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ଟି୨୦ ସିରିଜ୍‌ ପାଇଁ ମଙ୍ଗଳବାର ଭାରତୀୟ ମହିଳା ଦଳ ଘୋଷିତ ହୋଇଯାଇଛି। ପାଞ୍ଚଟି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ପାଇଁ ଷ୍ଟାର ଅଲରାଉଣ୍ଡର ହରମନପ୍ରୀତ କୌରଙ୍କୁ ଦଳର ନେତୃତ୍ୱ ଭାର ପ୍ରଦାନ କରାଯାଇଛି। ସ୍ମୃତି ମାନ୍ଧାନାଙ୍କୁ ଉପଅଧିନାୟିକା ଦାୟିତ୍ୱ ଦିଆଯାଇଛି

ସିନିୟର ମହିଳା ହକିରେ ନିଶାନ ଅମ୍ପାୟର

ସିନିୟର ମହିଳା ହକିରେ ନିଶାନ ଅମ୍ପାୟର

ଭୁବନେଶ୍ୱର, ୨୩।୧(କ୍ରୀଡ଼ା ପ୍ରତିନିଧି): ଜାତୀୟ ସିନିୟର ମହିଳା ହକି ( ଏ ଓ ବି ଡିଭିଜନ) ଚାମ୍ପିୟନଶିପ୍‌ ରାଞ୍ଚତ୍ଠାରେ ଜାନୁୟାରୀ ୨୬ରୁ ଫେବୃୟାରୀ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ହକି ଇଣ୍ଡିଆ ପକ୍ଷରୁ ଓଡ଼ିଶାର ନିଶାନ ଜ୍ୟୋତି ମହାନ୍ତିଙ୍କୁ ଅମ୍ପାୟର ଦାୟିତ୍ୱ ଅର୍ପଣ କରାଯାଇଛି।

 ପୋପ୍‌ଙ୍କୁ ୮ ଉଇକେଟ୍‌: ସେମିରେ ଅଷ୍ଟ୍ରେଲିଆ

ପୋପ୍‌ଙ୍କୁ ୮ ଉଇକେଟ୍‌: ସେମିରେ ଅଷ୍ଟ୍ରେଲିଆ

କୁଇନ୍ସଟାଉନ୍‌, ୨୩।୧- ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌ର ଏକ ସୁପର୍‌ଲିଗ୍‌ କ୍ୱାର୍ଟରଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩୧ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏଥିସହ ଅଷ୍ଟ୍ରେଲିଆ ଦଳ ସେମିଫାଇନାଲରେ ସ୍ଥାନ ପକ୍କା କରିଛି।

ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ ଖେଳିବେନି ରୁଟ୍‌

ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ ଖେଳିବେନି ରୁଟ୍‌

ସିଡ୍‌ନୀ, ୨୩।୧(ଏଏଫ୍‌ପି)- ଘରୋଇ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ନେଇ ଫେବୃୟାରୀ ୩ରୁ ୨୧ ତାରିଖ ପର୍ଯ୍ୟନ୍ତ ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ ଅନୁଷ୍ଠିତ ହେବ। ବରିଷ୍ଠ ବ୍ୟାଟ୍ସମ୍ୟାନ ଜୋ ରୁଟ୍‌ ଏହି ଗୁରୁତ୍ୱପୂର୍ଣ୍ଣ ସୀମିତ ଓଭର ବିଶିଷ୍ଟ ସିରିଜ ଲାଗି ଇଂଲଣ୍ଡ ଦଳରୁ ଓହରିଯାଇଛନ୍ତି।

ବୋପାନ୍ନା-ବାବୋସ କ୍ୱାର୍ଟରଫାଇନାଲରେ

ବୋପାନ୍ନା-ବାବୋସ କ୍ୱାର୍ଟରଫାଇନାଲରେ

ମେଲବୋର୍ନ, ୨୩।୧(ପି.ଟି.)- ଭାରତୀୟ ଟେନିସ ଷ୍ଟାର ରୋହନ ବୋପାନ୍ନା ଓ ତାଙ୍କ ହଙ୍ଗେରିଆନ ପାର୍ଟନର ତିମେଆ ବାବୋସ ଯୋଡ଼ି ଏଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ର ମିକ୍ସଡ୍‌ ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଜାତୀୟ ସିନିୟର ଭାରୋତ୍ତୋଳନ: ସୁଶାନ୍ତଙ୍କୁ ସ୍ବର୍ଣ୍ଣ

ଜାତୀୟ ସିନିୟର ଭାରୋତ୍ତୋଳନ: ସୁଶାନ୍ତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୩।୧(ସ୍ପୋଟର୍‌ସ ବ୍ୟୁରୋ): ମାଙ୍ଗାଲୋରରେ ଚାଲିଥିବା ଜାତୀୟ ସିନିୟର ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ସୁଶାନ୍ତ ସାହୁ ସ୍ବର୍ଣ୍ଣପଦକ ଅର୍ଜନ କରିଛନ୍ତି।

ବମ୍ବେରେ ଉଦ୍‌ଘାଟନୀ, ଉଦ୍‌ଯାପନୀ

ବମ୍ବେରେ ଉଦ୍‌ଘାଟନୀ, ଉଦ୍‌ଯାପନୀ

ନୂଆଦିଲ୍ଲୀ, ୨୨।୧(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୧ତମ ସଂସ୍କରଣ ଏପ୍ରିଲ ୭ରୁ ଆରମ୍ଭ ହେବ। ଏହା ମେ ୨୭ ପର୍ଯ୍ୟନ୍ତ ଚାଲିବ ବୋଲି ସୋମବାର ଆଇପିଏଲ ଗଭର୍ନିଂ କାଉନ୍‌ସିଲ୍‌ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଅର୍ଥକରୀ ଟି୨୦ ଲିଗ୍‌ର ଉଦ୍‌ଘାଟନୀ ସମାରୋହ ଏପ୍ରିଲ ୬ରେ ଓ ଉଦ୍‌ଯାପନୀ ବମ୍ବେରେ ଅନୁଷ୍ଠିତ ହେବ।

ଜୋକୋଭିଚ୍‌ଙ୍କ ବିପର୍ଯ୍ୟୟ, କ୍ୱାର୍ଟରରେ ଫେଡେରର, ହାଲେପ୍‌

ଜୋକୋଭିଚ୍‌ଙ୍କ ବିପର୍ଯ୍ୟୟ, କ୍ୱାର୍ଟରରେ ଫେଡେରର, ହାଲେପ୍‌

ମେଲବୋର୍ନ,୨୨ା୧(ଏ.ଏଫ୍‌.ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ ଟେନିସ୍‌ ଟୁର୍ନାମେଣ୍ଟରେ ଅଷ୍ଟମ ଦିନରେ ପହଞ୍ଚିଛି। ସୋମବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପୂର୍ବତନ ଏକ ନମ୍ବର ଖେଳାଳି ୧୪ତମ ସିଡ ମାନ୍ୟତା ପାଇଥିବା ସର୍ବିୟାର ନୋଭାକ ଜୋକୋଭିଚ୍‌ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଚତୁର୍ଥ ରାଉଣ୍ଡ ମ୍ୟାଚରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି।

୪୯ ବଲରେ ଶତକ ମାରିଲେ ରାଇନା

୪୯ ବଲରେ ଶତକ ମାରିଲେ ରାଇନା

କୋଲକାତା, ୨୨।୧(ପି.ଟି.)- ଜାତୀୟ ଦଳରୁ ଅଲୋଡ଼ା ହୋଇଥିବା ତଥା ସୀମିତ ଓଭର କ୍ରିକେଟରେ ଜଣେ ବିଶେଷଜ୍ଞ ଭାବେ ପରିଚିତ ହୋଇଥିବା ଷ୍ଟାର ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଦୀର୍ଘ ଦିନର ବ୍ୟବଧାନ ପରେ ଫର୍ମକୁ ଫେରିଛନ୍ତି।

ଅଷ୍ଟ୍ରେଲିଆନ୍‌ ଓପନ୍‌: ବୋପାନ୍ନା, ଶରନ ହାରିଲେ

ଅଷ୍ଟ୍ରେଲିଆନ୍‌ ଓପନ୍‌: ବୋପାନ୍ନା, ଶରନ ହାରିଲେ

ମେଲବୋର୍ନ, ୨୨।୧(ପି.ଟି.)- ଦୁଇ ଭାରତୀୟ ଖେଳାଳି ରୋହନ ବୋପାନ୍ନା ଓ ଡିଭିଜ ଶରନ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଡବଲ୍ସର ତୃତୀୟ ରାଉଣ୍ଡ ହର୍ଡଲ୍ସ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି।

ସ୍ମିଥ୍‌ଙ୍କୁ ବିଶ୍ରାମ, ଓ୍ବାର୍ନର ଅଧିନାୟକ

ସ୍ମିଥ୍‌ଙ୍କୁ ବିଶ୍ରାମ, ଓ୍ବାର୍ନର ଅଧିନାୟକ

ମେଲବୋର୍ନ, ୨୨।୧(ଏଏଫ୍‌ପି)- ଅଷ୍ଟ୍ରେଲିଆ, ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ନେଇ ଏକ ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜ ଆସନ୍ତା ଫେବୃୟାରୀ ୩ରୁ ଆରମ୍ଭ ହେବ। ଏଥିଲାଗି ଘରୋଇ ଅଷ୍ଟ୍ରେଲିଆ ଦଳ ସୋମବାର ଘୋଷଣା କରାଯାଇଛି। ଦଳର ନିୟମିତ ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଥିବାବେଳେ